ଓଏସିସ୍‌ ଫର୍ଟିଲିଟିର ନୂଆ ମାଇଲଖୁଣ୍ଟ

ଭୁବନେଶ୍ୱର,୨୩।୧୨ (ଅଭୟ ଦାଶ): ବର୍ତ୍ତମାନର ବ୍ୟସ୍ତବହୁଳ ସମୟ ମଧ୍ୟରେ ପ୍ରଜନନ ଜନିତ ସମସ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏପରିକି ପ୍ରଜନନ ଚିକିତ୍ସା ଏବଂ ଯତ୍ନ କ୍ଷେତ୍ରରେ ଭୁବନେଶ୍ୱରର ଜୟଦେବବିହାରସ୍ଥିତ ଓଏସିସ୍‌ ଫର୍ଟିଲିଟି ସେଣ୍ଟର ଏକ ନୂଆ ମାଇଲଖୁଣ୍ଟ ହାସଲ କରିଛି। ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱରସ୍ଥିତ ଓଏସିସ୍‌ ଫର୍ଟିଲିଟି ଏହାର ଅତ୍ୟାଧୁନିକ ପ୍ରଜନନ ସେବା ଏବଂ ରୋଗୀକେନ୍ଦ୍ରିକ ଆଭିମୁଖ୍ୟ ଦ୍ୱାରା ସ୍ଥାନୀୟ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ପରିବର୍ତ୍ତନ ଆଣିଛି ଏବଂ ଆଖପାଖ ଅଞ୍ଚଳର ଦମ୍ପତିଙ୍କ ବିଶ୍ୱାସ ହାସଲ କରିଛି। ଏହି ପରିପ୍ରେକ୍ଷୀରେ ଓଏସିସ୍‌ ଫର୍ଟିଲିଟି ପକ୍ଷରୁ ରବିବାର ଏକ ସ୍ବତନ୍ତ୍ର ଉତ୍ସବ ପାଳନ କରାଯାଇଥିଲା। ଅପରପକ୍ଷରେ ୪୦୦୦ ସନ୍ତାନହୀନ ଦମ୍ପତି ସଫଳତାର ସହ ଚିକିତ୍ସା କରିବା ଏବଂ ଏକ ଆନନ୍ଦଦାୟକ ବେବି ସାୱାର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏ ସମ୍ପର୍କରେ ଓଏସିସ୍‌ ଫର୍ଟିଲିଟିର କ୍ଲିନିକାଲ ହେଡ୍‌ ତଥା ଫର୍ଟିଲିଟି ସ୍ପେଶାଲିଷ୍ଟ ଡା. ପ୍ରଶାନ୍ତ କୁମାର ନାୟକ କହିଛନ୍ତି, ଏହା ଆମ ପାଇଁ ଏକ ଗର୍ବର ମୁହୂର୍ତ୍ତ ହୋଇଥିଲାବେଳେ ସ୍ଥାନୀୟ ସମୁଦାୟକୁ ସର୍ବୋଚ୍ଚ ପ୍ରଜନନ ଚିକିତ୍ସା ଯୋଗାଇବା ପାଇଁ ଆମର ସମର୍ପଣ ଆମେ ହାସଲ କରିଥିବା ସଫଳତାରେ ପ୍ରତିଫଳିତ ହୋଇଛି। ଏପରିକି ଆମେ ଆମର ଗୁଣବତ୍ତା ଏବଂ ନୈତିକତାର ସର୍ବୋଚ୍ଚ ମାନଦଣ୍ଡ ବଜାୟ ରଖି ଉନ୍ନତ ପ୍ରଜନନ ଯନତ୍କୁ ସମସ୍ତଙ୍କ ପାଇଁ ଉପଲବ୍ଧ କରାଇବା ପାଇଁ ପ୍ରୟାସ କରୁଛୁ, ଆଗାମୀ ଦିନରେ ଓଏସିସ୍‌ ଫର୍ଟିଲିଟି ବ୍ୟାପକତା ଏବଂ ପ୍ରଭାବକୁ ଆହୁରି ବିସ୍ତାର କରିବାକୁ ଲକ୍ଷ୍ୟ ରଖିଛି। ଆମର ନୂତନ ସେବା ଆରମ୍ଭ କରିବା ଏବଂ ସମଗ୍ର ଭାରତରେ ଅତିରିକ୍ତ କେନ୍ଦ୍ର ଖୋଲିବାକୁ ଯୋଜନା ରହିଛି, ଯାହା ଦ୍ୱାରା ଅଧିକ ବ୍ୟକ୍ତି ଏବଂ ମାତାପିତା ଚାହୁଁଥିବା ଦମ୍ପତିଙ୍କ ପାଇଁ ଉନ୍ନତ ପ୍ରଜନନ ସେବା ଉପଲବ୍ଧ ହେବ। ଏହି ସେଣ୍ଟର ପ୍ରତିଷ୍ଠା ପରଠାରୁ ଓଏସିସ୍‌ ଫର୍ଟିଲିଟି ପ୍ରାୟ ୪୦୦୦ ସନ୍ତାନହୀନ ଦମ୍ପତିଙ୍କର ସଫଳ ଚିକିତ୍ସା କରାଇଛି। ଏପରିକି ଅନେକ ଦମ୍ପତିଙ୍କୁ ଆଇଭିଏଫ୍‌, ଆଇସିଏସ୍‌ଆଇ, ସିଏପିଏ-ଆଇଭିଏମ୍‌, ପିଜିଟି, ଇଆରଏ, ଟେସା ଭଳି ଉନ୍ନତ ପଦ୍ଧତି ଏବଂ ମାଇକ୍ରୋଫ୍ଲୁଇଡିକ୍ସ ଭଳି ବିଭିନ୍ନ ଶୁକ୍ରାଣୁ ଚୟନ ପଦ୍ଧତି ସହିତ ଓଓସାଇଟ୍‌ ଏବଂ ଶୁକ୍ରାଣୁ କ୍ରାୟୋପ୍ରିଜର୍ଭେଶନ୍‌ ଏବଂ ପ୍ରଜନନ ବୃଦ୍ଧିକାରୀ ଅସ୍ତ୍ରୋପଚାର ମାଧ୍ୟମରେ ସେମାନଙ୍କ ମାତାପିତା ହେବା ସ୍ବପ୍ନ ସାକାର କରିବାରେ ବେଶ୍‌ ସହାୟକ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲ ପହିଲାରୁ ATM ବ୍ୟବହାର ହୋଇଯିବ ମହଙ୍ଗା, ଜାଣିରଖନ୍ତୁ ନୂଆ ନିୟମ, ନଚେତ…

ନୂଆଦିଲ୍ଲୀ,୨୨।୩: ନୂତନ ଆର୍ଥିକ ବର୍ଷ ଆରମ୍ଭରୁ ସାଧାରଣ ଗ୍ରାହକଙ୍କ ପାଇଁ ବ୍ୟାଙ୍କିଙ୍ଗ ନିୟମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଏପ୍ରିଲ ୧ ତାରିଖରୁ ATMରୁ ଟଙ୍କା ଉଠାଣ,…

୧୩ହଜାର ଟଙ୍କା ଶସ୍ତା ହେଲା ସୁନା; ଏକ୍ସପର୍ଟ କଲେ ବଡ଼ ଭବିଷ୍ୟବାଣୀ, ଆଗକୁ…

ନୂଆଦିଲ୍ଲୀ,୨୨।୩: ଇରାନ, ଇସ୍ରାଏଲ ଏବଂ ଆମେରିକା ସହିତ ସଂଘର୍ଷ ଏବଂ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଇବା ଯୋଗୁଁ, ଏହି ସପ୍ତାହରେ ସୁନା ଏବଂ ରୂପା ମୂଲ୍ୟରେ ତୀବ୍ର…

ହରମୁଜ ସଙ୍କଟ ଭିତରେ ଭାରତ ତେଲକୁ ନେଇ ନେଲା ବଡ଼ ନିଷ୍ପତ୍ତି, ମେ ମାସ ଆରମ୍ଭରୁ…

ନୂଆଦିଲ୍ଲୀ,୨୨।୩: ବଢ଼ୁଥିବା ବିଶ୍ୱ ଉତ୍ତେଜନା ଏବଂ ଯୋଗାଣ ସଙ୍କଟ ମଧ୍ୟରେ, ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ (HPCL) ଆଙ୍ଗୋଲାରୁ 2 ନିୟୁତ ବ୍ୟାରେଲ ଅଶୋଧିତ ତୈଳ କ୍ରୟ କରିବା…

ସୁନା ୧୨,୫୦୦ ଟଙ୍କା, ରୂପା ହେଲା ୩୦ହଜାର ଟଙ୍କା ଶସ୍ତା, ଏକ୍ସପର୍ଟ କହିଲେ ଏହି ରେଟ ଯାଏ ଖସିବ…

ସୁନା ଓ ରୁପା ଦରରେ କ୍ରମାଗତ ଭାବେ ହ୍ରାସ ପରିଲକ୍ଷିତ ହେଉଛି । ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଭିତରେ ତୈଳ ଦର କ୍ରମାଗତ ଭାବେ ବୃଦ୍ଧି ପାଇବାରେ ଲାଗିଛି…

Gold Rate: ଲକ୍ଷେ ତଳକୁ ଖସିଆସିବ ସୁନା ଦର? ବିଶେଷଜ୍ଞ କହିଦେଲେ ତାରିଖ!

ସୁନା ଦର ଲକ୍ଷେ ଟଙ୍କା ତଳକୁ ଖସିବ? ବିଶେଷଜ୍ଞମାନେ କହିଛନ୍ତି ଯେ ଯଦି ବଜାରରେ ଅସ୍ଥିରତା ରହିଥାଏ, ତେବେ ଆହୁରି ଟିକିଏ ହ୍ରାସ ହୋଇପାରେ। ତଥାପି, ହଠାତ୍…

ଦଶମ ପାସ ଯୁବବର୍ଗଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ: ରେଳବାଇରେ ଆସିଲା ବମ୍ପର ନିଯୁକ୍ତି

ନୂଆଦିଲ୍ଲୀ,୨୧।୩: ଦକ୍ଷିଣ କେନ୍ଦ୍ରୀୟ ରେଳବାଇ ହଜାର ହଜାର ଶିକ୍ଷାର୍ଥୀ ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛି। ଏହି ସୁଯୋଗ ବିଶେଷ ଭାବରେ ଦଶମ ଶ୍ରେଣୀ ପାସ କରିଥିବା…

ଗ୍ରାହକଙ୍କୁ Zomatoର ବଡ଼ ଝଟ୍‌କା! ଏଲ୍‌ପିଜି ସଙ୍କଟ ପରେ ଏବେ ଅନଲାଇନ୍‌ରେ ଖାଇବା ମଗାଇବା ହେଲା ମହଙ୍ଗା, ଦେବାକୁ ହେବ…

ନୂଆଦିଲ୍ଲୀ,୨୦।୩:ସାଧାରଣ ଲୋକଙ୍କ ପକେଟ ଉପରେ ପୁଣି ଏକ ମହଙ୍ଗା ମାଡ଼ ହୋଇଛି। ଯଦି ଆପଣ ଅନଲାଇନ୍‌ରେ ଖାଦ୍ୟ ଅର୍ଡର କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ…

ଯୁଦ୍ଧ ଭିତରେ ଭାରତରେ ପ୍ରଥମ ଥର ବଢିଲା ପେଟ୍ରୋଲ ରେଟ୍‌, ଲିଟର ପ୍ରତି ଦେବାକୁ ପଡିବ…

ନୂଆଦିଲ୍ଲୀ,୨୦।୩: ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ (HPCL) ଏହାର ପ୍ରିମିୟମ ପେଟ୍ରୋଲର ମୂଲ୍ୟ ପ୍ରତି ଲିଟର 2ଟଙ୍କା ବୃଦ୍ଧି କରିଛି। ନୂତନ ଦର ଶୁକ୍ରବାର ଠାରୁ କାର୍ଯ୍ୟକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri