Posted inଫୁରସତ

ମାତ୍ର ୧୦ ଟଙ୍କାରେ ଲାଗୁଥିଲେ ମୂଲ , ଏବେ ୭୩୦ କୋଟିର ମାଲିକ

ଭାଗ୍ୟ କାହାକୁ ନେଇ କେତେବେଳେ କେଉଁଠି ଠିଆ କରିଦେବ କହିହୁଏ ନାହିଁ। ଆଜି ଯେ ଧନୀ କାଲି ସେ ଗରିବ। ଆଉ ଆଜି ଯେ ଗରିବ କାଲି ସେ କୋଟିପତି। ଏମିତି ଏକ ସତ୍ୟ ଘଟଣା ଦେଖିବାକୁ ମିଳିଛି କେରଳରେ।

କେରଳର ଏକ ନିପଟ ମଫସଲ ଗାଁରେ ଜନ୍ମ ହୋଇଥିବା ମୁସ୍ତାଫା ପିସିଙ୍କ କାହାଣୀ ଶୁଣିଲେ ପ୍ରଶଂସା କରିବେ। ମୁସ୍ତାଫାଙ୍କ ପିତା ଜଣେ ଦିନ ମଜୁରିଆ ଥିଲେ। ନିଜେ ବି ଅଶିକ୍ଷିତ ଥିଲେ। କିନ୍ତୁ ପିଲାଙ୍କୁ ଉଚ୍ଚ ଶିକ୍ଷିତ କରିବା ପାଇଁ ସ୍ବପ୍ନ ଦେଖୁଥିଲେ। ପାଖରେ ଅର୍ଥ ନ ଥିବାରୁ ତାଙ୍କ ପୁଅ ମୁସ୍ତାଫା ୬ଷ୍ଠ ଶ୍ରେଣୀରୁ ପାଠପଢ଼ା ଛାଡ଼ି ଦେଇଥିଲେ। ଜଣେ ଶିକ୍ଷକ କହିବାରୁ ସେ ସ୍କୁଲ ଗଲେ। ଏବେ ସେ ଏକ କମ୍ପାନୀର ୭୩୦ କୋଟି ଟଙ୍କାର ମାଲିକ।

ଏକ ସାକ୍ଷାତକାରରେ ମୁସ୍ତାଫା କହିଛନ୍ତି, ମୁଁ ୧୦ ଟଙ୍କାରେ ପ୍ରତିଦିନ ପାହାଡ଼ରୁ ପଥରଫଟା କାମ କରୁଥିଲି। ଦିନକୁ ୩ ଥର ଖାଇବା ଆମ ପକ୍ଷେ କଷ୍ଟକର ଥିଲା। ବର୍ତ୍ତମାନ ସମୟରେ ଖାଦ୍ୟ, ଶିକ୍ଷା ଅଧିକ ମହତ୍ତ୍ୱପୂର୍ଣ୍ଣ। ଏହାକୁ ଉପଲବ୍ଧ କରି ଏକ ଖାଦ୍ୟ ସାମଗ୍ରୀ ବ୍ୟବସାୟ ଆରମ୍ଭ କରିଛି। ଯେଉଁଟା ଏକ ବଡ଼ କମ୍ପାନୀ। ଯାହାର ନାମ ଆଇଡି ଫ୍ରେଶ ଫୁଡ୍‌ । ଏହା ଦେଶର ସଫଳ କମ୍ପାନୀ ମଧ୍ୟରୁ ଗୋଟିଏ। ଯାହାର ବ୍ୟବସାୟ ୭୩୦ କୋଟି।

ଆଇଡି ଫ୍ରେଶ୍‌ ଫୁଡ୍‌ର ସିଇଓ ମୁସ୍ତାଫା ପିସି କହିଛନ୍ତି, ଅର୍ଥ ନ ଥିବାରୁ ମୁଁ ଯେତେବେଳେ ସ୍କୁଲ ଛାଡ଼ିଲି ମୋର ଜଣେ ଶିକ୍ଷକ ମୋତେ ସ୍କୁଲ ଆସିବାକୁ କହିଥିଲେ। ସେତେବେଳେ ମୁଁ ମନା କରିଥିଲି। ମାତ୍ର ଶିକ୍ଷକ ମୋତେ ବାଧ୍ୟ କଲେ ଆଉ କହିଲେ ମାଗଣାରେ ପଢ଼ାଇବେ। ସେହିଦିନଠାରୁ ମୁଁ ପୁଣି ସ୍କୁଲ ଗଲି। ମୋର ଗଣିତ ବହୁତ ଭଲ ହେଉଥିଲା। ଏପରିକି ସ୍କୁଲ ଟପ୍ପର ବି ହୋଇଥିଲି। ଯେତେବେଳେ କଲେଜ ଯିବାର ସମୟ ଆସିଲା ମୋ ଶିକ୍ଷକ ମୋତେ ଦେୟ ପ୍ରଦାନ କରିଥିଲେ। ପାଠପଢ଼ା ସରିବା ପରେ ଏକ ଚାକିରି ଆରମ୍ଭ କରିଥିଲି। ମୋର ପ୍ରଥମ ଦରମା ଥିଲା ୧୪୦୦୦ ଟଙ୍କା। ମୁଁ ଏହା ମୋ ବାପାଙ୍କୁ ଦେଇଥିଲି। ଏହି ସମୟରେ ମୋ ବାପା ବହୁତ କାନ୍ଦିଥିଲେ। କହିଲେ ମୋ ଜୀବନକାଳନ ମଧ୍ୟରେ ମୁଁ ଏତିକି ଟଙ୍କା ରୋଜଗାର କରିନି। ଯାହା ତୁ ଆଜି ମୋତେ ଦେଲୁ। ମୁସ୍ତାଫା ବିଦେଶରେ ଚାକିରି ପାଇଲେ। ଏହା ପରେ ସେ ତାଙ୍କ ବାପା ଋଣ କରିଥିବା ୨ ଲକ୍ଷ ଟଙ୍କା ଶୁଝି ଦେଲେ। ଭଲ ଅର୍ଥ ରୋଜଗାର ପରେ ନିଜେ ଏକ ବ୍ୟବସାୟ କରିବାକୁ ଇଚ୍ଛା କଲେ। ଯାହା ଆଜି ତାଙ୍କୁ ଏହି ସଫଳତା ଆଣି ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ ହେବ ରୁଷିଆ-ୟୁକ୍ରେନ ଯୁଦ୍ଧ! ୩ ଘଣ୍ଟା ଚାଲିଲା ଟ୍ରମ୍ପ-ଜେଲେନସ୍କି ସାକ୍ଷାତ, ଜାଣନ୍ତୁ କ’ଣ କହିଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୯।୧୨:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହି ବୈଠକ ୟୁକ୍ରେନ-ରୁଷିଆ ଯୁଦ୍ଧର ଅନ୍ତ ପାଇଁ...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

କଂସ ବ୍ୟସ୍ତବିବ୍ରତ, ଆଜି ରଙ୍ଗସଭା

ମଥୁରାନଗରୀ/ଗୋପପୁର,୨୯ା୧୨ (ପ୍ରେମାନନ୍ଦ ଖମାରୀ:ରବିବାର ଥିଲା ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ପଞ୍ଚମ ଦିବସ। ଉଭୟ ମଥୁରାନଗରୀ ଏବଂ ଗୋପପୁର ଦୃଶ୍ୟାଭିନୟ ଚିତ୍ତାକର୍ଷକ ଥିଲା।...

ଫ୍ରେଞ୍ଚ ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କ ପରଲୋକ

ପ୍ୟାରିସ୍‌,୨୯ା୧୨:୫୦ ଦଶକରେ ଫ୍ରେଞ୍ଚ୍‌ ସିନେମାରେ ବିପ୍ଳବ ଆଣିବା ସହ ଯୌନ ଉଦାରତାର ପ୍ରତୀକ ପାଲଟିଥିବା ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୯୧ ବର୍ଷ...

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ଖୋଲିଲା ଶିଖରଚଣ୍ଡୀ

ଭୁବନେଶ୍ୱର,୨୯ା୧୨: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଖୋଲିଲା ଶିଖରଚଣ୍ଡୀ ପୀଠ। ପାହାଡ଼ରୁ ଦନ୍ତା ବିଦା ହେବା ପରେ ଖୋଲିଛି ଶିଖରଚଣ୍ଡୀ ପୀଠ। ମା’ଙ୍କ ଦର୍ଶନ ସହ...

ପର କରିଦେଲେ ପୁଅ: ଅର୍ଦ୍ଧନିର୍ମିତ ଘରେ ଦୟନୀୟ ଜୀବନ କାଟୁଛନ୍ତି ବୃଦ୍ଧ ଦମ୍ପତି

ଲୋଇସିଂହା,୨୯ା୧୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ୍‌ ହୀରାପୁର ପଞ୍ଚାୟତ ଅଧୀନ ପନେସରା ଗ୍ରାମର ବୃଦ୍ଧ ଦମ୍ପତି ବିଜୁଳି ନାଏକ(୬୫), ସ୍ବାମୀ ସୁରଭି ନାଏକ(୭୦) ବେସାହାରା ହୋଇ...

ଟାଟା-ଏର୍ନାକୁଲମ୍‌ ଏକ୍ସପ୍ରେସ୍‌ରେ ହଠାତ୍‌ ଲାଗିଲା ନିଆଁ: ଜଳିଗଲା ୨ ବଗି

ଅମରାବତୀ,୨୯ା୧୨: ସୋମବାର ଆନ୍ଧ୍ରପ୍ରଦେଶର ୟେଲାମାଞ୍ଚିଲିରେ ଏକ ବଡ଼ ରେଳ ଦୁର୍ଘଟଣା ଘଟିଛି। ଟାଟା-ଏର୍ନାକୁଲମ ଏକ୍ସପ୍ରେସ୍‌ର B1 ଏବଂ M2 ବଗିରେ ହଠାତ୍‌ ନିଆଁ ଲାଗିଗଲା। ଅଗ୍ନିକାଣ୍ଡ...

ହନିମୁନ୍‌ ଅଧାରୁ ଫେରି ଆତ୍ମହତ୍ୟା କଲେ ନବଦମ୍ପତି: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

ବେଙ୍ଗାଲୁରୁ,୨୯ା୧୨:ବେଙ୍ଗାଲୁରୁର ଏକ ନବଦମ୍ପତି ପରସ୍ପରଠାରୁ ୧,୦୦୦ କି.ମି. ଦୂରରେ ଆତ୍ମହତ୍ୟା କରିଛନ୍ତି। ଗତ ଅକ୍ଟୋବର ୨୯ରେ ସୂରଜ ଶିବାନ୍ନା(୩୬) ବେଙ୍ଗାଲୁରୁରେ ଗାନ୍‌ଭିଙ୍କୁ ବିବାହ କରିଥିଲେ। ଗତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri