ନ୍ୟୁକ୍ଲିୟର ଓ୍ବାର ଡ୍ରିଲ୍‌ ନିର୍ଦ୍ଦେଶ ଦେଲେ ପୁଟିନ୍‌…

ମସ୍କୋ,୨୦।୩ : ରୁଷିଆ ଏବଂ ୟୁକ୍ରେନ୍‌ ଯୁଦ୍ଧ ୨୫ରେ ପହଞ୍ଚିଛି। ବ୍ରିଟେନର କେତେକ ଗଣମାଧ୍ୟମ ରିପୋର୍ଟରେ ପ୍ରକାଶ ପାଇଛି ଯେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆଣବିକ ଯୁଦ୍ଧ ଯୋଜନା କରୁଥିବା ସଙ୍କେତ ଦେଇଛନ୍ତି। ପୁଟିନନ୍ୟୁକ୍ଲିୟର ଓ୍ବାର ଡ୍ରିଲ୍‌ ପାଇଁ ନିର୍ଦ୍ଦେଶ କରିଛନ୍ତି। ଏନେଇ ପୁଟିନ ତାଙ୍କ ସେନାକୁ ନିର୍ଦ୍ଦେଶ ଦେଇଥିବା କୁହାଯାଉଛି।

କେବଳ ଏତିକି ନୁହେଁ ସେ ସୁରକ୍ଷା ପାଇଁ ନିଜ ପରିବାରକୁ ସାଇବରିଆକୁ ପଠାଇଛନ୍ତି। ଏଥି ସହିତ ଆଣବିକ ନିରାପତ୍ତା ଡ୍ରିଲର ରିପୋର୍ଟକୁ ନେଇ କ୍ରେମଲିନ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଛି। ପୁଟିନଙ୍କ ନିଷ୍ପତ୍ତିର ପରିଣାମ କେତେ ଭୟଙ୍କର ହୋଇପାରେ ସେନେଇ ଅଧିକାରୀମାନେ ଭୟଭୀତ ମଧ୍ୟ ହୋଇଛନ୍ତି।

କିଛି ବିଶ୍ଳେଷକ କହିଛନ୍ତି ଯେ ୟୁକ୍ରେନ ୨୫ ଦିନ ଯୁଦ୍ଧ ପରେ ବି ଆତ୍ମସମର୍ପଣ କରି ନାହିଁ, ଯାହା ପୁଟିନଙ୍କୁ କ୍ରୋଧିତ କରିଛି ଏବଂ ଏହାକୁ ଏକ ଚ୍ୟାଲେଞ୍ଜ ଭାବରେ ସେ ଗ୍ରହଣ କରିଛନ୍ତି। ଏକ ଛୋଟ ଦେଶ ତାଙ୍କୁ ଚ୍ୟାଲେଞ୍ଜ କରୁଛି ବୋଲି ପୁଟିନ ଭାବୁଛନ୍ତି। ରିପୋର୍ଟ ଅନୁଯାୟୀ, ଆଣବିକ ଯୁଦ୍ଧ ପାଇଁ ପ୍ରସ୍ତୁତି କାର୍ଯ୍ୟରେ ସେ ଅଂଶଗ୍ରହଣ କରିବେ ବୋଲି ପୁଟିନ ନିଜେ କ୍ରେମଲିନ୍‌ର ବରିଷ୍ଠ ରାଜନେତାମାନଙ୍କୁ ସୂଚନା ଦେଇଛନ୍ତି।

ପୁଟିନଙ୍କ ପରିବାର ସଦସ୍ୟଙ୍କ ବିଷୟରେ ଅଧିକ କିଛି ଜଣା ପଡିନାହିଁ, କିନ୍ତୁ ରୁଷିଆ-ୟୁକ୍ରେନ ଯୁଦ୍ଧ ଆରମ୍ଭ ହେବା ଦିନଠାରୁ ରିପୋର୍ଟରେ ଦର୍ଶାଯାଇଛି ଯେ ପୁଟିନ ତାଙ୍କ ପରିବାରର ସଦସ୍ୟଙ୍କୁ ସାଇବରିଆର ତେହ ଅଲଟାଇ ପର୍ବତର ଏକ ହାଇ-ଟେକ ଅଣ୍ଡରଗ୍ରାଉଣ୍ଡକୁ ନେଇଛନ୍ତି। ଏହା ଏକ ସମ୍ପୂର୍ଣ୍ଣ ଭୂତଳ ସହର।

ପୁଟିନଙ୍କର ଏହି ବିପଜ୍ଜନକ ଯୋଜନା ନେଇ ଏବେ ଅନ୍ତର୍ଜାତୀୟସ୍ତରରେ ଚିନ୍ତା ବଢ଼ିବାରେ ଲାଗିଛି। ସେହିପରି ପୁଟିନ୍‌ଙ୍କ ନିର୍ଦ୍ଦେଶ ନେଇ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କକ ସଙ୍କଟ ବଢ଼ିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ଲେସିଅର୍ ତାଣ୍ଡବ ମଧ୍ୟରେ ଭାରତ ସାଜିଲା ଦେବଦୂତ! ପିଏମ୍ ମୋଦିଙ୍କୁ ‘ଉଦାର’ କହି କୃତଜ୍ଞତା ଜଣାଇଲେ ନେପାଳ ଅର୍ଥମନ୍ତ୍ରୀ!

କାଠମାଣ୍ଡୁ,୨୯।୮: ନେପାଳ-ତିବ୍ବତ ସୀମାରେ ହିମସ୍ଖଳନ ଏବଂ ଗ୍ଲେସିଅର୍ ଫାଟିବା ଯୋଗୁ ଆସିଥିବା ବିନାଶକାରୀ ବନ୍ୟା ନେପାଳରେ ଭୟଙ୍କର ତାଣ୍ଡବ ରଚିଛି। ଏହି ପ୍ରାକୃତିକ ବିପତ୍ତିରେ ବର୍ତ୍ତମାନ ସୁଦ୍ଧା…

ରୋଷେଇ ଘରେ ବିଷ? ଏଭରେଷ୍ଟ ହିଙ୍ଗୁ ଉପରେ FSSAIର ବ୍ୟାନ୍, ୩ ମସଲା ନେଇ ସାମ୍ନାକୁ ଆସିଲା ବଡ଼ ଜାଲିଆତି!

ନୂଆଦିଲ୍ଲୀ,୨୯।୮: ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (FSSAI) ଗ୍ରାହକଙ୍କ ସ୍ୱାସ୍ଥ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପ୍ରସିଦ୍ଧ ମସଲା…

NDAରେ ବଡ଼ ଫାଟ: କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ମାଗିଲେ ଚିରାଗ ପାଶୱାନ, ଦିଲ୍ଲୀରେ ପଡିଲା ଚହଳ…

ନୂଆଦିଲ୍ଲୀ,୨୯।୮: NDAରେ ଦଳିତ ସଂରକ୍ଷଣକୁ ନେଇ ଫାଟ ସ୍ପଷ୍ଟ ଦେଖାଯାଉଛି। ଲୋକ ଜନଶକ୍ତି ପାର୍ଟି (ରାମବିଲାସ) ର ମୁଖ୍ୟ କେନ୍ଦ୍ରମନ୍ତ୍ରୀ ଚିରାଗ ପାଶୱାନ, ମୋଦି କ୍ୟାବିନେଟରେ ଥିବା…

ଗଣତନ୍ତ୍ରକୁ ସଶକ୍ତ କରିବା ପାଇଁ ଯୁବପିଢ଼ିଙ୍କୁ ଆହ୍ବାନ: ସଚେତନ ନାଗରିକ ହେବାକୁ ଛାତ୍ରୀଛାତ୍ରଙ୍କ ଶପଥ

ଭଞ୍ଜନଗର,୨୯ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡ ଅନ୍ତର୍ଗତ ପିଏମ ସରକାରୀ ଉଚ୍ଚ ବିଦ୍ୟାଳୟ, ମୁଜାଗଡ଼ ଏବଂ କବିସମ୍ରାଟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କୁଲାଡ଼ରେ ନିର୍ବାଚନ ସାକ୍ଷରତା…

ଭାରତ ପରି ପାକିସ୍ତାନରେ ବି ମିଳେ ମାଗଣା ରାସନ; ନଗଦ ଟଙ୍କାକୁ ଚାଉଳ,ଅଟା-ଚିନି…

ନୂଆଦିଲ୍ଲୀ,୨୯।୮: ଭାରତରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (PMGKAY) ଅଧୀନରେ ପ୍ରାୟ ୮୦ କୋଟି ଲୋକଙ୍କୁ ମାଗଣା ରାସନ ମିଳିଥାଏ, ଯାହା ଉପରେ ସରକାର ବାର୍ଷିକ…

ଖାଲଖମାରେ ଭର୍ତ୍ତି ହୋଇଛି ୧୪୩ ନମ୍ବର ଜାତୀୟ ରାଜପଥ, ସ୍ଥାୟୀ ମରାମତି ଦାବି କରି…

କୁଆଁରମୁଣ୍ଡା,୨୯ା୮(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଦାମଦାପଡ଼ା ନିକଟରୁ ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ଫାଟକ ପର୍ଯ୍ୟନ୍ତ ପ୍ରାୟ ୩ କିମିରୁ ଊଦ୍ଧର୍‌ବ ୧୪୩ ନମ୍ବର ଜାତୀୟ ରାଜପଥ…

ଚାଷୀ ପଞ୍ଜୀକରଣ ଅବଧି ବୃଦ୍ଧି ଦାବି, ଅତିରିକ୍ତ ଜିଲାପାଳଙ୍କୁ ଚାଷୀ ସଂଗଠନ ଭେଟି…

ଛତ୍ରପୁର,୨୯ା୮(ଦିଲ୍ଲୀପ ସାମଲ): ଖରିଫ ଋତୁରେ ଧାନ ମଣ୍ଡିରେ ଧାନ ବିକ୍ରି ପାଇଁ ଚାଷୀଙ୍କ ଅନଲାଇନ ପଞ୍ଜୀକରଣ ଅବଧି ଆସନ୍ତା ୩୧ରେ ଶେଷ ହେବାକୁ ଯାଉଛି। ତେବେ ଏପର୍ଯ୍ୟନ୍ତ…

ନିଶାଦ୍ରବ୍ୟ କବଳରେ ପଡ଼ି ଆଜିର ଯୁବସମାଜ ପଥଭ୍ରଷ୍ଟ, ଏଥିରୁ ମୁକୁଳିବା ପାଇଁ…

ଦିଗପହଣ୍ଡି,୨୯ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପକ୍ଷରୁ ପାଟପୁର ବିଶ୍ୱାସରାୟ ସାଇନ୍ସ କଲେଜ ପରିସରରେ ସାଇବର କ୍ରାଇମରୁ କିଭଳି ସୁରକ୍ଷିତ ରହିବା ଏବଂ ନିଶାମୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri