ଆଣବିକ ପ୍ଲାଣ୍ଟ ନିର୍ମାଣ: ସହାୟତା କରିବ ରୁଷିଆ

ମସ୍କୋ,୧୦ା୭: କ୍ଷୁଦ୍ର ଆଣବିକ ଶକ୍ତି ପ୍ରକଳ୍ପ ନିର୍ମାଣ ପାଇଁ ରୁଷିଆ ଭାରତକୁ ସହାୟତା ଯୋଗାଇଦେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ଆଟମ୍‌ ପାଭିଲିଅନ୍‌ ପରିଦର୍ଶନ କରିବା ଅବସରରେ ରୋସାଟମ୍‌ ଷ୍ଟେଟ୍‌ ଆଟମିକ୍‌ ଏନର୍ଜି କୋଅପରେଶନର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଫିସର ଆଲେକ୍ସି ଲିଖାଚେଭ୍‌ ଏହା କହିଛନ୍ତି। ମୋଦିଙ୍କ ମସ୍କୋ ଗସ୍ତ ଅବସରରେ ବାଣିଜ୍ୟ, ଜଳବାୟୁ ଏବଂ ଗବେଷଣା ଆଦି ବିଭିନ୍ନ କ୍ଷେତ୍ରରେ ସହଯୋଗ ଲାଗି ୨ ଦେଶ ମଧ୍ୟରେ ମଙ୍ଗଳବାର ୯ଟି ବୁଝାମଣାପତ୍ର ଓ ଚୁକ୍ତିନାମା ସ୍ବାକ୍ଷର ହୋଇଛି। ରୁଷିଆ ଏବଂ ଭାରତର ଦୂରପ୍ରାଚ୍ୟ ଅଞ୍ଚଳ ମଧ୍ୟରେ ବାଣିଜ୍ୟ ଓ ମିଳିତ ପୁଞ୍ଜିନିବେଶ ପ୍ରକଳ୍ପକୁ ଆଗକୁ ବଢ଼ାଇବାରେ ଏହା ସହାୟକ ହେବ। ୨୦୩୦ ସୁଦ୍ଧା ଦ୍ୱିପାକ୍ଷିକ ବାଣିଜ୍ୟ ୧୦୦ ବିଲିୟନ ଡଲାରକୁ ବଢ଼ାଇବା ପାଇଁ ୨ ଦେଶ ସହମତ ହୋଇଛନ୍ତି। ରୁଷୀୟ କମ୍ପାନୀଗୁଡ଼ିକ ଭାରତୀୟ ବଜାରରେ ପୁଞ୍ଜିନିବେଶ କରିବା ଦ୍ୱାରା ନିବେଶ ସହଯୋଗ ବଢ଼ିବ ବୋଲି ଜଏଣ୍ଟ ଇନ୍‌ଭେଷ୍ଟମେଣ୍ଟ ପ୍ରମୋଶନ ଫ୍ରେମ୍‌ଓ୍ବାର୍କ ଏଗ୍ରିମେଣ୍ଟରେ କୁହାଯାଇଛି। ସେହିପରି ଜଳବାୟୁ ପରିବର୍ତ୍ତନ ଏବଂ ଅଙ୍ଗାରକାମ୍ଳ ନିର୍ଗମନ କମାଇବା ପ୍ରସଙ୍ଗରେ ଭାରତର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଏବଂ ରୁଷିଆ ଫେଡେରେଶନର ଆର୍ଥତ୍କ ବିକାଶ ମନ୍ତ୍ରଣାଳୟ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷର ହୋଇଛି। ମେରୁ ଅଞ୍ଚଳରେ ଗବେଷଣା ଓ ଲଜିଷ୍ଟିକ୍‌ରେ ସହଯୋଗ ପାଇଁ ଭାରତର ନ୍ୟାଶନାଲ ସେଣ୍ଟର ଫର୍‌ ପୋଲାର ଆଣ୍ଡ୍‌ ଓସନ ରିସର୍ଚ୍ଚ ଏବଂ ରୁଷିଆର ଆର୍କ୍ଟିକ୍‌ ଆଣ୍ଡ ଆଣ୍ଟାର୍କଟିକ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ ମଧ୍ୟରେ ଏମ୍‌ଓୟୁ ହୋଇଛି।
ରୁଷିଆ ସହ ଭାରତର ସମ୍ପର୍କକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ହୃଦୟଭରା ସମର୍ଥନ ଜଣାଇଛନ୍ତି। ରୁଷିଆ ଭାରତର ସବୁଦିନିଆ ବନ୍ଧୁ ବୋଲି ମୋଦି କହିଛନ୍ତି। ଗତ ୨ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ମଧ୍ୟରେ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ନେତୃତ୍ୱରେ ଦୁଇଦେଶର ସମ୍ପର୍କ ସୁଦୃଢ଼ ହୋଇଛି। ସେଥିପାଇଁ ମୋଦି ପୁଟିନ୍‌ଙ୍କୁ ଭୂୟସୀ ପ୍ରଶଂସା କରିଛନ୍ତି। ମସ୍କୋରେ ପ୍ରବାସୀ ଭାରତୀୟମାନଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ, ପାରସ୍ପରିକ ଆସ୍ଥା ଓ ସମ୍ମାନର ଦୃଢ଼ ପିଲାର ଉପରେ ଭାରତ-ରୁଷିଆ ସମ୍ପର୍କ ଗଢ଼ିଉଠିଛି। ଏହି ସମ୍ପର୍କ ବହୁବାର ସମୟର କଷଟିରେ ପରୀକ୍ଷିତ ହେବା ସହ ପ୍ରତିଥର ଅଧିକ ସୁଦୃଢ଼ ହୋଇଛି। ୟୁକ୍ରେନ୍‌ ଯୁଦ୍ଧକୁ ନେଇ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକୁ ରୁଷୀୟ ନେତାଙ୍କୁ ଏକଘରକିଆ କରିବାକୁ ଉଦ୍ୟମ ଚଳାଇଥିବାବେଳେ ରୁଷିଆ ସହ ବନ୍ଧୁତ୍ୱ ଓ ପୁଟିନ୍‌ଙ୍କ ନେତୃତ୍ୱକୁ ମୋଦିଙ୍କ ଉଚ୍ଚ ପ୍ରଶଂସା ଚର୍ଚ୍ଚାର ବିଷୟ ହୋଇଛି। ଏବେ ବିଶ୍ୱ ପ୍ରଭାବ ନୁହେଁ ଏକତ୍ର ହେବା ଆବଶ୍ୟକ କରେ, ଯେଉଁ ବାର୍ତ୍ତା ଭାରତଠାରୁ କେହି ଅଧିକ ଭଲ ଭାବେ ଦେଇପାରିବେ ନାହିଁ ବୋଲି ମୋଦି କହିଛନ୍ତି।
ରାଷ୍ଟ୍ରପତି ପୁଟିନ୍‌ଙ୍କ ସହ ଗଣମାଧ୍ୟମକୁ ସମ୍ବୋଧନ କଲାବେଳେ ଭାରତ-ରୁଷିଆ ବାଣିଜି୍ୟକ ସମ୍ପର୍କ ବିଶେଷ କରି ଇନ୍ଧନ ଟ୍ରେଡ୍‌କୁ ମୋଦି ପ୍ରଶଂସା କରିଥିଲେ। ବିଶ୍ୱ ଇନ୍ଧନ ସଙ୍କଟର ସମ୍ମୁଖୀନ ହୋଇଥିବାବେଳେ ରୁଷିଆ ଭାରତର ଏହି ଆବଶ୍ୟକତାକୁ ପୂରଣ କରିବାରେ ସହାୟକ ହୋଇଛି। ଏହା ଭାରତୀୟଙ୍କୁ ଇନ୍ଧନ ଅଭାବ ଓ ଦରଦାମ୍‌ ବୃଦ୍ଧିରୁ ରକ୍ଷା କରିଛି। ପାଶ୍ଚାତ୍ୟ ଚାପ ସତ୍ତ୍ୱେ ଭାରତ ରୁଷିଆରୁ କ୍ରମାଗତ ଭାବେ ତୈଳ କିଣିଚାଲିଛି। ଭାରତ-ରୁଷିଆ ଇନ୍ଧନ ଚୁକ୍ତି ଅନ୍ତର୍ଜାତୀୟ ବଜାରରେ ସ୍ଥିରତା ଆଣିବାରେ ବଡ଼ ଭୂମିକା ନେଇଥିବା ବିଶ୍ୱ ଗ୍ରହଣ କରିବା ଆବଶ୍ୟକ ବୋଲି ମୋଦି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

ଦୁଆଙ୍କୁ ମିଳିଲା ସାନ ଭଉଣୀ: ଦ୍ୱିତୀୟ କନ୍ୟାରତ୍ନଙ୍କୁ ସ୍ୱାଗତ କଲେ ‘ଦୀପବୀର୍‌’

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡ଼ି ଦୀପିକା ପାଦୁକୋନ୍‌ ଏବଂ ରଣବୀର୍‌ ସିଂହଙ୍କ ଘରକୁ ଆସିଛି ନୂଆ ଅତିଥି। ଶନିବାର ଏହି ଷ୍ଟାର୍‌ ଦମ୍ପତିଙ୍କ କୋଳକୁ…

ଦିଗପହଣ୍ଡି ରେ  ମା ‘ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶୁଭାରମ୍ଭ  

ଦିଗପହଣ୍ଡି,୧୯|୯(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍ଏସି ୩ ନଂ. ୱାର୍ଡ ନୂଆସାହି ସ୍ଥିତ ଆରାଧ୍ଯା ଦେବୀ ମା’ ଫୁଲସୁନ୍ଦରୀଙ୍କ ଯାତ୍ରା ମହୋତ୍ସବ ଶନିବାର ଠାରୁ ଆରମ୍ଭ…

ଅବ୍ୟବସ୍ଥାରେ ରିଷିଡ଼ା ବସ୍‌ଷ୍ଟାଣ୍ଡ

ରିଷିଡ଼ା,୧୯ା୮(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡ଼ା ବସ୍‌ଷ୍ଟାଣ୍ଡ ଏବେ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ସାମାନ୍ୟ ବର୍ଷାରେ ବସ୍‌ଷ୍ଟାଣ୍ଡ ପରିସର ତଥା ମୁଖ୍ୟ ରାସ୍ତାରେ…

ଭିଡିଓ କଲ୍‌ର ଅପରପାର୍ଶ୍ୱରୁ ଶୁଭିଲା ‘ଦିଦି ପଡ଼ିଗଲା’: ୪୩ ଘଣ୍ଟା ପରେ ଉଦ୍ଧାର ହେଲା…

ସୁନ୍ଦରଗଡ଼, ୧୯/୯ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅନ୍ତର୍ଗତ ଘୋଘର ନିକଟ ଇବ୍‌ ନଦୀର କନାକୁଣ୍ଡଠାରେ ଗୁରୁବାର ଅପରାହ୍ଣରେ ଗୋଡ଼ ଖସି ଜଳର…

ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ୱର,୧୯।୯: ଭୁବନେଶ୍ବର ଏୟରଫିଲ୍ଡ ଥାନା ଅଧୀନ ସୁନ୍ଦରପଦା ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟରେ ଶନିବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ରେଷ୍ଟୁରାଣ୍ଟରେ ପୋଡି ଯାଇଥିବା ବେଳେ ଲକ୍ଷାଧିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?