ପୁଅର ନାଁକୁ ନେଇ ପୁଣି ଚର୍ଚ୍ଚାରେ ନୁସରତ

କୋଲକାତା: ବେଙ୍ଗଲି ଆକ୍ଟ୍ରେସ ତଥା ତ୍ରୁଣମୂଳ କଂଗ୍ରେସ ଏମ୍‌ପି ନୁସରତ ଜହାଁ ନିକଟରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେବା ପରେ ରହି ଆସୁଛନ୍ତି ଚର୍ଚ୍ଚାରେ । ପ୍ରଥମେ ସେ ସିଙ୍ଗଲ ମଦର ହେବେ ବୋଲି ଆଲୋଚନା ହେଉଥିଲା । ଏଥିରେବି ନୁସରତ କୁଆଡେ ଏକମତ ବୋଲି ଶୁଣିବାକୁ ମିଳିଲା । ଆଉ ଏବେ ପୁଅର ନାଁକୁ ନେଇ ସେ ପୁଣି ଚର୍ଚ୍ଚାକୁ ଆସିଯାଇଛନ୍ତି । ନୁସରତ ତାଙ୍କ ପୁଅର ନାଁ ରଖିଛନ୍ତି ‘ଇସାନ’ । ଯାହାକୁ ନେଇ ଏବେ ସେ ସୋସିଆଲ ମିଡିଆରେ ଟ୍ରୋଲର ଶିକାର ହୋଇଛନ୍ତି । କେତେଜଣ ୟୁଜର୍ସ ପୁଅ ଅଭିନେତା ୟଶ ଦାସଗୁପ୍ତାଙ୍କର ବୋଲି କହୁଛନ୍ତି । କାରଣ ୟଶଙ୍କ ନାଁ ସହ ପୁଅର ନାଁ ମିଶୁଛି । ଏହାସହ ପୁଅ ଜନ୍ମ ସମୟରେ ହସ୍ପିଟାଲରେ ରାତିଦିନ ୟଶ ହିଁ ନୁସରତଙ୍କ ସହ ଥିଲେ । ଆଉ ପୁଅଜନ୍ମ ପରେ ସର୍ବପ୍ରଥମେ ୟଶ ହିଁ ଏହି ଖବର ଦେଇଥିଲେ । ଆଉ କହିଥିଲେ ମା’ ଓ ଶିଶୁ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ପୁଅଜନ୍ମ ପୂର୍ବରୁ ବି ନୁସରତଙ୍କୁ ଅଧିକାଂଶ ସମୟ ୟଶଙ୍କ ସହ ଦେଖିବାକୁ ମିଳୁଥିଲା । ଉଭୟଙ୍କ ମିଳାମିଶା ସୋସିଆଲ ମିଡିଆରେ ବି ଭାଇରାଲ ହୋଇଛି । ସ୍ୱାମୀ ନିଖିଲ ଜୈନଙ୍କଠାରୁ ନୁସରତ ଅଲଗା ହୋଇଯାଇଥିବା କଥା ପୂର୍ବରୁ କହି ସାରିଥିଲେ । ୨୦୧୯ରେ ସେ ନିିଖିଲଙ୍କୁ ତୁର୍କିରେ ବିବାହ କରିଥିବା ବେଳେ ଏହି ବିବାହ ଭାରତରେ ଆଇନ ସମ୍ମତ ନୁହେଁ ଓ ଉଭୟ ଅଲଗା ହୋଇଯାଇଥିବା ନୁସରତ କହିଥିଲେ । ଏମିତିକି ନିଖିଲ ମଧ୍ୟ ନୁସରତଙ୍କ ପିଲାର ପିତା ନୁହଁନ୍ତି ବୋଲି ପୂର୍ବରୁ କହିଥିଲେ । ଏବେ ନୁସରତ ଓ ୟଶଙ୍କ ରିଲେସନଶିପକୁ ନେଇ ଚର୍ଚ୍ଚା ପୁଣି ବଢିଯାଇଛି । କାରଣ ନୁସରତ କହିଛନ୍ତି ସେ ନିଖିଲଙ୍କ ସହ ରିଲେଶନସଶିପରେ ଥିଲେ । ତେଣୁ ଏବେ ସେ ପିଲାର ପିତାଙ୍କ ନାଁ ଦେବାକୁ ଚାହୁଁ ନାହାଁନ୍ତି ଓ ସିଙ୍ଗଲ ମଦର ହେବାକୁ ଚାହୁଁଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

୧୧୨୯ ହିତାଧିକାରୀଙ୍କୁ ୫୧.୩୬ କୋଟି ଟଙ୍କା ଋଣ ମଞ୍ଜୁର

କୋରାପୁଟ,୧୫ା୭(ଅମିତାଭ ବେହେରା): କୋରାପୁଟସ୍ଥିତ ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ରଠାରେ ବୁଧବାର ଆୟୋଜିତ ମେଗା କ୍ରେଡିଟ୍‌ ଆଉଟ୍‌ରିଚ୍‌ କାର୍ଯ୍ୟକ୍ରମରେ ୧୧୨୯ ଜଣ ହିତାଧିକାରୀଙ୍କ ପାଇଁ ୫୧.୩୬ କୋଟି ଟଙ୍କାର…

ଆପଣଙ୍କ ଘରକୁ ଆସୁନି ତ ଅପମିଶ୍ରିତ କ୍ଷୀର? ଏହି ସହଜ ଘରୋଇ ଉପାୟରେ କରନ୍ତୁ ଯାଞ୍ଚ

କ୍ଷୀର ଆମ ଦୈନନ୍ଦିନ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ବିଶେଷ କରି ପିଲାମାନଙ୍କର ଉତ୍ତମ ସ୍ୱାସ୍ଥ୍ୟ, ହାଡ଼ର ମଜଭୁତ ଏବଂ ଶାରୀରିକ ବିକାଶ ପାଇଁ କ୍ଷୀରକୁ ଅତ୍ୟନ୍ତ…

ଅଗଷ୍ଟ ୨୮ରେ ରିଲିଜ ହେବନାହିଁ Shraddha Kapoorଙ୍କର ‘ଇଥା’!

ମୁମ୍ବାଇ: ବଲିଉଡର ଅଭିନେତ୍ରୀ ଶ୍ରଦ୍ଧା କପୁର ଏବେ ନିଜର ଆଗାମୀ ଫିଲ୍ମ ‘ଇଥା’କୁ ନେଇ ଚର୍ଚ୍ଚାରେ। ନିକଟରେ ରିଲିଜ ହୋଇଥିବା ଫିଲ୍ମର ଟିଜର ସୋସିଆଲ ମିଡିଆରେ ବେଶ…

କୁଲାଡ଼ ରଥଯାତ୍ରା ପ୍ରସ୍ତୁତି ଶେଷ: ବିଧାୟକ-ଉପଜିଲାପାଳ ପହଞ୍ଚି କଲେ ସମୀକ୍ଷା

ଭଞ୍ଜନଗର,୧୫ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ କୁଲାଡ଼ ରଥଯାତ୍ରା ପ୍ରସ୍ତୁତି ସରିଛି। ଗୁରୁବାର ନିର୍ଦ୍ଧାରିତ ସମୟରେ ରଥାଯାତ୍ରା କାର୍ଯ୍ୟକ୍ରମ ହେବ। ଏହାପୂର୍ବରୁ ମନ୍ଦିର କମିଟି କର୍ମକର୍ତ୍ତା…

ଚତୁର୍ଥ ଶ୍ରେଣୀ ଛାତ୍ରଙ୍କୁ ନିର୍ଦ୍ଧୁମ ପିଟିଲେ ଶିକ୍ଷକ, ଅଭିଯୋଗ ପରେ ନିଲମ୍ବିତ

ଝରିଗାଁ,୧୫ା୭(କିଶୋର ଚନ୍ଦ୍ର ମଣ୍ଡଳ): ଚତୁର୍ଥ ଶ୍ରେଣୀ ଛାତ୍ରଙ୍କୁ ମାଡ ମାରିଥିବା ଅଭିଯୋଗ ନେଇ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଶିକ୍ଷା ଅଧିକାରୀ ଉମରସିଂ ନାଏକ ସମ୍ପୃକ୍ତ ଶିକ୍ଷକଙ୍କୁ…

କାମ ସାରି ଘରକୁ ଫେରୁଥିଲେ ଯୁବକ, ବାଟରେ ଧକ୍କାଦେଲା ଅଜଣାଗାଡ଼ି, ଘରେ ପହଞ୍ଚିବା ପୂର୍ବରୁ…

ଭଞ୍ଜନଗୀ,୧୫ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଗାଙ୍ଗପୁର ଥାନା ଅନ୍ତର୍ଗତ କ୍ଷତ୍ରୀୟବରପୁର ନିକଟରେ ବୁଧବାର ଅପରାହ୍ନରେ ଏକ ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ବାଇକ୍‌ ଚାଳକ ସାଗର ବିଷୋୟୀଙ୍କ…

ପୂର୍ବତନ ଅଧିନାୟକ ଲରେନ୍ସଙ୍କ ବଡ଼ ଦାବି, ଏହି ଦଳ ଜିତିବ ଫିଫା ବିଶ୍ୱକପ୍‌

ନୂଆଦିଲ୍ଲୀ,୧୫ା୭: ଭାରତୀୟ ଫୁଟ୍‌ବଲ ଦଳର ପୂର୍ବତନ ଅଧିନାୟକ କ୍ଲାଇମାକ୍ସ ଲରେନ୍ସଙ୍କ ମତରେ ଫ୍ରାନ୍ସ ବିପକ୍ଷ ସେମିଫାଇନାଲରେ ଜବରଦସ୍ତ ପ୍ରଦର୍ଶନ କରିଥିବା ସ୍ପେନ୍‌ ଚଳିତ ଫିଫା ବିଶ୍ୱକପ୍‌ ଜିତିବ।…

ଦୁର୍ଗମ ଗାଁରେ ପହଞ୍ଚି ଲୋକଙ୍କ ସମସ୍ୟା ବୁଝିଲେ ଏମ୍‌ପି, କହିଲେ ଗୋଟିଏ ବର୍ଷ ମଧ୍ୟରେ…

ଦାରିଙ୍ଗବାଡ଼ି,୧୫ା୭(ଅରୁଣ ସାହୁ): କନ୍ଧମାଳ ଏମ୍‌ପି ସୁକାନ୍ତ କୁମାର ପାଣିଗ୍ରାହୀଙ୍କ ୨ ଦିନିଆ ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳ ଗସ୍ତରେ ଯାଇ ବିଭିନ୍ନ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି। ବୁଧବାର ପ୍ରଥମଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri