ଭୁବନେଶ୍ୱର,୨୩।୧୨ (ଅଭୟ ଦାଶ): ବର୍ତ୍ତମାନର ବ୍ୟସ୍ତବହୁଳ ସମୟ ମଧ୍ୟରେ ପ୍ରଜନନ ଜନିତ ସମସ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏପରିକି ପ୍ରଜନନ ଚିକିତ୍ସା ଏବଂ ଯତ୍ନ କ୍ଷେତ୍ରରେ ଭୁବନେଶ୍ୱରର ଜୟଦେବବିହାରସ୍ଥିତ ଓଏସିସ୍ ଫର୍ଟିଲିଟି ସେଣ୍ଟର ଏକ ନୂଆ ମାଇଲଖୁଣ୍ଟ ହାସଲ କରିଛି। ଉଲ୍ଲେଖଯୋଗ୍ୟ, ଭୁବନେଶ୍ୱରସ୍ଥିତ ଓଏସିସ୍ ଫର୍ଟିଲିଟି ଏହାର ଅତ୍ୟାଧୁନିକ ପ୍ରଜନନ ସେବା ଏବଂ ରୋଗୀକେନ୍ଦ୍ରିକ ଆଭିମୁଖ୍ୟ ଦ୍ୱାରା ସ୍ଥାନୀୟ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ପରିବର୍ତ୍ତନ ଆଣିଛି ଏବଂ ଆଖପାଖ ଅଞ୍ଚଳର ଦମ୍ପତିଙ୍କ ବିଶ୍ୱାସ ହାସଲ କରିଛି। ଏହି ପରିପ୍ରେକ୍ଷୀରେ ଓଏସିସ୍ ଫର୍ଟିଲିଟି ପକ୍ଷରୁ ରବିବାର ଏକ ସ୍ବତନ୍ତ୍ର ଉତ୍ସବ ପାଳନ କରାଯାଇଥିଲା। ଅପରପକ୍ଷରେ ୪୦୦୦ ସନ୍ତାନହୀନ ଦମ୍ପତି ସଫଳତାର ସହ ଚିକିତ୍ସା କରିବା ଏବଂ ଏକ ଆନନ୍ଦଦାୟକ ବେବି ସାୱାର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏ ସମ୍ପର୍କରେ ଓଏସିସ୍ ଫର୍ଟିଲିଟିର କ୍ଲିନିକାଲ ହେଡ୍ ତଥା ଫର୍ଟିଲିଟି ସ୍ପେଶାଲିଷ୍ଟ ଡା. ପ୍ରଶାନ୍ତ କୁମାର ନାୟକ କହିଛନ୍ତି, ଏହା ଆମ ପାଇଁ ଏକ ଗର୍ବର ମୁହୂର୍ତ୍ତ ହୋଇଥିଲାବେଳେ ସ୍ଥାନୀୟ ସମୁଦାୟକୁ ସର୍ବୋଚ୍ଚ ପ୍ରଜନନ ଚିକିତ୍ସା ଯୋଗାଇବା ପାଇଁ ଆମର ସମର୍ପଣ ଆମେ ହାସଲ କରିଥିବା ସଫଳତାରେ ପ୍ରତିଫଳିତ ହୋଇଛି। ଏପରିକି ଆମେ ଆମର ଗୁଣବତ୍ତା ଏବଂ ନୈତିକତାର ସର୍ବୋଚ୍ଚ ମାନଦଣ୍ଡ ବଜାୟ ରଖି ଉନ୍ନତ ପ୍ରଜନନ ଯନତ୍କୁ ସମସ୍ତଙ୍କ ପାଇଁ ଉପଲବ୍ଧ କରାଇବା ପାଇଁ ପ୍ରୟାସ କରୁଛୁ, ଆଗାମୀ ଦିନରେ ଓଏସିସ୍ ଫର୍ଟିଲିଟି ବ୍ୟାପକତା ଏବଂ ପ୍ରଭାବକୁ ଆହୁରି ବିସ୍ତାର କରିବାକୁ ଲକ୍ଷ୍ୟ ରଖିଛି। ଆମର ନୂତନ ସେବା ଆରମ୍ଭ କରିବା ଏବଂ ସମଗ୍ର ଭାରତରେ ଅତିରିକ୍ତ କେନ୍ଦ୍ର ଖୋଲିବାକୁ ଯୋଜନା ରହିଛି, ଯାହା ଦ୍ୱାରା ଅଧିକ ବ୍ୟକ୍ତି ଏବଂ ମାତାପିତା ଚାହୁଁଥିବା ଦମ୍ପତିଙ୍କ ପାଇଁ ଉନ୍ନତ ପ୍ରଜନନ ସେବା ଉପଲବ୍ଧ ହେବ। ଏହି ସେଣ୍ଟର ପ୍ରତିଷ୍ଠା ପରଠାରୁ ଓଏସିସ୍ ଫର୍ଟିଲିଟି ପ୍ରାୟ ୪୦୦୦ ସନ୍ତାନହୀନ ଦମ୍ପତିଙ୍କର ସଫଳ ଚିକିତ୍ସା କରାଇଛି। ଏପରିକି ଅନେକ ଦମ୍ପତିଙ୍କୁ ଆଇଭିଏଫ୍, ଆଇସିଏସ୍ଆଇ, ସିଏପିଏ-ଆଇଭିଏମ୍, ପିଜିଟି, ଇଆରଏ, ଟେସା ଭଳି ଉନ୍ନତ ପଦ୍ଧତି ଏବଂ ମାଇକ୍ରୋଫ୍ଲୁଇଡିକ୍ସ ଭଳି ବିଭିନ୍ନ ଶୁକ୍ରାଣୁ ଚୟନ ପଦ୍ଧତି ସହିତ ଓଓସାଇଟ୍ ଏବଂ ଶୁକ୍ରାଣୁ କ୍ରାୟୋପ୍ରିଜର୍ଭେଶନ୍ ଏବଂ ପ୍ରଜନନ ବୃଦ୍ଧିକାରୀ ଅସ୍ତ୍ରୋପଚାର ମାଧ୍ୟମରେ ସେମାନଙ୍କ ମାତାପିତା ହେବା ସ୍ବପ୍ନ ସାକାର କରିବାରେ ବେଶ୍ ସହାୟକ ହୋଇଛି।
ଆଇପିଓ ପୂର୍ବରୁ ଜିଓକୁ ଟାର୍ଗେଟ କଲେ ଏଲନ ମସ୍କ
ବେଙ୍ଗାଲୁରୁ, ୧୨ା୧୦(ରଏଟର୍ସ): ଚଳିତ ମାସ ୨୦ କିମ୍ବା ୨୧ରେ ରିଲାଏନ୍ସ ଜିଓ ଦେଶର ସବୁଠାରୁ ବଡ଼ ଆଇପିଓ(ଇନିସିଆଲ ପବ୍ଲିକ୍ ଅଫରିଂ) ଇସ୍ୟୁ କରିବାକୁ ଯାଉଛି। ଏହି ଆଇପିଓ…
8th Pay Commissionକୁ ନେଇ କେନ୍ଦ୍ର ସରକାରୀ କମଚାରୀଙ୍କ ପାଇଁ ଆସିଲା ବଡ଼ ଅପଡେଟ,ଜାଣନ୍ତୁ କେବେ ମିଳିବ ବର୍ଦ୍ଧିତ ଦରମା
ନୂଆଦିଲ୍ଲୀ,୧୦।୧୦: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀମାନେ ଅଷ୍ଟମ ବେତନ ଆୟୋଗ (8th Pay Commission)କୁ ଅପେକ୍ଷା କରି ରହିଛନ୍ତି। ଏହା କାର୍ଯ୍ୟକାରୀ ହେଲେ କର୍ମଚାରୀଙ୍କ ମୂଳ…
LPG New Connection: ମିଳୁନି ନୂଆ ଗ୍ୟାସ କନେକ୍ସନ; ଆସିଲା ବଡ଼ ଅପଡେଟ୍, ଏମିତି କରିପାରିବେ ବୁକିଂ…
ନୂଆଦିଲ୍ଲୀ,୯।୧୦: ଆମେରିକା ଓ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ୨୦୨୬ ମସିହାର ପ୍ରଥମ ତ୍ରୈମାସିକରେ ତୈଳ ବିପଣନ କମ୍ପାନୀଗୁଡ଼ିକ (OMCs) ଏକ ବଡ଼ ନିଷ୍ପତ୍ତି…
ବିଦେଶ ଯାଉଥିବା ଏୟାର୍ ଇଣ୍ଡିଆ ଯାତ୍ରୀଙ୍କ ପାଇଁ ବଡ଼ ସୁବିଧା, ଏବେ ଫ୍ଲାଇଟ୍ ସହ ମିଳିବ Travel SIM
ନୂଆଦିଲ୍ଲୀ,୮ା୧୦: ବିଦେଶ ଭ୍ରମଣରେ ଯାଉଥିବା ଯାତ୍ରୀଙ୍କ ପାଇଁ ଏୟାର୍ ଇଣ୍ଡିଆ (Air India) ଏକ ନୂଆ ଏବଂ ସୁବିଧାଜନକ ସେବା ଆରମ୍ଭ କରିବାକୁ ଯାଉଛି। ଏବେ ଅନ୍ତର୍ଜାତୀୟ…
GST କାଉନସିଲର ଐତିହାସିକ ନିଷ୍ପତ୍ତି: ଛୋଟ ଭୁଲରେ ଗିରଫ ହେବେନି….
ନୂଆଦିଲ୍ଲୀ,୮ା୧୦: ବ୍ୟବସାୟୀ, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (MSME) ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ବଡ଼ ଆଶ୍ୱସ୍ତି ଆଣିଛି ୫୭ତମ GST କାଉନସିଲ ବୈଠକ ।…

