୫୩ ଇଟାଭାଟି ମାଲିକଙ୍କୁ ତହସିଲଦାରଙ୍କ ନୋଟିସ୍‌

ଜଳେଶ୍ୱର, ୩୦ା୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ଜଳେଶ୍ୱରସ୍ଥିତ ସୁବର୍ଣ୍ଣରେଖା ନଦୀର ବାଲିର ବେଆଇନ ଉତ୍ତୋଳନ ଓ କୋଟି କୋଟି ଟଙ୍କାର ରାଜସ୍ବ ଫାଙ୍କି ଆସୁଥିବାରୁ ବିଭିନ୍ନ ପର୍ଯ୍ୟାୟରେ କୋଲକାତା ଓ ଦିଲ୍ଲୀ ଏନ୍‌ଜିଟିରେ ମାମଲା ରୁଜୁ ହୋଇଛି । ସେହିପରି ଜଳେଶ୍ୱର ଅଞ୍ଚଳରେ ବେଆଇନ ଭାବେ ଗଢି ଉଠିଥିବା ନାଲି ଇଟାଭାଟି ସମ୍ପର୍କରେ ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଆସୁଥିଲା। ଜିଲାପାଳଙ୍କ ଚିଠି ଅନୁଯାୟୀ ତହସିଲଦାର ଶଙ୍କର ପଟ୍ଟନାୟକ ୫୩ଟି ନାଲି ଇଟା ମାଲିକଙ୍କୁ ନୋଟିସ୍‌ ଜାରି କରିଛନ୍ତି । ଏଥିରେ ବିଭିନ୍ନ ତଥ୍ୟ ମଗାଯାଇଛି। ଇଟାଭାଟି ମାଲିକମାନେ ରୟାଲିଟି ଫାଙ୍କି ମାଟି, ବାଲି ପାହାଡ ଆକାରରେ ଗଚ୍ଛିତ କରି ରଖୁଥିବା ଦେଖିବାକୁ ମିଳୁଛି । ପୁଣି ଓଡିଶା ଓ ଓଡିଶା ବାହାରୁ କୋଇଲା ବିନା ରୟାଲିଟି ଓ ଟ୍ୟାକ୍ସ ନ ଦେଇ ଏଠାକୁ ଆସୁଥିବା ଜଣାଯାଇଛି । ଗୋଟିଏ ଗୋଟିଏ ଇଟାଭାଟି ୪୦/୫୦ ହଜାର ଇଟା ତିଆରି କରୁଥିବା ଦର୍ଶାଉଥିବା ବେଳେ ଲକ୍ଷ ଲକ୍ଷ ଇଟା ତିଆରି କରି ମାଲାମାଲ ହେଉଛନ୍ତି। ବାହାର ରାଜ୍ୟରୁ ଶିଶୁ ଶ୍ରମିକଙ୍କ ସହିତ ଶତାଧିକ ଦାଦନ ଶ୍ରମିକ ଏଠାକୁ ଆସି ନାଲି ଇଟା ନିର୍ମାଣ କରୁଥିବା ବେଳେ ଦୟନୀୟ ପରିବେଶରେ ରହିବା ସହିତ ମାଲିକମାନେ ସରକାରଙ୍କ ନିୟମକୁ ବେଖାତିର କରିଛନ୍ତି । ଏପରି ନୋଟିସ୍‌ ପାଇଲା ପରେ ଇଟାଭାଟି ମାଲିକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

୬ ମାସ ହେବ ପାନୀୟ ଜଳ ପ୍ରକଳ୍ପ ଅଚଳ

ନାଉଗାଁ ,୨୦ା୪(ସୁଧା ବେହୁରା)ଗ୍ରୀଷ୍ମ ପ୍ରବାହ ଦିନକୁ ଦିନ ବୃଦ୍ଧି ପାଇ ଚାଲିଥିବାବେଳେ ସକାଳ ୯ଟା ପରେ ଘରୁ ବାହାରିବା କଷ୍ଟସାଧ୍ୟ ହୋଇପଡୁଛି। ଏନେଇ ପାନୀୟ ଜଳର...

ଅଣଚାଷୀଙ୍କୁ ପ୍ରାଧାନ୍ୟ ଦେଉଛି କୃଷି ବିଭାଗ

ନୟାଗଡ଼,୨୦।୪(ଲୋକନାଥ ମିଶ୍ର)ନୟାଗଡ଼ ଜିଲା ସଦର ବ୍ଲକର ବାଲୁଗଁା ପଞ୍ଚାୟତ ଅଞ୍ଚଳରେ ଚାଷୀ ଓ ଚାଷକୁ କୃଷି ବିଭାଗ ଅଣଦେଖା କରୁଥିବା ଅଭିଯୋଗ ହୋଇଆସୁଛି। ଚାଷୀ ଓ...

ପକାରି ବନାଞ୍ଚଳରେ ନିଆଁ

ଦାରିଙ୍ଗବାଡି, ୨୦ା୪ (ଅରୁଣ ସାହୁ):ଏବେ ସାରା ରାଜ୍ୟରେ ତାପମାତ୍ରା ବିଭିନ୍ନ ଜିଲାରେ ୪୪ ଡିଗ୍ରୀ ଛୁଇଁଲାଣି। କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦାରିଙ୍ଗବାଡିରେ ମଧ୍ୟ ତାପମାତ୍ରା...

ପୁରୁଣାଙ୍କ ସହ ଲଢ଼ିବେ ନୂଆ

ସୁନାବେଡ଼ା/ସେମିଳିଗୁଡ଼ା,୨୦ା୪(କୃତ୍ତିବାସ ପ୍ରଧାନ/ବାସୁଦେବ ବରାଡ଼): କୋରାପୁଟ ଜିଲା ପଟ୍ଟାଙ୍ଗି ବିଧାନସଭା ନିର୍ବାଚନମଣ୍ଡଳୀରେ ମେ’ ୧୩ରେ ନିର୍ବାଚନ ହେବ। କଂଗ୍ରେସ ଓ ଶାସକ ବିଜେଡି ନିଜର ପ୍ରାର୍ଥୀ ପରିବର୍ତ୍ତନ...

ବାହାର ଅଞ୍ଚଳ ପ୍ରାର୍ଥୀ ବନାମ ମାଟିର ପୁଅ

ଯାଜପୁର,୨୦ା୪(ହର୍ଷବର୍ଦ୍ଧନ ବେହେରା): ସମ୍ପ୍ରତି ଜିଲା ତଥା ନିର୍ବାଚନମଣ୍ଡଳୀ ବାହାର ପ୍ରାର୍ଥୀଙ୍କୁ ନେଇ ବହୁ ଚର୍ଚ୍ଚା ହେଉଛି। ହେଲେ ନେତାମାନେ ନିଜ ଅଞ୍ଚଳଠାରୁ ଦୂର ଅନ୍ୟ ଏକ...

ପର୍ଯ୍ୟବେକ୍ଷକଙ୍କ ଆଗରେ ଅସନ୍ତୋଷ ଝାଡ଼ିଲେ ଛାମୁଆ ନେତା

ବାଲେଶ୍ୱର, ୨୦୪(ମାନସ ବିଶ୍ୱାଳ):  ବାଲେଶ୍ୱର ଜିଲା ବାମପଦାସ୍ଥିତ ନୋସି ବିଜିନେସ ପାର୍କରେ ଶୁକ୍ରବାର ବିଜେଡିର ବାଲେଶ୍ୱର ସଂସଦୀୟ କ୍ଷେତ୍ରର ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।...

ବଢ଼ିଲା ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଅଡ଼ୁଆ

ଗୁଣପୁର,୨୦ା୪(ପ୍ରଦୀପ କୁମାର ପାଢ଼ୀ): ରାୟଗଡ଼ା ଜିଲା ମୁନିଗୁଡ଼ା ବ୍ଲକ୍‌ ରଘୁବାରିଠାରେ ବିଜେଡି ନେତା ଗ୍ରାମବାସୀଙ୍କୁ ମାରପିଟ କରିବା ନେଇ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ନାଁରେ...

ଏକହୋଇ ଲଢ଼ିବାକୁ ପ୍ରଣବଙ୍କ ପରାମର୍ଶ

ଚଣ୍ଡିଖୋଲ,୨୦ା୪(ପ୍ରଦୀପ୍ତ କୁମାର ପୃଷ୍ଟି): ଯାଜପୁର ଜିଲାର ବଡ଼ଚଣା ଏକ ପ୍ରମୁଖ ବିଧାନସଭା ନିର୍ବାଚନମଣ୍ଡଳୀ। ହେଲେ ଏ ପର୍ଯ୍ୟନ୍ତ ବିଜେଡି ଏଠାରେ ପ୍ରାର୍ଥୀ ଘୋଷଣା କରିନାହିଁ। ଶୁକ୍ରବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri