ସରଗିତଳିଆ ଅଞ୍ଚଳରେ ଅପପୁଷ୍ଟି

ଯୋଡ଼ା,୯ା୪(ଡି.ଏନ୍‌.ଏ): ଓଡ଼ିଶାର ରତ୍ନଗର୍ଭା ଜିଲା କେନ୍ଦୁଝରର ଯୋଡ଼ା ପୌରପାଳିକା ୧୩ ନଂ. ୱାର୍ଡ ଅଧୀନ ସରଗିତଳିଆ ଅଞ୍ଚଳବାସୀ ଦାରିଦ୍ର୍ୟର କଷାଘାତରେ ପେଷି ହେଉଛନ୍ତି। ଖଣିଖାଦାନ ଘେରା ଅଞ୍ଚଳବାସୀ କାମ ଅଭାବରୁ ଅସହାୟ ଅବସ୍ଥାରେ କାଳତିପାତ କରୁଛନ୍ତି। ଖାଦ୍ୟ ଅଭାବରୁ ମହୁଲ ସିଝା, ତେନ୍ତୁଳିମଞ୍ଜି ଛେଚା ଓ ଜଙ୍ଗଲ ଜାତ ଦ୍ରବ୍ୟକୁ ଆହାର ଭାବେ ଗ୍ରହଣ କରିବାକୁ ବାଧ୍ୟ ହେଉଛନ୍ତି। ଆବଶ୍ୟକ ଖାଦ୍ୟ ଓ ସ୍ବାସ୍ଥ୍ୟସେବା ନ ପାଇ ଅଞ୍ଚଳରେ ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ଶିଶୁ ଅପପୁଷ୍ଟିର ଶିକାର ହୋଇଛନ୍ତି।
ଭୌଗୋଳିକ ଦୃଷ୍ଟିକୋଣରୁ ସରଗିତଳିଆର ଚତୁର୍ଦିଗରେ ଖଣି ରହିଛି। ଆୟତନ ଅନୁସାରେ ପୌରପାଳିକାର ଏହି ୱାର୍ଡଟି ବୃହତ୍‌ ହୋଇଥିବା ବେଳେ ସରଗିତଳିଆର ସୁରିସାହି, ଲତାରସାହି ଓ ଚିତାନସାହିରେ ମୌଳିକ ସୁବିଧା ଅପହଞ୍ଚ ହୋଇରହିଛି। ଭୋଟର ତାଲିକା ଅନୁଯାୟୀ ଏଠାରେ ଆଦିବାସୀ ସମ୍ପ୍ରଦାୟର ପ୍ରାୟ ୩୦୦ ଲୋକ ବସବାସ କରୁଛନ୍ତି। ଅଞ୍ଚଳରେ ଖଣି, ରେଳସାଇଡିଂ, ପରିବହନ କାର୍ଯ୍ୟ ହେଉଥିଲେ ହେଁ ଏଠାକାର ଲୋକ ରୋଜଗାର ପାଉନାହାନ୍ତି। ପ୍ରାୟତଃ ଜଙ୍ଗଲରୁ କାଠ, ଦାନ୍ତକାଠି, ଶାଳପତ୍ର, କେନ୍ଦୁ, ଚାହଁାର, ଆମ୍ବ, କୋଳି ବିକ୍ରି କରି ଜୀବିକା ନିର୍ବାହ କରିଥାନ୍ତି। ସରକାରୀ ଯୋଜନାରେ ମିଳୁଥିବା ଚାଉଳ ନିଅଣ୍ଟ ହେଉଥିବାରୁ ମହୁଲ ସିଝା, ତେନ୍ତୁଳି ମଞ୍ଜି, ଜଙ୍ଗଲର ପିତାଳୁ, ଶିଆଳି ମଞ୍ଜି, କୁରକୁଟି (କାଇଜନ୍ଦା) ଆଦି ଆହାର ଭାବେ ଖାଉଥିବା ସ୍ଥାନୀୟ ବାସିନ୍ଦା ସୋନୁ ମୁଣ୍ଡା, ତମ୍ବା ମୁଣ୍ଡା ଓ ଗୁରୁଚରଣ ମୁଣ୍ଡା କହିଛନ୍ତି। ପୁଷ୍ଟିକର ଖାଦ୍ୟ ଅଭାବରୁ ଶିଶୁମାନେ ଅପପୁଷ୍ଟିର ଶିକାର ହେଉଛନ୍ତି। କୈଳାଶ ମୁଣ୍ଡା କହିଛନ୍ତି, ଖାଦ୍ୟ ଅଭାବରୁ ଦୁର୍ବଳତା ଏବଂ ପରେ ରକ୍ତହୀନତା ଯୋଗୁ ତାଙ୍କ ୩ ବର୍ଷର ଶିଶୁକନ୍ୟା ସାଳିନୀ ମୁଣ୍ଡା ରୋଗଗ୍ରସ୍ତ ହୋଇଥିଲେ। ପ୍ରଥମେ ଯୋଡ଼ା ଟାଟା ଡାକ୍ତରଖାନା ପରେ କେନ୍ଦୁଝର ଓ କଟକ ଶିଶୁଭବନକୁ ସ୍ଥାନାନ୍ତର ହୋଇଥିଲେ। ମାତ୍ର ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ କଟକରେ ଡିଏମ୍‌ଏଫ୍‌ ଜରିଆରେ ତାଙ୍କୁ ପ୍ରତିଦିନ ୨୦୦ ଟଙ୍କା ଖର୍ଚ୍ଚ ବାବଦକୁ ମିଳୁଥିବା କହିଥିଲେ। ବୃଦ୍ଧା ସୁଦୁରା ମୁଣ୍ଡା କହିଥିଲେ, ପୁଅର ମୃତ୍ୟୁ ପରେ ୩ ନାତୁଣୀ ଓ ନାତିଙ୍କ ଭରଣପୋଷଣ ଦାୟିତ୍ୱ ତାଙ୍କ ଉପରେ। ସରକାରୀ ଚାଉଳ ନିଅଣ୍ଟ ହେଉଥିବାରୁ ଛୁଆ ଓଳିଏ ଖାଇଲେ ଓଳିଏ ଉପାସ ରହୁଛନ୍ତି। ସେହିପରି ଅଞ୍ଚଳର ଜୁଲୁ ମୁଣ୍ଡା, ସୁଦନ ମୁଣ୍ଡା, ସୋନୁ ମୁଣ୍ଡା କହିଛନ୍ତି, ଖାଦ୍ୟ ଅଭାବରୁ ଅଞ୍ଚଳରେ ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ଶିଶୁ ଦୁର୍ବଳ ହୋଇ ରୋଗଗ୍ରସ୍ତ ହୋଇଯାଇଛନ୍ତି। ପ୍ରାୟ ୩ କି.ମି. ଦୂର ଖୁଣ୍ଟପାଣିରେ ଅଙ୍ଗନୱାଡ଼ି କେନ୍ଦ୍ର୍ର ରହିଛି। ଏଣୁ ଶିଶୁମାନେ ଚିକିତ୍ସାରୁ ବଞ୍ଚତ୍ତ ରହୁଛନ୍ତି। ସ୍କୁଲ ଥାଇ ମଧ୍ୟ ସୁବିଧା ନ ଥିବାରୁ ପାଠରେ ଡୋରି ବନ୍ଧା ହୋଇଛି। ନିକଟରେ ବୈତରଣୀ ନଦୀ ଥାଇ ମଧ୍ୟ ସ୍ବଚ୍ଛ ପାନୀୟଜଳ ମିଳୁନାହିଁ, ନଳକୂପ ଅଚଳ ହୋଇପଡ଼ିଛି। ହାତୀଙ୍କ ସୁରକ୍ଷା ପାଇଁ ୨୪ ଘଣ୍ଟା ବିଦ୍ୟୁତ୍‌ କାଟ କରାଯାଉଛି ବୋଲି କହିଥିଲେ।
ସ୍ଥାନୀୟ ସାମାଜିକ କର୍ମୀ ଚର୍ଚ୍ଚିଲ ମହାକୁଡ଼ ନିଜ ଖର୍ଚ୍ଚରେ ଏକ କୂଅକୁ ପୁନରୁଦ୍ଧାର କରି ଜଳ ଯୋଗାଇବା ପାଇଁ ଚେଷ୍ଟା କରୁଛନ୍ତି। ଟାଟାଷ୍ଟିଲ ପକ୍ଷରୁ ମୋଟର ପମ୍ପ ବ୍ୟବସ୍ଥା କରାଯାଇଥିଲେ ହେଁ ବିଦ୍ୟୁତର ଅନିଶ୍ଚିତତା ଯୋଗୁ ଜଳ ସଂକଟ ସୃଷ୍ଟି ହୋଇଛି। ୨୦୧୨ ପୌରପାଳିକା ଦ୍ୱାରା ବୈତରଣୀ ନଦୀ କୂଳରେ ଅଞ୍ଚଳବାସୀଙ୍କୁ ସ୍ବାବଲମ୍ବୀ କରିବା ପାଇଁ ଏକ ପାର୍କ ନିର୍ମାଣ କରାଯାଇଥିଲା। ମାତ୍ର ବନ ବିଭାଗ ଓ ପୌରପାଳିକାର ସମନ୍ବୟ ଅଭାବରୁ ଏହା ଅଧା ପନ୍ତରିଆ ହୋଇ ପଡ଼ିରହିଛି। ଯୋଡ଼ା ପୌରାଧ୍ୟକ୍ଷ ଜଗଦୀଶ ପ୍ରସାଦ ସାହୁ ଅବିଳମ୍ବେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିକ୍ରିୟାରେ କହିଥିଲେ। ଅନ୍ୟପକ୍ଷେ ଶନିବାର ଯୋଡ଼ା ବ୍ଲକ ଗୁଡ଼ାସାହିଠାରେ ଜିଲା ଡାକ୍ତରୀ ଟିମ ଯାଞ୍ଚ କରି ୨ ଜଣ ପୁଷ୍ଟିହୀନ ଶିଶୁଙ୍କୁ ବଡ଼ବିଲଠାରେ ଥିବା ଏନ୍‌ଆରସି (ନିୟୁଟ୍ରିସନ ରିହାବିଲିଟେସନ) ସେଣ୍ଟରକୁ ପଠାଇଛନ୍ତି। ସାହିରେ ଗତ ବୁଧବାର ଓ ଶୁକ୍ରବାର ମୃତ୍ୟୁ ଘଟିଥିବା ଦୁଇ ଶିଶୁଙ୍କର ଆପପୁଷ୍ଟିରେ ମୃତ୍ୟୁ ହୋଇନାହିଁ। ତାଙ୍କର ମୃତ୍ୟୁ ନିମୋନିଆ ଓ ଯକ୍ଷ୍ମା ହେତୁ ହୋଇଛି ବୋଲି ବଡ଼କାଳୀମାଟି ଡାକ୍ତର ରମଣୀ ରଞ୍ଜନ ପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁସ୍ଥ ହେଉଛନ୍ତି ଅଭିଜିତ୍‌ ମଜୁମଦାର: ମେଡିକାଲରୁ ହେବେ ଡିସ୍‌ଚାର୍ଜ

ଭୁବନେଶ୍ୱର, ୩୧।୧୨: ସୁସ୍ଥ ହେଉଛନ୍ତି ସଙ୍ଗୀତକାର ଅଭିଜିତ୍‌ ମଜୁମଦାର। ଆସନ୍ତା ୨/୩ ଦିନ ମଧ୍ୟରେ ଏମ୍ସରୁ ଡିସ୍‌ଚାର୍ଜ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଅଭିଜିତଙ୍କୁ ଚିକିତ୍ସା...

ବିଳିବିଳାଉଛନ୍ତି ହାଫିଜ ସଇଦ: ଭାରତକୁ ନେଇ ଏମିତି କହିଦେଲେ, ୫୦ ବର୍ଷ ପର୍ଯ୍ୟନ୍ତ…

ଇସଲାମାବାଦ୍‌,୩୧।୧୨: ଜମ୍ମୁ କଶ୍ମୀରରେ ସକ୍ରିୟ ଥିବା ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଇବା(LeT)ର ପ୍ରତିଷ୍ଠାତା ହାଫିଜ ସଇଦ ଏବଂ ତାଙ୍କର ନିକଟତର ସହଯୋଗୀମାନେ ପୁଣି ଥରେ ଭାରତର ଅପରେଶନ...

ଆକ୍ସନରେ ନୟନତାରା: ନୂଆବର୍ଷରେ କରିବେ ଧମାଲ୍‌

ପ୍ରଶଂସକମାନେ ୟଶଙ୍କ ଫିଲ୍ମ ‘ଟକ୍ସିକ’ର ମୁକ୍ତିଲାଭ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ନୂଆବର୍ଷ ପୂର୍ବରୁ ପ୍ରଶଂସକଙ୍କୁ ବଡ଼ ଉପହାର ଦେଇଛନ୍ତି ଏହି ଫିଲ୍ମର ନିର୍ମାତା।...

ବିଜେଡି ଅସନ୍ତୁଷ୍ଟଙ୍କ ଉପରେ ମୋକିମଙ୍କ ନଜର, ନୂଆ ସମୀକରଣକୁ ନେଇ କହିଲେ…

ଭୁବନେଶ୍ୱର,୩୧ା୧୨: ନୂଆଦଳ ଓ ସମୀକରଣକୁ ନେଇ କଂଗ୍ରେସର ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଏକ ବଡ଼ ବୟାନ ଦେଇଛନ୍ତି। ମୁଖ୍ୟତଃ ଭାଜପା, ବିଜେଡି ଏବଂ କଂଗ୍ରେସକୁ...

ମହମ୍ମଦ ମୋକିମଙ୍କୁ ଭେଟିଲେ ଭଦ୍ରକ ପୌରାଧ୍ୟକ୍ଷା: ସବୁଠି ଚର୍ଚ୍ଚା

ଭଦ୍ରକ,୩୧।୧୨(ସନାତନ ରାଉତ): ମହମ୍ମଦ ମୋକିମଙ୍କୁ ଭେଟିଲେ ଭଦ୍ରକ ପୌରାଧ୍ୟକ୍ଷା ଗୁଲମକି ଦଲୱାଜ। ସାଧୀନ ଭାବେ ଜିତି ବିଜେଡିରେ ଯୋଗ ଦେଇଥିଲେ ଗୁଲମକି। ବର୍ତ୍ତମାନ ଗୁଲମକି ମୋକିମଙ୍କ...

PEOଙ୍କୁ ପଚରାଉଚରା କରୁଛି ଭିଜିଲାନ୍ସ: ଚଢାଉବେଳେ ମିଳିଥିଲା ପୁଳାପୁଳା ଟଙ୍କା

ହାଟଡିହୀ,୩୧l୧୨(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପିଇଓ ଜିତେନ୍ଦ୍ର ଜେନାଙ୍କ ଘର, ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟାଳୟ ଉପରେ ଗତ ମଙ୍ଗଳବାରରୁ ଭିଜିଲାନ୍ସ...

ଭଦ୍ରକ ଏସପି ଅଫିସକୁ ନୂଆ ବର୍ଷରେ ଫୁଲତୋଡ଼ା ମନା: ଲାଗିଲା ନୋଟିସ

ଭଦ୍ରକ,୩୧।୧୨(ସନାତନ ରାଉତ): ଭଦ୍ରକ ଏସ୍‌ପି ଅଫିସକୁ ନୂଆବର୍ଷରେ ଫୁଲ ତୋଡ଼ା ନେଇ ଯିବାକୁ ବାରଣ କରାଯାଇଛି। ନୂଆ ବର୍ଷରେ ଶୁଭେଚ୍ଛା ଜଣାଇବା ପାଇଁ ବହୁ ବହୁ...

ଭିତରେ ମିଟିଂ କରୁଥିଲେ ସିଏସଓ: ଅଫିସ ଭିତରେ ଧାରଣା ଦେଲେ ଚାଷୀ, ଧାନ ନ ଉଠିବାରୁ…

ବଲାଙ୍ଗୀର, ୩୧।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଳକ କୁସମେଲ ପ୍ୟାକ୍ସରେ ଚାଷୀମାନଙ୍କ ଧାନ କିଣା ନ ଥିବାରୁ ଏହି ପ୍ୟାକ୍ସ ଅନ୍ତର୍ଗତ ବିଭିନ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri