‘ଏବେ ଛୁଟି ମିଳିବ, ଧନ୍ୟବାଦ ଭଗବାନ’

ବାରିପଦା ଅଫିସ,୨୦।୩:ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ଜଳୁଥିଲା। ନିଅଁାରେ ଜୀବଜନ୍ତୁ ଅତିଷ୍ଠ ହୋଇପଡ଼ିଥିବା ବେଳେ ଲିଭେଇବାକୁ ବନ ବିଭାଗ ନାକେଦମ୍‌ ହୋଇଥିଲା। ପଶ୍ଚିମା ଝଡ଼ ପ୍ରଭାବରେ ଗତ ଦୁଇଦିନ ଧରି ବର୍ଷା ଫଳରେ ଏହି ଅଭୟାରଣ୍ୟ ନିଅଁାରୁ ମୁକ୍ତି ପାଇଛି। ବନ୍ୟଜନ୍ତୁଙ୍କ ସମେତ ଜୀବଜଗତକୁ ଆଶ୍ୱସ୍ତି ମିଳିଛି। ଦୀର୍ଘ ତିନିମାସ ଧରି ଜଳୁଥିବା ଜଙ୍ଗଲକୁ ସୁରକ୍ଷା ଦେଉଥିବା ବନ କର୍ମଚାରୀ ଖୁସିରେ ଆତ୍ମହରା ହୋଇଛନ୍ତି। ଏହାକୁ ନେଇ ଜଣେ ବନ କର୍ମଚାରୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି। ଏବେ ବର୍ଷା ହେବାରୁ ଛୁଟି ମିଳିବ କହି ଖୁସି ମନାଇବା ସହ ଭଗବାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ପ୍ରକାଶ ଯେ, ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅଧୀନ ୫ ବନଖଣ୍ଡରେ ନିଅଁା ଲାଗିଥିଲା। ତିନିମାସ ମଧ୍ୟରେ ମୋଟ ୧୩୦୪ ସ୍ଥାନରେ ନିଅଁା ଲାଗି ଥିବାବେଳେ କର୍ମଚାରୀମାନେ ଏହାକୁ ରୋକିଥିଲେ। ଅଭୟାରଣ୍ୟରେ ବନାଗ୍ନି ଯୋଗୁ ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରାଯିବାରୁ ସେମାନେ ନିରବଚ୍ଛିନ୍ନ ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ନିଅଁାକୁ ପ୍ରଶମିତ କରିବା ପାଇଁ ଶତାଧିକ ବନ କର୍ମଚାରୀ ଓ ସ୍ଥାନୀୟ ଲୋକେ ନିୟୋଜିତ ଥିଲେ। ଶନିବାରଠାରୁ ଜିଲାରେ ବର୍ଷା ଆରମ୍ଭ ହୋଇଛି। ଏଥିସହ ଶିମିଳିପାଳରେ ମଧ୍ୟ ପ୍ରବଳ ବର୍ଷା ହୋଇଛି। ଏହି ବର୍ଷା ଯୋଗୁ ବନାଗ୍ନି ସ୍ଥିତି ଟଳିଥିବା ବେଳେ ନିଅଁା ସମ୍ପୂର୍ଣ୍ଣ ନିୟନ୍ତ୍ରଣ ହୋଇଯାଇଛି। ଏହି ଖୁସିରେ ଆତ୍ମହରା ହୋଇ ବନ କର୍ମଚାରୀ ଜଣକ ନିଜ ମୋବାଇଲରେ ଭିଡିଓ କରିଛନ୍ତି, ଯାହା ଏବେ ଭାଇରାଲ ହୋଇଛି। ଉକ୍ତ ବନ କର୍ମଚାରୀ ହେଲେ ବାଙ୍ଗିରିପୋଷି ରେଞ୍ଜ୍‌ର ରଙ୍ଗାମାଟିଆ ବିଟ୍‌ର ବନରକ୍ଷୀ ସାମାୟ ସୋରେନ। ଜଙ୍ଗଲରେ ନିଅଁା ଲାଗିବା ଫଳରେ ଦୀର୍ଘଦିନ ହେଲା ନିଅଁା ଲିଭାଇବା କାର୍ଯ୍ୟରେ ନିୟୋଜିତ ଥିଲେ। ଛୁଟି ନ ମିଳିବାରୁ ସେ ଘରକୁ ଯାଇ ନ ଥିଲେ। ଠାକୁରଙ୍କ ଦୟାରୁ ବର୍ଷା ହେବା ଦ୍ୱାରା ସ୍ଥିତି ଟଳି ଥିବାରୁ ଏବେ ଛୁଟି ମିଳିବ ଆଶା କରୁଛି। ଦୁଇଦିନ ଛୁଟି ମିଳିଲେ ପରିବାର ସହ ଦେଖା କରିଆସନ୍ତେ ବୋଲି ସେ କହିଛନ୍ତି। ସେ ଛୁଟି ନେଇ ଘରକୁ ଯାଇପାରିବେ ବୋଲି ଖୁସିରେ ଆତ୍ମହରା ହୋଇ ବର୍ଷାରେ ଭିଜି ଭିଜି ମୋବାଇଲରେ ନିଜେ ଭିଡିଓ ଉତ୍ତୋଳନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri