ନବାନ୍ନରେ ଉତ୍ସବମୁଖର ଯୋରନ୍ଦା

ଢେଙ୍କାନାଳ ଅଫିସ, ୩୦।୮: ଦୀର୍ଘ ୨ବର୍ଷ ପରେ ମହିମା ଧର୍ମର ପ୍ରମୁଖ ପୀଠ ଯୋରନ୍ଦା ମହିମାଗାଦିରେ ଅନୁଷ୍ଠିତ ହୋଇଛି ସାମୂହିକ ନବାନ୍ନ କାର୍ଯ୍ୟକ୍ରମ। ମାଘମେଳା ପରେ ଏହି ଦ୍ୱିତୀୟ ପ୍ରସଦ୍ଧ ଗଣପର୍ବକୁ ନେଇ ମହିମା ଧର୍ମାବଲମ୍ବୀଙ୍କ ମଧ୍ୟରେ ବିପୁଳ ଉତ୍ସାହ ଦେଖାଦେଇଥିବାବେଳେ ଏଥିରେ ସାମିଲ ହୋଇଥିଲେ ଓଡ଼ିଶା ସମେତ ରାଜ୍ୟ ବାହାରର ସହସ୍ରାଧିକ ସାଧୁସନ୍ଥ।
ନବାନ୍ନ ଉପଲକ୍ଷେ ପ୍ରାତଃ ସମୟରୁ ପୀଠରେ ଆବଶ୍ୟକ ନୀତିକାନ୍ତି ଅନୁଷ୍ଠିତ ହୋଇଥିଲା। ନୂଆ ଧାନରୁ ପ୍ରସ୍ତୁତ ଚୁଡ଼ା, ଗୁଡ଼ ନଡ଼ିଆ, କଦଳୀ, କ୍ଷୀର, ଦହି, କାଜୁ, କିସ୍‌ମିସ୍‌, ମହୁ ସମେତ ବିଭିନ୍ନ ପ୍ରକାର ପାଚିଲା ଫଳ ମିଶ୍ରଣରେ ପ୍ରସ୍ତୁତ ହୋଇଥିଲା ନବାନ୍ନ। ୭ଟି ନୂତନ ମାଟିହାଣ୍ଡିରେ ଏହାକୁ ମହିମା ଗୋସାଇଁଙ୍କ ଉଦ୍ଦେଶ୍ୟରେ ଅର୍ପଣ କରାଯାଇଥିଲା। ସାଧୁସନ୍ଥମାନେ ବିଶ୍ୱମଙ୍ଗଳ କାମନା କରିବା ସହ ପୃଥିବୀ ଶସ୍ୟଶ୍ୟାମଳା ହେଉ ବୋଲି ପ୍ରାର୍ଥନା କରିଥିଲେ। ପୂର୍ବାହ୍ନ ୯ଟାରେ ଭିକ୍ଷା ମଣ୍ଡପରେ ସାମୂହିକ ନବାନ୍ନ ଭକ୍ଷଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ସତ୍ୟ ମହିମା ଧର୍ମଧାମ ପରିଚାଳନା ପରିଷଦର ବାବା ନିତ୍ୟାନନ୍ଦ ଦାସ, ବାବା ଅନାମ ଦାସ, ବାବା ନଟବର ଦାସ ପ୍ରମୁଖ ଏଥିରେ ସାମିଲ ହୋଇଥିଲେ। ସେହିପରି କୌପିନଧାରୀ ମହିମା ସମାଜ ପକ୍ଷରୁ ରଘୁନାଥ ବାବାଙ୍କ ତତ୍ତ୍ୱାବଧାନରେ ନବାନ୍ନ ଉତ୍ସବ ଅନୁଷ୍ଠିତ ହୋଇଥିଲା। କରୁଣାକର ବାବା, ସୁକାନ୍ତ ବାବା, ବୀଣାକାର ବାବା ପ୍ରମୁଖ ସହଯୋଗ କରିଥିଲେ।
ସୂଚନାଯୋଗ୍ୟ, ୧୯୪୨ରୁ ପ୍ରତିବର୍ଷ ଭାଦ୍ରବ ଶୁକ୍ଳପକ୍ଷ ଦ୍ୱିତୀୟା ତିଥିରେ ମହିମା ଗାଦିରେ ନବାନ୍ନ ମହୋତ୍ସବ ପାଳିତ ହୋଇଆସୁଛି। ଆଠଗଡ ଅଞ୍ଚଳର ଭୋଇ ପରିବାର ପକ୍ଷରୁ ଏଥିପାଇଁ ନୂଆ ଚୂଡ଼ା ଯୋଗାଇ ଦିଆଯାଇଥାଏ। କରୋନା କଟକଣା ପାଇଁ ୨ବର୍ଷ ହେଲା ଏହି ଉତ୍ସବ କେବଳ ବିଧି ପାଳନରେ ସୀମିତ ଥିଲା। ଚଳିତ ବର୍ଷ ଭୂତାଣୁ ଆତଙ୍କ ସେତେଟା ନ ଥିବାରୁ ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଛତିଶଗଡ଼, ମଧ୍ୟପ୍ରଦେଶ, ଆସାମ ଆଦି ରାଜ୍ୟର ବହୁ ସାଧୁସନ୍ନ୍ୟାସୀଙ୍କ ସମାଗମ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଧାନକିଣା: ଟୋକନ ଅପେକ୍ଷାରେ ଚାଷୀ

ପଦ୍ମପୁର,୨୨।୧୨(ପ୍ରଦୀପ୍ତ ଦାଶ):ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡରେ ମଣ୍ଡି ଖୋଲିବାର ୨୫ ଦିନ ବିତିଯାଇଛି। ମାତ୍ର ଅଧିକାଂଶ ଚାଷୀଙ୍କ ପାଖରେ ଏଯାଏ ଟୋକନ ପହଞ୍ଚି ପାରିନାହିଁ। ଯେଉଁ...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ବରଗଡ଼ ଧନୁଯାତ୍ରା ମହୋତ୍ସବ: ସାଜସଜ୍ଜାରେ ଆଗୁଆ, ପ୍ରଚାରରେ ପଛୁଆ

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ। ଏହି ମହୋତ୍ସବର ଭିନ୍ନ ଏକ ପରିଚୟ ରହିଛି। ଅନେକ ସ୍ଥାନରେ ଏବେ ଧନୁଯାତ୍ରା ଚାଲିଛି। ହେଲେ...

୧.୩ ଲକ୍ଷ ଘର ଅନ୍ଧାରରେ: ଚିନ୍ତାରେ ସରକାର

ସାନ୍‌ ଫ୍ରାନ୍ସିସ୍କୋ,୨୨ା୧୨:ସାନ୍‌ ଫ୍ରାନ୍ସିସ୍କୋରେ ବିଜୁଳି ବିଭ୍ରାଟରୁ ୧ ଲକ୍ଷ ୩୦ ହଜାର ଘର ଏବଂ ବ୍ୟବସାୟ ପ୍ରତିଷ୍ଠାନ ଅନ୍ଧାରରେ ରହିଥିବା ପାସିଫିକ୍‌ ଗ୍ୟାସ୍‌ ଆଣ୍ଡ ଇଲେକ୍ଟ୍ରିକ୍‌...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ଘରୁ ଖାଦ୍ୟ ନେଇଗଲେ ଆତଙ୍କବାଦୀ: ଜଙ୍ଗଲକୁ ଘେରାବନ୍ଦୀ

ଜମ୍ମୁ,୨୨ା୧୨:ଜମ୍ମୁ-କଶ୍ମୀରର ଉଧାମପୁର ଜିଲା ଅନ୍ତର୍ଗତ ଏକ ଗ୍ରାମରେ ଆତଙ୍କବାଦୀମାନେ ଜଣକ ଘରେ ପଶି ଖାଦ୍ୟ ନେଇ ଜଙ୍ଗଲ ମଧ୍ୟକୁ ଖସି ପଳାଇଥିବା ସୂଚନା ମିଳିଛି। ସେମାନଙ୍କୁ...

ଭିତ୍ତିଭୂମି ଅଛି, ଚାଷୀଙ୍କ ଆଗ୍ରହ ନାହିଁ

ଭଣ୍ଡାରିପୋଖରୀ,୨୨।୧୨ (ରାଜେନ୍ଦ୍ର ଶତପଥୀ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ଆଳୁଚାଷ ପାଇଁ ଉପଯୋଗୀ ୮ଶହ ହେକ୍ଟର ଉର୍ବର ପଟୁ ମାଟି ମିଶା ଦୋରସା ଚାଷଜମି ରହିଛି।...

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri