ଭୁବନେଶ୍ୱର,୨୩।୧୨ (ଅଭୟ ଦାଶ): ବର୍ତ୍ତମାନର ବ୍ୟସ୍ତବହୁଳ ସମୟ ମଧ୍ୟରେ ପ୍ରଜନନ ଜନିତ ସମସ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏପରିକି ପ୍ରଜନନ ଚିକିତ୍ସା ଏବଂ ଯତ୍ନ କ୍ଷେତ୍ରରେ ଭୁବନେଶ୍ୱରର ଜୟଦେବବିହାରସ୍ଥିତ ଓଏସିସ୍ ଫର୍ଟିଲିଟି ସେଣ୍ଟର ଏକ ନୂଆ ମାଇଲଖୁଣ୍ଟ ହାସଲ କରିଛି। ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱରସ୍ଥିତ ଓଏସିସ୍ ଫର୍ଟିଲିଟି ଏହାର ଅତ୍ୟାଧୁନିକ ପ୍ରଜନନ ସେବା ଏବଂ ରୋଗୀକେନ୍ଦ୍ରିକ ଆଭିମୁଖ୍ୟ ଦ୍ୱାରା ସ୍ଥାନୀୟ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ପରିବର୍ତ୍ତନ ଆଣିଛି ଏବଂ ଆଖପାଖ ଅଞ୍ଚଳର ଦମ୍ପତିଙ୍କ ବିଶ୍ୱାସ ହାସଲ କରିଛି। ଏହି ପରିପ୍ରେକ୍ଷୀରେ ଓଏସିସ୍ ଫର୍ଟିଲିଟି ପକ୍ଷରୁ ରବିବାର ଏକ ସ୍ବତନ୍ତ୍ର ଉତ୍ସବ ପାଳନ କରାଯାଇଥିଲା। ଅପରପକ୍ଷରେ ୪୦୦୦ ସନ୍ତାନହୀନ ଦମ୍ପତି ସଫଳତାର ସହ ଚିକିତ୍ସା କରିବା ଏବଂ ଏକ ଆନନ୍ଦଦାୟକ ବେବି ସାୱାର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏ ସମ୍ପର୍କରେ ଓଏସିସ୍ ଫର୍ଟିଲିଟିର କ୍ଲିନିକାଲ ହେଡ୍ ତଥା ଫର୍ଟିଲିଟି ସ୍ପେଶାଲିଷ୍ଟ ଡା. ପ୍ରଶାନ୍ତ କୁମାର ନାୟକ କହିଛନ୍ତି, ଏହା ଆମ ପାଇଁ ଏକ ଗର୍ବର ମୁହୂର୍ତ୍ତ ହୋଇଥିଲାବେଳେ ସ୍ଥାନୀୟ ସମୁଦାୟକୁ ସର୍ବୋଚ୍ଚ ପ୍ରଜନନ ଚିକିତ୍ସା ଯୋଗାଇବା ପାଇଁ ଆମର ସମର୍ପଣ ଆମେ ହାସଲ କରିଥିବା ସଫଳତାରେ ପ୍ରତିଫଳିତ ହୋଇଛି। ଏପରିକି ଆମେ ଆମର ଗୁଣବତ୍ତା ଏବଂ ନୈତିକତାର ସର୍ବୋଚ୍ଚ ମାନଦଣ୍ଡ ବଜାୟ ରଖି ଉନ୍ନତ ପ୍ରଜନନ ଯନତ୍କୁ ସମସ୍ତଙ୍କ ପାଇଁ ଉପଲବ୍ଧ କରାଇବା ପାଇଁ ପ୍ରୟାସ କରୁଛୁ, ଆଗାମୀ ଦିନରେ ଓଏସିସ୍ ଫର୍ଟିଲିଟି ବ୍ୟାପକତା ଏବଂ ପ୍ରଭାବକୁ ଆହୁରି ବିସ୍ତାର କରିବାକୁ ଲକ୍ଷ୍ୟ ରଖିଛି। ଆମର ନୂତନ ସେବା ଆରମ୍ଭ କରିବା ଏବଂ ସମଗ୍ର ଭାରତରେ ଅତିରିକ୍ତ କେନ୍ଦ୍ର ଖୋଲିବାକୁ ଯୋଜନା ରହିଛି, ଯାହା ଦ୍ୱାରା ଅଧିକ ବ୍ୟକ୍ତି ଏବଂ ମାତାପିତା ଚାହୁଁଥିବା ଦମ୍ପତିଙ୍କ ପାଇଁ ଉନ୍ନତ ପ୍ରଜନନ ସେବା ଉପଲବ୍ଧ ହେବ। ଏହି ସେଣ୍ଟର ପ୍ରତିଷ୍ଠା ପରଠାରୁ ଓଏସିସ୍ ଫର୍ଟିଲିଟି ପ୍ରାୟ ୪୦୦୦ ସନ୍ତାନହୀନ ଦମ୍ପତିଙ୍କର ସଫଳ ଚିକିତ୍ସା କରାଇଛି। ଏପରିକି ଅନେକ ଦମ୍ପତିଙ୍କୁ ଆଇଭିଏଫ୍, ଆଇସିଏସ୍ଆଇ, ସିଏପିଏ-ଆଇଭିଏମ୍, ପିଜିଟି, ଇଆରଏ, ଟେସା ଭଳି ଉନ୍ନତ ପଦ୍ଧତି ଏବଂ ମାଇକ୍ରୋଫ୍ଲୁଇଡିକ୍ସ ଭଳି ବିଭିନ୍ନ ଶୁକ୍ରାଣୁ ଚୟନ ପଦ୍ଧତି ସହିତ ଓଓସାଇଟ୍ ଏବଂ ଶୁକ୍ରାଣୁ କ୍ରାୟୋପ୍ରିଜର୍ଭେଶନ୍ ଏବଂ ପ୍ରଜନନ ବୃଦ୍ଧିକାରୀ ଅସ୍ତ୍ରୋପଚାର ମାଧ୍ୟମରେ ସେମାନଙ୍କ ମାତାପିତା ହେବା ସ୍ବପ୍ନ ସାକାର କରିବାରେ ବେଶ୍ ସହାୟକ ହୋଇଛି।
ଭାରତର ସବୁଠୁ ବିଶ୍ବାସଯୋଗ୍ୟ ଏହି ୩ଟି ବ୍ୟାଙ୍କ, RBI କଲା ବଡ଼ ଘୋଷଣା
ନୂଆଦିଲ୍ଲୀ,୫।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI), HDFC, ଏବଂ ICICI ବ୍ୟାଙ୍କକୁ ଦେଶର ସବୁଠାରୁ ସୁରକ୍ଷିତ ବ୍ୟାଙ୍କ ଭାବରେ...
ଟ୍ରମ୍ପଙ୍କୁ ଜୋରଦାର ଝଟ୍କା ଦେଲେ ପୁଟିନ-ମୋଦି! ବିଶ୍ୱରେ ଚହଳ
ନୂଆଦିଲ୍ଲୀ,୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଗସ୍ତରେ ଭାରତ ଆସିଛନ୍ତି। ତାଙ୍କ ଆଗମନ ଭାରତ ପାଇଁ ଖୁସିର ଖବର ଆଣିଛି। ଗୁରୁବାର ଆମେରିକୀୟ...
ରେପୋ ରେଟ୍ ୫.୨୫% କୁ ହ୍ରାସ କଲା RBI, ସୁଧ ହାର କମିବା ସମ୍ଭାବନା
ମୁମ୍ବାଇ,୫।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏହାର ମୁଦ୍ରା ନୀତି ସମୀକ୍ଷା ବୈଠକ ପରେ ରେପୋ ରେଟ୍କୁ ୨୫ ବେସିସ୍ ପଏଣ୍ଟ ହ୍ରାସ କରି ୫.୨୫...
ବଦଳିବ ବ୍ୟାଙ୍କିଂ ସମୟ! ଓ଼୍ବାର୍କିଂ ଡେ ରହିବ ଏତିକି, ଆସିଲା ବଡ଼ ଖବର
ନୂଆଦିଲ୍ଲୀ,୪ା୧୨: ଆଜିକାଲି କାର୍ଯ୍ୟ-ଜୀବନ ସନ୍ତୁଳନ ଏକ ପ୍ରମୁଖ ସମସ୍ୟା। ବ୍ୟାଙ୍କ କର୍ମଚାରୀମାନେ ମଧ୍ୟ ଏହାର ବ୍ୟତିକ୍ରମ ନୁହଁନ୍ତି। ୟୁନିଅନଗୁଡ଼ିକ ବହୁ ଦିନ ଧରି ବ୍ୟାଙ୍କଗୁଡ଼ିକ ପାଇଁ...
ଡଲାର ତୁଳନାରେ ୯୦ ଟପିଲା ଟଙ୍କା, ସର୍ବକାଳୀନ ନିମ୍ନ ସ୍ତରକୁ ଖସିଲା
ମୁମ୍ବାଇ,୩ା୧୨: ଭାରତୀୟ ଟଙ୍କା ବୁଧବାର ଆମେରିକୀୟ ଡଲାର ତୁଳନାରେ ପ୍ରଥମ ଥର ପାଇଁ ୯୦ ଟଙ୍କା ସ୍ତର ଅତିକ୍ରମ କରିଛି। ଟଙ୍କାର ମୂଲ୍ୟ ଖସିଯାଇ ଡଲାର୍...
ପଲସର୍ ଆଣିଲା ଧୂଆଁଧାର ଅଫର୍, ମାତ୍ର ଏତିକି ଟଙ୍କାରେ ମିଳିବ…
ନୂଆଦିଲ୍ଲୀ,୩।୧୨: ବର୍ଷର ଶେଷ ମାସଗୁଡ଼ିକରେ, ଦୁଇଚକିଆ ଯାନ ନିର୍ମାତା ବାଜାଜ ଅଟୋ ପୁଣି ଥରେ ଏହାର ଲୋକପ୍ରିୟ ପଲସର ହାଟ୍ରିକ ଅଫରକୁ ଆରମ୍ଭ କରିଛି। ଦୀପାବଳି...
ରୁଫ୍ଟପ୍ ସୋଲାର ସିଷ୍ଟମ ପାଇଁ ଗ୍ରାମପଞ୍ଚାୟତକୁ ପ୍ରୋତ୍ସାହନ ରାଶି
ଭୁବନେଶ୍ୱର,୩।୧୨,(ଅନୁରାଧା ମହାରଣା): ଟାଟା ପାୱାର ଏବଂ ରାଜ୍ୟ ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ ଏହାର ବ୍ୟବସାୟିକ...
ଏହି ୫ଟି ଟ୍ରାଞ୍ଜାକ୍ସନବେଳେ ରୁହନ୍ତୁ ସତର୍କ! ନଚେତ ସିଧା ଘରେ ପହଞ୍ଚିଯିବ…
ନୂଆଦିଲ୍ଲୀ,୨।୧୨: ଆୟକର ବିଭାଗ କେବଳ ଆପଣଙ୍କ ଆୟ ଉପରେ ଟିକସ ଲଗାଏ ନାହିଁ, ବରଂ କିଛି ପ୍ରକାରର ଆର୍ଥିକ କାରବାର ଉପରେ ମଧ୍ୟ କଡ଼ା ନଜର...
Archives


