ନୋଟିସ ବଦଳରେ ନୋଟିସ

କେନ୍ଦ୍ରାପଡ଼ା ଅଫିସ, ୨୪ା୧୦: ଗତ ୧୮ ତାରିଖରେ ଜାରି ହୋଇଥିବା ଦୁଇ ନୋଟିସ ଏବେ ଖରସ୍ରୋତା ନଦୀରୁ ଭଦ୍ରକକୁ ପାଣି ଦେବା ବିବାଦକୁ ଅଧିକ ରୋଚକ କରିଛି । ପ୍ରକଳ୍ପ ନିର୍ମାଣ ଅନିଶ୍ଚିତତା ଆଡ଼କୁ ଗତି କରୁଥିବାରୁ ଜିଲା ପ୍ରଶାସନ ଆକ୍ରୋଶମୂଳକ ଭାବେ ପଦକ୍ଷେପ ନେଇଛନ୍ତି ବୋଲି ଆଲୋଚନା ହେଉଛି । ତେବେ ସ୍ଥାନୀୟ ଅଞ୍ଚଳର ଜୀବନ, ଜୀବିକା ସହ ଭିତରକନିକା ଜୈବ ବିବିଧତା ସୁରକ୍ଷା ପାଇଁ ଏହି ଲଢ଼େଇ ଜାରି ରହିବ ବୋଲି ସ୍ଥାନୀୟ ଅଞ୍ଚଳବାସୀ ମତବ୍ୟକ୍ତ କରିଛନ୍ତି ।

ସୂଚନା ଅନୁଯାୟୀ, ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ନୂଆହାଟଠାରେ ୪ ବ୍ଲକ ଓ ୩ ସହରାଞ୍ଚଳ ଅଧିବାସୀଙ୍କୁ ଟ୍ୟାପ୍‌ ଯୋଗେ ପାଣି ଯୋଗାଇବାକୁ ବସୁଧା ଯୋଜନାରେ ଏକ ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣାଧୀନ ଅଛି । ଏହି ପ୍ରକଳ୍ପ ପାଇଁ କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ ବରୁଣାଡିହା ନିକଟ ଖରସ୍ରୋତା ନଦୀରୁ ପାଣି ଉଠାଯିବାକୁ ଏଠାରେ ଇନ୍‌ଟେକ୍‌ ୱେଲ୍‌ ନିର୍ମାଣ ହେଉଛି । ତେବେ ଖରସ୍ରୋତା ନଦୀରୁ ପାଣି ଉଠାଗଲେ ସ୍ଥାନୀୟ ଅଞ୍ଚଳର ଜୀବନ, ଜୀବିକା ସହ ଭିତରକନିକା ଜୈବ ବିବିଧତା ନଷ୍ଟ ହେବ ଦର୍ଶାଇ ସ୍ଥାନୀୟ ଅଞ୍ଚଳବାସୀ ଖରସ୍ରୋତା ନଦୀ ବଞ୍ଚାଅ ସଂଗ୍ରାମ ସମିତି ବ୍ୟାନରରେ ଗତ ୨ ବର୍ଷ ଧରି ଆନ୍ଦୋଳନ କରୁଛନ୍ତି। ଏଥିସହ ପ୍ରକଳ୍ପ ସ୍ଥାନ ନୂଆହାଟ ଓ ବରୁଣାଡିହା ଭିତରକନିକା ଇକୋ ସେନ୍‌ସେଟିଭ ଜୋନ୍‌ ମନିଟରିଂ କମିଟି ସଦସ୍ୟ ଶ୍ରୀକାନ୍ତ ନାୟକ ଅନୁଷ୍ଠିତ ବୈଠକରେ ଏହି ପ୍ରକଳ୍ପକୁ ବିରୋଧ ସହ ୨୨ ଦିନ ଧରି ଅନଶନ ରହି ପ୍ରତିବାଦ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ସହରସ୍ଥିତ ଖଡିଅଙ୍ଗ ଗ୍ରାମର କ୍ଷିତୀଶ କୁମାର ସିଂହ ନ୍ୟାଶନାଲ ଗ୍ରୀନ ଟ୍ରିବୁନାଲ (ଏନ୍‌ଜିଟି)ରେ ଏକ ଅଭିଯୋଗ ପତ୍ର (୮୦/୨୧/ ଇଜେଡ) ଦାଖଲ କରିଥିଲେ। ଆସନ୍ତା ଡିସେମ୍ବର ୭ରେ ଏନେଇ ପରବର୍ତ୍ତୀ ଶୁଣାଣି ହେବାର ଅଛି । ଏନେଇ ଏନ୍‌ଜିଟି ପକ୍ଷରୁ ଗତ ୧୮ ତାରିଖରେ କେନ୍ଦ୍ର ପର୍ଯ୍ୟାବରଣ ମନ୍ତ୍ରଣାଳୟର ପ୍ରମୁଖ ସଚିବ, ରାଜ୍ୟ ପ୍ରମୁଖ ଶାସନ ସଚିବ, କେନ୍ଦ୍ରାପଡ଼ା ଜିଲାପାଳ, ଭଦ୍ରକ ଜିଲାପାଳ, କେନ୍ଦ୍ର ୱାଟର କମିଶନ ସଚିବ, ରାଜ୍ୟ ୱାଟର ରିସୋର୍ସ ପ୍ରମୁଖ ସଚିବ, ପିସିସିଏଫ୍‌ ଓ ଠିକା ସଂସ୍ଥା ହାଇଦ୍ରାବାଦର ମେଘା ଇଞ୍ଜିନିୟରିଂ ଆଣ୍ଡ ଇନ୍‌ଫ୍ରାଷ୍ଟ୍ରକ୍ଚରକୁ ନୋଟିସ କରାଯାଇଛି । ସେଦିନ ମଧ୍ୟ କେନ୍ଦ୍ରାପଡ଼ା ଜିଲା ପ୍ରଶାସନର କନିକା ତହସିଲ ପକ୍ଷରୁ ସମ୍ଭାବନା ଅନୁଷ୍ଠାନକୁ ଏକ ନୋଟିସ ହୋଇଛି।

ଏଥିରେ ଦର୍ଶାଯାଇଛି, ଆସନ୍ତା ୨୫ ତାରିଖ ସୁଦ୍ଧା ଜବରଦଖଲରୁ ନ ହଟିଲେ ସମ୍ପତ୍ତି ଉପରେ ଥିବା ସମସ୍ତ ଜିନିଷପତ୍ରକୁ ବାଜ୍ୟାପ୍ତି କରାଯିବ । ଏ ସମ୍ପର୍କରେ ଜନ ଅଧିକାର ଅଭିଯାନ ସଭାପତି ଭୁବନମୋହନ ଜେନା, ସାମାଜିକ କର୍ମୀ ଡ. ସଞ୍ଜୟ କୁମାର ବେହୁରା, ଡା. ମିଲନ କୁମାର, ଡ. ପ୍ରଦୀପ କୁମାର ତରାଇ ପ୍ରମୁଖ କହିଛନ୍ତି, ଏନ୍‌ଜିଟି ମାମଲା ଏବେ ପ୍ରଶାସନକୁ ଅଡୁଆରେ ପକାଇଛି । ପ୍ରକଳ୍ପ ପାଇଁ ପରିବେଶ ଓ ସାମାଜିକ ଅନୁଧ୍ୟାନ ରିପୋର୍ଟକୁ ଆଧାର କରାଯାଇଥିବା ବେଳେ ସୂଚନା ଅଧିକାର କର୍ମୀ ପ୍ରତାପ କୁମାର ମହାନ୍ତି ଓ ରାଜକନିକାର ରାକେଶ ମହାନ୍ତିଙ୍କୁ ହାଇଦ୍ରାବାଦ୍‌ ଆଇଆଇଟିର ପ୍ରଫେସର ତଥା ରିପୋର୍ଟ ପ୍ରସ୍ତୁତ କର୍ତ୍ତା ଡ. ଶଶିଧର ଜଣାଇଥିଲେ ମଧ୍ୟ ଏହା ଉପଯୁକ୍ତ ନୁହେଁ ା ପ୍ରସ୍ତୁତ ରିପୋର୍ଟରେ ସେକେଣ୍ଡାରୀ ଡାଟା ବ୍ୟବହାର ହୋଇଛି । ଏନ୍‌ଜିଟିରେ ଏଥିନେଇ ଶୁଣାଣି ହେବାକୁ ଯାଉଥିବାରୁ ଆକ୍ରୋଶମୂଳକ ଭାବେ ସମ୍ଭାବନା ଅନୁଷ୍ଠାନକୁ ନୋଟିସ ହୋଇଛି । ପ୍ରଶାସନ ପକ୍ଷରୁ ଦର୍ଶାଯାଇଥିବା ସ୍ଥାନରେ ବଣ୍ଟନ ଉଦ୍ଦେଶ୍ୟରେ ପ୍ରାୟ ୫୦ ହଜାର ଚାରା ଅଛି । ଏହାକୁ ନଷ୍ଟ ନ କରି ଜିଲା ପ୍ରଶାସନ ସୁରକ୍ଷିତ ରଖିବାର ବ୍ୟବସ୍ଥା କରନ୍ତୁ ବୋଲି ସେମାନେ ଦର୍ଶାଇଛନ୍ତି। ଏ ସମ୍ପର୍କରେ ତହସିଲଦାର ପ୍ରେମାନନ୍ଦ ବେହେରା କହିଛନ୍ତି, ଜବରଦଖଲକୁ ନେଇ ଏହି ଅନୁଷ୍ଠାନକୁ ପୂର୍ବରୁ ନୋଟିସ ହୋଇଥିଲା। ଅନୁଷ୍ଠାନ ପକ୍ଷରୁ ଜବରଦଖଲରୁ ନ ହଟିବାରୁ ଆଉ ଥରେ ନୋଟିସ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri