ମାନବ ବିବର୍ତ୍ତନ ବୀକ୍ଷଣ

କିଏ ପାଇଛନ୍ତି: ସୁଇଡେନ୍‌ର ଷ୍ଟକ୍‌ହୋମ୍‌ରେ ଜନ୍ମିତ ଏବଂ ୬୭ ବର୍ଷ ବୟସ୍କ ସ୍ବାଣ୍ଟେ ପାବୋ ଚଳିତ ବର୍ଷ ଲାଗି ଶରୀର ବିଜ୍ଞାନ ବା ଭେଷଜ ବିଜ୍ଞାନରେ ସମ୍ମାନଜନକ ନୋବେଲ ପୁରସ୍କାର ପାଇବାର ଗୌରବ ଅର୍ଜନ କରିଛନ୍ତି। ସେ ଜଣେ ଜୀବ ରସାୟନ ବିଜ୍ଞାନୀ। ୧୯୯୯ ମସିହାରେ ଜର୍ମାନୀର ଲିପଜଗ୍‌ଠାରେ ସେ ପ୍ରତିଷ୍ଠା କରିଥିଲେ ମ୍ୟାକ୍ସ ପ୍ଲାଙ୍କ ଇନ୍‌ଷ୍ଟିଚ୍ୟୁଟ୍‌ ଫର୍‌ ଇଭୋଲ୍ୟୁଶନାରୀ ଆନ୍ଥ୍ରୋପୋଲୋଜି (ବିବର୍ତ୍ତନୀୟ ନୃତତ୍ତ୍ୱ)। ସମ୍ପ୍ରତି ସେ ଏହି ପ୍ରତିଷ୍ଠାନର ନିର୍ଦ୍ଦେଶକ ରହିଥିବା ସହ ଜାପାନର ଓକିନାଓ୍ବା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍ସ ଆଣ୍ଡ ଟେକ୍ନୋଲୋଜିରେ ମଧ୍ୟ ପ୍ରଫେସର ଭାବେ ଅଧିଷ୍ଠିତ। ତାଙ୍କ ପିତା ସୁନେ ବର୍ଗଷ୍ଟମ୍‌ ମଧ୍ୟ ଥିଲେ ଜଣେ ଜୀବ ରସାୟନବିତ୍‌ ଏବଂ ୧୯୮୨ରେ ସେ ମଧ୍ୟ ଭେଷଜ ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ପାଇଥିଲେ।
କାହିଁକି ପାଇଛନ୍ତି: ସମ୍ପ୍ରତି ବିଲୁପ୍ତ ହୋଇଯାଇଥିବା ଆମ ମଣିଷଙ୍କର ପୂର୍ବଜମାନଙ୍କର ଜିନ୍‌ ସଂରଚନା ଏବଂ ମାନବର ବିବର୍ତ୍ତନ ସଂକ୍ରାନ୍ତ ଆବିଷ୍କାର ପାଇଁ ତାଙ୍କୁ ଏହି ପୁରସ୍କାର ପାଇଁ ମନୋନୀତ କରାଯାଇଛି। ପୁରସ୍କାର ବାବଦକୁ ସେ ପାଇବେ ସ୍ବର୍ଣ୍ଣ ପଦକ, ନୋବେଲ ଡିପ୍ଲୋମା ବା ନୋବେଲ ପୁରସ୍କାର ପାଇଥିବା ପ୍ରମାଣପତ୍ର ଏବଂ ୯ ଲକ୍ଷ ଡଲାର ଅର୍ଥରାଶି। ପ୍ରତିବର୍ଷ ଡିସେମ୍ବର ୧୦ରେ ପାଳିତ ହୋଇଥାଏ ‘ନୋବେଲ ଦିବସ’। ନୋବେଲ ପୁରସ୍କାରର ପ୍ରତିଷ୍ଠାତା ଆଲଫ୍ରେଡ୍‌ ନୋବେଲ ଏହି ତାରିଖରେ ମୃତ୍ୟୁବରଣ କରିଥିଲେ। ତେଣୁ ସେହି ଦିବସରେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ।
ଆବିଷ୍କାରର ରୂପରେଖ: ଆମେ ମଣିଷମାନେ କିପରି ଏହି ପୃଥିବୀରେ ଆବିର୍ଭାବ ହେଲେ? କିଏ ଥିଲେ ଆମର ପୂର୍ବଜ? ଏମାନଙ୍କ ସହ ଆମର କ’ଣ କୌଣସି ସମ୍ପର୍କ ରହିଆସିଛି? ଆମକୁ କୁହାଯାଉଛି ‘ହୋମୋ ସାପିଏନ୍ସ ସାପିଏନ୍ସ’। ଅର୍ଥାତ୍‌ ଆମେ ହେଉଛୁ ବୁଦ୍ଧିଆ ଏବଂ ବିଜ୍ଞ ମଣିଷ। ତାହାହେଲେ ଆମ ପୂର୍ବରୁ ଜାତ ମାନବ ଗୋଷ୍ଠୀଠାରୁ ଆମେ କେଉଁ ପ୍ରକାରେ ଭିନ୍ନ? ଏହିସବୁ ଜଟିଳ ପ୍ରଶ୍ନର ସମାଧାନ କରିଦେଇଛି ସ୍ବାଣ୍ଟୋ ପାବୋଙ୍କ ଆବିଷ୍କାର।
ସ୍ବାଣ୍ଟୋ ପାବୋ ଦୀର୍ଘ ବର୍ଷର ଗବେଷଣା ଦ୍ୱାରା ଦର୍ଶେଇଛନ୍ତି ଯେ, ମଣିଷମାନଙ୍କର ଜିନ୍‌ ଭଣ୍ଡାରରେ ମଧ୍ୟ ସଞ୍ଚତ୍ତ ଅଛି ପୂର୍ବଜ ମାନବଗୋଷ୍ଠୀଙ୍କ କିଛି ଜିନ୍‌। ସେହି ପୂର୍ବଜ ମାନବ ଗୋଷ୍ଠୀଙ୍କୁ ନୃତତ୍ତ୍ୱ ବିଜ୍ଞାନ ଭାଷାରେ ‘ହୋମିନିନ୍‌’ ବୋଲି କୁହାଯାଉଛି। ସେମାନେ ସମସ୍ତେ କିନ୍ତୁ ସମ୍ପ୍ରତି ବିଲୁପ୍ତ। ସେହି ଆଦିପୁରୁଷମାନଙ୍କ ସମ୍ବନ୍ଧରେ ଆଲୋକପାତ କରିବାକୁ ଯାଇ ପାବୋ ନିଜେ ମଧ୍ୟ ହୋଇଯାଇଛନ୍ତି ଜିନ୍‌ ବିଜ୍ଞାନରେ ‘ପାଲିଓଜିନୋମିକ୍ସ’ ବା ପ୍ରତ୍ନଜିନୋମ ବିନ୍ୟାସ ବିଜ୍ଞାନ ନାମକ ଏକ ନୂତନ ଶାଖାର ଜନକ।
ଗବେଷଣା ଆରମ୍ଭ କରିବା ସମୟରେ ପାବୋ ମଣିଷର ବିବର୍ତ୍ତନୀୟ ପୂର୍ବଜମାନଙ୍କ ଡି.ଏନ୍‌.ଏ. ସମ୍ପର୍କିତ ଗବେଷଣା ପ୍ରତି ଆଗ୍ରହାନ୍ବିତ ହୋଇଉଠିଥିଲେ। ସେହି ଡି.ଏନ୍‌.ଏ. ଅଣୁର ଅନୁଧ୍ୟାନ ପାଇଁ ପ୍ରଚଳିତ ଆଧୁନିକ ଅନୁବଂଶୀୟ ପରୀକ୍ଷା ପଦ୍ଧତିଗୁଡିକର ସମ୍ଭାବ୍ୟ ଉପଯୋଗିତା ସମ୍ବନ୍ଧରେ ଚିନ୍ତା କରିଥିଲେ। ତେବେ ଏହି ସଂକ୍ରାନ୍ତରେ ସେ ପ୍ରାଥମିକତା ଦେଇଥିଲେ ‘ନିଣ୍ଡେରଥାଲସ’ ନାମକ ମାନବଗୋଷ୍ଠୀଙ୍କ ଡି.ଏନ୍‌.ଏ.ର ଅନୁଧ୍ୟାନକୁ। ମାତ୍ର ନିଣ୍ଡେରଥାଲସଙ୍କ ଡି.ଏନ୍‌.ଏ. ଅନୁଧ୍ୟାନକୁ ଅଗ୍ରାଧିକାର ଦେବାର କାରଣ କ’ଣ? କାରଣଟି ହେଲା, ନିଣ୍ଡେରଥାଲସ୍‌ମାନେ ଥିଲେ ଆମର ନିକଟତମ ପୂର୍ବଜ ମାନବ ଗୋଷ୍ଠୀ। ହେଲେ ସମସ୍ୟାଟି ଥିଲା-କେଉଁଠୁ ମିଳିବ ନିଣ୍ଡେରଥାଲସମାନଙ୍କର ଅକ୍ଷତ ଡି.ଏନ୍‌.ଏ.? ସେମାନେ ତ ସମ୍ପୂର୍ଣ୍ଣ ବିଲୁପ୍ତ ପାଖାପାଖି ୪୦,୦୦୦ ବର୍ଷ ତଳୁ!
କିନ୍ତୁ ୧୮୫୬ ମସିହାରେ ଜର୍ମାନୀର ନିଣ୍ଡେରଥାଲ୍‌ ନାମକ ଏକ ସ୍ଥାନରେ ପଥର ଖଣି ଖୋଳିବା ବେଳେ ସେମାନଙ୍କର କିଛି ହାଡ ମିଳିଥିଲା। ସେଥିପାଇଁ ହିଁ ସେହି ମାନବ ଗୋଷ୍ଠୀକୁ ‘ନିଣ୍ଡେରଥାଲସ୍‌’ ବୋଲି କୁହାଯାଇଥାଏ। ସବୁ ଅଙ୍ଗ ଭଳି ମଧ୍ୟ ହାଡ଼ ଜୀବକୋଷଗୁଡ଼ିକ ଦ୍ୱାରା ଗଠିତ ହୋଇଥିବାରୁ ହାଡ଼ରୁ ଡି.ଏନ୍‌.ଏ. ଅଣୁ ଆହରଣ କରିବାରେ କିଛି ସମସ୍ୟା ନ ହେବା କଥା। ହେଲେ ପ୍ରଶ୍ନ ଉଠେ, ନିଣ୍ଡେରଥାଲସରୁ ମିଳିଥିବା ସେହି ହାଡ଼ଖଣ୍ଡଗୁଡ଼ିକ ୪୦,୦୦୦ ବର୍ଷ ତଳର। ତାହାହେଲେ ସେଥିରେ ଥିବା ଡି.ଏନ୍‌.ଏ. ଅଣୁ କ’ଣ ଏଯାବତ୍‌ ଅକ୍ଷତ ରହିଥିବ? ନା, କଦାପି ନୁହେଁ। କାଳର ପ୍ରଭାବରେ ଏବଂ ରାସାୟନିକ ପ୍ରକ୍ର୍ରିୟା ଯୋଗୁ ଲମ୍ବା ଡି.ଏନ୍‌.ଏ. ଅଣୁ କ୍ଷୁଦ୍ର କ୍ଷୁଦ୍ର ଖଣ୍ଡରେ ବିଭିକ୍ତ ହୋଇପଡ଼ିବା ସ୍ବାଭାବିକ। ପୁଣି ସେହି ଖଣ୍ଡବିଖଣ୍ଡିତ ଡି.ଏନ୍‌.ଏ.ରେ ମିଶିଯାଇଥିବ ମାଟିରେ ରହିଥିବା ଜୀବାଣୁଗୁଡ଼ିକର ଡି.ଏନ୍‌.ଏ. ଅଣୁ ମଧ୍ୟ। ତାହା ସାଙ୍ଗକୁ ହାଡ଼ ଖଣ୍ଡରୁ ଡି.ଏନ୍‌.ଏ.ର ନମୁନା ସଂଗ୍ରହ ଓ ଗବେଷଣାଗାରରେ ତା’ର ଅନୁଧ୍ୟାନ କଲା ବେଳେ ସେଥିରେ ବି ମିଶିଯାଇଥିବ ଅନୁଧ୍ୟାନକାରୀ ବୈଜ୍ଞାନିକମାନଙ୍କର ଡି.ଏନ୍‌.ଏ.। ସୁତରାଂ ନାନା ଉତ୍ସରୁ ଆସିଥିବା ଡି.ଏନ୍‌.ଏ. ଖଣ୍ଡଗୁଡିକରୁ କେବଳ ନିଣ୍ଡେରାଲ୍‌ଙ୍କ ଡି.ଏନ୍‌.ଏ. ଖଣ୍ଡଗୁଡ଼ିକୁ ଚିହ୍ନଟ କରିବା ଓ ସେଗୁଡିକୁ ଠିକ୍‌ ଭାବରେ ଯୋଡି ପରୀକ୍ଷା କରିବା ତ କାଠିକର ପାଠ। ପାବୋ କିନ୍ତୁ ଏହି ଆହ୍ବାନକୁ ଗ୍ରହଣ କରି ଗବେଷଣାରେ ବ୍ରତୀ ରହିଲେ। ତାଙ୍କର ଗବେଷଣା-ପ୍ରଚେଷ୍ଟା ଚାଲିଥିଲା କିଛି ଦଶକ ଧରି। ଶେଷରେ ତାଙ୍କୁ ସଫଳତା ମିଳିଗଲା। ନିଣ୍ଡେରଥାଲମାନଙ୍କ ଡି.ଏନ୍‌.ଏ. ଅଣୁର ସମ୍ପୂର୍ଣ୍ଣ ଗଠନ ବା ବିନ୍ୟାସ ଅନାବୃତ୍ତ କରିଦେଇପାରିଲେ ସେ।
ତେବେ ଜୀବକୋଷ ଭିତରେ ଡି.ଏନ୍‌.ଏ. ଅଣୁ ରହିଥାଏ ପ୍ରଧାନତଃ ଜୀବକୋଷର ନ୍ୟୁକ୍ଲିୟସ୍‌ରେ ଏବଂ ଖୁବ୍‌ କମ୍‌ ପରିମାଣରେ ଜୀବକୋଷର ମାଇଟୋକୋଣ୍ଡିଆରେ। ପାବୋ ଏବଂ ତାଙ୍କ ଅନୁଧ୍ୟାନ ପ୍ରଥମେ ଆରମ୍ଭ କରିଥିଲେ ସେହି ହାଡ଼ରୁ ସଂଗୃହୀତ ମାଇଟୋକୋଣ୍ଡିଆର ଡି.ଏନ୍‌.ଏ. ଉପରେ। ଡି.ଏନ୍‌.ଏ. ଅଣୁର ଗଠନ ବିନ୍ୟାସ ଅନୁଧ୍ୟାନ ପାଇଁ ପ୍ରଚଳିତ ରହିଆସିଥିବା ପରୀକ୍ଷା ପଦ୍ଧତିକୁ ପାବୋ ଅଧିକ ମାର୍ଜିତ କରିଥିଲେ ଏବଂ ମାଇଟୋକୋଣ୍ଡୀୟ ଡି.ଏନ୍‌.ଏ.ର କିଛି ଅଂଶର ଗଠନ ବିନ୍ୟାସ ନିର୍ଦ୍ଧାରଣ କରିବାରେ ସଫଳ ହୋଇଗଲେ। ପରେ ସେ ତାଙ୍କ ପରିବର୍ତ୍ତିତ ପଦ୍ଧତିକୁ ଆହୁରି ମାର୍ଜିତ ତଥା ନିଖୁଣ କରି ଏବଂ ସହ-ଗବେଷକମାନଙ୍କ ସାହାଯ୍ୟ ନେଇ ଅସମ୍ଭବକୁ ସମ୍ଭବ କରିଦେଲେ-ନିର୍ଦ୍ଧାରଣ କରିଦେଲେ ନିଣ୍ଡେରଥାଲ୍‌ ଜିନୋମ୍‌ର ସମ୍ପୂର୍ଣ୍ଣ ବିନ୍ୟାସ।
ନିଣ୍ଡେରନାଲ୍‌ ଜିନୋମର ବିନ୍ୟାସ ନିର୍ଦ୍ଧାରଣରେ ତାଙ୍କର ଗବେଷଣା ସୀମିତ ରହିଲାନି। ସେ ପ୍ରଥମ କରି ସନ୍ଧାନ ଦେଲେ ‘ଡେନିସୋଭା’ ନାମକ ଅନ୍ୟ ଏକ ପୂର୍ବଜ ମାନବ ଗୋଷ୍ଠୀଙ୍କ ସମ୍ବନ୍ଧରେ। ଏହି ପୂର୍ବଜ ମାନବଙ୍କ ସମ୍ବନ୍ଧରେ ପୂର୍ବରୁ କାହାରିକୁ କିଛି ଜଣା ନ ଥିଲା। ତେବେ ଡେନିସୋଭା ଗୋଷ୍ଠୀଙ୍କ ଡି.ଏନ.ଏ. ଅଣୁର ନମୁନାକୁ ପାବୋ ପାଇଲେ କେଉଁଠୁ? ଦକ୍ଷିଣ ସାଇବେରିଆସ୍ଥିତ ‘ଡେନିସୋଭା’ ନାମକ ଗୁମ୍ଫା ଭିତରୁ ମିଳିଥିବା ୪୦,୦୦୦ ବର୍ଷ ତଳର ଏକ ଆଙ୍ଗୁଠି ହାଡ଼। ସେହି ହାଡ଼ ଖଣ୍ଡରୁ ସେ ଆହରଣ କରିଥିଲେ ଡି.ଏନ୍‌.ଏ. ଅଣୁର ନମୁନା। ତାକୁ ଅନୁଧ୍ୟାନ କରି ଓ ତାହାର ଜିନ୍‌ ବିନ୍ୟାସ ନିର୍ଦ୍ଧାରଣ କରି ସେ ଜଗତକୁ ଜଣେଇଦେଲେ ଏହି ନୂତନ ମାନବଜାତିଙ୍କ ସମ୍ବନ୍ଧରେ। ‘ଡେନିସୋଭା’ ଗୁମ୍ଫାରୁ ମିଳିଥିବା ହାଡ ଖଣ୍ଡ ଅନୁଧ୍ୟାନ ଫଳରେ ଏହି ଆବିଷ୍କାର ସମ୍ଭବ ହୋଇଥିବାରୁ ସେହି ଆଦିମାନବକୁ ‘ଡେନିସୋଭା’ ବା ‘ଡେନିସୋଭାନ୍‌’ ଭାବରେ ନାମକରଣ କରିଥିଲେ ପାବୋ। (କ୍ରମଶଃ..)

ଡା. ନିତ୍ୟାନନ୍ଦ ସ୍ବାଇଁ
-‘ଅଭୀପ୍‌ସା’, ସେକ୍ଟର-୬, ପ୍ଲଟ ନଂ-୧୧୩୧, ଅଭିନବ ବିଡ଼ାନାସୀ, କଟକ-୧୪
ମୋ: ୮୩୨୮୯୭୫୧୧୮


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ବଡ଼ ଡିଲ୍‌: ଚାଇନା-ପାକିସ୍ତାନ ଛାନିଆ

ମେଲବୋର୍ନ,୯।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆଣ୍ଟୋନି ଆଲବାନିଜଙ୍କ ଉପସ୍ଥିତିରେ ମେଲବୋର୍ନରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ବାକ୍ଷରିତ ହୋଇଛି।…

ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି! ଶସ୍ତା ହେବ ମୋବାଇଲ୍-ଲାପ୍‌ଟପ୍‌, ସରକାର ନେଲେ ଏହି ପଦକ୍ଷେପ

ନୂଆଦିଲ୍ଲୀ,୯।୭: କେନ୍ଦ୍ର ସରକାର ସ୍ମାର୍ଟଫୋନ୍, ୱାୟାରଲେସ୍ ଚାର୍ଜର୍, କମ୍ପ୍ୟୁଟର, ଲାପଟପ୍, ସ୍ମାର୍ଟ ଟିଭି, ସ୍ମାର୍ଟୱାଚ୍ ଏବଂ ଫିଟନେସ୍ ବ୍ୟାଣ୍ଡ ଭଳି ଇଲେକ୍ଟ୍ରୋନିକ୍ ଜିନିଷରେ ବ୍ୟବହୃତ ଉପାଦାନଗୁଡ଼ିକ ଉପରେ…

ଦୃଷ୍ଟି ଦେଉନି ଜାତୀୟ ରାଜପଥ ବିଭାଗ: ଖାଲଖମାରେ ଫସିରହୁଛି ଗାଡି, ଯାତାୟାତ ବାଧାପ୍ରାପ୍ତ

ପଟ୍ଟାଙ୍ଗି,୯।୭(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ଠାରୁ ଅଳ୍ପ କିଛି ଦୂରରେ ଜାତୀୟ ରାଜପଥ ବିଭାଗ ପକ୍ଷରୁ ନୂତନ କରି ନିର୍ମାଣ…

ପାଠ ପଢ଼ିବାକୁ ଭୁବନେଶ୍ବର ଆସିଥିଲେ ଝିଆରୀ; ବଳାତ୍କାର କରୁଥିଲେ ମଉସା, ସହଯୋଗ କରୁଥିଲେ ମାଉସୀ

ଭୁବନେଶ୍ୱର,୯।୭(ପ୍ରସନଜିତ୍‌ ସାହୁ): ରାଜଧାନୀ ଭୁବନେଶ୍ୱରରେ ଏକ ବଳାତ୍କାର ଘଟଣା ସାମ୍ନାକୁ ଆସିଛି। ନୟାପଲ୍ଲୀ ଥାନା ଅନ୍ତର୍ଗତ ନୂଆସାହିସ୍ଥିତ ଏକ ଆପାର୍ଟମେଣ୍ଟରେ ଜଣେ ନାବାଳିକା ଝିଆରୀଙ୍କୁ ତାଙ୍କ ମଉସା…

ପିଏମ ମୋଦିଙ୍କ ସ୍ବାଗତ ପୂର୍ବରୁ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା: ସାରା ବିଶ୍ୱରେ ପଡିଗଲା ଚହଳ

ୱେଲିଂଟନ,୯।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ୩ଟି ଦେଶ ଗସ୍ତର ଦ୍ୱିତୀୟ ପର୍ଯ୍ୟାୟରେ ଏବେ ଅଷ୍ଟ୍ରେଲିଆରେ ପହଞ୍ଚିଛନ୍ତି। ଅଷ୍ଟ୍ରେଲିଆ ଗସ୍ତ ଶେଷ କରି ସେ ସେଠାରୁ ସିଧାସଳଖ…

ଜନ୍ମଦିନରେ ଘରକୁ ଫେରିଲା ଖେଳାଳିଙ୍କ ପାର୍ଥିବ ଶରୀର, କାନ୍ଦୁଛି ପୂରା ପରିବାର; ଆଖି ଭିଜାଇ ଦେବ ଏହି ଦୃଶ୍ୟ

କାବୁଲ: ଯେଉଁ ଦିନ ଜନ୍ମଦିନର ଖୁସି ମନାଯାଇଥାନ୍ତା, ସେହି ଦିନ ଘରକୁ ଫେରିଲା ପାର୍ଥିବ ଶରୀର। ଆଫଗାନିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶାପୁର ଜାଦ୍ରନଙ୍କ ଦେହାନ୍ତ ପରେ…

ଇଟାର ଜବାବ ପଥରରେ ଦେବୁ: ଆମେରିକାକୁ ଚେତାବନୀ ଦେଲା ଇରାନ

ଓ୍ବାଶିଂଟନ୍‌,୯।୭: ଆମେରିକା ପୁଣିଥରେ ଇରାନର ଅନେକ ସ୍ଥାନକୁ ଟାର୍ଗେଟ କରିଛି। ଇରାନ ଜୋରଦାର ପ୍ରତିକ୍ରିୟା ଦେଇ ବାହାରିନ ଏବଂ କୁଏତରେ ଥିବା ସ୍ଥାନଗୁଡ଼ିକୁ ଆକ୍ରମଣ କରିଛି। ଏହା…

ପତ୍ନୀ ଗୌରୀଙ୍କୁ ଏଭଳି ଉପହାର ଦେଲେ ଆମିର, ଯାହାକୁ ୧୩୧ ଜଣ କାରିଗର ମିଶି ୨୫୬ ଘଣ୍ଟାରେ କରିଛନ୍ତି ପ୍ରସ୍ତୁତ

ମୁମ୍ବାଇ: ବଲିଉଡର ସୁପରଷ୍ଟାର ଆମିର ଖାନ ଏବଂ ଗୌରୀ ସ୍ପ୍ରାଟ୍‌ ପରସ୍ପର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ନିକଟରେ ବାନ୍ଦ୍ରାସ୍ଥିତ ନିଜ ବାସଭବନରେ ପରିବାର ଏବଂ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri