Posted inଫୁରସତ

ଲଣ୍ଡନରୁ ଭିଡିଓ ପଠାଇ ଛାଡ଼ପତ୍ର ଦେଲେ ଏନଆର୍‌ଆଇ ସ୍ବାମୀ, ଜାଣନ୍ତୁ କେମିତି…

ବର୍ତ୍ତମାନ ବିବାହ ଏବଂ ବିଚ୍ଛେଦ ଏକ ସଧାରଣ କଥା। ସ୍ତ୍ରୀ ସ୍ବାମୀଙ୍କ ମଧ୍ୟରେ ମନାନ୍ତର ମତାନ୍ତର ହେଲେ ସୋମାନେ କୋର୍ଟ ଯାଇ ଛାଡପତ୍ର  ନେଉଛନ୍ତି।  ମାତ୍ର ଭିଡିଓ ପଠାଇ ଛାଡ଼ପତ୍ର ଏହା କେବେ ଶୁଣିଛନ୍ତି କି ?  ବର୍ତ୍ତମାନ ସେଭଳି ଏକ ଘଟଣା ସାମ୍ନାକୁ ଆସିଛି। ବିଦେଶରେ ଥାଇ ସ୍ତ୍ରୀଙ୍କୁ ତିନି ତଲାକ ଦେଇଛନ୍ତି ଏନଆର୍‌ଆଇ ସ୍ବାମୀ। ଲଣ୍ଡନରେ ଥିବା ମହିଳାଙ୍କ ସ୍ବାମୀ ଭିଡିଓ ପଠାଇ ତିନି ତଲାକ ଦେଇଥିବା ଅଭିଯୋଗ ହୋଇଛି।
ଘଟଣାଟି ଗୁଜରାଟ ନଭସାରୀର। ମହିଳା ଜଣକ ପ୍ରଥମେ ୨୦୦୬ରେ ନାଭସାରୀର ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ। ତାଙ୍କର ୩ଟି ସନ୍ତାନ ମଧ୍ୟ ଅଛନ୍ତି। କୌଣସି କାରଣରୁ ଉଭୟଙ୍କର ୨୦୧୮ରେ ଛାଡପତ୍ର ହୋଇଥିଲା। ପରେ ମହିଳାଜଣକ ୨୦୨୦ରେ ଡାବେଲ ଗାଁର ଫୈସଲ ପଟେଲଙ୍କୁ ରୀତିନୀତି ଅନୁଯାୟୀ ବିବାହ କରିଥିଲେ। ବିବାହର ୫ମାସ ପରେ ପାରିବାରିକ ଅଶାନ୍ତି ଦେଖାଦେଇଥିଲା।
ପ୍ରାୟ ପାଞ୍ଚ ମାସ ପରେ ସ୍ବାମୀ ତାଙ୍କୁ ଟଙ୍କା ଦେବା ବନ୍ଦ କରିବା ସହ ହଇରାଣ କରିବା ଆରମ୍ଭ କରିଦେଲେ। ଛୋଟଛୋଟ କାରଣରୁ ୁ ସେ ତାଙ୍କୁ ମାଡ଼ ମାରୁଥିଲେ। ପଟେଲଙ୍କର ବ୍ରିଟେନର ଭିସା ଥିବାରୁ ସେ ପ୍ରାୟତଃ ଲଣ୍ଡନ ଯାଇ ସେଠାରେ କିଛି ମାସ କାମ କରି ପୁଣି ଫେରନ୍ତି। ତେବେ ସେଠାରେ ସେ ଅନ୍ୟଜଣଙ୍କୁ ବିବାହ କରିଥିବା ମହିଳା ଜାଣିବାକୁ ପାଇଲେ। ସେ ସେଠାରେ ସ୍ତ୍ରୀ ଏବଂ ପିଲାମାନଙ୍କ ସହ ରହୁଥିବା ଖବର ପାଇଲେ।
ଯେତେବେଳେ ସେ ଏହାକୁ ବିରୋଧ କରିଥିଲେ, ସ୍ବାମୀ ତାଙ୍କୁ ଏପ୍ରିଲ ମାସରେ ଏକ ଭିଡିଓ ପଠାଇ ତିନି ତଲାକ ଦେଇଥିଲେ। ଭିଡିଓ ପାଇବା ପରେ ସେ ତିନିମାସ ପାଇଁ ଇଦ୍ଦତ ଅବଧି ଅନୁସରଣ କଲେ । ଏହା ପରେ ସେ ସେପ୍ଟେମ୍ବର ୩ରେ ଲାଲଗେଟ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ସେପ୍ଟେମ୍ବର ୭ରେ ଏଫଆଇଆର୍‌ ପଞ୍ଜୀକୃତ କରିଛି।
ଅଭିଯୁକ୍ତ ଫୈସଲ ପଟେଲ ପୀଡିତାଙ୍କୁ ଶାରୀରିକ ତଥା ମାନସିକ ର୍ନିଯାତନା ଦେଇଥିବାର ଅଭିଯୋଗ ହୋଇଛି।

Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri