ଏଣିକି ଲୋକେ ଆସିବେନି ଅଫିସରଙ୍କ ପାଖକୁ, ଲୋକଙ୍କ ଗୁହାରି ଶୁଣିବାକୁ ପଞ୍ଚାୟତ ଯିବେ ଅଫିସର

ଭଞ୍ଜନଗର,୧୪ା୮(ବାବୁଲା ପ୍ରଧାନ): ଲୋକଙ୍କ ଅଭିଯୋଗ ଶୁଣିବା ପାଇଁ ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତିଭାସନ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି। ଏଣିକି ଲୋକେ ଅଫିସରଙ୍କ ପାଖକୁ ଗୁହାରି କରିବାକୁ ସହରକୁ ଆସିବେ ନାହିଁ। ଅଫିସର ଲୋକଙ୍କ ପାଖକୁ ଯାଇ ଗୁହାରି ଶୁଣିବେ। ତେଣୁ ଜିଲାପାଳ ଏନେଇ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଉପଜିଲାପାଳ, ବିଡିଓ, ତହସିଲଦାର, ଆଇଆଇସି ସମେତ ବିଭିନ୍ନ ବିଭାଗର ବ୍ଲକସ୍ତରୀୟ ଅଧିକାରୀମାନେ ପଞ୍ଚାୟତ କାର୍ଯ୍ୟାଳୟରେ ଲୋକଙ୍କ ଗୁହାରି ଶୁଣିବେ। ତେଣୁ ଏହା ପୂର୍ବରୁ ଲୋକେ ଇ-ନିବେଦନ ପୋର୍ଟାଲରେ ଆବେଦନ କରିବେ। ପ୍ରତି ୭ ଦିନକୁ ଥରେ ଅଭିଯୋଗପତ୍ର ଉପରେ ସମୀକ୍ଷା ହେବ। ଆସନ୍ତା ସୋମବାରଠାରୁ ପଞ୍ଚାୟତରେ ଅଭିଯୋଗ ଶୁଣାଣି ଆରମ୍ଭ ହେବ। କେଉଁ ସୋମବାର କେଉଁ ପଞ୍ଚାୟତରେ ଅଭିଯୋଗ ଶୁଣାଣି ହେବ ତାହା ଅଫିସରମାନେ ଧାର୍ଯ୍ୟ କରିବେ।
ଉପ ଜିଲାପାଳ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ତଦାରଖ କରିବେ। ଏଥିସହ ଜିଲାପାଳ କେଉଁ ସୋମବାର କେଉଁ ବ୍ଲକ ଏବଂ ଉପଜିଲାପାଳଙ୍କ କାର୍ଯ୍ୟାଳୟଠାରେ ଅଭିଯୋଗ ଶୁଣାଣି କରିବେ ତାହାର ମଧ୍ୟ ଡିସେମ୍ବର ପର୍ଯ୍ୟନ୍ତ ସୂଚୀ ବାହାର କରିଛନ୍ତି।

ଅନ୍ୟପଟେ ରାଜସ୍ବ ଅମଲା ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ଗତ ୧୧ ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ଫଳରେ ଉପଜିଲାପାଳ, ତହସିଲ ଏବଂ ବ୍ଲକ କାର୍ଯ୍ୟାଳୟଗୁଡ଼ିକ ଏକ ପ୍ରକାର ଅଚଳ ହୋଇପଡ଼ିଛି। କିରାଣିମାନେ ଆନ୍ଦୋଳନ କରିବାରୁ ଫାଇଲ ଆଉ ଅନ୍ୟ ଟେବୁଲକୁ ଘୁଞ୍ଚି ପାରୁନାହିଁ। ଯାହାକୁ ନେଇ ଆଜକୁ ୪ ଦିନ ହେବ କାର୍ଯ୍ୟାଳୟଗୁଡ଼ିକ ଏକ ପ୍ରକାର ଅଚଳ ହୋଇପଡ଼ିଛି। ଲୋକେ ସରକାରୀ ସେବା ପାଇ ନ ପାରି ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେଣୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି। ଅପରପକ୍ଷେ ପ୍ରଶାସନ ଲୋକଙ୍କ ପାଖକୁ ଯାଇ ଗୁହାରି ଶୁଣିବା ପ୍ରକ୍ରିୟା ଯେଉଁ ଆରମ୍ଭ କରୁଛନ୍ତି ତାକୁ ନେଇ ଲୋକେ ଖୁସିବ୍ୟକ୍ତ କରିଛନ୍ତି।

ରାଜସ୍ବ ଅମଲା ସଂଘ ଭଞ୍ଜନଗର ଶାଖା କର୍ମଚାରୀମାନେ ଆନ୍ଦୋଳନକୁ ଯିବା ପୁର୍ବରୁ ଅତିରିକ୍ତ ତହସିଲଦାର ଅବିନାଶ ମହାର ଏବଂ ଉପଜିଲାପାଳ ଉମାଶଙ୍କର ବେହେରାଙ୍କୁ ଦାବିପତ୍ର ପ୍ରଦାନ କରି ସମୂହ ଛୁଟିରେ ଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ ମାରି ଭାଉଜଙ୍କ ହାତ ଭାଙ୍ଗିଦେଲେ ଦିଅର, ଆଉ ତା’ପରେ…

ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ବନିତା ପ୍ରଧାନଙ୍କୁ ରବିବାର ତାଙ୍କ ଦିଅର ପଦ୍ମ ଲୋଚନ ପ୍ରଧାନ ଆକ୍ରମଣ କରି ବାମ…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି

ମୋହନ,୧୩।୯(ମନ୍ମଥ ମିଶ୍ର): ଗାଁରେ ଚାଲିଥିଲା ମଦ ଭାଟି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ଯୁବପିଢୀ ପଥଭ୍ରଷ୍ଟ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ ବି କାହାର…

ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…

ବାହୁଦା ନଦୀକୁ ଗାଧୋଇବାକୁ ଯାଇ ବୃଦ୍ଧ ନିଖୋଜ ଘଟଣା, ଆଜି ମିଳିଲା….

ଦିଗପହଣ୍ଡି/ଚିକିଟି,୧୩।୯(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଳକ ଲାଲମେଣ୍ଟା ପଞ୍ଚାୟତ କୋଳିପେଣ୍ଠ ଗ୍ରାମରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ବୃନ୍ଦାବନ…

ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ଏନସିଏସ୍‌କେର ଉପାଧ୍ୟକ୍ଷ, ସଫେଇ କର୍ମଚାରୀଙ୍କ ସହ କଲେ ଆଲୋଚନା

ଜୁନାଗଡ଼,୧୩।୯(ଅଂଶୁମାନ ଯୋଶୀ): ଜାତୀୟ ସଫେଇ କର୍ମଚାରୀ ଆୟୋଗ(ଏନସିଏସକେ) ଉପାଧ୍ୟକ୍ଷ କୈଶବ ବିହାରୀ ରବିବାର ଜୁନାଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିଛନ୍ତି। ଏହି ଅବସରରେ ସେ ସ୍ବସ୍ଥ୍ୟକେନ୍ଦ୍ରର ବିଭିନ୍ନ…

ନୂଆଖାଇ ପୂର୍ବରୁ ନିଆରା କାର୍ଯ୍ୟକ୍ରମ, ଅସହାୟଙ୍କୁ ଅଢିଆ ପ୍ରଦାନ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ ଗାନ୍ଧୀ ପାଠାଗାରରେ ସମ୍ବିଧାନ ସୁରକ୍ଷା ମଞ୍ଚ ତରଫରୁ ରବିବାର ନୂଆଁଖାଇ ଜୋଟଜାଟ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ମହାନ କୃଷିଭିତ୍ତିକ ଗଣ…

ଋଷିକୁଲ୍ୟା ରୟତ ମହାସଭାର ବଡ଼ ଦାବି

ଛତ୍ରପୁର,୧୩ା୯(ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ଭାଗଚାଷୀଙ୍କ ସ୍ବାର୍ଥରକ୍ଷା ପାଇଁ ସ୍ବତନ୍ତ୍ର ଭାଗଚାଷୀ ଆଇନ ପ୍ରଣୟନ ସହ ଭୂ-ବନ୍ଦୋବସ୍ତ ପ୍ରକ୍ରିୟା ତୁରନ୍ତ କାର୍ଯ୍ୟକାରୀ କରିବାକୁ ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?