ହସ୍ପିଟାଲରୁ ଡିସ୍‌ଚାର୍ଜ ହେଲେ ନୁସରତ୍‌: ପ୍ରେମିକଙ୍କ କୋଳରେ ପୁଅ

କୋଲକତା,୩୧।୮: ନିକଟରେ ତୃଣମୂଳ କଂଗ୍ରେସ ଏମ୍‌ପି ତଥା ବଙ୍ଗାଳ ଚଳଚ୍ଚିତ୍ର ଅଭିନେତ୍ରୀ ନୁସରତ ଜାହାଁ ମା’ ହୋଇଛନ୍ତି। ୨୬ ଅଗଷ୍ଟରେ ନୁସରତ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ୫ ଦିନ ପରେ ସେ ପୁଅକୁ ନେଇ ଘରକୁ ଫେରିଛନ୍ତି। ତେବେ ହସ୍ପିଟାଲରୁ ବାହାରିବାବେଳେ ତାଙ୍କ ପୁଅ ନୁସରତଙ୍କ ପାଖରେ ନୁହେଁ, ତାଙ୍କ ପ୍ରେମିକ ୟଶ୍‌ ଦାସଗୁପ୍ତାଙ୍କ କୋଳରେ ନଜର ଆସିଥିଲେ। ଏହାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ନୁସରତ ତାଙ୍କ ପୁଅ ଇଶାନ ଏବଂ ପ୍ରେମିକଙ୍କ ସହ ଡାକ୍ତରଖାନାରୁ ବାହାରକୁ ଆସୁଥିବାର ନଜର ଆସିଛନ୍ତି। ଭାଇରାଲ ହେଉଥିବା ଭିଡିଓରେ ଇଶାନ ୟଶ୍‌ଙ୍କ କୋଳରେ ନଜର ଆସିଥିଲେ। ନୁସରତ ଡାକ୍ତରଖାନା ଛାଡି ସିଧା କାରରେ ବସିଥିଲେ।
ନୁସରତ କୋଲକାତାର ପାର୍କ ଷ୍ଟ୍ରିଟରେ ଥିବା ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେ ଗତ ୨୬ ତାରିଖ ଦିନ ପ୍ରାୟ ୧୨.୨୦ ସମୟରେ ନିଜ ପୁଅକୁ ଜନ୍ମ ଦେଇଥିଲେ। ନୁସରତଙ୍କ ସହ ପ୍ରେମିକ ମଧ୍ୟ ଡାକ୍ତରଖାନାରେ ଉପସ୍ଥିତ ଥିଲେ। ଏଥି ସହ ନୁସରତଙ୍କଠାରୁ ଅଲଗା ହୋଇଥିବା ସ୍ବାମୀ ନିଖିଲ ଜୈନ ମଧ୍ୟ ସ୍ତ୍ରୀ ଏବଂ ନବଜାତ ଶିଶୁକୁ ଶୁଭେଚ୍ଛା ଜଣାଇଥିଲେ। ନିଖିଲ କହିଛନ୍ତି, ଆମ ମଧ୍ୟରେ ପାର୍ଥକ୍ୟ ଥାଇପାରେ, ତଥାପି ମୁଁ ନବଜାତ ଶିଶୁ ଏବଂ ତାଙ୍କ ମା’ଙ୍କୁ ଶୁଭେଚ୍ଛା ଜଣାଉଛି। ମୁଁ ଶିଶୁର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରୁଛି।
ନୁସରତ ଦୀର୍ଘ ଦିନ ଧରି ତାଙ୍କ ବ୍ୟକ୍ତିଗତ ଜୀବନ ଏବଂ ଗର୍ଭଧାରଣ ବିଷୟରେ ଚର୍ଚ୍ଚାରେ ଥିଲେ। ନୁସରତ ୨୦୧୯ରେ ତୁର୍କୀରେ ନିଖିଲ ଜୈନଙ୍କୁ ବିବାହ କରିଥିଲେ। ପରେ ଚଳିତବର୍ଷ ଆରମ୍ଭରେ ଉଭୟଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିଲା। ଫଳରେ ଏବେ ସେମାନେ ପରସ୍ପର ଅଲଗା ରହୁଛନ୍ତି। ନିଖିଲଙ୍କଠାରୁ ଅଲଗା ହେବା ପରେ ନୁସରତ ଏବେ ୟଶଙ୍କୁ ଡେଟ୍‌ କରୁଛନ୍ତି।

 

View this post on Instagram

 

A post shared by Yishaan Jahan (@yishaan_fan_page)


Enter your email to get our daily news in your inbox.

All Right Reserved By Dharitri.Com

ସମୁଦ୍ରରେ ଟ୍ରଲର ଦୁର୍ଘଟଣା, ମିଳିଲା ଆଉ ଏକ ମତ୍ସ୍ୟଜୀବୀଙ୍କ ମୃତଦେହ

ଭୋଗରାଇ,୧୫।୭( ପ୍ରଦୀପ ଦାସ ): ବଙ୍ଗୋପସାଗରରେ ମା କାଳୀ ନାମକ ଟ୍ରଲର ଦୁର୍ଘଟଣାରେ ୯ ମତ୍ସ୍ୟଜୀବୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ୧ ୩ ତାରିଖରେ ଦକ୍ଷିଣ…

ବଲାଙ୍ଗୀରରେ ଚାଞ୍ଚଲ୍ୟ, ମହିଳାଙ୍କୁ ଛୁରି ଭୁସିବା ପରେ ନିସ୍ତୁକ ମାଡ଼ରେ ପୁରୁଷ ବନ୍ଧୁଙ୍କ ମୃତ୍ୟୁ

ବେଲପଡ଼ା/ବଲାଙ୍ଗୀର,୧୫।୭(ମନୋଜ କୁମାର ମିଶ୍ର/ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ବେଲପଡ଼ା ଥାନା ଅଞ୍ଚଳରେ ବୁଧବାର ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି । ଜଣେ ଯୁବକ ପ୍ରଥମେ ଜଣେ…

ଏଥାନଲ୍ ମିଶ୍ରିତ ପେଟ୍ରୋଲ ପସନ୍ଦ ନୁହେଁ ତ ଅଧିକ ଟଙ୍କା ଦିଅ, ଶୁଦ୍ଧ ପେଟ୍ରୋଲ କିଣ: ନିତିନ ଗଡ଼କରୀ

ନୂଆଦିଲ୍ଲୀ,୧୫।୭: ଏଥାନଲ ମିଶ୍ରିତ ପେଟ୍ରୋଲ (E୨୦) କୁ ନେଇ ଚାଲିଥିବା ବିବାଦ ଓ ଆଶଙ୍କା ଉପରେ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ…

TMCରେ ବଡ଼ ବିଦ୍ରୋହ! ପତ୍ନୀଙ୍କୁ ED ସମନର ଦିନକ ପରେ ମମତାଙ୍କ ହାତ ଛାଡ଼ିଲେ ମଦନ ମିତ୍ର

କୋଲକାତା,୧୫।୭: ପଶ୍ଚିମବଙ୍ଗର ରାଜନୀତିରେ ହଲଚଲ୍ ଦେଖାଯାଉଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିଶ୍ୱସ୍ତ ସହଯୋଗୀ ମଦନ ମିତ୍ର, ବିଦ୍ରୋହୀ ନେତା ଋତବ୍ରତ ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମସି ଗୋଷ୍ଠୀରେ…

ବିଜୁଳି ଘଡ଼ଘଡ଼ିରେ ଭାଙ୍ଗିଲା ମନ୍ଦିର ଦଧିନଉତି, ଲୋକେ କହିଲେ…

ଖଣ୍ଡପଡ଼ା,୧୫।୭(ଅଜୟ କୁମାର ମହାରଣା): ନୟାଗଡ଼ ଜିଲା ଖଣ୍ଡପଡ଼ା ଅଞ୍ଚଳରେ ବିଜୁଳି, ଘଡ଼ଘଡ଼ି ସାଙ୍ଗକୁ ପ୍ରବଳ ବର୍ଷା, ପବନରେ ଏକ ଅଘଟଣ ସାମ୍ନାକୁ ଆସିଛି। ଘଡ଼ଘଡ଼ି, ବର୍ଷା, ପବନରେ…

ଏହି ଦିନ ଆକାଶରେ ଦେଖାଦେବ ଅଦ୍ଭୁତ ଦୃଶ୍ୟ, ଘୋଟିଆସିବ ଅନ୍ଧାର, ଆଉ ତା’ ପରେ…

ଅଗଷ୍ଟ ହେଉଛି ଜ୍ୟୋତିର୍ବିଜ୍ଞାନ ଘଟଣା ପ୍ରତି ଆଗ୍ରହୀ ଲୋକଙ୍କ ପାଇଁ ଏକ ବିଶେଷ ମାସ। ଏହି ମାସରେ ଅନେକ ମହାକାଶୀୟ ଘଟଣା ଦେଖାଯିବ। ଅଗଷ୍ଟ ୧୨ରେ ସୂର୍ଯ୍ୟ…

ଏହି ଆପରେ ମିଳିବ ଗ୍ୟାସ୍ ସିଲିଣ୍ଡର, ଅର୍ଡର କଲେ ମାତ୍ର ୧୦ ମିନିଟରେ ପହଞ୍ଚିବ ଘରେ

ବେଙ୍ଗାଲୁରୁ,୧୫।୭: ଏଣିକି ଗ୍ରାହକଙ୍କ କିଛି ମାତ୍ରାରେ ଗ୍ୟାସ ସିଲିଣ୍ଡର ଚିନ୍ତା କମିବ । ଅନଲାଇନରେ ଅର୍ଡର କଲେ କିଛି ମିନିଟରେ ଘରେ ପହଞ୍ଚିବ LPG ସିଲିଣ୍ଡର ।…

ସତର୍କ ସଂକେତ ଉପରେ ଜଳକା ଜଳସ୍ତର, ଭୟଭୀତ ଅବସ୍ଥାରେ ତଳିଆ ଅଞ୍ଚଳବାସୀ

ବାଲେଶ୍ୱର,୧୫।୭( ବାଞ୍ଛାନିଧି ଦେ): ଉପର ମୁଣ୍ଡରେ ଲଘୁଚାପ ଜନିତ ପ୍ରବଳ ବର୍ଷା ପାଇଁ ଜଳକା ନଦୀରେ ବନ୍ୟା ଦେଖା ଦେଇଛି । ବାଲେଶ୍ଵର ଜିଲା ବସ୍ତା ବ୍ଲକର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri