ଭୁଶୁଡ଼ି ପଡ଼ିଲାଣି ନୂଆଗାଁ ବ୍ଲକ ଶିକ୍ଷା ବ୍ୟବସ୍ଥା

ନୂଆଗାଁ,୨୮।୯ (ଧନେଶ୍ୱର ସାହୁ)ଶିକ୍ଷା ବ୍ୟବସ୍ଥାର ତଦାରଖ, ଦାୟିତ୍ୱ, ପରିଚାଳନା ଆଦିକୁ ତଳସ୍ତରରେ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ଅଧିକାରୀ ଓ କର୍ମଚାରୀଙ୍କ ହାତରେ ନ୍ୟସ୍ତ କରାଯାଇଛି। କିନ୍ତୁ କେତେଜଣ ଅଧିକାରୀ ଓ କର୍ମଚାରୀଙ୍କ ଅପାରଗତା ଯୋଗୁ ନୂଆଗାଁ ବ୍ଲକର ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ପଡିଥିବା ଅଭିଯୋଗ ହେଉଛି ।

ନୟାଗଡ଼ ଜିଲା ନୂଆଗାଁ ବ୍ଲକର ୨୨ପଞ୍ଚାୟତରେ ମୋଟ ୧୬୦ ସ୍କୁଲ କଲେଜ ରହିଛି । ସେଥିରୁ ୭୮ ପ୍ରାଥମିକ ବିଦ୍ୟାଳୟ , ୫୨ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ , ୨୪ ମାଧ୍ୟମିକ ବିଦ୍ୟାଳୟ ଓ ୬ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରହିଛି। ୨୦୨୨-୨୩ ଶିକ୍ଷା ବର୍ଷର ତଥ୍ୟ ଅନୁଯାୟୀ, ସମସ୍ତ ବିଦ୍ୟାଳୟରେ ମୋଟ ୧୪୦୫୨ ଛାତ୍ରୀଛାତ୍ର ଅଧ୍ୟୟନ କରୁଥିବା ବେଳେ ସେମାନଙ୍କୁ ପଢାଇବା ପାଇଁ ୬୦୧ ଶିକ୍ଷୟିତ୍ରୀ ଶିକ୍ଷକ ନିୟୋଜିତ ହୋଇଛନ୍ତି। ତେବେ ଏ ସମସ୍ତ ଶିକ୍ଷାନୁଷ୍ଠାନ କି ଭଳି ଚାଲିଛି , ଠିକ୍‌ ଭାବେ ପାଠ ପଢା ହେଉଛି କି ନାହିଁ , ଛାତ୍ରୀଛାତ୍ରମାନଙ୍କୁ ସରକାରଙ୍କ ତାଲିକା ଅନୁସାରେ ପୁଷ୍ଟିକର ଖାଦ୍ୟ ଦିଆଯାଉଛି କି ନାହିଁ , ୫-ଟି ଯୋଜନାରେ ସାମିଲ ହୋଇଥିବା ସ୍କୁଲରେ ଯୋଜନା କିଭଳି କାର୍ଯ୍ୟକାରୀ ହେଉଛି ଏ ସମସ୍ତ କାର୍ଯ୍ୟକୁ ତଦାରଖ କରିବା ପାଇଁ ଶିକ୍ଷା ବିଭାଗ କର୍ମଚାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ତଦାରଖ ଦାୟିତ୍ୱରେ ୧୩ କ୍ଳଷ୍ଟର ପାଇଁ ୧୩ ଜଣ ସିଆରସିସି, ୩ ଜଣ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଓ ଜଣେ ବ୍ଲକ ଶିକ୍ଷାଧିକାରୀ ରହିଛନ୍ତି। ଏତେ ସବୁ ବ୍ୟବସ୍ଥା ପରେ ମଧ୍ୟ ସ୍କୁଲଗୁଡିକ ଠିକ୍‌ ଭାବେ ଚାଲୁ ନ ଥିବା ଅଭିଯୋଗ ହେଉଛି। କେଉଁଠି ଠିକ୍‌ ସମୟରେ ଶିକ୍ଷକ ସ୍କୁଲ ଆସୁ ନାହାନ୍ତି ତ ଆଉ କେଉଁଠି ନିମ୍ନମାନର ମଧ୍ୟାହ୍ନ ଭୋଜନ ଦିଆଯାଉଛି ା ଅଧିକାଂଶ ସମୟରେ ଶିକ୍ଷକ ବିନା ଛୁଟିରେ ସ୍କୁଲ ଆସୁ ନ ଥିବା ଅଭିଯୋଗ ହୋଇଛି। କିନ୍ତୁ ଏସବୁ ଖବର ଅଧିକାରୀମାନଙ୍କ ନିକଟରେ ରହୁନି । ଅଭିଯୋଗ କରାଯାଉଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅମଙ୍ଗ ହେଉଛନ୍ତି ଅଧିକାରୀ । ଫାମ୍ପୁଣି ଗୁନାମାଟି ସ୍କୁଲର ପ୍ରଧାନ ଶିକ୍ଷକ ଛୁଟି ନ ନେଇ ସ୍କୁଲ ଆସୁ ନାହାନ୍ତି। ସେନ୍ତେରୀ ସ୍କୁଲରେ ନିମ୍ନମାନର ଖାଦ୍ୟ ଦିଆଯିବା, କୋଷାକଟା ସ୍କୁଲର ପ୍ରଧାନଶିକ୍ଷକ ମଧ୍ୟାହ୍ନ ଭୋଜନ ଚାଉଳ ବିକ୍ରି କରିବା , ଶିକ୍ଷାନୁଷ୍ଠାନ ଭଳି ଦଣ୍ଡମୁକ୍ତ ଅଞ୍ଚଳ ମାଳିସାହି ଗତିକେଶ୍ୱର ହାଇସ୍କୁଲରେ ଛାତ୍ରମାନଙ୍କୁ ଗଛରେ ଚଢାଇ ଡାଳ କଟା ଯିବା ଆଦି ଘଟଣା ଅଧିକାରୀମାନଙ୍କ କାର୍ଯ୍ୟଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଏ ସବୁ ଘଟଣା ବାବଦରେ ବାରମ୍ବାର ଅଭିଯୋଗ ହୋଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ବରଂ ସମ୍ପୃକ୍ତ ଶିକ୍ଷକମାନଙ୍କୁ ସୁରକ୍ଷା ଦିଆଯାଉଥିବା ଅଭିଯୋଗ ହେଉଛି । ଏ ସବୁ ସମସ୍ୟା ସଂକ୍ରାନ୍ତରେ ନୂଆଗାଁ ବ୍ଲକ ଶିକ୍ଷାାଧିକାରୀ ପ୍ରଶାନ୍ତ କୁମାର ସାହୁଙ୍କୁ ପଚାରିବାରେ ମୁଁ ଏଠାରେ ନୂତନ ଭାବେ ଯୋଗ ଦେଇଛି । କୌଣସି କର୍ମଚାରୀ କାର୍ଯ୍ୟରେ ଅବହେଳା କରୁଥିବା ଅଭିଯୋଗ ପାଇଲେ ତଦନ୍ତ କରି ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଇପ୍‌ ଫାଟି ଭାସୁଛି ପାଣି, ହେଲେ ଲୋକଙ୍କ ନିକଟରେ ପହଞ୍ଚୁନି

କେନ୍ଦୁଝର,୧୫ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଯୋଡ଼ା ବ୍ଲକ ଅନ୍ତର୍ଗତ ବଳଦା ପଞ୍ଚାୟତର ଖଣି ଖାଦାନ ଦ୍ୱାରା ପ୍ରଭାବିତ ବି ପ୍ଲଟ ଗ୍ରାମରେ ଦୀର୍ଘ ଏକ ମାସ ହେବ ବସୁଧା…

ମହମ୍ମଦ ୟୁନୁସ ହେବେ କି ବାଂଲାଦେଶର ରାଷ୍ଟ୍ରପତି? ନୂତନ ଭୂମିକାକୁ ନେଇ ବଢ଼ିଲା ଚର୍ଚ୍ଚା

ଢାକା,୧୫।୨: ବାଂଲାଦେଶରେ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବା ବେଳେ, ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କୁ ନେଇ ଅନେକ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଫେବୃଆରୀ ୧୨ରେ…

ଜାଗରରେ ବଡ଼ ଅଘଟଣ: ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ଖଲ୍ଲିକୋଟ,୧୫।୨(ପ୍ରଶାନ୍ତ କୁମାର ମିଶ୍ର): ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର । ମୃତକ ହେଲେ ଖଲ୍ଲିକୋଟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଦଶମ ଶ୍ରେଣୀ ଛାତ୍ର…

ଶୀତଳ ଭଣ୍ଡାରରେ ଭୟାବହ ଅଗ୍ନିକାଣ୍ଡ: ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ, ନିଆଁ ଲିଭାଉଛି ରୋବର୍ଟ

କୁଚିଣ୍ଡା,୧୫।୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ନିକଟସ୍ଥ ନୁଁନୁନିଆମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ରଵିବାର ସକାଳେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । ଏଥିରେ କୋଟି…

ମହାଶିବରାତ୍ରି: ଵାଲୀ ଲୋକନାଥ-ଝାଡ଼େଶ୍ୱର ଓ ବଟେଶ୍ୱର ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଗଞ୍ଜାମ,୧୫ା୨(ବିଦ୍ୟାଧର ସାହୁ ): ସମଗ୍ର ରାଜ୍ୟରେ ମହା ଶିବରାତ୍ରି ଜାଗର ଯାତ୍ରା ପାଳିତ ହେଉଥିବା ବେଳେ ଗଞ୍ଜାମରେ ମଧ୍ୟ ଏହି ଜାଗର ଯାତ୍ରା ମହା ଆଡମ୍ବରରେ ପାଳିତ…

IND vs PAK ମ୍ୟାଚ୍ ସମୟରେ କିପରି ରହିବ ପାଗ? ଶ୍ରୀଲଙ୍କାରେ ବର୍ଷା…

କଲମ୍ୱୋ,୧୫ା୨:  ଭାରତ ବନାମ ପାକିସ୍ତାନ ମ୍ୟାଚ୍ ସମୟରେ ବର୍ଷାର ଆଶଙ୍କା ଅଧିକ ରହିଛି । ଏହି T୨୦ ବିଶ୍ୱକପ୍ ୨୦୨୬ ମୁକାବିଲା କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ସନ୍ଧ୍ୟା…

ଜୀବିତ ସାବିତ୍ରୀଙ୍କୁ ମୃତ ଦର୍ଶାଇଲା ପ୍ରଶାସନ, ଧରିତ୍ରୀରେ ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର,୧୫ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଓଡରୀ ପଞ୍ଚାୟତ ଦୋଳଗୁଡ଼ା ଗ୍ରାମର ଜଣେ ଅସହାୟା ମହିଳାଙ୍କୁ ନେଇ ପ୍ରଶାସନର ଚରମ ଅବହେଳା…

ଟି୨୦ ବିଶ୍ୱକପ୍‌ ମଝିରେ ଏହି ଦଳକୁ ଝଟ୍‌କା: ହଠାତ୍‌ ଘରକୁ ଫେରିଗଲେ…

ଚେନ୍ନାଇ,୧୫।୨: ଟି-୨୦ ବିଶ୍ୱକପ୍‌ରେ ନ୍ୟୁଜିଲ୍ୟାଣ୍ଡ ଦଳର ସବୁଠାରୁ ସଫଳ ବୋଲର ଲକି ଫର୍ଗୁସନ ଅଧାରୁ ଟୁର୍ନାମେଣ୍ଟ ଛାଡ଼ି ଘରକୁ ଫେରିଛନ୍ତି। ଫେବୃଆରୀ ୧୪ରେ ଦକ୍ଷିଣ ଆଫ୍ରିକା ବିପକ୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri