ଷ୍ଟାଟସ୍‌ ରିପୋର୍ଟ ଦାଖଲ ପାଇଁ ନୋଟିସ

କଟକ ଅଫିସ,୧୦ା୧୧: ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଙ୍ଗଠନ(ଡିଆର୍‌ଡିଓ) ତଥ୍ୟ ଲିକ୍‌ ମାମଲାରେ ହାଇକୋର୍ଟ ମଙ୍ଗଳବାର କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତଦନ୍ତକାରୀ ସଂସ୍ଥାକୁ ନୋଟିସ ଜାରି କରିଛନ୍ତି। ଉକ୍ତ ମାମଲାର ତଦନ୍ତର ସ୍ଥିତି(ଷ୍ଟାଟସ) ରିପୋର୍ଟ ଦାଖଲ କରିବାପାଇଁ ମୁଖ୍ୟ ବିଚାରପତି ଜଷ୍ଟିସ ଏସ୍‌. ମୁରଲୀଧର ଓ ଜଷ୍ଟିସ୍‌ ଏ.କେ.ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଡିସେମ୍ବର ୭ରେ ହେବ।
ଦେଶର ପ୍ରତିରକ୍ଷା ସମ୍ପର୍କିତ ତଥ୍ୟ ଚୋରି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇଥିବାବେଳେ ରାଜ୍ୟ ସରକାର ଏହାର ତଦନ୍ତ କ୍ରାଇମବ୍ରାଞ୍ଚକୁ ଦେଇଛନ୍ତି। ଡିଆର୍‌ଡିଓ ତଥ୍ୟ ଲିକ୍‌ ଘଟଣାରେ ବିଦେଶୀ ମହିଳାଙ୍କ ସମ୍ପୃକ୍ତି ସମ୍ପର୍କରେ ଜଣାପଡ଼ିଛି। ତେଣୁ ଏହି ଘଟଣାର ତଦନ୍ତ ସିବିଆଇ ବା ଏନ୍‌ଆଇଏ ଦ୍ୱାରା କରାଯିବା ଉଚିତ୍‌। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଦ୍ୱାରା ଏହାର ତଦନ୍ତ କଲେ ପ୍ରକୃତ ଦୋଷୀ ଧରାପଡ଼ିବେ। ତେଣୁ ଏହି ମାମଲାର ତଦନ୍ତ ସିବିଆଇ କିମ୍ବା ଏନ୍‌ଆଇଏ ଭଳି କେନ୍ଦ୍ରୀୟ ସଂସ୍ଥା ଦ୍ୱାରା କରିବାକୁ ନିର୍ଦ୍ଦେଶ ଦେବାକୁ ଗତ ସେପ୍ଟେମ୍ବର ୨୮ରେ ଆଇନଜୀବୀ ଅରୁଣ କୁମାର ବୁଦ୍ଧିଆ ହାଇକୋର୍ଟରେ ଆବେଦନ କରିଥିଲେ। ହାଇକୋର୍ଟ ଉକ୍ତ ଆବେଦନକୁ ଗ୍ରହଣ କରି ନୋଟିସ ଜାରି କରିଥିବା ଆଇନଜୀବୀ ଅରୁଣ ସୂଚନା ଦେଇଛନ୍ତି।
ଡିଆର୍‌ଡିଓ ଗୁପ୍ତ ତଥ୍ୟ ଲିକ୍‌ ମାମଲାରେ ଓଡ଼ିଶା ପୋଲିସ ଡିଆର୍‌ଡିଓର ୫ କର୍ମଚାରୀଙ୍କୁ ଗିରଫ କରିଥିଲା। କ୍ରାଇମବ୍ରାଞ୍ଚ ତଦନ୍ତ ସମୟରେ ଜଣେ ରହସ୍ୟମୟୀ ମହିଳାଙ୍କ ସମ୍ପୃକ୍ତି ଥିବା ଜାଣିବାକୁ ପାଇଥିଲା। ଏପରି କି ଉକ୍ତ ମହିଳାଙ୍କ ୪ଟି ଫେସ୍‌ବୁକ୍‌ ଆକାଉଣ୍ଟ ପାକିସ୍ତାନରୁ ଅପରେଟ୍‌ ହେଉଥିବା ଜଣାପଡ଼ିଥିଲା। ପ୍ରକ୍ସି ଆଇପି ଜରିଆରେ ଉକ୍ତ ମହିଳା ଲୋକେଶନ ଲୁଚାଉଥିଲେ। ପାକିସ୍ତାନରୁ ଅପରେଟ କରୁଥିଲେ ମଧ୍ୟ ଆମେରିକା, ଜର୍ମାନୀ, ଭାରତର ଆଇପି ଦର୍ଶାଉଥିଲେ। ଉକ୍ତ ରହସ୍ୟମୟୀ ହନିଟ୍ରାପ୍‌ରେ ଡିଆର୍‌ଡିଓର ୫ଜଣ କର୍ମଚାରୀଙ୍କ ପରି ରାଜସ୍ଥାନ ଯୋଧପୁରସ୍ଥିତ ମିଲିଟାରି ଇଞ୍ଜିନିୟରିଂ ସର୍ଭିସର ଜଣେ କର୍ମଚାରୀ ପଡ଼ିଥିଲେ। ସେ ମିଲିଟାରି ଇଞ୍ଜିନିୟରିଂ ସର୍ଭିସର ବହୁ ଗୁରୁତ୍ୱପୂର୍ଣ୍ଣ ଚିଠି ପତ୍ରର ଫଟୋ ମହିଳାଙ୍କ ନିକଟକୁ ପଠାଇଥିଲେ। ଏନେଇ ଗତ ଅକ୍ଟୋବର ୧୫ରେ ରାଜସ୍ଥାନରେ ଏକ ମାମଲା ରୁଜୁ ହୋଇଥିଲା। ସେହିପରି ଉପରୋକ୍ତ ଜଣେ ଅଭିଯୁକ୍ତଙ୍କଠାରୁ ମୁମ୍ବାଇର ଜଣେ ମହିଳା ୪୦ହଜାର ଟଙ୍କା ଧାର ନେଇ ଫେରାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?