ଏଣିକି ଅର୍ଡର ଦେଲେ ଘରେ ପହଞ୍ଚିବ ଦେଶୀ ମଦ

ଭୁବନେଶ୍ୱର,୨୯।୬(ବ୍ୟୁରୋ)-ରାଜ୍ୟ ସରକାର ଆଉଟ ଷ୍ଟିଲ(ଓଏସ୍‌) ମଦ ଏବଂ ଦେଶୀ ମଦ ଘରେ ଯୋଗାଇବାକୁ ଅନୁମତି ଦେଇଛନ୍ତି। ଲାଇସେନ୍ସପ୍ରାପ୍ତ ବ୍ୟବସାୟୀ କିମ୍ବା କ୍ଷମତାପ୍ରାପ୍ତ ପ୍ରତିନିଧିଙ୍କ ଜରିଆରେ ଘରେ ଯୋଗାଇଦିଆଯିବ। ସକାଳ ୭ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ କୋଭିଡ ଗାଇଡଲାଇନ ଏବଂ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି କରାଯାଇଥିବା ଲକ୍‌ଡାଉନ ନିୟମ ପାଳନ କରି ହୋମ ଡେଲିଭରି କରିବାକୁ କୁହାଯାଇଛି। ପ୍ରତ୍ୟେକ ବୋତଲ କିମ୍ବା ପାଉଚ ପାଇଁ ୧୦ ଟଙ୍କା କିମ୍ବା ୫୦ ଟଙ୍କାରୁ ଅଧିକ ହେବ ନାହିଁ ବୋଲି ଅବକାରୀ ବିଭାଗ ପକ୍ଷରୁ ସୋମବାର ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି। ତେବେ ସେହି ଓଏସ ଏବଂ ସିଏଲ ଲାଇସେନ୍ସଧାରୀମାନେ କାଉଣ୍ଟରରେ ମଦ ବିକ୍ରି କରିପାରିବେ ନାହିଁ ବୋଲି କୁହାଯାଇଛି।