ଟେକ୍ନିକାଲ ରିସେସନ, ସେନ୍‌ସେକ୍ସ ସ୍ତର ୫୦ ହଜାର

ନୂଆଦିଲ୍ଲୀ: ୨୦୧୯ ମେ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱିତୀୟ ପାଳି ଆରମ୍ଭ କରିଥିଲେ। ୨୦୨୪ ସୁଦ୍ଧା ଭାରତୀୟ ଅର୍ଥ ବ୍ୟବସ୍ଥାକୁ ୫ ଟ୍ରିଲିୟନ ଡଲାରରେ ପହଞ୍ଚାଇବା ସରକାରଙ୍କ ଲକ୍ଷ୍ୟ ଥିଲା। ଆର୍ଥତ୍କ ଅଭିବୃଦ୍ଧିକୁ ତ୍ୱରାନ୍ବିତ କରିବା ଲାଗି ସରକାର ଯେତେବେଳେ ବିଭିନ୍ନ ସଂସ୍କାର ପ୍ରକ୍ରିୟା ଆରମ୍ଭ କଲେ ସେତେବେଳେ କରୋନା ମହାମାରୀ ପ୍ରଭାବ ବଜାରକୁ ସଙ୍କଟ ସ୍ଥିତିକୁ ଠେଲି ଦେଇଛି। ଗତ ୨ ବର୍ଷରେ ସରକାର ବିଭିନ୍ନ ଯୋଜନା ଆରମ୍ଭ କରିଛନ୍ତି। ଏଭଳି ସ୍ଥିତିରେ ଭାରତ ପ୍ରଥମ ଟେକ୍ନିକାଲ ରିସେସନର ସାମ୍ନା କରିଛି। ଇତିହାସରେ ପ୍ରଥମ ଥର ଲାଗି ବଜାର ଏଭଳି ସମସ୍ୟା ଦେଇ ଗତି କରିଛି। ଗତ ଆର୍ଥତ୍କ ବର୍ଷ ପ୍ରଥମ ତ୍ରୈମାସରେ ଲକ୍‌ଡାଉନ ଯୋଗୁ ଜିଡିପି ୨୪.୪% ହ୍ରାସ ହୋଇଛି। ଆର୍ଥତ୍କ ବର୍ଷ ସାରା ଜିଡିପି ୮% ଖସିବା ନେଇ ସରକାର ଆକଳନ କରିଛନ୍ତି। ଜିଡିପି ୭.୭% ଖସିବ ବୋଲି ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ଆକଳନ କରିଥିଲା। ହେଲେ ଏହାଠାରୁ ଜିଡିପି ବେଶି ପ୍ରଭାବିତ ହୋଇଛି। ଚଳିତ ଆର୍ଥତ୍କ ବର୍ଷରେ ଜିଡିପି ଉନ୍ନତ ହେବା ସହ ପ୍ରାୟ ୯% ରହିପାରେ ବୋଲି ବିଶ୍ୱସ୍ତରୀୟ ଏଜେନ୍ସିଗୁଡିକ ଆକଳନ କରିଛନ୍ତି। ଉଲ୍ଲେଖଯୋଗ୍ୟ, କରୋନା ଯୋଗୁ ବିଶ୍ୱ ଅର୍ଥ ବ୍ୟବସ୍ଥାକୁ ୨୦୨୦ରେ ୩.୭ ଟ୍ରିଲିୟନ ଡଲାର ଧକ୍କା ଲାଗିଛି।
କରୋନା ପ୍ରଭାବକୁ କମାଇବା ଲାଗି ସରକାର ୩ଟି ପର୍ଯ୍ୟାୟରେ ଆତ୍ମ ନିର୍ଭର ପ୍ୟାକେଜ୍‌ ଘୋଷଣା କରିଛନ୍ତି। ବିଜ୍‌ନେସ ଏବଂ ଏମ୍‌ଏସ୍‌ଏମ୍‌ଇ ଲାଗି ୩ ଲକ୍ଷ କୋଟି ଟଙ୍କାର ବନ୍ଧକ ମୁକ୍ତ ଋଣ, ଚାପଗ୍ରସ୍ତ ଏମ୍‌ଏସ୍‌ଏମ୍‌ଇ ଲାଗି ୨୦ ହଜାର କୋଟିର ସବ୍‌ଅର୍ଡିନେଟ୍‌ ଡେଟ୍‌, ଏମ୍‌ଏସ୍‌ଏମ୍‌ଇ ଫଣ୍ଡ୍‌ସ ଅଫ୍‌ ଫଣ୍ଡ୍‌ରେ ୫୦ ହଜାର କୋଟିର ଇକ୍ୱିଟି, ୨୦୦ କୋଟି ଟଙ୍କା ପର୍ଯ୍ୟନ୍ତ କାର୍ଯ୍ୟ ଉପରେ ଗ୍ଲୋବାଲ ଟେଣ୍ଡରକୁ ବାତିଲ, ମୁଦ୍ରା ଶିଶୁ ଲୋନ୍‌ରେ ୧୫ ଶହ କୋଟିର ଆଶ୍ୱସ୍ତି ଭଳି ଅନ୍ୟ ପ୍ରମୁଖ ପଦକ୍ଷେପ ରହିଥିଲା। ଦ୍ୱିତୀୟ ପର୍ଯ୍ୟାୟ ପ୍ୟାକେଜ୍‌ରେ ସଡ଼କ ଭିତ୍ତିଭୂମି ପାଇଁ ଅତିରିକ୍ତ ପୁଞ୍ଜି, ପୁଞ୍ଜି ଖର୍ଚ୍ଚକୁ ପ୍ରୋତ୍ସାହନ, ଏଲ୍‌ଟିସି ଭାଉଚର ସ୍କିମ୍‌, ଫେଷ୍ଟିଭ ବୋନସ ଦିଆଯାଇଥିଲା। ସେହିଭଳି ତୃତୀୟ ପର୍ଯ୍ୟାୟରେ ବିନିର୍ମାଣ କ୍ଷେତ୍ର ଉତ୍ପାଦନ ସଂଯୋଗୀ ପ୍ରୋତ୍ସାହନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅତିରିକ୍ତ ବ୍ୟୟବରାଦ, ଗ୍ରାମୀଣ ନିଯୁକ୍ତିକୁ ପ୍ରୋତ୍ସାହନ, ଭାକ୍ସିନ ଉନ୍ନତୀକରଣ ଲାଗି ଗ୍ରାଣ୍ଟ, ଆତ୍ମନିର୍ଭର ଭାରତ ରୋଜଗାର ଯୋଜନା, କୃଷି କ୍ଷେତ୍ରକୁ ଉତ୍ସାହିତ କରିବା ଲାଗି ସାର ସବ୍‌ସିଡି ଏବଂ ରପ୍ତାନି ପ୍ରୋତ୍ସାହନ ଯୋଜନା ଗ୍ରହଣ କରାଯାଇଥିଲା।
ଏହି ସମୟ ଅବଧିରେ ଦେଶ ମଧ୍ୟରେ ବେରୋଜଗାରୀ ହାର ଅହେତୁକ ଭାବେ ବଢିଛି। ଦ୍ୱିତୀୟ ଲହର ଯୋଗୁ ବର୍ତ୍ତମାନ ନିଯୁକ୍ତି ବଜାର ପ୍ରଭାବିତ ହୋଇରହିଛି। ସେଣ୍ଟର ଫର ମନିଟରିଂ ଇଣ୍ଡିଆନ ଇକୋନୋମି(ସିଏମ୍‌ଆଇଇ) ଡାଟା ମୁତାବକ ପୁଣି ଥରେ ବେକାରି ହାର ବଢିଚାଲିଛି। ଗତ ବର୍ଷ ମେ ମାସରେ ଏହା ୨୩.୫% ସ୍ତରରେ ଥିଲା। ଅନଲକ୍‌ ପରେ ଏଥିରେ ସୁଧାର ଆସିଥିବା ବେଳେ ଦ୍ୱିତୀୟ ଲହର ଯୋଗୁ ଏହା ପୁଣି ଥରେ କ୍ଷତିଗ୍ରସ୍ତ ହୋଇଛି। ଚଳିତ ମାସ ୨୩ ସୁଦ୍ଧା ସାପ୍ତାହିକ ବେରୋଜଗାରୀ୧୪.୭% ସ୍ତରରେ ଥିଲା। ଏହାର ପୂର୍ବ ସପ୍ତାହରେ ଏହା ୧୪.୫% ଥିଲା। ଚଳିତ ବର୍ଷ ଏପ୍ରିଲ ପରଠାରୁ ବେକାରି ହାର ଲଗାତର ଉଚ୍ଚରେ ରହୁଥିବା ନଜରକୁ ଆସିଛି।
ଦେଶର ପୁଞ୍ଜି ବଜାରରେ ବର୍ତ୍ତମାନ ଊର୍ଦ୍ଧ୍ୱଗାମୀ ଧାରା ଲାଗି ରହିଛି। ଚଳିତ ବର୍ଷ ଜାନୁୟାରୀ ୨୨ରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ(ବିଏସ୍‌ଇ) ପ୍ରଥମଥର ଲାଗି ୫୦ ହଜାର ପଏଣ୍ଟ ସ୍ତର ଛୁଇଁଥିଲା। କୋଭିଡ୍‌ ପାଇଁ ୨୦୨୦ ମାର୍ଚ୍ଚରେ ସେନ୍‌ସେକ୍ସ ରେକର୍ଡ ନିମ୍ନ ସ୍ତରକୁ ଖସିଥିଲେ ମଧ୍ୟ ପରେ ଏଥିରେ ସୁଧାର ତ୍ୱରାନ୍ବିତ ହୋଇଛି। ଉଭୟ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ ଏବଂ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ ବର୍ତ୍ତମାନ ବଢିଚାଲିଛି। ଏହି ଅବଧିରେ ସେନ୍‌ସେକ୍ସ ୧୬% ବଢିଛି। ମୋଦି ଶାସନ କ୍ଷମତାକୁ ଆସିବା ପରେ ସେନ୍‌ସେକ୍ସ ପ୍ରାୟ ୨ ଗୁଣ ବଢିଛି। ବିଏସ୍‌ଇରେ ସୂଚୀଭୁକ୍ତ କମ୍ପାନୀଗୁଡିକର ବଜାର ପୁଞ୍ଜୀକରଣ ୩ ଟ୍ରିଲିୟନ ଡଲାର ଟପିଛି। ଏହାବାଦ୍‌ ଗତ ୨୮ ବର୍ଷ ମଧ୍ୟରେ ୨୦୧୯ରେ ସରକାର ବେସ୍‌ କର୍ପୋରେଟ ଟିକସ ୩୦ରୁ ୨୨%କୁ ଖସାଇଛନ୍ତି। ନିବେଶରେ ଭାରତକୁ ବିଶ୍ୱ ସ୍ତରରେ ଆହୁରି ପ୍ରତିଦ୍ୱନ୍ଦ୍ୱୀ କରିବା ଲାଗି ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ୨୦୧୯ ଅକ୍ଟୋବର ପହିଲାରେ ନୂଆ ମାନୁଫାକ୍‌ଚରିଂ ଫାର୍ମଗୁଡିକ ଲାଗି ୨୫ରୁ ୧୫%କୁ ହ୍ରାସ କରାଯାଇଥିଲା। ସେହିଭଳି ୨୦୧୯ ଅଗଷ୍ଟ ୩୦ରେ ସରକାର ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ମେଗା ମିଶ୍ରଣ ଯୋଜନାକୁ କାର୍ଯ୍ୟକାରୀ କରାଇଛନ୍ତି। ମୋଟାମୋଟି ଭାବେ କହିବାକୁ ଗଲେ ସରକାର ପୂର୍ବ ଢାଞ୍ଚାରେ ପରିବର୍ତ୍ତନ ଆଣି ରାଷ୍ଟ୍ରାୟତ୍ତ କମ୍ପାନୀଗୁଡିକ ପରିବର୍ତ୍ତେ ଘରୋଇକରଣ ପ୍ରକ୍ରିୟାକୁ ଏବେ ଅଗ୍ରାଧିକାର ଦେଉଛନ୍ତି। ଦେଶ ମଧ୍ୟରେ ନିଯୁକ୍ତି ଏବେ ମଧ୍ୟ ଚ୍ୟାଲେଞ୍ଜିଂ ସ୍ଥିତିରେ ରହିଛି। କରୋନାର ଦ୍ୱିତୀୟ ଲହର ପରେ ଜିଡିପିକୁ ସୁଧାରିବା ଏବଂ ନିଯୁକ୍ତି ସୃଷ୍ଟି କରିବା ସରକାରଙ୍କ ଲାଗି ବଡ଼ ଆହ୍ବାନ ହେବ ବୋଲି ବଜାର ବିଶେଷଜ୍ଞ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେତୁଙ୍କ ବକ୍ରି ଚଳନ: ଚମକିବ ୪ ରାଶିଙ୍କ ଭାଗ୍ୟ, ପ୍ରବଳ ଧନବର୍ଷାକୁ ବଡ଼ କମ୍ପାନୀରୁ ଅଫର୍‌

କେତୁ ଗ୍ରହ ସର୍ୱଦା ଓଲଟା ଚଳନ (ବକ୍ରୀ) କରନ୍ତି। ଆଜି କେତୁ ମଘା ନକ୍ଷତ୍ରର ଦ୍ୱିତୀୟ ପଦରୁ ପ୍ରଥମ ପଦକୁ ଚଳନ କରିବାକୁ ଯାଉଛନ୍ତି। କେତୁଙ୍କର ଏହି…

ଏସିଆନ ଗେମ୍ସରେ ଇତିହାସ ରଚିଲେ ପ୍ରଣବୀ: ଗଲ୍ଫରେ କଲେ ବଡ଼ କାରନାମା

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ଗଲ୍ଫ ପାଇଁ ଆସିଛି ବଡ଼ ସଫଳତା। ଭାରତୀୟ ଗଲ୍ଫର୍‌ ପ୍ରଣବୀ ଶରଥ ଉର୍ସ ମହିଳା ଗଲ୍ଫରେ ସ୍ବର୍ଣ୍ଣ ପଦକ ଜିତି…

ସ୍ବର୍ଣ୍ଣ ଜିତିଲେ ଆଦିବାସୀ ଝିଅ ଝରଣା: ଶ୍ରମିକ ମା’ବାପାଙ୍କ ଝିଅଙ୍କ ସଫଳତାରେ ଜିଲା ଗର୍ବିତ

ଅମରପାଲି,୩ା୧୦(ପୀତାମ୍ବର ସାହୁ):ଦୃଢ଼ ଇଚ୍ଛାଶକ୍ତି, ଅଧ୍ୟବସାୟ ଓ ନିରନ୍ତର ପରିଶ୍ରମ ଆଗରେ ହାର ମାନିଛି ଆର୍ଥିକ ଅନଟନ। ଏହାର ଉଦାହରଣ ସାଜିଛନ୍ତି ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ସଂଗ୍ରାମପୁର…

୧୭ ବର୍ଷୀୟା କୁମକୁମଙ୍କ ହ୍ୟାଟ୍ରିକ୍‌: ଏସିଆନ ଗେମ୍ସରେ ପୁଣି ସ୍ବର୍ଣ୍ଣ ଜିତି ରଚିଲେ ଇତିହାସ

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ତୀରନ୍ଦାଜଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି। ମାତ୍ର ୧୭ ବର୍ଷ ବୟସରେ କୁମକୁମ ମୋହଦ ଭାରତକୁ ଦେଇଛନ୍ତି ୧୭ତମ ସ୍ବର୍ଣ୍ଣ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ସାଇକେଲରେ ଗାଁକୁ ଯାଉଥିଲେ କଷ୍ଟୁ: ହଠାତ୍‌ ଆକ୍ରମଣ କଲା ବାର୍‌ହା, ଆଉ ତା’ପରେ ଘଟିଲା…

ଦେବଗଡ଼/ରିଆମାଳ ୩।୧୦(ଶଶାଙ୍କ ଶେଖର ଝାଙ୍କର/ବଦ୍ରିନାରାୟଣ ଅଗ୍ରୱାଲା), ୩।୧୦: ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ କୁରଡ଼ପୋଷି ଗ୍ରାମରେ ଜଙ୍ଗଲୀ ବାର୍‌ହା ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ…

ଦୀପାବଳି ପୂର୍ବରୁ ଖୁସିଖବର: ରାଶନ କାର୍ଡଧାରୀଙ୍କୁ ମାଗଣା ମିଳିବ ଗ୍ୟାସ ସିଲିଣ୍ଡର! ଜାଣନ୍ତୁ କେମିତି ଉଠାଇବେ ଲାଭ

୩।୧୦: ଦୀପାବଳି ପର୍ବ ପୂର୍ବରୁ ରୋଷେଇ ଗ୍ୟାସ ସିଲିଣ୍ଡରକୁ ନେଇ ସାଧାରଣ ଲୋକଙ୍କ ପାଇଁ ବଡ଼ ଖବର ସାମ୍ନାକୁ ଆସିଛି। ଦିଲ୍ଲୀ ସରକାର ରାଶନ କାର୍ଡଧାରୀ ପରିବାରଙ୍କୁ…

ଆଜି ଭାରତ ପାଇଁ ଐତିହାସିକ ଦିନ: ୨୮ ବର୍ଷ ପରେ ପୁଣି ଦୋହରାଇବ ଇତିହାସ, ୨ ଦେଶ ବିପକ୍ଷରେ…

ନୂଆଦିଲ୍ଲୀ,୩।୧୦: ଭାରତୀୟ କ୍ରିକେଟ ପାଇଁ ଆଜି ଅର୍ଥାତ୍‌ ଅକ୍ଟୋବର ୩ ଏକ ଐତିହାସିକ ଦିନ ହେବାକୁ ଯାଉଛି। ଏହି ଦିନ ଭାରତୀୟ କ୍ରିକେଟ ଟିମ ଗୋଟିଏ ଦିନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?