ଭାଜପା ନେତା ୟଶଙ୍କୁ ଦ୍ୱିତୀୟ ବିବାହ କରିଛନ୍ତି ନୁସରତ! କିଛି ଏଭଳି…

କୋଲକାତା: କିଛି ନା କିଛି କାରଣକୁ ନେଇ ଚର୍ଚ୍ଚାରେ ରହିବାକୁ ପସନ୍ଦ କରନ୍ତି ବଙ୍ଗାଳୀ ଅଭିନେତ୍ରୀ ତଥା ତ୍ରୁଣମୂଳ କଂଗ୍ରେସ ଏମ୍‌ପି ନୁସରତ ଜାହାଁ। ଏବେ ସେ ଦ୍ୱିତୀୟ ବିବାହ କରିସାରିଥିବା କୁହାଯାଉଛି। ଅଭିନେତା ତଥା ଭାଜପା ନେତା ୟଶ ଦାଶଗୁପ୍ତାଙ୍କୁ ବିବାହ କରିଛନ୍ତି ସେ। ନିକଟରେ ୟଶଙ୍କ ଜନ୍ମଦିନରେ ନୁସରତ କିଛି ଫଟୋ ଶେୟାର କରିବା ପରେ ଏ ନେଇ ଆଲୋଚନା ବଢ଼ିବାରେ ଲାଗିଛି।

ନୁସରତ ସ୍ବାମୀଙ୍କ ଜନ୍ମଦିନକୁ ଖାସ କରିବା ଲାଗି ଅନେକ କିଛି କରିଥିଲେ। ଏହାର କିଛି ଫଟୋ ସେ ନିଜର ଷ୍ଟୋରୀରେ ରଖିଥିଲେ। ସେଥିରୁ ଗୋଟିଏରେ ଜନ୍ମଦିନର କେକ୍‌ ଥିବା ବେଳେ ଦ୍ୱିତୀୟଟିରେ ୟଶଙ୍କ ସହ ସେ ବସିଥିବା ନଜର ଆସିଥିଲା। ତେବେ କେକ୍‌ରେ ,ଓ୍ବାଇଡି, ହଜବ୍ୟାଣ୍ଡ, ହାପି ବର୍ଥ ଡେ’ବୋଲି ଲେଖାଯାଇଥିଲା। ଉଭୟଙ୍କ ଫଟୋରେ ‘ହାପି ବର୍ଥ ଡେ’ ମାଇ ଲଭ୍‌’ ବୋଲି ସେ ଲେଖିଥିଲେ। ଫଟୋଗୁଡ଼ିକ ଭାଇରାଲ ହେବା ପରେ ନୁସରତ ୟଶଙ୍କୁ ବିବାହ କରିନେଇଥିବା ଏବଂ ନିଜ ପିଲାର ବାପାଙ୍କୁ ନେଇ ସେ ଖୁଲାସା କରିଥିବା ଚର୍ଚ୍ଚା ହେଉଛି।

କହିରଖୁଛୁ, ୨୦୧୯ ଜୁନ ୧୯ରେ କୋଲକାତାର ବ୍ୟବସାୟୀ ନିଖିଲ ଜୈନଙ୍କୁ ବିବାହ କରିଥିଲେ ନୁସରତ। ତୁର୍କି ସହରର ସ୍ତାନବୁଲରେ ଉଭୟ ହିନ୍ଦୁ ଏବଂ ଖ୍ରିଷ୍ଟିଆନ ରୀତିନୀତିରେ ବିବାହ କରିଥିଲେ। ମାତ୍ର ବିବାହର ଦେଢ଼ ମାସ ପରେ ସେମାନେ ହନିମୁନ୍‌ରେ ଯାଇଥିଲେ। ପରେ ନୁସରତ ବିବାହକୁ ଅବୈଧ ବୋଲି କହିଥିଲେ। ହେଲେ କିଛି ଦିନ ପରେ ସେ ମା’ ହେବାକୁ ଯାଉଥିବା ଜଣାପଡ଼ିଥିଲା। ଏଣୁ ପିଲାର ବାପା କିଏ ବୋଲି ନୁସରତ ସମାଲୋଚିତ ହେଉଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଡ଼ା ସୁରକ୍ଷା ମଧ୍ୟରେ ଆରମ୍ଭ ହେଲା ଯୁକ୍ତ ୨ ପରୀକ୍ଷା

ଭଞ୍ଜନଗର,୧୮ା୨(ବାବୁଲା ପ୍ରଧାନ): ବୁଧବାରଠାରୁ ରାଜ୍ୟରେ +୨ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ବାର୍ଷିକ ପରୀକ୍ଷା ଆରମ୍ଭ ହୋଇଛି। ପ୍ରଥମ ଦିନ ମାତୃଭାଷା ଓଡ଼ିଆ ପରୀକ୍ଷା ଦେଉଛନ୍ତି…

ଭବାନୀପାଟଣା ସହରରେ ଫୁଟିଲା ଗୁଳି

ଭବାନୀପାଟଣା,୧୮ା୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ବିବିସିପଡ଼ା ହନୁମାନ ମନ୍ଦିର ନିକଟରେ ମଙ୍ଗଳବାର ବିଳମ୍ବିତ ରାତିରେ ଗୁଳିକାଣ୍ଡ ହୋଇଛି। ସାମାନ୍ୟ ବଚସାରୁ ଜଣେ ମଦ୍ୟପ…

ହବ୍‌ରୁ ପରୀକ୍ଷା କେନ୍ଦ୍ରକୁ ଗଲା ପ୍ରଶ୍ନପତ୍ର, କଡ଼ା ସୁରକ୍ଷା ମଧ୍ୟରେ ଆରମ୍ଭ ହେବ ପରୀକ୍ଷା

ଭଞ୍ଜନଗର,୧୮ା୨((ବାବୁଲା ପ୍ରଧାନ): ବୁଧବାରଠାରୁ ରାଜ୍ୟରେ +୨ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ବାର୍ଷିକ ପରୀକ୍ଷା ଆରମ୍ଭ ହୋଇଛି। ପ୍ରଥମ ଦିନ ବିଜ୍ଞାନ ଛାତ୍ରୀଛାତ୍ରଙ୍କ ମାତୃଭାଷା ଓଡ଼ିଆ…

ଲାଭ ନେଇଗଲା କଂଗ୍ରେସ

ଭୁବନେଶ୍ୱର,୧୮।୨(ସୁନିତ୍‌ ମିଶ୍ର): ୧୭ଶ ବିଧାନସଭାର ୬ଷ୍ଠ ଅଧିବେଶନ ମଙ୍ଗଳବାର ଆରମ୍ଭ ହୋଇଛି। ରାଜ୍ୟପାଳ ହରିବାବୁ କମ୍ଭମପାଟିଙ୍କ ଅଭିଭାଷଣରୁ ଗୃହକାର୍ଯ୍ୟ ଆରମ୍ଭ ହୋଇଛି। ପ୍ରଥମ ଦିନ ଥିବାରୁ ଗୃହରେ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ପରିମାଣାତ୍ମକ ନା ଗୁଣାତ୍ମକ ଶିକ୍ଷା

ଥରେ ଜଣେ ରାଜନେତାଙ୍କ ସହିତ ସାକ୍ଷାତ ହେଲା। ପୂର୍ବତନ ଲୋକ ସଭା ସାଂସଦ। ବର୍ତ୍ତମାନର ସରକାରୀ ଦଳର ସେ ଜଣେ ପ୍ରତିଷ୍ଠିତ ନେତା। ବିଭିନ୍ନ ସଭା ସମିତିରେ…

ପ୍ରଣବଙ୍କ ଫାର୍ମ ହାଉସ ଜମି ମାପ ଚୁପ ଆରମ୍ଭ

ଯାଜପୁର/ଧର୍ମଶାଳା/ଚଢ଼େଇଧରା,୧୮।୨(ହର୍ଷବର୍ଦ୍ଧନ ବେହେରା/ବଟକୃଷ୍ଣ ପରିଡ଼ା/ଦିଲୀପ ପରିଡ଼ା): ସରକାରୀ ଜମି ଜବରଦଖଲ ଅଭିଯୋଗ ପରେ ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଫାର୍ମ ହାଉସରେ ମଙ୍ଗଳବାର ମାପଚୁପ ଆରମ୍ଭ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri