ନୋଟିସ ବଦଳରେ ନୋଟିସ

କେନ୍ଦ୍ରାପଡ଼ା ଅଫିସ, ୨୪ା୧୦: ଗତ ୧୮ ତାରିଖରେ ଜାରି ହୋଇଥିବା ଦୁଇ ନୋଟିସ ଏବେ ଖରସ୍ରୋତା ନଦୀରୁ ଭଦ୍ରକକୁ ପାଣି ଦେବା ବିବାଦକୁ ଅଧିକ ରୋଚକ କରିଛି । ପ୍ରକଳ୍ପ ନିର୍ମାଣ ଅନିଶ୍ଚିତତା ଆଡ଼କୁ ଗତି କରୁଥିବାରୁ ଜିଲା ପ୍ରଶାସନ ଆକ୍ରୋଶମୂଳକ ଭାବେ ପଦକ୍ଷେପ ନେଇଛନ୍ତି ବୋଲି ଆଲୋଚନା ହେଉଛି । ତେବେ ସ୍ଥାନୀୟ ଅଞ୍ଚଳର ଜୀବନ, ଜୀବିକା ସହ ଭିତରକନିକା ଜୈବ ବିବିଧତା ସୁରକ୍ଷା ପାଇଁ ଏହି ଲଢ଼େଇ ଜାରି ରହିବ ବୋଲି ସ୍ଥାନୀୟ ଅଞ୍ଚଳବାସୀ ମତବ୍ୟକ୍ତ କରିଛନ୍ତି ।

ସୂଚନା ଅନୁଯାୟୀ, ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ନୂଆହାଟଠାରେ ୪ ବ୍ଲକ ଓ ୩ ସହରାଞ୍ଚଳ ଅଧିବାସୀଙ୍କୁ ଟ୍ୟାପ୍‌ ଯୋଗେ ପାଣି ଯୋଗାଇବାକୁ ବସୁଧା ଯୋଜନାରେ ଏକ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣାଧୀନ ଅଛି । ଏହି ପ୍ରକଳ୍ପ ପାଇଁ କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ବରୁଣାଡିହା ନିକଟ ଖରସ୍ରୋତା ନଦୀରୁ ପାଣି ଉଠାଯିବାକୁ ଏଠାରେ ଇନ୍‌ଟେକ୍‌ ୱେଲ୍‌ ନିର୍ମାଣ ହେଉଛି । ତେବେ ଖରସ୍ରୋତା ନଦୀରୁ ପାଣି ଉଠାଗଲେ ସ୍ଥାନୀୟ ଅଞ୍ଚଳର ଜୀବନ, ଜୀବିକା ସହ ଭିତରକନିକା ଜୈବ ବିବିଧତା ନଷ୍ଟ ହେବ ଦର୍ଶାଇ ସ୍ଥାନୀୟ ଅଞ୍ଚଳବାସୀ ଖରସ୍ରୋତା ନଦୀ ବଞ୍ଚାଅ ସଂଗ୍ରାମ ସମିତି ବ୍ୟାନରରେ ଗତ ୨ ବର୍ଷ ଧରି ଆନ୍ଦୋଳନ କରୁଛନ୍ତି। ଏଥିସହ ପ୍ରକଳ୍ପ ସ୍ଥାନ ନୂଆହାଟ ଓ ବରୁଣାଡିହା ଭିତରକନିକା ଇକୋ ସେନ୍‌ସେଟିଭ ଜୋନ୍‌ ମନିଟରିଂ କମିଟି ସଦସ୍ୟ ଶ୍ରୀକାନ୍ତ ନାୟକ ଅନୁଷ୍ଠିତ ବୈଠକରେ ଏହି ପ୍ରକଳ୍ପକୁ ବିରୋଧ ସହ ୨୨ ଦିନ ଧରି ଅନଶନ ରହି ପ୍ରତିବାଦ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ସହରସ୍ଥିତ ଖଡିଅଙ୍ଗ ଗ୍ରାମର କ୍ଷିତୀଶ କୁମାର ସିଂହ ନ୍ୟାଶନାଲ ଗ୍ରୀନ ଟ୍ରିବୁନାଲ (ଏନ୍‌ଜିଟି)ରେ ଏକ ଅଭିଯୋଗ ପତ୍ର (୮୦/୨୧/ ଇଜେଡ) ଦାଖଲ କରିଥିଲେ। ଆସନ୍ତା ଡିସେମ୍ବର ୭ରେ ଏନେଇ ପରବର୍ତ୍ତୀ ଶୁଣାଣି ହେବାର ଅଛି । ଏନେଇ ଏନ୍‌ଜିଟି ପକ୍ଷରୁ ଗତ ୧୮ ତାରିଖରେ କେନ୍ଦ୍ର ପର୍ଯ୍ୟାବରଣ ମନ୍ତ୍ରଣାଳୟର ପ୍ରମୁଖ ସଚିବ, ରାଜ୍ୟ ପ୍ରମୁଖ ଶାସନ ସଚିବ, କେନ୍ଦ୍ରାପଡ଼ା ଜିଲାପାଳ, ଭଦ୍ରକ ଜିଲାପାଳ, କେନ୍ଦ୍ର ୱାଟର କମିଶନ ସଚିବ, ରାଜ୍ୟ ୱାଟର ରିସୋର୍ସ ପ୍ରମୁଖ ସଚିବ, ପିସିସିଏଫ୍‌ ଓ ଠିକା ସଂସ୍ଥା ହାଇଦ୍ରାବାଦର ମେଘା ଇଞ୍ଜିନିୟରିଂ ଆଣ୍ଡ ଇନ୍‌ଫ୍ରାଷ୍ଟ୍ରକ୍ଚରକୁ ନୋଟିସ କରାଯାଇଛି । ସେଦିନ ମଧ୍ୟ କେନ୍ଦ୍ରାପଡ଼ା ଜିଲା ପ୍ରଶାସନର କନିକା ତହସିଲ ପକ୍ଷରୁ ସମ୍ଭାବନା ଅନୁଷ୍ଠାନକୁ ଏକ ନୋଟିସ ହୋଇଛି।

ଏଥିରେ ଦର୍ଶାଯାଇଛି, ଆସନ୍ତା ୨୫ ତାରିଖ ସୁଦ୍ଧା ଜବରଦଖଲରୁ ନ ହଟିଲେ ସମ୍ପତ୍ତି ଉପରେ ଥିବା ସମସ୍ତ ଜିନିଷପତ୍ରକୁ ବାଜ୍ୟାପ୍ତି କରାଯିବ । ଏ ସମ୍ପର୍କରେ ଜନ ଅଧିକାର ଅଭିଯାନ ସଭାପତି ଭୁବନମୋହନ ଜେନା, ସାମାଜିକ କର୍ମୀ ଡ. ସଞ୍ଜୟ କୁମାର ବେହୁରା, ଡା. ମିଲନ କୁମାର, ଡ. ପ୍ରଦୀପ କୁମାର ତରାଇ ପ୍ରମୁଖ କହିଛନ୍ତି, ଏନ୍‌ଜିଟି ମାମଲା ଏବେ ପ୍ରଶାସନକୁ ଅଡୁଆରେ ପକାଇଛି । ପ୍ରକଳ୍ପ ପାଇଁ ପରିବେଶ ଓ ସାମାଜିକ ଅନୁଧ୍ୟାନ ରିପୋର୍ଟକୁ ଆଧାର କରାଯାଇଥିବା ବେଳେ ସୂଚନା ଅଧିକାର କର୍ମୀ ପ୍ରତାପ କୁମାର ମହାନ୍ତି ଓ ରାଜକନିକାର ରାକେଶ ମହାନ୍ତିଙ୍କୁ ହାଇଦ୍ରାବାଦ୍‌ ଆଇଆଇଟିର ପ୍ରଫେସର ତଥା ରିପୋର୍ଟ ପ୍ରସ୍ତୁତ କର୍ତ୍ତା ଡ. ଶଶିଧର ଜଣାଇଥିଲେ ମଧ୍ୟ ଏହା ଉପଯୁକ୍ତ ନୁହେଁ ା ପ୍ରସ୍ତୁତ ରିପୋର୍ଟରେ ସେକେଣ୍ଡାରୀ ଡାଟା ବ୍ୟବହାର ହୋଇଛି । ଏନ୍‌ଜିଟିରେ ଏଥିନେଇ ଶୁଣାଣି ହେବାକୁ ଯାଉଥିବାରୁ ଆକ୍ରୋଶମୂଳକ ଭାବେ ସମ୍ଭାବନା ଅନୁଷ୍ଠାନକୁ ନୋଟିସ ହୋଇଛି । ପ୍ରଶାସନ ପକ୍ଷରୁ ଦର୍ଶାଯାଇଥିବା ସ୍ଥାନରେ ବଣ୍ଟନ ଉଦ୍ଦେଶ୍ୟରେ ପ୍ରାୟ ୫୦ ହଜାର ଚାରା ଅଛି । ଏହାକୁ ନଷ୍ଟ ନ କରି ଜିଲା ପ୍ରଶାସନ ସୁରକ୍ଷିତ ରଖିବାର ବ୍ୟବସ୍ଥା କରନ୍ତୁ ବୋଲି ସେମାନେ ଦର୍ଶାଇଛନ୍ତି। ଏ ସମ୍ପର୍କରେ ତହସିଲଦାର ପ୍ରେମାନନ୍ଦ ବେହେରା କହିଛନ୍ତି, ଜବରଦଖଲକୁ ନେଇ ଏହି ଅନୁଷ୍ଠାନକୁ ପୂର୍ବରୁ ନୋଟିସ ହୋଇଥିଲା। ଅନୁଷ୍ଠାନ ପକ୍ଷରୁ ଜବରଦଖଲରୁ ନ ହଟିବାରୁ ଆଉ ଥରେ ନୋଟିସ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?