ଓଏପିଏଫ୍‌ ଯବାନଙ୍କୁ ମାଡ଼ମାରିଲେ ପୋଲିସ ସର୍ଜେଣ୍ଟ, ସହଯୋଗୀ

ଭବାନୀପାଟଣା, ୨୧।୪ (ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା ପୋଲିସ ରିଜର୍ଭ କାର୍ଯ୍ୟାଳୟରେ ସୋମବାର ରାତିରେ ତୁମୁଳକାଣ୍ଡ ଘଟିଛି। ରିଜର୍ଭ ଅଫିସରେ ମୁତୟନ ଓଏପିଏଫ୍‌ ଯବାନ ଓ ସର୍ଜେଣ୍ଟଙ୍କ ମଧ୍ୟରେ କାମ କରିବାକୁ ନେଇ ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ସର୍ଜେଣ୍ଟ ଖଗେଶ୍ୱର ବିଶ୍ୱାଳ ଓ ଦୁଇ ସହଯୋଗୀ ମିଶି ଓଏପିଏଫ୍‌ ଯବାନ ଜଗବନ୍ଧୁ ଜାନିଙ୍କୁ ବାଡ଼ିରେ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି ସମ୍ପୃକ୍ତ ଯବାନ। ମାଡ଼ରେ ହାତ, ପିଠି, କାନରୁ ରକ୍ତସ୍ରାବ ହୋଇଥିବା ବେଳେ ଭବାନୀପାଟଣା ମେଡିକାଲରେ ଭର୍ତ୍ତି କରାଯାଇଛି। ଏଭଳିକାଣ୍ଡ ଖୋଦ୍‌ ପୋଲିସ ଅଫିସରେ ଘଟିଥିବାରୁ ଓଏପିଏଫ୍‌ ଯବାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ପୋଲିସ ରିଜର୍ଭ ଅଫିସରେ ପୋଲିସ ବି ସୁରକ୍ଷିତ ନ ଥିବା ଜଣାଯାଇଛି। ଏ ନେଇ ଏସ୍‌ପିଙ୍କୁ ପଚାରିବାରୁ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଟ୍ରିକ ପରୀକ୍ଷା ଆରମ୍ଭ; ପାଟଣା ବ୍ଲକର ୧୧ କେନ୍ଦ୍ରରେ ୧୭୫୨ ପରୀକ୍ଷାର୍ଥୀ: ସିସିଟିଭି କ୍ୟାମେରା ଲାଗିବାକୁ ନେଇ ଅଭିଭାବକ ଅସନ୍ତାଷ

ପାଟଣା,୧୯।୨(ସ୍ବ.ପ୍ର.): ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ବୁଧବାରଠାରୁ ଆରମ୍ଭ ହୋଇଛି। ଏହା ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଚାଲିବ। ସକାଳ ୧୦ଟାରୁ...

ଏନ୍‌ଏସି କାର୍ଯ୍ୟାଳୟରେ ତାଲା ପକାଇଲେ ଠିକାଦାର

ହିନ୍ଦୋଳ,୩ା୧୨(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ହିନ୍ଦୋଳ ଏନ୍‌ଏସି କାର୍ଯ୍ୟାଳୟରେ ଶୁକ୍ରବାର ପୂର୍ବାହ୍ନରେ ବକେୟା ବିଲ୍‌ ପାଇବା ଦାବିରେ ଠିକାଦାରମାନେ ତାଲା ପକାଇଛନ୍ତି। ଏନ୍‌ଏସିର ପ୍ରାୟ ୨୫ ଜଣ...

ହସୁଛି ଉଜୁଡ଼ା ଜଙ୍ଗଲ

ନୟାଗଡ଼ ଅଫିସ,୨।୧: ଦିନ ଥିଲା ସେହି ଜଙ୍ଗଲ ଗଛଲତାରେ ପୂରି ରହିଥିଲା । ସୂର୍ଯ୍ୟଙ୍କ କିରଣ ଭୂମିରେ ପଡୁ ନ ଥିଲା । ଆଖପାଖ ଗାଁର...

ନିମନ୍ତ୍ରଣ କାର୍ଡ଼ରେ ତ୍ରିରଙ୍ଗାକୁ ଅପମାନ

ବରଗଡ଼ ଅଫିସ୍‌,୧୩।୮: ଦିନକ ପରେ ୭୫ତମ ସ୍ବାଧୀନତା ଦିବସ। ରବିବାର ବରଗଡ଼ ଜର୍ଜ ହାଇସ୍କୁଲ ପଡ଼ିଆରେ ଏଥିଲାଗିସମାରୋହ ଅନୁଷ୍ଠିତ ହେବ। ଏହି ସମାରୋହରେ ଅର୍ଥମନ୍ତ୍ରୀ ନିରଞ୍ଜନ...

ନିଶା କବଳରୁ ଯୁବ ସମାଜ ଦୂରେଇ ରହୁ

ଛେଣ୍ଡିପଦା,୨୧।୮(ଡି.ଏନ.ଏ.)-ଛେଣ୍ଡିପଦା ବ୍ଲକ ଜରପଡା ପତିତପାବନ ଡିଗ୍ରୀ ମହାବିଦ୍ୟାଳୟଠାରେ ମଙ୍ଗଳବାର ରାଜ ସଂସ୍କାର କମିଟି ତୁକୁଡା ଓ ଆମ ପରିବାର ଚକ୍ର ଅନୁଗୋଳର ମିଳିତ ଆନୁକୂଲ୍ୟରେ ମହାତ୍ମା...

ମୌସୁମୀ ପୂର୍ବରୁ ଜଳବନ୍ଦୀ

ଅନୁଗୋଳ ଅଫିସ,୫ା୬ – ମୌସୁମୀ ଆସିବା ପୂର୍ବରୁ ଅନୁଗୋଳ ପୌରପରିଷଦର ୯ନଂ. ଓ୍ବାର୍ଡ ବଣିଆବାହଳ ଅଞ୍ଚଳ ଜଳବନ୍ଦୀ ହୋଇପଡ଼ିଛି। ବୁଧବାର କାଳବୈଶାଖୀ ବର୍ଷା ପରେ ଏପରି...

ଆବାସ ଯୋଜନାରେ ଅନିୟମିତତା: ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଲେ ଗ୍ରାମବାସୀ

ପଦ୍ମପୁର,୧୩।୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ପଦ୍ମପୁରର ସାନକୃଷ୍ଣପୁର ପଞ୍ଚାୟତରେ ଆବାସ ଯୋଜନାରେ ଅନିୟମିତତା ନେଇ ପଞ୍ଚାୟତ କାର୍ଯ୍ୟାଳୟରେ ଗୁରୁବାର ଗ୍ରାମବାସୀ ତାଲା ପକାଇ ଦେଇଛନ୍ତି। ଏଥିସହ ସରପଞ୍ଚ...

ବସ୍ତାରେ ଚାଉଳ କମ୍‌ ରହୁଥିବା ନେଇ ଉଦ୍‌ବେଗ

ଖଇରା, ୨୪।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକରେ ଖାଦ୍ୟ ସୁରକ୍ଷା ଯୋଜନାରେ ଖାଉଟି ସାମଗ୍ରୀ ବଣ୍ଟନ ଦାୟିତ୍ୱରେ ଥିବା ସମସ୍ତ ଡିଲରଙ୍କ ଏକ ବୈଠକ ସୋମବାର ଖଇରା...

Advertisement


Archives

Model This Week