ସୁବର୍ଣ୍ଣପୁରରେ ନୂଆଁଖାଇ ଲଗ୍ନ ଧାର୍ଯ୍ୟ

ସୋନପୁର,୨୦ା୮(ନି.ପ୍ର.): ଗଡଜାତ ପରମ୍ପରା ଅନୁସାରେ ସୋନପୁର ଗଡଜାତ ଓ ପଞ୍ଚରା ଅଞ୍ଚଳର ଜନସାଧାରଣଙ୍କ ପାଇଁ ନୂଆଁଖାଇ ଲଗ୍ନ ଶୁକ୍ରବାର ସନ୍ଧ୍ୟାରେ ସୋନପୁର ଗଡଭିତର ଜଗନ୍ନାଥ ମନ୍ଦିର ପରିସରରେ ଧାର୍ଯ୍ୟ ହୋଇଛି। ଆସନ୍ତା ସେପ୍ଟେମ୍ବର ୧ ତାରିଖ ଭାଦ୍ରବ ଶୁକ୍ଳ ଋଷି ପଞ୍ଚମୀ ଗୁରୁବାର ଦିନ ସମଲେଇ ମନ୍ଦିରରୁ ସ୍ବତନ୍ତ୍ର ଭାବେ ପାହୁର ଶୋଭାଯାତ୍ରା ସକାଳ ୮ଟା ୨୦ମିନଟରୁ ୯ଟା ୨୦ମିନିଟ ମଧ୍ୟରେ ବାହାରିବ। ଏହା ଅଷ୍ଟଚଣ୍ଡୀ ଓ ବଡ ହନୁମାନଙ୍କ ପୀଠକୁ ଯିବ। ସକାଳ ୧୦ଟା ୭ମିନିଟରୁ ୧୦ଟା ୨୧ମିନିଟ ମଧ୍ୟେ ତୁଳା ଲଗ୍ନ ମୀନ ନବାଂଶେ ମହେନ୍ଦ୍ର ବେଳାରେ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ସୁରେଶ୍ୱରୀଙ୍କ ଠାରେ ନବାନ୍ନ ଭୋଗ ଲାଗିବ। ଏହାପରେ ଜିଲାବାସୀ ତଥା ପୁରାତନ ଗଡଜାତ ସୋନପୁରବାସୀ ନବାହ୍ନ ଭକ୍ଷଣ କରିବେ। ପଣ୍ଡିତମାନେ ସମବେତ ହୋଇ ଏହି ଲଗ୍ନ ଧାର୍ଯ୍ୟ କରିଛନ୍ତି। ସମସ୍ତଙ୍କ ସମ୍ମତି ହେବା ପରେ ପଣ୍ଡିତଙ୍କ ଦ୍ୱାରା ବିଶେଷ ପୂଜାର୍ଚ୍ଚନା ହୋଇଥିଲା। ଲଗ୍ନ ପତ୍ର ଜଗନ୍ନାଥଙ୍କ ଠାରେ ଅର୍ପଣ କରିବା ସହିତ ପୌର ପରିଷଦ କର୍ତ୍ତୃପକ୍ଷଙ୍କୁ ଜଣାଇ ଦିଆଯାଇଛି। ପୌର ପରିଷଦ ପକ୍ଷରୁ ଏହି ଲଗ୍ନରେ ନବାନ୍ନ ଅର୍ପଣ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି। ପଣ୍ଡିତ ମହାସଭାରେ ଜ୍ୟୋତିର୍ବିଦ୍‌ ରାଜେନ୍ଦ୍ର କୁମାର ମହାପାତ୍ର, ମହେଶ କୁମାର ପୂଜାରୀ, ରାମଜୀଲାଲ ନେଗୀ, ବୈକୁଣ୍ଠନାଥ ଶତପଥୀ ଓ ଅଚ୍ୟୁତ ପୂଜାହାରୀଙ୍କ ସମେତ ବହୁ ପଣ୍ଡିତ ଲଗ୍ନଧାର୍ଯ୍ୟରେ ସାମିଲ ଥିଲେ। ଏଥିରେ ସୁବର୍ଣ୍ଣପୁର ପୌରାଧ୍ୟକ୍ଷା ତାମସି ତାମସ୍ମିତା ନାୟକ, ପ୍ରାକ୍ତନ ପୌରାଧ୍ୟକ୍ଷ କଇରୁ ସ୍ବାଇଁ, ପ୍ରକାଶ ସାହୁ, ସାମାଜିକ କର୍ମୀ ଶ୍ରୀବତ୍ସ ମଲ୍ଳିକ, ଶଶାଙ୍କ ଶେଖର ସିଂହଦେଓ, ଅଭିମନ୍ୟୁ କୁଶଳ, ସନ୍ତୋଷ ପାଢୀ, ଷଷ୍ଠି କୁମାର ବଡମାଳି, ଶିବରାମ ସାହୁ, ସୁବାଷ ଚନ୍ଦ୍ର ନେଗୀ, ଲଡୁ କିଶୋର ମଲ୍ଳିକ, କାଉନସିଲର ପିୟୁଷ କୁମାର ପଣ୍ଡା, ରାଜ କିଶୋର ରାଓ, ଶେଷଦେବ ମେହେର ଓ ଇଶ୍ୱର ବିଶି ପ୍ରମୁଖ ଉପସ୍ଥିତ ଥିଲେ। ପରମ୍ପରା ଅନୁଯାୟୀ ନନ୍ଦୋତ୍ସୋବ ତିଥିରେ ସୁବର୍ଣ୍ଣପୁରରେ ନୂଆଁଖାଇ ଲଗ୍ନ ଧାର୍ଯ୍ୟ ହୋଇଥାଏ। ଦେବୋତ୍ତର ବିଭାଗ ମ୍ୟୁନିସିପାଲିଟିକୁ ଏହି କାର୍ଯ୍ୟକ୍ରମ ଆୟୋଜନ ପାଇଁ ପୂର୍ବରୁ ଦାୟିତ୍ୱ ନ୍ୟସ୍ତ କରିଛି। ନୂଆଁଖାଇ ଓ ପାହୁର ଯାତ୍ରା ସହିତ ପ୍ରସିଦ୍ଧ ସୋନପୁର ବଳିଯାତ୍ରାର ସମ୍ପର୍କ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri