Posted inଜାତୀୟ

ଦେଶରେ ଶିକ୍ଷୟିତ୍ରୀଙ୍କ ସଂଖ୍ୟା ଶିକ୍ଷକଙ୍କଠାରୁ ଢେର୍‌ ଅଧିକ…

ନୂଆଦିଲ୍ଲୀ,୫।୭: ଦେଶରେ ଶିକ୍ଷକଙ୍କ ତୁଳନାରେ ଢେର୍‌ ଅଧିକ ଶିକ୍ଷୟିତ୍ରୀ ରହିଛନ୍ତି। ୟୁନିଫାଏଡ୍‌ ଡିଷ୍ଟ୍ରିକ୍‌ ଥନଫରମେଶନ ଅନ୍‌ ସ୍କୁଲ୍‌ ଏଜୁକେଶନ (ୟୁ-ଡିଆଇଏସ୍‌ଇ) ଦ୍ୱାରା ପ୍ରକାଶିତ ୨୦୧୯-୨୦ ରିପୋର୍ଟରେ ଏହା ଉଲ୍ଲେଖ କରାଯାଇଛି। ଦେଶରେ ଶିକ୍ଷାକ୍ଷେତ୍ରରେ ମୋଟ ୯୬.୮ ଲକ୍ଷ ନିୟୋଜିତ ରହିଛନ୍ତି। ସେମାନଙ୍କ ମଧ୍ୟରେ ଶିକ୍ଷୟିତ୍ରୀଙ୍କ ସଂଖ୍ୟା ୪୯.୨ ଲକ୍ଷ ରହିଛି। ସେହିପରି ଶିକ୍ଷକଙ୍କ ସଂଖ୍ୟା ୪୭.୬ ଲକ୍ଷ ରହିଛି।

୨୦୧୨-୧୩ଠାରୁ ଗତ ୭ ବର୍ଷ ମଧ୍ୟରେ ଶିକ୍ଷୟିତ୍ରୀଙ୍କ ସଂଖ୍ୟାରେ ୩୭ ପ୍ରତିଶତ ବୃଦ୍ଧି ଘଟିଛି। ୨୦୧୨-୧୩ରେ ଶିକ୍ଷୟିତ୍ରୀଙ୍କ ସଂଖ୍ୟା ୩୫.୮ ଲକ୍ଷ ଥିଲା। ତେବେ ୭ ବର୍ଷରେ ଏଥିରେ ୧୩.୪ ଲକ୍ଷ ବୃଦ୍ଧି ଘଟିଥିବା ରିପୋର୍ଟରେ ଦର୍ଶାଯାଇଛି। ୨୦୧୨-୧୩ରେ ଦେଶରେ ଶିକ୍ଷକଙ୍କ ସଂଖ୍ୟା ୪୨.୪ ଲକ୍ଷ ଥିଲା। ୨୦୧୯-୨୦ରେ ଶିକ୍ଷକଙ୍କ ସଂଖ୍ୟା ୫.୩ ଲକ୍ଷ ବଢ଼ି ୪୭.୭ ଲକ୍ଷରେ ପହଞ୍ଚିଛି।

ପ୍ରାଇମେରୀ ସ୍କୁଲରେ ଶିକ୍ଷୟିତ୍ରୀଙ୍କ ସଂଖ୍ୟା ଅଧିକ ରହିଛି। ଅପରପକ୍ଷରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଶିକ୍ଷକଙ୍କ ସଂଖ୍ୟା ଶିକ୍ଷୟିତ୍ରୀଙ୍କ ତୁଳନାରେ ଅଧିକ ଥିବା ରିପୋର୍ଟରେ ପ୍ରକାଶ ପାଇଛି। ପ୍ରି-ପ୍ରାଇମେରୀ ସ୍କୁଲରେ ଶିକ୍ଷୟିତ୍ରୀଙ୍କ ସଂଖ୍ୟା ଲକ୍ଷେରୁ ଅଧିକ ଥିବାବେଳେ ଶିକ୍ଷକଙ୍କ ସଂଖ୍ୟା ୨୭,୦୦୦ ରହିଛି। ସେହିପରି ପ୍ରାଇମେରୀ ସ୍କୁଲରେ ଶିକ୍ଷୟିତ୍ରୀଙ୍କ ସଂଖ୍ୟା ୧୯.୬ ଲକ୍ଷ ଥିବାବେଳେ ଶିକ୍ଷକଙ୍କ ସଂଖ୍ୟା ୧୫.୭ ଲକ୍ଷ ଅଛି। ଉଚ୍ଚ ପ୍ରାଥମିକ ସ୍କୁଲରେ ଶିକ୍ଷକଙ୍କ ସଂଖ୍ୟା ୧୧.୫ ଲକ୍ଷ ଥିବାବେଳେ ଶିକ୍ଷୟିତ୍ରୀଙ୍କ ସଂଖ୍ୟା ୧୦.୬ ଲକ୍ଷ ରହିଥିବା ରିପୋର୍ଟରେ ଦର୍ଶାଯାଇଛି। ସେକେଣ୍ଡାରୀ ଏବଂ ହାୟର ସେକେଣ୍ଡାରୀ ସ୍କୁଲ୍‌ରେ ଶିକ୍ଷକଙ୍କ ସଂଖ୍ୟା ଯଥାକ୍ରମେ ୬.୩ ଲକ୍ଷ ଏବଂ ୩.୭ ଲକ୍ଷ ରହିଛି। ଅପରପକ୍ଷରେ ଶିକ୍ଷୟିତ୍ରୀଙ୍କ ସଂଖ୍ୟା ଯଥାକ୍ରମେ ୫.୨ ଲକ୍ଷ ଓ ୨.୮ ଲକ୍ଷ ରହିଛି। ସରକାରୀ ସ୍କୁଲରେ ଶିକ୍ଷକଙ୍କ ସଂଖ୍ୟା ଅଧିକ ରହିଛି। ତେବେ ଘରୋଇ ସ୍କୁଲରେ ଅଧିକ ଶିକ୍ଷୟିତ୍ରୀ ଶିକ୍ଷାଦାନ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି।

କେରଳ, ପଞ୍ଜାବ, ତାମିଲନାଡୁ, ଦିଲ୍ଲୀ, ହରିୟାଣା ଆଦି ରାଜ୍ୟରେ ଶିକ୍ଷୟିତ୍ରୀଙ୍କ ସଂଖ୍ୟା ଅଧିକ ରହିଛି। ଏସବୁ ରାଜ୍ୟରେ ଯଥାକ୍ରମେ ୭୯, ୭୬, ୭୫, ୭୪, ୬୨ ପ୍ରତିଶତ ଶିକ୍ଷୟିତ୍ରୀ ରହିଛନ୍ତି। ସମ୍ପୃକ୍ତ ରାଜ୍ୟରେ ସେମାନଙ୍କ ସଂଖ୍ୟା ଯଥାକ୍ରମେ ୨.୨ ଲକ୍ଷ, ୨.୧ ଲକ୍ଷ, ୪.୨ ଲକ୍ଷ, ୧.୨ ଏବଂ ୧.୬ ଲକ୍ଷ ରହିଛି। ସୂଚନାଯୋଗ୍ୟ, କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ପ୍ରତିବର୍ଷ ୟୁ-ଡିଆଇଏସ୍‌ଇ ରିପୋର୍ଟ ପ୍ରକାଶ ପାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

୩ ରାଜ୍ୟର ବିଧାନସଭା ଆସନ ପାଇଁ ମତଦାନ ଆରମ୍ଭ

ନୂଆଦିଲ୍ଲୀ,୯।୪: କେରଳମ୍‌, ଆସାମ ଓ ପୁଡୁଚେରୀର ମୋଟ ୨୯୬ ଆସନରେ ଗୁରୁବାର ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ସକାଳୁ ସକାଳୁ ଲାଇନରେ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri