Posted inଭଦ୍ରକ

କାଳିଆ ଟଙ୍କା ଫେରାଇବାକୁ ୩,୮୧୪ ହିତାଧିକାରୀଙ୍କୁ ନୋଟିସ୍‌

ଭଦ୍ରକ ଅଫିସ, ୨୮ା୭-ରାଜ୍ୟ ସରକାରଙ୍କ ଜନହିତକର ଯୋଜନା ମଧ୍ୟରୁ କାଳିଆ ଯୋଜନା ଏକ ଲୋକାଭିମୁଖୀ ତଥା କୃଷି ଓ କୃଷକ ସଶକ୍ତୀକରଣ ଯୋଜନା ଭାବେ ବେଶ୍‌ ଲୋକାଦୃତ ହୋଇଥିଲା। ହେଲେ ଏବେ ଏହି ଯୋଜନାକୁ ନେଇ ଲୋକେ ଅସନ୍ତୋଷ ବ୍ୟକ୍ତ କଲେଣି। ଯୋଗ୍ୟ ଓ ଅଯୋଗ୍ୟ ହିତାଧିକାରୀଙ୍କୁ ନେଇ ଦୋଛକିରେ ରାଜ୍ୟ ସରକାର। ସରକାରୀ ଭାବେ ଚାଷୀଙ୍କୁ ନିର୍ବାଚନ ପୂର୍ବରୁ ଯୋଗ୍ୟ କହି ଟଙ୍କା ଦେଲେ, ଏବେ ଅଯୋଗ୍ୟ କହି ଟଙ୍କା ଫେରାଇବା ପାଇଁ ନୋଟିସ୍‌ ଜାରି କରିବା ପରେ ଚାଷୀ ମହଲରେ ଅସନ୍ତୋଷ ଦେଖାଦେଇଛି।
ଭଦ୍ରକ ଜିଲାରେ ଏବେ ମୋଟ ୩, ୮୧୪ ଚାଷୀଙ୍କୁ ଅଯୋଗ୍ୟ କୁହାଯାଇ ଟଙ୍କା ଫେରାଇବା ପାଇଁ ନୋଟିସ୍‌ ଜାରି ହୋଇଛି। ଭଦ୍ରକ ବ୍ଲକର ୫୧୫, ଭଣ୍ଡାରିପୋଖରୀର ୩୩୨, ବନ୍ତର ୪୪୯, ବାସୁଦେବପୁରର ୭୮୧, ତିହିଡ଼ିର ୩୫୭, ଚାନ୍ଦବାଲିର ୯୦୮, ଧାମନଗରର ୪୭୨ଜଣଙ୍କୁ ଜିଲା କୃଷି ବିଭାଗ ପକ୍ଷରୁ ଟଙ୍କା ଫେରସ୍ତ ପାଇଁ ନୋଟିସ୍‌ ଜାରି କରାଯାଇଛି। ଏହି ଯୋଜନାର ସର୍ତ୍ତ ମୁତାବକ ଯେଉଁ ପରିବାରର ନିଜସ୍ବ ଜମି ନ ଥିବ, ସେମାନେ କୃଷି କାମରେ ୬ମାସରୁ ଅଧିକ ସମୟ ନିୟୋଜିତ ହୋଇ ପରିବାର ପୋଷଣ କରୁଥିବେ, ଭୂମିହୀନ କୃଷି ଶ୍ରମିକ ପରିବାର ଅନ୍ତର୍ଭୁକ୍ତ ହୋଇ କାଳିଆ ଯୋଜନାରେ ହିତାଧିକାରୀ ହୋଇପାରିବେ ବୋଲି ସରକାରୀ ସ୍ତରରେ ସ୍ଥିର କରାଯାଇଥିଲା। କିନ୍ତୁ ଲୋକେ ଅଯୋଗ୍ୟ ହୋଇ ମଧ୍ୟ ଏହି ତାଲିକାରେ ମାଧ୍ୟମରେ ଫାଇଦା ଉଠାଇଥିଲେ। ସରକାରଙ୍କ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ତରଫରୁ କାଳିଆ ୱେବପୋର୍ଟାଲରେ ଏହାର ତାଲିକା ଉପଲବ୍ଧ କରାଯାଇଥିଲା। ସେତେବେଳେ ପଞ୍ଚାୟତରେ ନୋଟିସ୍‌ ମଧ୍ୟ ଲାଗିଥିଲା। ଯେଉଁମାନେ ଏହି ତାଲିକାରେ ନ ଥିଲେ ସେମାନେ ଆବେଦନ ମଧ୍ୟ କରିଥିଲେ। ଏବେ କିନ୍ତୁ ଜିଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରୁ ଅଯୋଗ୍ୟ ଭାବେ ନୋଟିସ୍‌ ମିଳିଛି ଯେଉଁଥିରେ ଏକ ମାସ ମଧ୍ୟରେ ପାଇଥିବା ଟଙ୍କା ଫେରସ୍ତ ପାଇଁ ସମୟ ଦିଆଯାଇଛି। କିଏ ଗୋଟିଏ କିସ୍ତି ୫ହଜାର ପାଇଛି ତ ଅନ୍ୟ କିଏ ୨ କିସ୍ତି ୧୦ହଜାର ଟଙ୍କା ପାଇଛନ୍ତି। କିନ୍ତୁ ଏବେ କରୋନା ମହାମାରୀ ସମୟରେ ଟଙ୍କା ଫେରସ୍ତ କରିବା ପାଇଁ ବହୁ ଚାଷୀ ଅମଙ୍ଗ। ସେମାନେ କୁହନ୍ତି ଟଙ୍କା ମିଳିଛି, ଖର୍ଚ୍ଚ କରିସାରିଛୁ । କିନ୍ତୁ କରୋନା ସମୟରେ ଆମେ ଟଙ୍କା ଫେରାଇପାରିବୁ ନାହିଁ। ଏମିତି ଆଉ କେତେଜଣ ହିତାଧିକାରୀ କହିଛନ୍ତି ଯେ, ଆମେ ଆବେଦନ କରିଥିଲୁ କାଳିଆ ଯୋଜନାରେ ଗୋଟିଏ କିସ୍ତିରେ ୫ ହଜାର ଟଙ୍କା ବ୍ୟାଙ୍କ ଖାତାକୁ ଆସିଛି । କିନ୍ତୁ ଏବେ ଟଙ୍କା ଫେରାଇବା ପରିସ୍ଥିତିରେ ଆମେ ନାହୁଁ। କରୋନା ପାଇଁ ରୋଜଗାର ବନ୍ଦ, ଟଙ୍କା ଆଣିବୁ କେଉଁଠୁ ବୋଲି ଓଲଟା ପ୍ରଶ୍ନ କରିଛନ୍ତି। କାଳିଆ ଯୋଜନା ହିତାଧିକାରୀଙ୍କୁ ଟଙ୍କା ଦେବା ପୂର୍ବରୁ ଯୋଗ୍ୟ ଅଯୋଗ୍ୟ ବିଚାର କାହିଁକି କରାଗଲା ନାହିଁ ବୋଲି ଚାଷୀ ରମେଶ ନାୟକ କୁହନ୍ତି। ଯେଉଁମାନେ ସେତେବେଳେ ଯୋଗ୍ୟ କରିଥିଲେ ଆଉ ଏବେ ଅଯୋଗ୍ୟ କଲେ ସେମାନଙ୍କ ବିରୋଧରେ ପ୍ରଥମେ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ପଦ୍ମପୁର ଗାଁର ହରଗୋବିନ୍ଦ ନାୟକ ଓ ନଗେନ୍ଦ୍ର ଖୁଣ୍ଟିଆ କୁହନ୍ତି। ଜିଲା କୃଷି ଅଧିକାରୀ କିରଣ କୁମାର ପରିଡ଼ା କୁହନ୍ତି ଏହି ତାଲିକା ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ଥିରୀକୃତ କରାଯାଇଛି। ଏଣୁ ଚାଷୀମାନେ ପାଇଥିବା ଟଙ୍କା ଫେରସ୍ତ କରି କାଳିଆ ତାଲିକାରୁ ବାଦ୍‌ ପଡ଼ିବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧୬ ନଂ ଜାତୀୟ ରାଜପଥରେ ଜଳିଗଲା ହାଇୱା, ହୁତୁହୁତୁ….

ଭଦ୍ରକ,୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ନଳାଙ୍ଗ ନିକଟରେ ହୁତୁହୁତୁ ହୋଇ ଜଳିଲା ହାଇଓ୍ବା । ଏକ ହାଇୱା ଗୁରୁବାର ମଧ୍ୟାହ୍ନରେ ହୁତୁହୁତୁ ହୋଇ…

ନଦୀକୁ ଡେଇଁ କରୁଥିଲେ ରିଲସ, ପାଣିରେ ବୁଡ଼ି ଯୁବକ….

ଭଦ୍ରକ,୨।୪(ସନାତନ ରାଉତ): ରିଲସ କରିବା ହେଲା କାଳ । ଗୁରୁବାର ଭଦ୍ରକ ପୁରୁଣା ବଜାର ଥାନା ସଂଥିଆ ପୋଲ ଉପରୁ ସାଳନ୍ଦୀ ନଦୀକୁ ଡେଇଁ ୨ ଯୁବକ…

ନାବାଳିକା ୭ ମାସର ଅନ୍ତଃସତ୍ତ୍ୱା, ଅଭିଯୁକ୍ତ ଗିରଫ

ଚାନ୍ଦବାଲି, ୩୦ା୩(କିଷାନ ପାତ୍ର): ଭଦ୍ରକ ଜିଲା ଚାନ୍ଦବାଲି ଥାନା ଅଞ୍ଚଳର ଜଣେ ନାବାଳିକା ୭ ମାସର ଅନ୍ତଃସତ୍ତ୍ୱା ହେବା ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ…

ଜିଲାସ୍ତରୀୟ ଓଡ଼ିଶା ଦିବସ ପାଳନ: ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ସୂର୍ଯ୍ୟବଂଶୀ ସୁରଜ

ଭଦ୍ରକ, ୧।୪(ସନାତନ ରାଉତ): ଭଦ୍ରକ ନେହେରୁ ଷ୍ଟାଡିଅମରେ ବୁଧବାର ଜିଲାସ୍ତରୀୟ ଉତ୍କଳ ଦିବସ ପାଳିତ ହୋଇଯାଇଛି l ସକାଳ ୮ଟାରେ ବିଭିନ୍ନ ସ୍କୁଲରୁ ଆସିଥିବା ୫ ହଜାରରୁ…

କାମରେ ହେଲା କଥା କଟାକଟି, ଘରକୁ ଫେରିବା ବେଳେ ଛକିକି ହାଣିଲେ..

ବନ୍ତ,୩୧। ୧(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ଥାନା ଅଞ୍ଚଳରେ କଥାକଟାକଟିରୁ ଛୁରା ମାଡ଼ । ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଥିବା ବେଳେ…

ଯାତ୍ରୀବାହୀ ବସରେ ଅଧିକ ଭଡ଼ାକୁ ନେଇ ପ୍ରତିବାଦ, ତିହିଡି଼ ଜନସାଧାରଣ ଅଧିକାର ମଞ୍ଚ ପକ୍ଷରୁ ବସରୋକୋ

ତିହିଡି଼,୩୧।୩(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥରେ ଚଳାଚଳ କରୁଥିବା ଯାତ୍ରୀବାହୀ ବସରେ ଧାର୍ଯ୍ୟ ଭଡ଼ା ଠାରୁ ୨ଗୁଣ ଅଧିକ ନିଆଯାଉଥିବା ନେଇ ଅଭିଯୋଗ ହୋଇଛି । ଏହାର…

ଧାନ ସଂଗ୍ରହ କଣ୍ଟକୁ ଦିନେ, ଜିଦିରେ ଅଟଳ ଚାଷୀ

ବାହାନଗା/ତିହିଡ଼ି/ ଭଣ୍ଡାରିପୋଖରୀ, ୩୦ା୩ (ଅରୂପ କୁମାର ଦାସ/ସଞ୍ଜିତ ବଳ/ ରାଜେନ୍ଦ୍ର ଶତପଥୀ ): ବାଲେଶ୍ୱର ଜିଲା ବାହାନଗା ବ୍ଲକ୍‌ ଖନ୍ତାପଡ଼ାଠାରେ ଚାଷୀ ଅସନ୍ତୋଷ ଦେଖିବାକୁ ମିଳିଛି। ଟୋକନ…

ମଣ୍ଡିରେ ପଡିରହି ଗଜା ମାରିଲାଣି ଧାନ: ବସ୍ତା ରଖି ଚାଷୀଙ୍କ ରାଜ୍ୟ ରାଜପଥ ଅବରୋଧ

ତିହିଡି଼,୨୯।୩(ସଞ୍ଜିତ ବଳ):ମଣ୍ଡିରେ ପଡ଼ି ବର୍ଷା ଖାଇ ଧାନ ଗଜା ମାରିଲାଣି । ହେଲେ ଯୋଗାଣ ବିଭାଗ ଅଥବା ମିଲରଙ୍କ ଏଥିପ୍ରତି ଭ୍ରୁକ୍ଷେପ ନାହିଁ । ଯାହାଫଳରେ ଚାଷୀମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri