Posted inଖେଳ

Paris 2024 Olympics: ଆଜି ମୁହାଁମୁହିଁ ହେବେ ନୋଭାକ ଜୋକୋଭିଚ୍-କାର୍ଲୋସ୍ ଅଲକାରାଜ

ନୂଆଦିଲ୍ଲୀ,୪ା୮: ପ୍ୟାରିସ ୨୦୨୪ ଅଲିମ୍ପିକ୍ସ ପୁରୁଷ ସିଙ୍ଗିଲ୍ ଟେନିସ ପ୍ରତିଯୋଗିତାରେ ସର୍ବିଆର ନୋଭାକ ଜୋକୋଭିଚ୍ ଏବଂ ସ୍ପେନର କାର୍ଲୋସ ଅଲକାରାଜ ରବିବାର ରୋଲାଣ୍ଡ ଗାରୋସ ଷ୍ଟାଡିୟମରେ ସ୍ୱର୍ଣ୍ଣ ପଦକ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ।

ବିଶ୍ଵବ୍ୟାପୀ କୋଟି କୋଟି ଦର୍ଶକ ଜୋକୋଭିଚ୍ ବନାମ ଅଲକାରାଜ୍ ଅଲିମ୍ପିକ୍ସ ଫାଇନାଲ୍ ଲାଇଭ୍ ମ୍ୟାଚ୍ ଦେଖିବାକୁ ଉତ୍କଣ୍ଠାର ସହିତ ଚାହିଁ ବସିଛନ୍ତି। ଭାରତରେ ମଧ୍ୟ ଏହା ଲାଇଭ୍ ଟେଲିକଷ୍ଟ ହେବ। ରବିବାର ଦିନ ସାଢେ ତିନିଟାରୁ ମ୍ୟାଚ୍ ଆରମ୍ଭ ହେବ।

ତିନିଥର ଗ୍ରାଣ୍ଡସ୍ଲାମ ଚାମ୍ପିଅନ୍ ହୋଇଥିବା ୨୧ ବର୍ଷୀୟ କାର୍ଲୋସ୍ ଅଲକାରାଜ୍ ଫ୍ରାନ୍ସରେ ଭୟଙ୍କର ଫର୍ମରେ ଅଛନ୍ତି, ପୁରୁଷ ସିଙ୍ଗଲ୍ସ ଫାଇନାଲ୍ ଅଭିମୁଖେ ସିଧା ସେଟରେ ତାଙ୍କର ସମସ୍ତ ପ୍ରତିଦ୍ୱନ୍ଦୀଙ୍କୁ ପରାସ୍ତ କରିଛନ୍ତି ସେମିଫାଇନାଲରେ ତୃତୀୟ ମାନ୍ୟତା ଅଲକାରାଜ କାନାଡାର ଫେଲିକ୍ସ ଅଗର ଆଲିଆସିମଙ୍କୁ ୬-୧, ୬-୧ରେ ପରାସ୍ତ କରି ଅଲିମ୍ପିକ ଡେବ୍ୟୁରେ ସ୍ୱର୍ଣ୍ଣ ପଦକ ମ୍ୟାଚରେ ପହଞ୍ଚିଥିଲେ।

ଅନ୍ୟପଟେ ବିଶ୍ୱର ଦୁଇ ନମ୍ବରରେ ଥିବା ନୋଭାକ ଜୋକୋଭିକ୍, ୩୭, ମଧ୍ୟ ଫାଇନାଲ୍ ପର‌୍ୟ୍ୟନ୍ତ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ସେ ଦ୍ୱିତୀୟ ରାଉଣ୍ଡରେ ସ୍ପେନର ପ୍ରତିଦ୍ୱନ୍ଦ୍ୱୀ ତଥା ଦୁଇଥର ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ରାଫେଲ ନାଡାଲଙ୍କ ସହ ମୁହାଁମୁହିଁ ହୋଇଥିଲେ ଏବଂ ସିଧାସଳଖ ସେଟରେ ୬-୧, ୬-୪ ରେ ତାଙ୍କୁ ପରାସ୍ତ କରିଥିଲେ।

ସେମିଫାଇନାଲରେ ଇଟାଲୀର ୧୧ ତମ ସିଡ୍ ଲୋରେଞ୍ଜୋ ମୁସେଟ୍ଟିଙ୍କୁ ୬-୪, ୬-୨ ରେ ପରାସ୍ତ କରି ପାଞ୍ଚ ପ୍ରୟାସରେ ପ୍ରଥମ ଥର ପାଇଁ ପୁରୁଷ ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି। ଏହା ପୂର୍ବରୁ ସେ ବେଜିଂ ୨୦୦୮ ରେ ବ୍ରୋଞ୍ଜ ଜିତିଥିଲେ।

ପୂର୍ବରୁ କାର୍ଲୋସ୍ ଅଲକାରାଜ୍ ଏବଂ ନୋଭାକ୍ ଜୋକୋଭିକ୍ ୬ ଥର ମୁହାଁମୁହିଁ ହୋଇଥିଲା ବେଳେ ଉଭୟେ ତିନୋଟି ଲେଖାଏ ମ୍ୟାଚ୍ ଜିତିଛନ୍ତି। ଏହି ତାଲିକାରେ କ୍ଳେ କୋର୍ଟରେ ଦୁଇଟି ମ୍ୟାଚରେ ପ୍ରତ୍ୟେକ ଗୋଟିଏ ଲେଖାଏ ବିଜୟୀ ହୋଇଛନ୍ତି, ଯେଉଁଠି ଅଲମ୍ପିକ୍ସ ଫାଇନାଲ ମ୍ୟାଚ୍ ଖେଳାଯିବ।

କିଛି ସପ୍ତାହ ପୂର୍ବରୁ ୱିମ୍ବଲଡନ୍ ପୁରୁଷ ସିଙ୍ଗଲ୍ସ ଫାଇନାଲରେ ଜୋକୋଭିକ୍ ଏବଂ ଅଲକାରାଜ୍ ପରସ୍ପରର ମୁହାଁମୁହିଁ ହୋଇଥିଲେ, ଯେଉଁଠାରେ ଅଲକାରାଜ୍ ସିଧାସଳଖ ସେଟରେ ୬-୨, ୬-୨, ୭-୬ ରେ ବିଜୟୀ ହୋଇଥିଲେ।

ଫ୍ରେଞ୍ଚ ଓପନ୍ ଏବଂ ୱିମ୍ବଲଡନରେ ବ୍ୟାକ୍-ଟୁ-ବ୍ୟାକ୍ ଗ୍ରାଣ୍ଡ୍ ସ୍ଲାମ୍ ଟାଇଟଲ୍ ଜିତି ୨୦୨୪ ରେ କାର୍ଲୋସ୍ ଅଲକାରାଜ୍ ଏଵେଚମତ୍କାର ଫର୍ମରେ ଅଛନ୍ତି। ସେପଟେ ୨୪ ଗ୍ରାଣ୍ଡସ୍ଲାମ ଚାମ୍ପିଅନ୍ ନୋଭାକ ଜୋକୋଭିକ୍ ମଧ୍ୟ କଡ଼ା ଟକ୍କର ଦେବାକୁ ପ୍ରସ୍ତୁତ ଅଛନ୍ତି।

ଭାରତରେ ପ୍ୟାରିସ୍ ୨୦୨୪ ଅଲିମ୍ପିକ୍ସରେ ନୋଭାକ ଜୋକୋଭିକ୍ ବନାମ କାର୍ଲୋସ୍ ଅଲକାରାଜ୍ ପୁରୁଷ ସିଙ୍ଗିଲ୍ ଟେନିସ୍ ଫାଇନାଲର ଲାଇଭ୍ ଷ୍ଟ୍ରିମିଂ ଭାରତର ଜିଓ ସିନେମା ଓ ସ୍ପୋର୍ଟସ୍ ୧୮ ନେଟୱାର୍କ ଟିଭି ଚ୍ୟାନେଲରେ ପ୍ରସାରଣ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ଦମ୍‌ଦାର ବିଜୟ: ୨-୧ରେ ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ବିଶାଖାପାଟଣା,୬।୧୨: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟଚ୍‌ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା...

ବାରବାଟୀ ମ୍ୟାଚ୍‌ ପାଇଁ ଗଡ଼ିବ ସ୍ବତନ୍ତ୍ର ବସ୍‌, ଭଡ଼ା ରହିଛି…

କଟକ,୬ା୧୨: ଆସନ୍ତା ୯ ତାରିଖରେ ବାରବାଟୀରେ ହେବ ଦମ୍‌ଦାର ଲଢ଼େଇ। ଭାରତ ସହ ଦକ୍ଷିଣ ଆଫ୍ରିକା ମଇଦାନକୁ ଓହ୍ଲାଇବ। ତେବେ ଏହି ମ୍ୟାଚ୍‌ ଦେଖିବା ପାଇଁ...

ଫିଫା ବିଶ୍ୱକପ୍‌ ଲାଗି ଡ୍ର’ ଉଠାଣ: ଜାଣନ୍ତୁ କେଉଁ ଦଳ କେବେ କାହାକୁ ଭେଟିବ…

ଓ୍ବାଶିଂଟନ,୬ା୧୨: ଆସନ୍ତା ବର୍ଷ ଆମେରିକା, କାନାଡା ଓ ମେକ୍ସିକୋରେ ହେବାକୁ ଯାଉଥିବା ଫିଫା ବିଶ୍ୱକପ୍‌ ଲାଗି ଶନିବାର ଡ୍ର’ ଉଠାଣ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି। ଏଥିସହିତ...

ବାରବାଟୀରେ ଖେଳିପାରନ୍ତି ଶୁବମନ ଗିଲ୍‌

ଭୁବନେଶ୍ୱର,୬ା୧୨(ଅନାଦି କର): ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ମ୍ୟାଚ୍‌କୁ ଆଉ...

ବିମାନ କର୍ମଚାରୀଙ୍କ ଖୋଲାଚିଠି ଭାଇରାଲ, ଏଥିରେ ଲେଖାଅଛି…

ନୂୂଆଦିଲ୍ଲୀ,୬ା୧୨: ଦେଶର ଅନେକ ବିମାନବନ୍ଦରରେ ବହୁ ବିମାନ ବାତିଲ ହେବା ପରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି। ସାଧାରଣ ଯାତ୍ରୀଙ୍କଠାରୁ ଆରମ୍ଭ କରି କର୍ମଚାରୀମାନେ ଅସନ୍ତୋଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri