ବିଜେଡି ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ମନ୍ଦିରରେ ଶପଥ

ନୟାଗଡ଼,୨ା୪ (ଲୋକନାଥ ମିଶ୍ର):ନୟାଗଡ଼ ଜିଲା ଓଡ଼ଗାଁ ବ୍ଲକର ପ୍ରସିଦ୍ଧ ଶୈବପୀଠ ଯାମୁପାଟଣାସ୍ଥିତ ଦୁତୀକେଶ୍ୱର ମନ୍ଦିରରେ ସୋମବାର ନୟାଗଡ଼ ନିର୍ବାଚନମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ଅରୁଣ କୁମାର ସାହୁଙ୍କୁ ଭୋଟ ଦେବା, ବିଜୟ ପାଇଁ ନୟାଗଡ଼ ବ୍ଲକର ସରପଞ୍ଚ ଓ ସମିତିସଭ୍ୟ ଶପଥ ପାଠ କରିଥିବା ଭିଡିଓ ଭାଇରାଲ ହୋଇଛି। ଏପରିକି ନୟାଗଡ଼ ବିଧାୟକ ମନ୍ଦିରରେ ଉପସ୍ଥିତ ଥାଇ ଶପଥ ପାଠ କରାଇବାରେ ସହଯୋଗ କରୁଥିବା ଭାଇରାଲ ଭିଡିଓରେ ରହିଛି। ସେହିପରି ନୂଆଗାଁ ବ୍ଲ୍ଳକ ମାଳିସାହି ଗତିଶ୍ୱର ମହାବିଦ୍ୟାଳୟର ଅଧ୍ୟାପକ ପ୍ରଶାନ୍ତ କୁମାର ବେହେରା ପତ୍ନୀ କ୍ରୀଦାଶପୁର ସରପଞ୍ଚ ସଞ୍ଜୁବାଳା ବିଶ୍ୱାଳଙ୍କ ସହ ମିଶି ଶପଥ ପାଠ କରିବାର ଭିଡିଓ ଅଧିକ ପରିମାଣର ଭାଇରାଲ ହୋଇଛି। ସରପଞ୍ଚ ପତ୍ନୀଙ୍କ ସହ ଜଣେ ଅଧ୍ୟାପକ କିପରି ବିଜେଡିକୁ ଭୋଟ ଦେବାକୁ ଶପଥ ନେଉଛନ୍ତି ସେନେଇ ପ୍ରଶ୍ନ ଉଠାଇ ଜିଲାପାଳଙ୍କୁ ସମାଜିକ କର୍ମୀ ସନ୍ତୋଷ ପ୍ରଧାନ ଫେରାଦ ହୋଇଛନ୍ତି। ଅନ୍ୟପକ୍ଷେ ନୟାଗଡ଼ ଜିଲା ଜିଲା ପରିଷଦ ସଦସ୍ୟ ସରପଞ୍ଚ ଓ ସମିତିସଭ୍ୟମାନଙ୍କୁ ମନ୍ଦିରରେ ଭୋଟ ପାଇଁ ଶପଥ ପାଠ କରାଉଥିବାରୁ ଆଚରଣ ବିଧି ଉଲ୍ଲଘଂନ ନେଇ ଜିଲାପାଳ ଓ ନିର୍ବାଚନ କମିଶନରଙ୍କୁ ଟୁଇଟ କରି ତଦନ୍ତ ପାଇଁ ଅନୁରୋଧ କରିଛନ୍ତି।
ଏ ନେଇ ଭାଜପା ନେତ୍ରୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂ କହିଛନ୍ତି, ଭୋଟ ପାଇଁ ମନ୍ଦିରରେ ଶପଥ ପାଠ କରାଇବା ଆଦର୍ଶ ଆଚରଣ ବିଧିର ଉଲ୍ଲଘଂନ ହୋଇଛି। ପୁଣି ଜଣେ ମହିଳା ସରପଞ୍ଚଙ୍କ ସ୍ବାମୀ ଅଧ୍ୟାପକ ହୋଇ ବିଜେଡି ଦଳକୁ ଭୋଟ ଦେବାକୁ ଶପଥ ନେଇଛନ୍ତି। ଏଭଳି ହେବା ଦ୍ୱାରା ନିର୍ବାଚନର ସ୍ବଚ୍ଛତା ଉପରେ ପ୍ରଶ୍ନ ଉଠିଛି। ଭାଜପା ଏହାର ପ୍ରତିବାଦ କରିଛି। ଏ ନେଇ ନିର୍ବାଚନ କମିଶନରଙ୍କୁ ଫେରାଦ୍‌ ଦିଆଯିବ ବୋଲି କହିଛନ୍ତି। କଂଗ୍ରେସ ଜିଲା ସଭାପତି ରଣଜିତ ଦାଶ କହିଛନ୍ତି, ମନ୍ଦିରରେ ସରପଞ୍ଚ ଓ ସମିତିସଭ୍ୟଙ୍କୁ ନିୟମ କରାଇ ବିଜେଡି ଦଳକୁ ଭୋଟ ଦେବାକୁ ବାଧ୍ୟ କରାଇବା ଘଟଣା ଛୋଟ ଇସ୍ୟୁ ନୁହେଁ। ନିର୍ବାଚନ କମିଶନ ଏହାକୁ ଗୁରୁତ୍ୱ ଦେଇ ଭାଇରାଲ ଭିଡିଓର ତଦନ୍ତ କରିବା ଦରକାର। ଅନ୍ୟପକ୍ଷେ ଅଭିଯୋଗ ହୋଇଥିବା ଘଟଣାର ତଦନ୍ତ କରି ପଦକ୍ଷେପ ନିଅନ୍ତୁ। କଂଗ୍ରେସ ଏ ନେଇ ପ୍ରତିବାଦ କରିଛି, ତଦନ୍ତ ପାଇଁ ନିର୍ବାଚନ କମିଶନର ଓ ଜିଲାପାଳଙ୍କୁ ଟୁଇଟ କରିଛି ବୋଲି ସେ କହିଛନ୍ତି। ଭାଜପା କର୍ମୀ ତଥା ଲକ୍ଷ୍ମୀପ୍ରସାଦ ପଞ୍ଚାୟତର ପୂର୍ବତନ ସରପଞ୍ଚ ସୌମ୍ୟ ରଞ୍ଜନ ପ୍ରଧାନ କହିଛନ୍ତି, ହାରିବାର ଭୟ ଅଧିକ ହେବାରୁ ଭୋଟ ପାଇବାକୁ ସରପଞ୍ଚ ଓ ସମିତିସଭ୍ୟଙ୍କୁ ଶପଥ ପାଠ ମନ୍ଦିରରେ କରାଯାଉଛି। ପୁଣି ନିଜେ ବିଧାୟକ ଉପସ୍ଥିତ ରହି ଶପଥ ପାଠରେ ସହଯୋଗ କରିବା ନିର୍ବାଚନର ସ୍ବଚ୍ଛତା ଉପରେ ପ୍ରଶ୍ନ ଉଠାଇଲାଣି। ଏ ନେଇ ଜିଲାପାଳ ଓ ନିର୍ବାଚନ କମିଶନରଙ୍କୁ ଅବଗତ କରାଇଛି ବୋଲି ସେ କହିଛନ୍ତି। ସୂଚନା ଅଧିକାର କର୍ମୀ ଶାନ୍ତନୁ ବିଶୋଇ କହିଛନ୍ତି, ଭୋଟ ପାଇଁ ମନ୍ଦିରରେ ଶପଥ ପାଠ କରାଇବା ବେଆଇନ। ଏହାର ତଦନ୍ତ ହେବା ଦରକାର। ଶପଥ ପାଠ ବିଜେଡିକୁ ଭୋଟ ଦେବା ପାଇଁ କରାଯାଇଛି। ମନ୍ଦିରରେ ଏହି ଫଟୋ ଓ ଭିଡିଓ ଅତି ନିକଟରୁ ଉଠାଯାଇଛି। ଯଦିଓ ଫଟୋ ଓ ଭିଡିଓ ଉତ୍ତୋଳନକୁ ବିଜେଡି ବିରୋଧୀ କରିଥିଲା ତେବେ ନିକଟରୁ ଭିଡିଓ ବିଜେଡି ପକ୍ଷରୁ କରାଯାଇଥିବା କୁହାଯାଇଛି। ଏଣୁ ଦଳର ଗୁମର କଥା ପଦାରେ ପଡିବାକୁ କେହି ଅନ୍ତର୍ଘାତି କାମ କରିଛି। ଯାହା ହେଉ ଘଟଣାର ତଦନ୍ତ ହେବା ଦରକାର।
ଶପଥ କାର୍ଯ୍ୟକ୍ରମରେ ସମବାୟ ଅଧିକାରୀ
ନୟାଗଡ଼ କେନ୍ଦ୍ର ସମବାୟ ବ୍ୟାଙ୍କ ମୁଖ୍ୟ ବ୍ରାଞ୍ଚର ଶାଖା ପରିଚାଳକ ଯୁଗଳ କିଶୋର ପ୍ରଧାନ ଦୁତୀକେଶ୍ୱର ମନ୍ଦିରରେ ସରପଞ୍ଚ ଓ ସମିତିସଭ୍ୟ ଶପଥ କରାଯିବା ସମୟରେ ଉପସ୍ଥିତ ଥିଲେ ବୋଲି ଅଭିଯୋଗ ହୋଇଛି। ଏପରିକି ସରକାରୀ ଅଧିକାରୀ ହୋଇ କିପରି ଶପଥ କାର୍ଯ୍ୟରେ ସାମିଲ ହୋଇଛନ୍ତି, ପଚାରିବାରୁ ମନ୍ଦିରକୁ ଠାକୁର ଦର୍ଶନ କରିବାକୁ ଆସିଥିବା କହି ପ୍ରସଙ୍ଗକୁ ଏଡାଇ ଯାଇଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀଙ୍କଠାରୁ ସୂଚନା ମିଳିଛି। ତେବେ ଏ ନେଇ ନୟାଗଡ କେନ୍ଦ୍ର ସମବାୟ ବ୍ୟାଙ୍କ ମୁଖ୍ୟ ବ୍ରାଞ୍ଚର ଶାଖା ପରିଚାଳକ ଯୁଗଳ କିଶୋର ପ୍ରଧାନଙ୍କୁ ପଚାରିବାରୁ କହିଥିଲେ, ଛୁଟିଦିନ ଥିବାରୁ ଦୁତିକେଶ୍ୱର ମନ୍ଦିର ଦର୍ଶନ କରିବାକୁ ଯାଇଥିଲି। ହେଲେ ସେ ସମୟରେ ମନ୍ଦିରରେ କିଛି ଶପଥ କାର୍ଯ୍ୟକମ ନ ଥିଲା। ମୋ ନଁାରେ ମଛରେ ଅଭିଯୋଗ କରାଯାଇ ମତେ ହଇରାଣ କରାଯିବାକୁ ଉଦ୍ୟମ କରାଯାଉଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଓଡ଼ିଆ ଭାଷା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ଦିବସ-୨୦୨୬ ପାଳିତ

ଦାରିଙ୍ଗବାଡି,୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଜାଗୃତି ସଭାଗୃହ ପରିସରରେ ଉତ୍କଳ ଦିବସ-୨୦୨୬ ପାଳିତ ହୋଇଯାଇଛି । ବରିଷ୍ଠ ଶିକ୍ଷକ ପ୍ରଶାନ୍ତ କୁମାର ସାହୁଙ୍କ ସଂଯୋଜନାରେ ହୋଇଥିବା…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

ନଦୀରେ ଗାଧୋଉଥିବାବେଳେ ଆକ୍ରମଣ କଲା କୁମ୍ଭୀର, ଆଉ ତା’ ପରେ…

କଳିଙ୍ଗନଗର,୧ା୪(ଶୁଭାଶିଷ ରାଉତ): ଯୋକଡିଆ ପାଟିଆ ନଈରେ କୁମ୍ଭୀର ଆକ୍ରମଣରେ ଜଣେ ଶ୍ରମଜୀବୀ ଗୁରୁତର ଆହତ ହୋଇଛନ୍ତି। ସୌଭାଗ୍ୟ କ୍ରମେ ଅଳ୍ପକେ ବର୍ତ୍ତିଯାଇଛି ତାଙ୍କ ଜୀବନ। ଯାଜପୁର ଜିଲା…

ANM ସ୍ତ୍ରୀଙ୍କୁ ମାରି ନିଆଁ ଲଗାଇବା ବେଳେ ନିଜେ ଜଳିଯାଇଥିଲେ, ଅର୍ଦ୍ଧଦଗ୍ଧ ସ୍ବାମୀରବି ହେଲା ମୃତ୍ୟୁ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମୃତ୍ୟୁ ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri