ରୟାଲ୍‌ଟି ଅନିୟମିତତା: ୩ ଖଣିକୁ ନୋଟିସ

ଯୋଡ଼ା, ୨୦ା୧୨(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡ଼ା ଖଣିମଣ୍ଡଳ ଅନ୍ତର୍ଗତ ୩ ଖଣିକୁ ଷ୍ଟାକ୍‌(ମାନ ନିର୍ଦ୍ଧାରଣ କରାଯାଇଥିବା ଗଚ୍ଛିତ ଖଣିଜ)ରେ ରୟାଲ୍‌ଟି ଅନିୟମିତତା ଅଭିଯୋଗରେ ଯୋଡ଼ା ଖଣି ଯୁଗ୍ମ ନିର୍ଦ୍ଦେଶାଳୟ ପକ୍ଷରୁ ନୋଟିସ ଜାରି କରାଯାଇଛି। ଯୋଡ଼ା ଖଣି ଯୁଗ୍ମ ନିର୍ଦ୍ଦେଶାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଜରିବାହାଲସ୍ଥିତ କାଶ୍‌ଭି ଇଣ୍ଟରନ୍ୟାଶନାଲ ପ୍ରାଇଭେଟ୍‌ ଲିମିଟେଡ, ଦେଓଝରସ୍ଥିତ ତାରିଣୀ ମିନେରାଲ ଓ ମୁର୍ଗାବେଡା ଆଇରନ ଓର ମାଇନ୍ସକୁ ଶୁକ୍ରବାର ଏହି ନୋଟିସ୍‌ ଜାରି କରାଯାଇଛି। ଉକ୍ତ ୩ ଖଣିରେ ଖଣିଜର ମାନ (ଗ୍ରେଡ୍‌)ରେ ଅନିୟମିତତା ହୋଇଥିବା ଖଣି ବିଭାଗ ଜାଣିବା ପରେ ଖଣିକାର୍ଯ୍ୟ ଉପରେ ଅଙ୍କୁଶ ଲଗାଇ ସାମୟିକ ନିଲମ୍ବନ କରାଯାଇଛି।

ପ୍ରକାଶ ଯେ, ଲିଜ୍‌ଧାରୀମାନେ ପରିବହନ ନିମନ୍ତେ ଖଣିଜର ମାନ ନିର୍ଦ୍ଧାରଣ କରି ଏହାକୁ ନିର୍ଦ୍ଦିଷ୍ଟ ଷ୍ଟାକରେ ଗଚ୍ଛିତ ରଖିଥାନ୍ତି। ଖଣିଜର ମାନ ଅନୁଯାୟୀ ଖଣି ବିଭାଗ ପକ୍ଷରୁ ରାଜସ୍ବ(ରୟାଲଟି) ଧାର୍ଯ୍ୟ କରାଯାଇଥାଏ। ରାଜସ୍ବ ପ୍ରାପ୍ତିପରେ ଏହି ଖଣିଜକୁ ପରିବହନ ଅନୁମୋଦନ ଖଣିବିଭାଗ ପକ୍ଷରୁ ଦିଆଯାଇଥାଏ। ତେବେ ଲିଜ୍‌ଧାରୀମାନେ ସମୟ ସମୟରେ ଷ୍ଟାକ୍‌ରେ ଗଚ୍ଛିତ ଥିବା ନିର୍ଦ୍ଦିଷ୍ଟ ଖଣିଜ ପରିବର୍ତ୍ତେ ଉନ୍ନତମାନ ଥିବା ଖଣିଜକୁ ପରିବହନ କରିଥାନ୍ତି। ଅର୍ଥାତ୍‌ ନିମ୍ନମାନର ଖଣିଜ ପାଇଁ ରୟାଲ୍‌ଟି ଦେଇ ଉନ୍ନତମାନର ଲୁହାପଥରକୁ ବିକ୍ରୟ କରିଥାନ୍ତି। ଫଳରେ ସରକାର ବିପୁଳ ରାଜସ୍ବ ହରାଇଥାନ୍ତି। ଗତ ଅକ୍ଟୋବରରେ ଯୋଡ଼ା ଖଣିମଣ୍ଡଳସ୍ଥିତ ଏକ ଖଣିରେ ବିଭାଗ ପକ୍ଷରୁ ଯାଞ୍ଚ କରାଯିବା ପରେ ସେଠାରେ ଖଣିଜ ଷ୍ଟାକ୍‌ରେ ଅନିୟମିତତା ହୋଇଥିବା ଜଣାପଡିଥିଲା। ଉକ୍ତ ଖଣିକୁ ସାମୟିକ ଭାବେ ବନ୍ଦ ନୋଟିସ୍‌ କରାଯାଇଥିଲା ଏବଂ ଏଥିରେ ଅବହେଳା ପାଇଁ ଯୋଡା ଖଣି ଯୁଗ୍ମ ନିର୍ଦ୍ଦେଶାଳୟର ୨ ଖଣି ଅଧିକାରୀଙ୍କୁ ନିଲମ୍ବନ କରାଯାଇଥିଲା। ଭୁବନେଶ୍ୱରସ୍ଥିତ ଖଣି ନିର୍ଦ୍ଦେଶାଳୟର ବରିଷ୍ଠ ଖଣି ଯୁଗ୍ମ ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଜେନା କହିଛନ୍ତି, ଯୋଡ଼ା ଖଣିମଣ୍ଡଳର ୩ଟି ଖଣିକୁ ଷ୍ଟାକ୍‌ରେ ଅନିୟମିତତା କରିଥିବା ଯୋଗୁ ନୋଟିସ୍‌ ଜାରି କରାଯାଇଛି। ରାଜସ୍ବ ଫାଙ୍କି, ଟିକସ ଫାଙ୍କି ଏବଂ ବେଆଇନ ଖଣି ଖନନ ଉପରେ ସରକାରଙ୍କ କଡ଼ା ଆଭିମୁଖ୍ୟ ରହିଛି। ଖଣିଜ ପଦାର୍ଥ ସମ୍ପର୍କିତ ଅନିୟମିତତାକୁ ଦୃଢ଼ହସ୍ତରେ ଦମନ କରାଯିବା ସହ ଆବଶ୍ୟକ ସ୍ଥଳେ ଦୃଢ଼ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ ବୋଲି ଜେନା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାତିଅଧରେ ବଡ ବ୍ଲାଷ୍ଟ, ହୁତୁ ହୁତୁ ଜଳିଲା ରେଲୱେ ଗ୍ରୀଡ୍

ବଣାଇଁ,୭।୪(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ ଜିଲା ଚାନ୍ଦିପୋଷ ଥାନା ପଛ ପଟେ ଥିବା ରେଲୱେ ଷ୍ଟେସନ ଗ୍ରୀଡ଼ରେ ଅଗ୍ନିକାଣ୍ଡ ହୋଇଛି । ସୋମବାର ରାତି ପ୍ରାୟ ୧୧ଟାରେ ହଠାତ…

ରେଳବାଇର ଅଣଦେଖା: ଉପଭୋକ୍ତା ସଂଘର ଆନ୍ଦୋଳନ ଚେତାବନୀ

ବରଗଡ଼,୬ା୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଓ ବଲାଙ୍ଗୀର ଜିଲା ରେଳ ଉପଭୋକ୍ତା ସଂଘର ମିଳିତ କାର୍ଯ୍ୟାନୁଷ୍ଠାନ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ରବିବାଋ ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ସଭାକକ୍ଷରେ…

ଏହି ଜିଲାରୁ ପୁରାତନ ମଧ୍ୟପ୍ରସ୍ତର ଯୁଗୀୟ ମାନବ ସଭ୍ୟତା ଠାବ

ସୁନ୍ଦରଗଡ, ୭ା୪(ଜୟ ନାରାୟଣ ମେଣ୍ଡୁଳି):ଓଡ଼ିଶାର ଦେବଗଡ଼ ଜିଲାରୁ ପ୍ରଥମ ପୁରାତନ ମଧ୍ୟ ପ୍ରସ୍ତର ଯୁଗୀୟ ମାନବ ସଭ୍ୟତାର (ପାଲେଓଲିଥିକ) ସନ୍ଧାନ ମିଳିଛି। ସୁନ୍ଦରଗଡ଼ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ…

୫,୯୬୭ ଡାକ୍ତର ପଦ ଖାଲି, ଡିଗ୍ରୀଧାରୀଙ୍କୁ ମିଳୁନି ଚାକିରି: ଓପିଏସ୍‌ସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଭୁବନେଶ୍ୱର/କଟକ, ୭।୪(ରବିନାରାୟଣ ଜେନା/ଶିଳ୍ପା ପ୍ରିୟଦର୍ଶିନୀ)ନିକଟରେ ବିଧାନସଭାର ବଜେଟ ଅଧିବେଶନ କାଳରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏକ ପ୍ରଶ୍ନର ଉତ୍ତରରେ କହିଥିଲେ, ଡବ୍ଲ୍ୟୁଏଚ୍‌ଓ ମାନଦଣ୍ଡ ଅନୁଯାୟୀ ଆବଶ୍ୟକ ଡାକ୍ତର…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri