କଣ୍ଟେଇମୁଣ୍ଡି ବାଇଗଣକୁ ଜିଆଇ ଟ୍ୟାଗ୍‌ ମାନ୍ୟତା ପାଇଁ ବିଜ୍ଞପ୍ତି

ନୟାଗଡ଼,୨ା୯(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଲକ କଣ୍ଟିଲୋର କଣ୍ଟେଇମୁଣ୍ଡି ବାଇଗଣ ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣିପାରିିଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଜିଓଗ୍ରାଫିକାଲ୍‌ ଇଣ୍ଡିକେଶନ(ଜିଆଇ) ଟ୍ୟାଗ୍‌ ମାନ୍ୟତା ପାଇଁ ଅଗଷ୍ଟ ୩୧ ଗୁରୁବାର ଜର୍ନାଲ ନଂ. ୧୭୮ରେ ପବ୍ଲିକ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ନୟାଗଡ଼ ଜିଲାର ଦାବି ବହୁ ଦିନ ପରେ ସଫଳ ହେବାକୁ ଯାଉଛି। କେହି ଦାବିଦାର ନ ରହିଲେ ୩ ମାସ ପରେ କେନ୍ଦ୍ର ସରକାର କଣ୍ଟିଲୋର କଣ୍ଟେଇମୁଣ୍ଡି ବାଇଗଣକୁ ଜିଆଇ ଟ୍ୟାଗ୍‌ ମାନ୍ୟତା ପ୍ରଦାନ କରିବେ।
କଣ୍ଟିଲୋର କଣ୍ଟେଇମୁଣ୍ଡି ବାଇଗଣକୁ ଜିଆଇ ଟ୍ୟାଗ୍‌ ମାନ୍ୟତା ଦେବା ପାଇଁ ୭୩୯ ନଂ. ଦରଖାସ୍ତରେ ବାଣପୁର ଗଁାର ନୀଳମାଧବ କୃଷି ସଙ୍ଗଠନ ପକ୍ଷରୁ ଆବେଦନ କରାଯାଇଥିଲା। ଜିଲା କୃଷି ବିଜ୍ଞାନ ପକ୍ଷରୁ ଏଥିପାଇଁ ଆବଶ୍ୟକ କାଗଜାତ ଓୟୁଏଟି ମାଧ୍ୟମରେ ଜିଓଗ୍ରାଫିକାଲ୍‌ ଇଣ୍ଡିକେଶନସ୍‌ ରେଜିଷ୍ଟ୍ର ଚେନ୍ନାଇରେ ୨୦୨୧ରେ ଆବେଦନ ହୋଇଥିଲା। ଏନେଇ ନୟାଗଡ଼ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଅନିଲ କୁମାର ସ୍ବାଇଁ କୁହନ୍ତି, କଣ୍ଟେଇମୁଣ୍ଡି ବାଇଗଣ ପ୍ରଥମେ କଣ୍ଟିଲୋରେ ହୋଇଥିଲା। ପରେ ଏହା ମହାନଦୀ ପଠା ବଡ଼ବାଣପୁର, ରତନପୁର, ଧାନଚାଙ୍ଗଡ଼ା, ଲକ୍ଷ୍ମୀପ୍ରସାଦ, କୁମୁଣ୍ଡି, ଫତେଗଡ଼ରେ ଚାଷ କରାଯାଇଥିଲା। ଧୀରେ ଧୀରେ ଜିଲାର ବିଭିନ୍ନ ଅଞ୍ଚଳରେ କଣ୍ଟେଇମୁଣ୍ଡି ବାଇଗଣ ଚାଷ ହେଉଛି। ଏହାର ଗଛ, ପତ୍ର, ଫଳରେ କଣ୍ଟା ଥାଏ। ବାଇଗଣ ଦେଖିବାକୁ ନୀଳରଙ୍ଗର ଓ ଗୋଲାକାର। ଏହାର ଲମ୍ବା ୩.୮୧ ଓ ଓସାର ୧୫ ସେମି.। ଗଛର ଉଚ୍ଚତା ୬୧ରୁ ୬୫ ସେମି.। ବାଇଗଣ ଛୋଟ ଛୋଟ ହୋଇଥିଲେ ହେଁ ଅଧିକ ମଞ୍ଜି ଥାଏ। କିନ୍ତୁ ଅଧିକ ସ୍ବାଦିଷ୍ଟ। ବାଇଗଣ ଗଛରେ ୩୦ରୁ ୩୫ ଦିନ ମଧ୍ୟରେ ଫଳ ଆସିଥାଏ। ଗୋଟିଏ ଗୋଟିଏ ବାଇଗଣ ୪୦ରୁ ୧୦୦ ଗ୍ରାମ ମଧ୍ୟରେ ହୋଇଥାଏ। ବାଇଗଣ ଗଛର ରୋଗ ନିରାକରଣ ଶକ୍ତି ଅଧିକ ପରିମାଣରେ ଥାଏ। ୧୦୦ ବର୍ଷ ତଳୁ ଜିଲାରେ କଣ୍ଟେଇମୁଣ୍ଡି ବାଇଗଣ ଚାଷ ହୋଇ ଆସୁଛି। ଏହି ବିଜ୍ଞପ୍ତି ପ୍ରକାଶ ପାଇବାର ୩ ମାସ ପରେ କେହି ଦାବିଦାର ନ ହେଲେ ନୟାଗଡ଼ ଜିଲାର କଣ୍ଟେଇମୁଣ୍ଡି ବାଇଗଣ ଜିଆଇ ଟ୍ୟାଗ୍‌ ମାନ୍ୟତା ସୁବିଧାରେ ପାଇବ।
ଏ ସଂକ୍ରାନ୍ତରେ ଜିଲାପାଳ ରବୀନ୍ଦ୍ର ନାଥ ସାହୁ କୁହନ୍ତି, କଣ୍ଟିଲୋର କଣ୍ଟେଇମୁଣ୍ଟି ବାଇଗଣକୁ ଜିଆଇ ଟ୍ୟାଗ ମାନ୍ୟତା ପାଇଁ ୨୦୨୧ରେ ଆବେଦନ କରାଯାଇଥିଲା। କଣ୍ଟେଇମୁଣ୍ଟି ବାଇଗଣ ନୟାଗଡ଼ ଜିଲାର ୟୁନିକ ପ୍ରଡକ୍ଟ। ଏହି ବାଇଗଣ ଉପରେ ଭୁବନେଶ୍ୱରରେ ୩ ଥର ସର୍ଭେ ହୋଇଛି। କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏନେଇ ଆବଶ୍ୟକ କାଗଜାତ ଉପସ୍ଥାପନ କରାଯାଇଥିଲା। ଜିଆଇ ଟ୍ୟାଗ୍‌ର ବିଜ୍ଞପ୍ତି ପରେ ବାଣପୁର ଗଁାର ନୀଳମାଧବ କୃଷି ସଙ୍ଗଠନର ଆବେଦନ ଓ ନୟାଗଡ଼ ଜିଲା ପ୍ରଶାସନର ୨ ବର୍ଷର ଚେଷ୍ଟା ସଫଳ ହୋଇଛି। କଣ୍ଟେଇମୁଣ୍ଡି ବାଇଗଣର ସଫଳତା ନୟାଗଡ଼ ଛେନାପୋଡ଼କୁ ଜିଆଇ ଟ୍ୟାଗ ମାନ୍ୟତା ଦେବା ପାଇଁ ସଫଳତାର ବାଟ ଦେଖାଇଛି ବୋଲି କହି ଜିଲାପାଳ ଖୁସି ବ୍ୟକ୍ତ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ଓଡ଼ିଶାର ଖଜୁରୀ ଗୁଡ଼, ଢେଙ୍କାନାଳ ମଗଜି, ଶିମିଳପାଳ କାଇ ଚଟଣୀ, କପଡ଼ାଗଣ୍ଡର ଡଙ୍ଗରିଆ କନ୍ଧ ଶାଲ୍‌, କୋରାପୁଟର କଳାଜିରା ଚାଉଳ, ଲାଞ୍ଜିଆସଉରା ଚିତ୍ରକଳା ପ୍ରମୁଖ ମଧ୍ୟ ଏହି ଜିଆଇ ଜର୍ଣ୍ଣାଲରେ ସ୍ଥାନ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri