ସପ୍ତାହରେ ସଂକ୍ରମଣ ୪୦୩% ବୃଦ୍ଧି

ଜୋହାନ୍ସବର୍ଗ, ୨ା୧୨: ଦକ୍ଷିଣ ଆଫ୍ରିକାରେ କରୋନା ଭୂତାଣୁର ଓମିକ୍ରନ୍‌ ଭାରିଆଣ୍ଟ ପ୍ରଥମ ଚିହ୍ନଟ ହେବା ପରଠାରୁ ସଂକ୍ରମଣ ସ୍ଥିତି ଚିନ୍ତାଜନକ ରହିଛି। ସପ୍ତାହକ ମଧ୍ୟରେ ସେଠାରେ କୋଭିଡ୍‌ ପଜିଟିଭ୍‌ ମାମଲା ୪୦୩ ପ୍ରତିଶତ ବୃଦ୍ଧି ପାଇଛି। ମଙ୍ଗଳବାର ୪,୪୭୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି, ଯାହା କି ଗତ ସପ୍ତାହ ମଙ୍ଗଳବାର ଆକ୍ରାନ୍ତଙ୍କ ସଂଖ୍ୟାଠାରୁ ୮୬୮ ଅଧିକ। ଗତ ସୋମବାର ସେଠାରେ ୨,୨୭୩ ସଂକ୍ରମିତ ଚିହ୍ନଟ ହୋଇଥିଲେ। ୨୪ ଘଣ୍ଟାରେ ୪୨ ହଜାର ଲୋକଙ୍କ ନମୁନା ପରୀକ୍ଷା କରାଯାଇଥିବାବେଳେ ସେଥିରୁ ୧୦%ରୁ ଅଧିକ ଜଣ ପଜିଟିଭ ବାହାରିଛନ୍ତି। ପଜିଟିଭ୍‌ ରେଟ୍‌ ୧୦.୨ ପ୍ରତିଶତ ଉପରେ ରହିବା ଭୟଙ୍କର ବୋଲି ସେଣ୍ଟର ଫର୍‌ ଏପିଡେମିକ ରେସ୍‌ପନ୍ସ ଆଣ୍ଡ ଇନୋଭେଶନ ନିର୍ଦ୍ଦେଶକ ପ୍ରଫେସର ଟୁଲିଓ ଡେ ଓଲିଭେଇରା କହିଛନ୍ତି। ଲୋକେ ମାସ୍କ ପିନ୍ଧିବା ଏବଂ ତୁରନ୍ତ ଟିକା ନେବା ଜରୁରୀ ବୋଲି ସେ ପ୍ରକାଶ କରିଛନ୍ତି। ଟିକା ନେଇ ନ ଥିବା ବ୍ୟକ୍ତି ଓମିକ୍ରନ ଭୂତାଣୁରେ ସଂକ୍ରମିତ ହେଲେ ସେମାନେ ସୁସ୍ଥ ହେବା ସମ୍ଭାବନା କମ୍‌ ବୋଲି ଡାକ୍ତର ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି। ୨ ବର୍ଷରୁ କମ୍‌ ବୟସର ଶିଶୁ ମଧ୍ୟ କରୋନାରେ ଆକ୍ରାନ୍ତ ହେଉଛନ୍ତି। ଏ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାରେ ୮୯,୮୪୩ ଜଣଙ୍କ କରୋନାରେ ମୃତ୍ୟୁ ଘଟିସାରିଲାଣି।
ଦକ୍ଷିଣ କୋରିଆରେ ପ୍ରଥମ କରି ୫ ଜଣ ଓମିକ୍ରନ ଭାରିଆଣ୍ଟରେ ସଂକ୍ରମିତ ହୋଇଥିବା ବୁଧବାର ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଟିକାର ସମସ୍ତ ଡୋଜ୍‌ ନେଇଥିବା ଏକ ଦମ୍ପତି ରହିଛନ୍ତି। ଗତ ସପ୍ତାହରେ ସେମାନେ ନାଇଜେରିଆରୁ ଫେରିଥିଲେ। ଦମ୍ପତିଙ୍କ ୨ ପରିବାର ସଦସ୍ୟ ଓ ଜଣେ ସାଙ୍ଗ ଓମିକ୍ରନ୍‌ରେ ସଂକ୍ରମିତ ହୋଇଛନ୍ତି। ଏ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ, ଅଷ୍ଟ୍ରିଆ, ବେଲ୍‌ଜିୟମ, ବୋଟ୍‌ସଓ୍ବାନା, ବ୍ରାଜିଲ, କାନାଡା, ଚେକ୍‌ ରିପବ୍ଲିକ୍‌, ଡେନମାର୍କ, ଫ୍ରାନ୍ସ, ଜର୍ମାନୀ, ହଂକଂ, ଇସ୍ରାଏଲ, ଇଟାଲୀ, ଜାପାନ, ନେଦରଲାଣ୍ଡ୍‌ସ, ନାଇଜେରିଆ, ନରଓ୍ବେ, ପର୍ତ୍ତୁଗାଲ, ସାଉଦି ଆରବ, ସ୍ପେନ୍‌, ସୁଇଡେନ୍‌, ବ୍ରିଟେନରେ ଓମିକ୍ରନ ଭାରିଆଣ୍ଟ ଚିହ୍ନଟ ହୋଇସାରିଛି।

ଆଫ୍ରିକା ପୂର୍ବରୁ ୟୁରୋପରେ ଥିଲା ଓମିକ୍ରନ୍‌

ଦକ୍ଷିଣ ଆଫ୍ରିକାରେ ପ୍ରଥମେ ଓମିକ୍ରନ ଚିହ୍ନଟ ହେବା ପୂର୍ବରୁ ୟୁରୋପୀୟ ଦେଶଗୁଡ଼ିକରେ ଏହି ସୁପରମ୍ୟୁଟାଣ୍ଟ ରହିଥିଲା ବୋଲି ରିପୋର୍ଟ ପ୍ରକାଶ ପାଇଛି। ବେଲ୍‌ଜିୟମ, ଜର୍ମାନୀ, ନେଦରଲାଣ୍ଡ୍‌ସ ଆଦି ଦେଶରେ ଓମିକ୍ରନ ଭାରିଆଣ୍ଟ ପୂର୍ବରୁ ରହିଥିଲା। ନଭେମ୍ବର ୨୪ରେ ଦକ୍ଷିଣ ଆଫ୍ରିକା ୩୨ ମ୍ୟୁଟେଶନ ଥିବା ଓମିକ୍ରନ ଭାରିଆଣ୍ଟ ସମ୍ପର୍କରେ ପ୍ରଥମେ ବିଶ୍ୱକୁ ଜଣାଇଥିଲା। ହେଲେ ବେଲ୍‌ଜିୟମ ଏବଂ ଜର୍ମାନୀରେ ନମୁନା ପରୀକ୍ଷଣ ପରେ ନଭେମ୍ବର ୨୪ ପୂର୍ବରୁ ସେଠାରେ ଏହି ଭାରିଆଣ୍ଟ ଥିବା ସ୍ପଷ୍ଟ ହୋଇଛି। ବେଲ୍‌ଜିୟମରେ ଚିହ୍ନଟ ଓମିକ୍ରନ ସଂକ୍ରମିତ ପୂର୍ବରୁ ଇଜିପ୍ଟ ଭ୍ରମଣ କରିଥିଲେ। ସେ ନଭେମ୍ବର ୧୧ରେ ଇଜିପ୍ଟରୁ ଫେରିବା ପରେ ତାଙ୍କଠାରେ ଲକ୍ଷଣ ଦେଖାଦେଇଥିଲା ବୋଲି ବେଲ୍‌ଜିୟମ ଡାକ୍ତର ମାର୍କ ଭ୍ୟାନ୍‌ ରାନ୍‌ଷ୍ଟ ଟୁଇଟ୍‌ କରିଛନ୍ତି। ସେହିପରି ନଭେମ୍ବର ୧୯ରୁ ୨୩ ମଧ୍ୟରେ ପଶ୍ଚିମ ୟୁରୋପରେ ଓମିକ୍ରନ ଭାରିଆଣ୍ଟ ମିଳିଥିଲା ବୋଲି ଡଚ୍‌ ସ୍ବାସ୍ଥ୍ୟ କର୍ତ୍ତୃପକ୍ଷ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କର୍ନାଟକରେ ୨ କୋଟିରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ: ରାଜ୍ୟ ସରକାରଙ୍କ ରିପୋର୍ଟ

ବେଙ୍ଗାଲୁରୁ,୫।୧୧: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାର ନାଁ ଧରୁନି। ଦିଲ୍ଲୀ, କେରଳ ଏବଂ ମହାରାଷ୍ଟ୍ରରେ କରୋନାର ତୃତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ ହୋଇଥିବା କୁହାଯାଉଛି।...

କରୋନା ମୃତକ ବିପିଏଲ୍ ପରିବାରକୁ ମାସକୁ ୫ ହଜାର ଟଙ୍କା ସହାୟତା

ଥିରୁଭାନନ୍ତପୁରମ,୧୪ ।୧୦: କରୋନା ମହାମାରୀ ଅନେକ ପରିବାରରେ ଲୁହ ଭରିଦେଇଛି । ଏସବୁ କ୍ଷତକୁ ପୂରଣ କରିବାକୁ ଏବେ ସରକାର ସାମାନ୍ୟ ପ୍ରୟାସ କରିଛନ୍ତି ।...

ବାଗଦାଦ୍‌ ଉପରେ ଆମେରିକାର ଏୟାର ଷ୍ଟ୍ରାଇକ୍‌: ଏସିଆ ବଜାରରେ ଅଶୋଧିତ ତୈଳ ଦାମ ବୃଦ୍ଧି

ଓ୍ବାଶିଂଟନ,୩।୧: ଆମେରିକା ଇରାକ୍‌ର ବାଗଦାଦ୍‌ ବିମାନ ବନ୍ଦରରେ ଏୟାର ଷ୍ଟ୍ରାଇକ୍‌ କରିବା ପରେ ଏବେ ଏହାର ପ୍ରଭାବ ଅଶୋଧିତ ତୈଳ ବଜାରରେ ପଡ଼ିଛି। ଏହାଯୋଗୁ ଏସିଆ...

ତୁର୍କିରେ ଶକ୍ତିଶାଳୀ ଭୂକମ୍ପ, ତାସ ଭଳି ଗଳିପଡିଲା ବଡ ବଡ କୋଠା

ଅଙ୍କାରା,୬ ।୨: ତୁର୍କିର ନୁର୍ଦଗିଠାରୁ ୨୩ କିଲୋମିଟର ପୂର୍ବରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୁତ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୭.୮ ବୋଲି...

ଭଦ୍ରକରେ ୧୧ ପଜିଟିଭ୍‌ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୨୯୪ ଛୁଇଁଲା

ଭଦ୍ରକ ଅଫିସ,୧୨ା୭: ରବିବାର ଭଦ୍ରକ ଜିଲାରୁ ୧୧ ଜଣ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି। ଏହାକୁ ଆକ୍ରାନ୍ତଙ୍କ ସଂଖ୍ୟା ୨୯୪ ଛୁଇଁଛି। ଚି଼ହ୍ନଟ ସମସ୍ତେ ସଙ୍ଗରୋଧ...

ଭୁବନେଶ୍ୱରୁ ଆଜି ପୁଣି ୨୯୦ ପଜିିଟିଭ୍‌ ଚିହ୍ନଟ: ବଢ଼ୁଛି ଲୋକାଲ କେସ୍‌ ସଂଖ୍ୟା

ଭୁବନେଶ୍ୱର,୧୧।୧୦(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ରବିବାର ଆଉ ୨୯୦ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୭୯ ଜଣ ରହିଥିବା ବେଳେ ଲୋକାଲ କେସ୍‌...

ବରଗଡ଼ରୁ ଆଉ ଏକ ମୁଣ୍ଡ ନେଲା କରୋନା, ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୩୨୪

ବରଗଡ଼ ଅଫିସ,୨୪।୧୦: ବରଗଡ ଜିଲାରେ କରୋନା (କୋଭିଡ-୧୯) ସଂକ୍ରମଣ ଥମିବାର ନାଁ ନେଉ ନାହିଁ। ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢିଚାଲିଛି। ତେବେ ଶନିବାର ପୁଣି...

ଲକ୍‌ଡାଉନ୍‌: ୫ ମାସରେ ଶରୀର ଓଜନ ୧୭୭ କିଲୋରୁ ହେଲା ୨୭୮ କିଲୋ

ଉହାନ, ୧୭।୬: ଚାଇନାର ଉହାନ ସହର କରୋନା ସଂକ୍ରମଣର ଏନ୍ତୁଡ଼ିଶାଳ। ସଂକ୍ରମଣ ଯୋଗୁ ଏଠାରେ ଲକ୍‌ଡାଉନ୍‌ ଜାରି ହୋଇଥିଲା। ଲକ୍‌ଡାଉନ୍‌ ସମୟରେ କେବଳ ଘରେ ବସି...

Advertisement
Archives

Model This Week