ଭାରତରେ ଓମିକ୍ରନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୪୫ ଛୁଇଁଲା, …

ନୂଆଦିଲ୍ଲୀ,୧୯।୧୨: ପୃଥିବୀରେ କରୋନାର ନୂଆ ଭାରିଆଣ୍ଟ୍‌ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଭାରତରେ ମଧ୍ୟ ସ୍ଥିତି ଧୀରେଧୀରେ ସଙ୍କଟ ଜନକ ହେବାରେ ଲାଗିଛି। ଭାରତରେ ବର୍ତ୍ତମାନ ସୁଦ୍ଧା ମୋଟ ୧୪୫ ଜଣ ଓମିକ୍ରନ୍‌ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।

ଭାରତ ସମ୍ମୁଖରେ ଦୁଇଟି ବିପଦ ଦଣ୍ଡାୟମାନ ହୋଇଛି। ପ୍ରଥମ ବିପଦ ହେଉଛି ସରକାରଙ୍କ ନୀତି ଏବଂ ଦ୍ୱିତୀୟ ବିପଦଟି ଜନସାଧାରଣଙ୍କ ଅବହେଳା।

ନୂଆବର୍ଷ ନୂଆ ଅସୁବିଧା ଆଣିବାର ଆଶଙ୍କା ରହିଛି। ଭିଡ଼ ଜମାହେବାକୁ ନେଇ ସରକାର ଚିନ୍ତାରେ ପଡ଼ିଛନ୍ତି।

ଦେଶରେ ମହାରାଷ୍ଟ୍ରରେ ସର୍ବାଧିକ ୪୮ ଜଣ ଓମିକ୍ରନ୍‌ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଦିଲ୍ଲୀରେ ୨୨, ତେଲେଙ୍ଗାନାରେ ୨୦, ରାଜସ୍ଥାନରେ ୧୭, କର୍ଣ୍ଣାଟକରେ ୧୪, କେରଳରେ ୧୧, ଗୁଜୁରାଟରେ ୭, ଆନ୍ଧ୍ରପ୍ରଦେଶରେ ୧, ଚଣ୍ଡିଗଡ଼ରେ ୧, ତାମିଲନାଡୁରେ ୧, ପଶ୍ଚିମବଙ୍ଗରେ ଜଣେଙ୍କୁ ଚିହ୍ନଟ କରାଯାଇଛି।

ନାଭି ମୁମ୍ବାଇର ଘାନସୋଲିର ଶେତକାଲୀ ବିଦ୍ୟାଳୟରେ ୧୮ ଜଣ ପିଲାଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ ଆସିଛି। ଏହା ପରେ ସାତ ଦିନ ପାଇଁ ସ୍କୁଲକୁ ବନ୍ଦ ରଖାଯାଇଛି। ଏହି ଘଟଣା ପରେ ସ୍କୁଲର ୮୦୦ ଛାତ୍ରଙ୍କ ନମୁନା ପରୀକ୍ଷା କରାଯାଇଛି। ନାଗପୁରରେ ମଧ୍ୟ ଜଣେ ସ୍କୁଲ ଛାତ୍ରଙ୍କୁ କରୋନା ପଜିଟିଭ ଭାବେ ଚିହ୍ନଟ କରାଯାଇଛି। ଜେନୋମ ସିକ୍ୱେନ୍ସିଙ୍ଗରୁ ଏହା ଓମିକ୍ରନ କି ନୁହେଁ ତାହା ସ୍ଥିର କରାଯିବାର ବ୍ୟବସ୍ଥା କରାଯାଇଛି।

ବିଦ୍ୟାଳୟ ଖୋଲିବା ଉପରେ ଦେଶରେ କୌଣସି ନିର୍ଦ୍ଦିଷ୍ଟ ନୀତି ନାହିଁ। ଓମିକ୍ରନର ବିପଦ ମଧ୍ୟରେ ଦିଲ୍ଲୀରେ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀର ବିଦ୍ୟାଳୟଗୁଡ଼ିକ ପୁଣି ଖୋଲିଛି। ମୁମ୍ବାଇରେ ଶିଶୁ ବିଦ୍ୟାଳୟ ଖୋଲି ସାରିଛି। ସର୍ବାଧିକ ଓମିକ୍ରନ ମାମଲା ସତ୍ତ୍ୱେ ଡିସେମ୍ବର ୧୮ସୁଦ୍ଧା ମହାରାଷ୍ଟ୍ରରେ ସମସ୍ତ ବିଦ୍ୟାଳୟ ଖୋଲାଯାଇଛି। ସେହିପରି ଦିଲ୍ଲୀରେ ଓମିକ୍ରନର ୨୨ଟି ମାମଲା ଅଛି କିନ୍ତୁ ବିଦ୍ୟାଳୟଗୁଡ଼ିକ ଖୋଲା ଅଛି ।

ଅପରପକ୍ଷରେ ଚଣ୍ଡିଗଡ଼ରେ ଓମିକ୍ରୋନ୍‌ର ଗୋଟିଏ ମାମଲା ଅଛି କିନ୍ତୁ ବିଦ୍ୟାଳୟଗୁଡ଼ିକ ବନ୍ଦ କରାଯାଇଛି। ଏହା ପ୍ରମାଣିତ କରୁଛି ଯେ ବିଦ୍ୟାଳୟ ଖୋଲିବାରେ ଦେଶରେ କୌଣସି ନୀତି ନାହିଁ। ଓମିକ୍ରନ ସଙ୍କଟ ନେଇ ଦିଲ୍ଲୀ ସରକାର ଗଙ୍ଗାରାମ ହସପିଟାଲ, ସେକ୍ସ ସାକେତ୍‌, ଫୋର୍ଟିସ ବସନ୍ତ କୁଞ୍ଜ, ବାତ୍ରା ହସ୍ପିଟାଲ, ତୁଗଲକାବାଦ ଆଦି ୪ଟି ଘରୋଇ ହସ୍ପିଟାଲକୁ ଡେଡିକେଟେଡ୍‌ ସେଣ୍ଟର କରିଛନ୍ତି।

ଏହାପୂର୍ବରୁ କେବଳ ଲୋକନାୟକ ହସ୍ପିଟାଲ ଓମିକ୍ରନର ଡେଡିକେଟେଡ୍‌ ସେଣ୍ଟର ଥିଲା। ଓମିକ୍ରନ ମାମଲା ବଢ଼ିିପାରେ ବୋଲି ଦିଲ୍ଲୀ ସରକାର ଭୟ କରୁଛନ୍ତି।

ଉତ୍ତରପ୍ରଦେଶର ଗାଜିଆବାଦରେ ଦୁଇଟି ଓମିକ୍ରନ ମାମଲା ଚିହ୍ନଟ ହୋଇଛି। ଯାହାର ଉତ୍ସ ମଧ୍ୟ ଜଣା ପଡିନାହିଁ। ଏଭଳି ପରିସ୍ଥିତିରେ, ନିର୍ବାଚନ ପାଇଁ ରାଲି ଏବଂ ଭ୍ରମଣରେ ଭିଡ଼ ଓମିକ୍ରୋନ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ନେଇ ଆଶଙ୍କା ସୃଷ୍ଟି କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ନା ଖୋଲିଲା ହର୍ମୁଜ, ନା ହେଲା କୌଣସି ଚୁକ୍ତି… ଏହାପରେ ବି କାହିଁକି ଯୁଦ୍ଧ ବନ୍ଦ କରିବାକୁ ଚାହୁଁଛନ୍ତି ଟ୍ରମ୍ପ୍‌? ଜାଣନ୍ତୁ କ’ଣ ରହିଛି ଏହାର ବଡ଼ କାରଣ

ଓ୍ବାଶିଂଟନ,୧।୪: ଇରାନ ଏବଂ ଆମେରିକା ମଧ୍ୟରେ ସଂଘର୍ଷ ଏକ ନୂତନ ମୋଡ଼ ନେଇଛି। ଇରାନ ସହିତ ଯୁଦ୍ଧ ଏବେ ଯେକୌଣସି ମୁହୂର୍ତ୍ତରେ ଶେଷ ହୋଇପାରେ। ଆମେରିକା ମଧ୍ୟ…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ଓଲଟିଲା ମାଛ ବୋଝେଇ ମିନି ଟ୍ରକ: ଆଉ ତା’ପରେ ଘଟିଲା…

ଗଞ୍ଜାମ,୧।୪(ଅନାଥ ତରାଇ): ଗଞ୍ଜାମ ଥାନା ଅନ୍ତର୍ଗତ ବିଞ୍ଚଣାପଲି ଛକ ୧୬ ନମ୍ବର ଜାତୀୟ ରାଜପଥଠାରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ୩୦ ମିନିଟ ସମୟରେ ଏକ…

ଗଞ୍ଜାମ ଜିଲାକୁ ୩ ଜାତୀୟ ପୁରସ୍କାର: ଚାରିଆଡ଼ୁ ଛୁଟିଲା ଶୁଭେଚ୍ଛାର ସୁଅ

ଛତ୍ରପୁର, ୧/୪(ଦିଲ୍ଲୀପ ସାମଲ): ପୁଣି ରାଜ୍ୟରେ ଗଞ୍ଜାମ ଜିଲା ସୁନାମ ଆଣିଛି । ଜିଲାକୁ ୩ଟି ଜାତୀୟ ପୁରସ୍କାର ମିଳିଛି । ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ…

ବଡ଼ ଦୁର୍ଘଟଣା, ସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୨୯ ମୃତ

ମସ୍କୋ,୧।୪: ରୁଷିଆରେ ଏକ ବଡ଼ ବିମାନ ଦୁର୍ଘଟଣାର ରିପୋର୍ଟ ସାମ୍ନାକୁ ଆସିଛି। ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଉଦ୍ଧୃତ କରି, ସମ୍ବାଦ ସଂସ୍ଥା TASS ବୁଧବାର ରିପୋର୍ଟ କରିଛି…

ବଦଳିଛି ମାନଚିତ୍ର, ବାଟବଣା ବିକାଶ ପଥ: ଜିଲା ଗଠନକୁ ପୂରିଲା ୩୩ବର୍ଷ

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଗଠନକୁ ୩୩ବର୍ଷ ପୂରିଛି। ନୂତନ ଜିଲା ମନ୍ୟତା ପାଇବା ପରେ ୧୯୯୩ ଅପ୍ରେଲ ୧ ତାରିଖ ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ସ୍ବର୍ଗତ…

ଆଜି ସମଲେଶ୍ବରୀଙ୍କ ମହାସ୍ନାନ: ମନ୍ଦିରରେ ଶ୍ରଦ୍ଧାଳୁଙ୍କ ସମାଗମ

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ)- ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଶ୍ବରୀଙ୍କ ବୁଧବାର ମହାସ୍ନାନ ହୋଇଛି। ଏହି କ୍ରମରେ ଶୀତଳଧାରା ଅର୍ପଣ ପୂର୍ବକ ପ୍ରାତଃ ୪ଟା ୫୧ମିନିଟରୁ ଭକ୍ତମାନଙ୍କ ଦ୍ୱାରା…

ବଢ଼ିଲା ଗ୍ୟାସ୍‌ ଦର: ଜାଣନ୍ତୁ କେତେ ହେଲା ସିଲିଣ୍ଡର

ନୂଆଦିଲ୍ଲୀ,୧।୪:କମର୍ସିଆଲ LPG ଦର ବଢ଼ାଇଛନ୍ତି କେନ୍ଦ୍ର ସରକାର। କମର୍ସିଆଲ LPG ସିଲିଣ୍ଡର ପିଛା ଦର ୧୯୫ ଟଙ୍କା ୫୦ ପଇସା ବୃଦ୍ଧି ହୋଇଛି। ନୂଆଦିଲ୍ଲୀରେ ୧୯ କେଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri