୩ ଧାନମଣ୍ଡି ଉଦ୍‌ଘାଟିତ

ଦିଗପହଣ୍ଡି,୭ା୧(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବଡଡୁମୁଳା ପ୍ରାଥମିକ ସେବା ସମବାୟ ସମିତି ପକ୍ଷରୁ ମଙ୍ଗଳବାର ଧାନ ମଣ୍ଡି ଉଦ୍‌ଘାଟିତ ହୋଇଛି। ସମବାୟ ସମ୍ପାଦକ ଶେଷକାନ୍ତ ଜାନିଙ୍କ ତତ୍ତ୍ୱାବଧାନରେ ହୋଇଥିବା ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ବଡଡୁମୁଳା ସରପଞ୍ଚ ଗୀତାଞ୍ଜଳି ଜାନି ମୁଖ୍ୟ ଅତିଥି ଭାବେ ଯୋଗଦେଇ ମଣ୍ଡିକୁ ଉଦଘାଟନ କରିଥିଲେ। ସମିତିସଭ୍ୟ ରମେଶ ଚନ୍ଦ୍ର ପାଢ଼ୀ, ପୂର୍ବତନ ସରପଞ୍ଚ ଉପେନ୍ଦ୍ର ପ୍ରଧାନ, ନୋଡାଲ ଅଧିକାରୀ ଧନୁଜ କୁମାର, ସମବାୟ ସମିତି ସଭାପତି ଦାମୋଦର ଦଳାଇ, ପୂର୍ବତନ ସଭାପତି ରମେଶ ଚନ୍ଦ୍ର ଗୌଡ଼, ରଙ୍କ ନାୟକ, ପଞ୍ଚାନନ ବାଡ଼ତ୍ୟା, ନିତ୍ୟାନନ୍ଦ ପଣ୍ଡା, ନିରଞ୍ଜନ ରଣା, ବିଜୁଳି ଦଳାଇ, ସୁରେନ୍ଦ୍ର ରେଡ୍ଡୀ, ଲିଙ୍ଗରାଜ ଦାଶ, ପୂର୍ଣ୍ଣଚନ୍ଦ୍ର ଗୌଡ଼ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଚାଷୀ ସହଦେବ ସେଠୀ, ଭରତ ଜେନା, ଉଲା ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ପାଣିଗ୍ରାହୀ, ପର୍ଶୁରାମ ପ୍ରଧାନଙ୍କ ସହ ଅନେକ ଚାଷୀ, ମିଲର ଗୌରାଙ୍ଗ ସାହୁ ଉପସ୍ଥିତ ଥିଲେ। ଡିଇଓ ଶିବାନନ୍ଦ ଜେନା ପରିଚାଳନା କରିଥିଲେ।
ସେହିପରି ବମକୋଇ ଓ ଗୌଡଗାଁ ସେବା ସମବାୟ ସମିତି କାର୍ଯ୍ୟାଳୟରେ ଧାନମଣ୍ଡି ଉଦ୍‌ଘାଟିତ ହୋଇଛି। ବମକୋଇ ପାକ୍ସରେ ପୂର୍ବତନ ବ୍ଲ୍ଳକ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଧାନମଣ୍ଡି ଉଦ୍‌ଘାଟନ କରିଥିଲେ। ସରପଞ୍ଚ ତପନ ପ୍ରଧାନ, ଗଡ଼ ଗୋବିନ୍ଦପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ କେ. ହରିବନ୍ଧୁ ରେଡ୍ଡୀ, ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ଆଦିକନ୍ଦ ସାହୁ, ରାଜସ୍ବ ନୀରିକ୍ଷକ ବିଘ୍ନେଶ୍ୱର ଆଚାର୍ଯ୍ୟ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଜାଗିଲି ସାହୁ, ଅଗ୍ରଣୀ ଚାଷୀ ପ୍ରତାପ ପ୍ରଧାନ, ମନ୍ମଥ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ସମବାୟ ସମ୍ପାଦକ ଭାସ୍କର କବିଙ୍କ ସଂଯୋଜନାରେ ସମବାୟ ସମିତି ସଭାପତି ଭୀମସେନ ପ୍ରଧାନ, ମିଲର ଓ ଚାଷୀଙ୍କ ଉପସ୍ଥିତରେ ଚାଷୀଙ୍କ ଅମଳ ଧାନକୁ ମଣ୍ଡିରେ କିପରି କ୍ରୟ କରାଯିବ ସେ ନେଇ ଉପସ୍ଥିତ ଚାଷୀଙ୍କୁ ବୁଝାଇଥିଲେ।
ସେହିପରି ଗୌଡଗାଁ ସେବା ସମବାୟ ସମିତି ପକ୍ଷରୁ ସମବାୟ ସମ୍ପାଦକ ହିମାଂଶୁ ଶେଖର ସାହୁ ଓ ସମିତି ସଭାପତି ବିପିନ କୁମାର ପାଣିଗ୍ରାହୀଙ୍କ ନେତୃତ୍ୱରେ ଗୌଡଗାଁ ପୂର୍ବତନ ସରପଞ୍ଚ କୃଷ୍ଣଚନ୍ଦ୍ର ସାହୁ ମୁଖ୍ୟ ଅତିଥିଭାବେ ଯୋଗଦେଇ ଧାନମଣ୍ଡି ଉଦ୍‌ଘାଟନ କରିଥିଲେ। ପଞ୍ଚାୟତ ନିର୍ବାହୀ ଅଧିକାରୀ ଦେବରାଜ ଦଳାଇ, ଚାଷୀ ରଞ୍ଜିତ ପାଣିଗ୍ରାହୀ, ଗଣେଶ ସାହୁ, ଗୌରୀ ଶଙ୍କର ପାଣିଗ୍ରାହୀ, ଶ୍ରୀକାନ୍ତ ପଣ୍ଡା, ସୁରେନ୍ଦ୍ର ସାହୁଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜବ୍‌ କାର୍ଡ ଦେଖାଇ ଖାଇଗଲେ ୫୫ ଲକ୍ଷ ଟଙ୍କା, ବନ୍ଧାହେଲେ ଫରେଷ୍ଟର

ଭବାନୀପାଟଣା,୨ା୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡ ଅନ୍ତର୍ଗତ ଥୁଆମୂଳ ରାମପୁର ରେଞ୍ଜର ପୂର୍ବତନ ଫରେଷ୍ଟର ଜୟ କୁମାର ଜୁଆଡ଼ଙ୍କୁ ୫୫ଲକ୍ଷ ଟଙ୍କା ଆତ୍ମସାତ୍‌...

ମୁମ୍ବାଇ ଇଣ୍ଡିଆନ୍ସ ଲଞ୍ଚ କଲା ନୂଆ ଜର୍ସି, ଗତ ସିଜନଠାରୁ କେତେ ଭିନ୍ନ, ଜାଣନ୍ତୁ…

ନୂଆଦିଲ୍ଲୀ,୨।୧: ମୁମ୍ବାଇ ଇଣ୍ଡିଆନ୍ସ ମହିଳା ପ୍ରିମିୟର ଲିଗ ୨୦୨୬ ପାଇଁ ସେମାନଙ୍କର ନୂତନ ଜର୍ସି ଉନ୍ମୋଚନ କରିଛି। ଦଳଟି ସେମାନଙ୍କର ଅଫିସିଆଲ ସୋସିଆଲ ମିଡିଆରେ ଏକ...

ଭୟଙ୍କର ଦୁର୍ଘଟଣା ବାଇକ୍‌କୁ ଘୋଷାଡି ନେଲା ବସ୍‌: ଚକା ତଳେ ଗଲା ୩ ଜୀବନ

ବାରିପଦା,୨।୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଉପଖଣ୍ଡ ଗ୍ରାମାଞ୍ଚଳ ଥାନା ଅଧୀନ ହାଟବାଦଡା ରାଣାବନ୍ଧ ଅଞ୍ଚଳ ୨୨୦ ନଂ ଜାତୀୟ ରାଜପଥରେ ଶୁକ୍ରବାର ଏକ...

ପ୍ରସ୍ତୁତି ଚୂଡ଼ାନ୍ତ: ୪ରୁ ସମ୍ବଲପୁର ଲୋକ ମହୋତ୍ସବ

ସମ୍ବଲପୁର,୨ା୧(ବି.ଶଙ୍କର): ଓଡ଼ିଶା ସରକାରଙ୍କ ଭଷା, ସାହିତ୍ୟ, ସଂସ୍କୃତି ବିଭାଗ ଓ ଜିଲା ସଂସ୍କୃତି ପରିଷଦ ସମ୍ବଲପୁରର ମିଳିତ ଆନୁକୂଲ୍ୟରେ ଲୋକ ମହୋତ୍ସବ-୨୦୨୬ ଚଳିତ ମାସ ୪ରୁ...

ପ୍ରବଳ ଥଣ୍‌ଡା ଓ କୁହୁଡି ଯୋଗୁ ସ୍କୁଲ-କଲେଜ ଛୁଟି ଘୋଷଣା, ମୁଖ୍ୟମନ୍ତ୍ରୀ ଜାରି କଲେ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨।୧: ଘନ କୁହୁଡ଼ି ଏବଂ ପ୍ରବଳ ଥଣ୍ଡାକୁ ଦୃଷ୍ଟିରେ ରଖି, ରାଜ୍ୟ ସରକାର ରାଜ୍ୟର ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ପାଇଁ ଜାନୁଆରୀ 5...

ନୂଆ ଲୁକ୍‌ରେ ବିଦ୍ୟାଶ୍ରୀ: ବିବାହକୁ ନେଇ କହିଲେ…

ଭୁବନେଶ୍ୱର,୨।୧: ବିହାହକୁ ନେଇ ମୁହଁ ଖୋଲିଲେ ବିଦ୍ୟାଶ୍ରୀ। ମାନବ ପ୍ରେମୀ ଆଦିତ୍ୟ ଦାଶଙ୍କ ସ୍ତ୍ରୀ ବିଦ୍ୟାଶ୍ରୀ। ଯାହାଙ୍କ ଉପରେ ଦିନେ ଲାଗିଥିଲା ଆଦିତ୍ୟଙ୍କ ମୃତ୍ୟୁର ଆରୋପ।...

ଆଇନର ବିଭିନ୍ନ ଦିଗ ଉପରେ ସଚେତନ କରାଇଲେ ଅତିରିକ୍ତ ଜିଲା ଦୌରାଜଜ୍‌

ଛତ୍ରପୁର/ଗଞ୍ଜାମ,୨ା୧(ଦିଲ୍ଲୀପ ସାମଲ/ବିଦ୍ୟାଧର ସାହୁ): ଗଞ୍ଜାମ ତାଲୁକ ଆଇନ ସେବା କମିଟି ପକ୍ଷରୁ ଗଞ୍ଜାମସ୍ଥିତ ଗ୍ରାସିମ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ ପରିସରରେ ‘ପରିବେଶଗତ ନ୍ୟାୟ’ ସମ୍ବନ୍ଧୀୟ ଏକ ଆଇନ...

ରିଅଲ ମାଡ୍ରିଡ୍‌ର ବଢ଼ିଲା ଚିନ୍ତା: ଏମ୍‌ବାପେ ଆହତ

ପ୍ୟାରିସ,୨ା୧: ରିଅଲ ମାଡ୍ରିଡ୍‌ ଫରଓ୍ବାର୍ଡ କିଲିଆନ ଏମ୍‌ବାପେଙ୍କ ବାମ ଆଣ୍ଠୁ ଆଘାତ ଲାଗିଛି। ଏ ନେଇ ସ୍ପାନିଶ କ୍ଲବ ପକ୍ଷରୁ କୁହାଯାଇଛି। ତେବେ ତାଙ୍କୁ ରିକଭର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri