ଇପିଏଫ୍‌ ପେନ୍‌ସନ୍‌ ବୃଦ୍ଧି ମାମଲାରେ କେନ୍ଦ୍ର ସରକାରଙ୍କୁ ନୋଟିସ

କଟକ,୯ା୪ (କାର୍ତ୍ତିକ ସାହୁ):ଇପିଏଫ୍‌ ପେନ୍‌ସନ୍‌ ବୃଦ୍ଧି ମାମଲାରେ ଜବାବ ଦାଖଲ ଲାଗି ଓଡ଼ିଶା ହାଇକୋର୍ଟ କେନ୍ଦ୍ର ସରକାରଙ୍କ ଶ୍ରମ ଓ ଅର୍ଥ ମନ୍ତ୍ରଣାଳୟ ସଚିବଙ୍କ ସମେତ କେନ୍ଦ୍ରୀୟ ଭବିଷ୍ୟନିଧି ସଙ୍ଗଠନ ଆୟୁକ୍ତଙ୍କୁ ନୋଟିସ ଜାରି କରିଛନ୍ତି। ହାଇକୋର୍ଟ ବିଚାରପତି ଆଦିତ୍ୟ କୁମାର ମହାପାତ୍ର ମାମଲାର ଶୁଣାଣି କରି ଆସନ୍ତା ୪ ସପ୍ତାହ ମଧ୍ୟରେ ସତ୍ୟପାଠ ଜରିଆରେ ଜବାବ ଦାଖଲ ଲାଗି ଉପରୋକ୍ତ ପଦାଧିକାରୀମାନଙ୍କୁ ନୋଟିସ ଜାରି କରିଛନ୍ତି। ଆସନ୍ତା ୨୯ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଅଲ୍‌ ଓଡ଼ିଶା ଇପିଏଫ୍‌ ପେନ୍‌ସନର୍ସ ଆସୋସିଏଶନର ସାଧାରଣ ସମ୍ପାଦକ ତଥା ସର୍ବଭାରତୀୟ ଉପସଭାପତି ଭାଗ୍ୟଧର ବ୍ରହ୍ମାଙ୍କ ପକ୍ଷରୁ ଏନେଇ ମାମଲା ରୁଜୁ ହୋଇଛି।
ମାମଲାର ବିବରଣୀ ଅନୁସାରେ, ଓଡ଼ିଶା ସମେତ ସାରା ଦେଶରେ ଥିବା ୭୬ ଲକ୍ଷ ଇପିଏଫ୍‌ ପେନ୍‌ସନ୍‌ଧାରୀଙ୍କୁ କେନ୍ଦ୍ର ସରକାର ୨୦୧୪ ସେପ୍ଟେମ୍ବର ୧ ତାରିଖଠାରୁ ସର୍ବନିମ୍ନ ୧ ହଜାର ଟଙ୍କା ମାସିକ ପେନ୍‌ସନ ଦେଇ ଆସୁଛନ୍ତି। ମାତ୍ର ଦରଦାମ ବୃଦ୍ଧିର ଭରଣା ପାଇଁ ମହଙ୍ଗା ଭତ୍ତା ଦେଉନାହାନ୍ତି। ଫଳରେ ଏହି ସମସ୍ତ ଇପିଏଫ୍‌ ପେନ୍‌ସନ୍‌ଧାରୀ ଓ ତାଙ୍କ ପରିବାର ଆର୍ଥତ୍କ ଅନଟନରେ ଗତି କରୁଛନ୍ତି। ସେମାନେ ପରିବାର ପ୍ରତିପୋଷଣ ସହ ନିଜର ଔଷଧ ଖର୍ଚ୍ଚ ତୁଲାଇବା ସମ୍ଭବ ହେଉନାହିଁ। ରାଜ୍ୟସ୍ତରରେ ଅଲ୍‌ ଓଡ଼ିଶା ଇପିଏଫ୍‌ ପେନସନର୍ସ ଆସୋସିଏଶନ ଓ ସର୍ବଭାରତୀୟ ସ୍ତରରେ ଇପିଏଫ୍‌ ପେନସନର୍ସ ସଙ୍ଗଠନ ପେନ୍‌ସନ୍‌ ବୃଦ୍ଧି ନିମନ୍ତେ ବିଭିନ୍ନ ଫୋରମରେ ସ୍ମାରକପତ୍ର ଦେବା ସହ ଦାବି ହାସଲ ପାଇଁ ଗଣତାନ୍ତ୍ରିକ ଉପାୟରେ ଆନ୍ଦୋଳନାତ୍ମକ ପଦକ୍ଷେପ ଗ୍ରହଣ କରିଛନ୍ତି। ହେଲେ କୌଣସି ସୁଫଳ ନ ମିଳିବାରୁ ଏଥିରେ ହସ୍ତକ୍ଷେପ ନିମନ୍ତେ ଅଦାଲତଙ୍କୁ ନିବେଦନ କରିଛନ୍ତି।
ସୂଚନାଯୋଗ୍ୟ, ଇପିଏଫ୍‌ ପେନ୍‌ସନ୍‌ ବୃଦ୍ଧି ଲାଗି କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତ ଖୋସିୟାରୀ କମିଟି ୨୦୧୩ରେ ସୁପାରିସ କରିଥିଲେ। ହେଲେ କେନ୍ଦ୍ର ସରକାର ଏହି ସୁପାରିସକୁ କାର୍ଯ୍ୟକାରୀ କରୁନାହାନ୍ତି। ସାମାଜିକ ସୁରକ୍ଷା ଲାଗି ପେନ୍‌ସନ୍‌ ବ୍ୟବସ୍ଥା କାର୍ଯ୍ୟକାରୀ ହେଉଥିବାବେଳେ କେନ୍ଦ୍ର ତଥା ରାଜ୍ୟ ସରକାର ସେମାନଙ୍କ କର୍ମଚାରୀଙ୍କ ଲାଗି ସପ୍ତମ ବେତନ କମିଶନଙ୍କ ସୁପାରିସ ଆଧାରରେ ୨୦୧୬ ଜାନୁଆରୀରୁ ସର୍ବନିମ୍ନ ମାସିକ ପେନ୍‌ସନ୍‌ ୯ ହଜାର ଟଙ୍କା ସହ ମହଙ୍ଗା ଭତ୍ତା ପ୍ରଦାନ କରି ଆସୁଛନ୍ତି। ତେବେ ବିଭିନ୍ନ କଳକାରଖାନା, ବେସରକାରୀ ଅନୁଷ୍ଠାନ ଓ ସରକାରୀ ପରିଚାଳନାଧୀନ ସଂସ୍ଥା ଯଥା ବିଭିନ୍ନ ନିଗମ ଓ ବୋର୍ଡରେ କାର୍ଯ୍ୟ କରି ଅବସର ନେଉଥିବା କର୍ମଚାରୀ ସମାନୁପାତିକ ସାମାଜିକ ସୁରକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ସମସ୍ତ ଇପିଏଫ୍‌ ପେନ୍‌ସନ୍‌ଧାରୀଙ୍କୁ ମାସିକ ସର୍ବନିମ୍ନ ୯ ହଜାର ଟଙ୍କା ପେନ୍‌ସନ୍‌ ସହ ମହଙ୍ଗା ଭତ୍ତା ଦେବାକୁ ନିବେଦନ କରାଯାଇଛି। କେନ୍ଦ୍ର ସରକାରଙ୍କ ଶ୍ରମ ଓ ଅର୍ଥ ମନ୍ତ୍ରଣାଳୟର ସଚିବଙ୍କ ସମେତ କେନ୍ଦ୍ରୀୟ ଭବିଷ୍ୟନିଧି ସଙ୍ଗଠନ ଆୟୁକ୍ତଙ୍କୁ ପକ୍ଷଭୁକ୍ତ କରାଯାଇଛି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ପ୍ରମୋଦ କୁମାର ନାୟକ ଏବଂ ଉତ୍କଳ ରଞ୍ଜନ ପାତ୍ର ମାମଲା ପରିଚାଳନା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri