ଆର୍ଥିକ ସ୍ଥିତି ଦେଖୁ ନ ଥିବାରୁ ଆପତ୍ତି

ଅନୁଗୋଳ ଅଫିସ, ୩୧ା୫: କରୋନା କାରଣରୁ କିଏ ଚାକିରି ହରାଇଛନ୍ତି ତ ଆଉ କିଏ ମାସ ମାସ ଧରି ବ୍ୟବସାୟରୁ ବଞ୍ଚିତ ରହିଛନ୍ତି। ଖଟିଖିଆ ଦିନମଜୁରିଆଙ୍କ ହାତରେ କାମ ନାହିଁ। ଲୋକଙ୍କ ଆର୍ଥିକ ସ୍ଥିତି ଅତି ଦୁର୍ବଳ ଅବସ୍ଥାରେ। ଏପରି କି କରୋନା ସଂକ୍ରମଣରୁ ସୁସ୍ଥ ହେବା ନିମନ୍ତେ ଔଷଧ କିଣିବାକୁ ଅନେକେ ଟଙ୍କା ମଧ୍ୟ ପାଉନାହାନ୍ତି। ଏପରି ସମୟରେ ପରିବାରରେ କାହାରି ମୃତ୍ୟୁ ହେଲେ ଶୁଦ୍ଧିକ୍ରିୟା ପାଇଁ ଯେତିକି ଅର୍ଥ ଦାବି କରାଯାଉଛି ତାହା ଏବେ ଆତ୍ମୀୟମାନଙ୍କ ଚିନ୍ତା ବଢ଼ାଇ ଦେଇଛି। ମୃତ୍ୟୁ କରୋନା ଜନିତ ହେଉ ଅବା ବାର୍ଦ୍ଧକ୍ୟ, ପରିବାରର ଆର୍ଥିକ ସ୍ଥିତି ନ ଦେଖି ବିଭିନ୍ନ କ୍ରିୟାକର୍ମ କରିବାକୁ ଅଧିକ ଟଙ୍କା ମଗାଯାଉଥିବାରୁ ତାହାକୁ ନେଇ ଆପତ୍ତି ଉଠାଇଛନ୍ତି ଅନୁଗୋଳ ସହରବାସୀ। ଶ୍ମଶାନରେ ମୃତଦେହ ସଂସ୍କାର ନିମନ୍ତେ ଆବଶ୍ୟକ ସାମଗ୍ରୀଗୁଡ଼ିକର ଦର ଯେପରି ସରକାରଙ୍କ ପକ୍ଷରୁ ଧାର୍ଯ୍ୟ କରାଯାଇଛି, ଶୁଦ୍ଧିକ୍ରିୟା କ୍ଷେତ୍ରରେ ଠିକ୍‌ ସେପରି ଦର ଘୋଷଣା କରିବାକୁ ସେମାନେ ଦାବି କରିଛନ୍ତି।
କରୋନା କେବଳ ଲୋକଙ୍କ ରୋଜଗାର ହ୍ରାସ କରିନି, ବହୁ ପରିବାରରୁ ଏକାଧିକ ସଦସ୍ୟଙ୍କୁ ଛଡ଼ାଇ ନେଇଛି। କିଏ ମା-ବାପାଙ୍କୁ ହରାଇଛନ୍ତି ତ ଆଉ କିଏ ରୋଜଗାରିଆ ଝିଅ, ପୁଅଙ୍କୁ ହରାଇ ଆଖିରୁ ଅଶ୍ରୁ ଗଡ଼ାଉଛନ୍ତି। କେଉଁ ପରିବାରରେ ଉଭୟ ବାପ-ପୁଅଙ୍କ ମୃତ୍ୟୁ ହୋଇଥିବା ମଧ୍ୟ ଦେଖାଯାଇଛି। ଆତ୍ମୀୟଙ୍କୁ ହରାଇ ଦୁଃଖ ଓ ଶୋକରେ ଡୁବିଥିବା ଏପରି ଲୋକଙ୍କ ନିକଟରୁ ଶୁଦ୍ଧିକ୍ରିୟା ପାଇଁ ପୂର୍ବାପେକ୍ଷା ବହୁ ଅଧିକ ଅର୍ଥ ଦାବି କରାଯିବା ଅନେକଙ୍କୁ ଆଶ୍ଚର୍ଯ୍ୟ କରୁଛି। କିଛିଦିନ ତଳେ ଅନୁଗୋଳ ସହର ରାଜକିଶୋରପଡ଼ାରେ ଜଣେ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଥିଲା। କେବଳ କ୍ରିୟାକର୍ମ ବାବଦରେ ତାଙ୍କ ପରିବାର ନିକଟରୁ ୨୫ ହଜାରରୁ ଅଧିକ ଟଙ୍କା ନିଆଯାଇଥିଲା। ପୂର୍ବରୁ ଏସବୁ କାର୍ଯ୍ୟ ପାଇଁ ୫ ହଜାରରୁ କମ୍‌ ଟଙ୍କା ଖର୍ଚ୍ଚ ହେଉଥିବାବେଳେ ଏବେ ୫ ଗୁଣା ଅଧିକ ଅର୍ଥ ଦାବି କରାଯିବା ସମ୍ପୃକ୍ତ ପରିବାର ଲୋକଙ୍କୁ ଆର୍ଥିକ ସଙ୍କଟରେ ପକାଇ ଦେଇଥିଲା। ସେହିପରି ୧୫ ଦିନ ତଳେ ଶିମିଳିପଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିଲା। ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ। କୋଭିଡ୍‌ରେ ତାଙ୍କ ମୃତ୍ୟୁ ହୋଇ ନ ଥିଲେ ମଧ୍ୟ ପ୍ରାୟ ସମାନ ପରିମାଣର ଅର୍ଥ ଶୁଦ୍ଧିକ୍ରିୟା ପାଇଁ ଦାବି କରାଯାଇଥିଲା। ପାଖରେ ଏତେ ଟଙ୍କା ନ ଥିବାରୁ ପରିବାର ଲୋକଙ୍କୁ ଏଥିପାଇଁ କରଜ କରିବାକୁ ପଡ଼ିଥିଲା। କରୋନା ଯୋଗୁ ଲୋକଙ୍କ ଦୈନନ୍ଦିନ ଜୀବନ ବହୁ କଷ୍ଟରେ ବିତୁଥିବାବେଳେ ଶୁଦ୍ଧିକ୍ରିୟା ପାଇଁ ଏତେ ପରିମାଣର ଅର୍ଥ ଦାବି କରାଯିବା ବୋଝ ଉପରେ ନଳିତା ବିଡ଼ା ପରି ହେଉଥିବା ସହରବାସୀ ପ୍ରକାଶ କରିଛନ୍ତି। ଏ ନେଇ ଜିଲା ପ୍ରଶାସନ କିମ୍ବା ରାଜ୍ୟ ସରକାର କିଛି ସ୍ବତନ୍ତ୍ର ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି।

ବାଧୁଛି କ୍ରିୟାକର୍ମ ବାବଦ ଅର୍ଥ ଦାବି
କରୋନା ସମୟରେ ସବୁଠି ଚଢ଼ା ଦର ନିଆଯାଉଛି। ଏଥିରୁ ବାଦ୍‌ ପଡ଼ିନି ଶୁଦ୍ଧିକ୍ରିୟା ବାବଦ ଖର୍ଚ୍ଚ। ଏଥିପାଇଁ ଯେପରି ଭାବେ ମୋଟା ଅଙ୍କର ଅର୍ଥ ଦାବି କରାଯାଉଛି ତାହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ। ପୂର୍ବରୁ ଯେଉଁ କାର୍ଯ୍ୟ ମାତ୍ର ୫ ହଜାର ଟଙ୍କାରେ ହୋଇଯାଉଥିଲା, ତାହା ପାଇଁ ଏବେ ୨୫ ହଜାର ଟଙ୍କା ଦେବାକୁ ପଡ଼ୁଛି।
-ସରୋଜ କୁମାର ଜେନା, ଅନୁଗୋଳ

ମାନବିକତା ମରିଯିବା ପରି ଲାଗୁଛି
ଜଣେ ସଦସ୍ୟଙ୍କ ପ୍ରାଣହାନି ହୋଇଥିବାରୁ ସମ୍ପକ୍ତ ପରିବାରକୁ ସହାନୁଭୂତି ସହ ସବୁଆଡ଼ୁ ସହଯୋଗ ମିଳିବା କଥା। କିନ୍ତୁ ଶୁଦ୍ଧିକ୍ରିୟା ପାଇଁ ଆତ୍ମୀୟଙ୍କଠାରୁ ଯେପରି ମୋଟା ଅଙ୍କର ଅର୍ଥ ଦାବି କରାଯାଉଛି, ସେଥିରୁ ମାନବିକତା ମରିଯିବା ପରି ଲାଗୁଛି। ବିପତ୍ତି ସମୟରେ ଏପରି କରାଯିବା ଆଦୌ ଗ୍ରହଣୀୟ ନୁହେଁ।
-ଉପେନ୍ଦ୍ର ଶର୍ମା, ଅନୁଗୋଳ

ପକେଟ ଦେଖି ଅର୍ଥ ନିଆଯିବା ଦରକାର
ଅନେକ ସମୟରେ ମୃତକଙ୍କ ପରିବାର ଲୋକେ ମଧ୍ୟ ଆକ୍ରାନ୍ତ ହୋଇଥାନ୍ତି। କିନ୍ତୁ ଟେଷ୍ଟ କରି ନ ଥିବାରୁ ସେମାନଙ୍କୁ ନେଇ କ୍ରିୟାକର୍ମ କରିବାରେ ବିପଦ ଆଶଙ୍କା ରହିଛି। ବିଧି ଅନୁଯାୟୀ ସମସ୍ତ କର୍ମ ଜରୁରୀ ହୋଇଥିବାରୁ ଏଥିରେ ସମ୍ପୃକ୍ତ ବ୍ୟକ୍ତିମାନେ ଅଧିକ ଅର୍ଥ ଦାବି କରୁଛନ୍ତି। ତେବେ ପକେଟ ଦେଖି ଅର୍ଥ ନିଆଗଲେ ଆପତ୍ତି ନାହିଁ।
-ପ୍ରହଲ୍ଲାଦ ସାହୁ, ଅନୁଗୋଳ

ପ୍ରଶାସନ ଅବଗତ ଅଛି
ଏପରି ଆପତ୍ତି ସମ୍ପର୍କରେ ପ୍ରଶାସନ ଅବଗତ ରହିଛି। ବିଭିନ୍ନ ସମୟରେ ଲୋକମାନେ ସମାନ ଅଭିଯୋଗ ଆଣୁଛନ୍ତି। ଏ ନେଇ ଜିଲାର ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଅବଗତ କରାଯିବ। ଏହାପରେ ଯେଉଁ ନିଷ୍ପତ୍ତି ନିଆଯିବ, ତାହା ସର୍ବସାଧାରଣଙ୍କୁ ଜଣାଇ ଦିଆଯିବ।
-ଗିରିଜା ଶଙ୍କର ମଲ୍ଲିକ, ପୌର ନିର୍ବାହୀ ଅଧିକାରୀ


Enter your email to get our daily news in your inbox.

All Right Reserved By Dharitri.Com

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…

ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…

ଚଳନ୍ତା ଟ୍ରେନ୍‌ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…

ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…

ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍‌ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…

ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…

ବିଦ୍ୟୁତ୍‌ କାଟ୍‌କୁ ନେଇ ବଢୁଛି ଅସନ୍ତୋଷ

ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍‌ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍‌ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…

୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା

ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…

ଏପ୍ରିଲ ୧ରୁ ଆରମ୍ଭ ହେବ ମାରାଗୁଡ଼ା ଲୋକମହୋତ୍ସବ

ନୂଆପଡ଼ା,୨୭ା୩(ମକାରୁ ବେମାଲ): ନୂଆପଡ଼ା ଜିଲାର ଐତିହ୍ୟ, ଲୋକକଳା ଓ ସଂସ୍କୃତିର ମହାପାର୍ବଣ ମାରାଗୁଡ଼ା ଲୋକମହୋତ୍ସବ ଆସନ୍ତା ଏପ୍ରିଲ ୧ରୁ ୫ ତାରିଖ ପର୍ଯ୍ୟନ୍ତ ନୂଆପଡ଼ାର ନ୍ୟାଶନାଲ ମହାବିଦ୍ୟାଳୟ…

ଖେଳାଳିଙ୍କ ଗସ୍ତ ଉପରେ କଟକଣା ଲଗାଇଲା ଇରାନ

ତେହେରାନ,୨୭ା୩: ଇରାନ ଶତ୍ରୁରାଷ୍ଟ୍ର ଭାବେ ବିବେଚନା ଦେଶଗୁଡ଼ିକୁ ଖେଳାଳିଙ୍କ ଗସ୍ତ ଉପରେ କଟକଣା ଜାରି କରିଛି। ସାଉଦି ଆରବରେ ଟ୍ରାକ୍ଟର ଏଫ୍‌ସି ବିପକ୍ଷ ଗେମ୍‌ ପୂର୍ବରୁ ଇରାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri