ଭାଜପାକୁ ଆଉ ଏକ ଝଟ୍‌କା: ଦଳ ଛାଡ଼ିଲେ ସୁକାନ୍ତ

ବରଗଡ଼ ଅଫିସ୍‌,୨୫।୧- ବରଗଡ଼ ଜିଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି। ସୋମବାର ୨ ଜାତୀୟ ଦଳ ଭାଜପା, କଂଗ୍ରେସ ପ୍ରାର୍ଥିନୀ ଅମ୍ବାଭୋନା ବ୍ଲକ ଜୋନ-୨ରୁ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଥିଲେ । ଏହାପରେ ଏହି ଆସନରୁ ବିଜେଡ଼ି ପ୍ରାର୍ଥିନୀ ନିର୍ନ୍ଦ୍ୱନ୍ଦରେ ନିର୍ବାଚିତ ହେବା ସ୍ପଷ୍ଟ ହୋଇ ଯାଇଛି । ଅନ୍ୟପଟେ ମଙ୍ଗଳବାର ଭାଜପାର ପୂର୍ବତନ ଜିଲା ସଭାପତି ସୁକାନ୍ତ ଦାଶ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ଭାଜପା ପାଇଁ ଆଉ ଏକ ଶକ୍ତ ଝଟ୍‌କା ଭଳି ହୋଇଛି । ସୁକାନ୍ତ ପୂର୍ବରୁ ଦୁଇଥର ଭାଜପାର ଜିଲା ସଭାପତି ଭାବେ କାର୍ଯ୍ୟ କରିଥିଲେ । ଏହା ସହିତ ଦଳର ରାଜ୍ୟ କାର୍ଯ୍ୟକାରୀ ସଦସ୍ୟ, ସ୍ଥାନୀୟ ସମବାୟ କେନ୍ଦ୍ର ବ୍ୟାଙ୍କର ସଭାପତି ଭାବେ କାର୍ଯ୍ୟ ନିର୍ବାହ କରି ସାରିଛନ୍ତି । ତେବେ ଜିଲାରେ ଦଳର ସାମ୍ପ୍ରତିକ ବ୍ୟବହାରିକ ରାଜନୀତିରେ ଅତିଷ୍ଠ ହୋଇ ସେ ଇସ୍ତଫା ଦେଇଥିବା ନିଜ ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି । ଇସ୍ତଫା ପତ୍ରକୁ ଦଳର ରାଜ୍ୟ ସଭାପତିଙ୍କ ନିକଟକୁ ସେ ପଠାଇ ଦେଇଛନ୍ତି । ତେବେ ସୋମବାର ଦଳୀୟ ପ୍ରାର୍ଥିନୀ ଏବଂ ଏହାର ଦିନକ ପରେ ମଙ୍ଗଳବାର ପୂର୍ବତନ ଦଳୀୟ ଜିଲା ସଭାପତିଙ୍କ ଇସ୍ତଫାରୁ ଭାଜପାର ନେତୃତ୍ୱ ଏବଂ ଚଳିତ ପଞ୍ଚାୟତ ଭୋଟରେ ଦଳ କେଉଁ ଦିଗକୁ ମୁହାଁଉଛି, ସେ ନେଇ ସାଧାରଣରେ ଆଲୋଚନା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମରେ କରୋନା ନେଲା ଆଉ ଏକ ମୁଣ୍ଡ: ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି

ଛତ୍ରପୁର,୨୧।୬(ଡି.ଏନ୍‌.ଏ): ଗଞ୍ଜାମ ଜିଲାରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ୪୯ ବର୍ଷୀୟ ବ୍ୟକ୍ତି । ହସ୍ପିଟାଲରେ ଚିକିତ୍ସିତ ହେଉଥିବା...

ଯୁକ୍ତ୨ ପରୀକ୍ଷା କେନ୍ଦ୍ର ନିର୍ଣ୍ଣୟରେ ନିୟମ ଉଲ୍ଲଂଘନ

ବାରିପଦା ଅଫିସ,୨୪।୫ ମୟୂରଭଞ୍ଜ ଜିଲା ବାରିପଦା ସହରରେ ଥିବା ଏକ ଘରୋଇ କଲେଜର ପରୀକ୍ଷା କେନ୍ଦ୍ର ନିର୍ଣ୍ଣୟକୁ ନେଇ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।...

ରାଜ୍ୟରେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ୧୭୮୫ କରୋନା ଆକ୍ରାନ୍ତ, ଅଛନ୍ତି ଗଞ୍ଜାମର ସର୍ବାଧିକ

ଭୁବନେଶ୍ୱର,୧୧।୮(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୧୭୮୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେଥିରୁ ସର୍ବଧିକ ୪୦୪ଜଣ ଗଞ୍ଜାମର ଅଛନ୍ତି। ଏହାଛଡ଼ା ଖୋର୍ଦ୍ଧାରୁ ୨୬୩, କଟକରୁ ୧୨୬, ସମ୍ବଲପୁରରୁ...

ଆଇଆଇସିସ୍ତରରେ ଅଦଳବଦଳ

କଟକ ଅଫିସ,୧୧ା୧୧ : କଟକ ଜିଲାରେ ଆଇଆଇସିସ୍ତରରେ ମଙ୍ଗଳବାର ଅଦଳବଦଳ ହୋଇଛି। ସଲେପୁର ଥାନା ଅଧିକାରୀ ଭାବେ କାର୍ଯ୍ୟରତ ଦେବେନ୍ଦ୍ର କୁମାର ମଲ୍ଲିକଙ୍କୁ ବାଙ୍କୀ ଥାନା...

ହାଇକୋର୍ଟରେ ରାଜ୍ୟର ୩ ଡଙ୍ଗାବୁଡ଼ି ମାମଲା: ଏକତ୍ର ଶୁଣାଣି ପାଇଁ ନିର୍ଦ୍ଦେଶ

କଟକ ଅଫିସ,୧୪ା୨:ହାଇକୋର୍ଟରେ ବିଚାରାଧୀନ ଥିବା ଓଡ଼ିଶାରେ ସଂଘଟିତ ୩ଟି ଡଙ୍ଗାବୁଡ଼ି ମାମଲାର ଏକତ୍ର ଶୁଣାଣି ପାଇଁ ହାଇକୋର୍ଟ ସୋମବାର ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଡ....

ଜିଲା ବିଜେଡି ଉପସଭାପତି ନିଲମ୍ବିତ

ନବରଙ୍ଗପୁର,୧।୨(ବି.ପ୍ର.): ନବରଙ୍ଗପୁର ଜିଲା ବିଜେଡି ଉପସଭାପତି ଦିବ୍ୟଦାନ ସୁନାଙ୍କୁ ଦଳୀୟ ଟିକେଟ ନ ମିଳିବାରୁ ସ୍ବାଧୀନ ପ୍ରାର୍ଥୀଭାବେ ନନ୍ଦାହାଣ୍ଡି ବ୍ଲକ ଜିଲା ପରିଷଦ ଜୋନ୍‌-୧ରୁ ନିର୍ବାଚନ...

୨୯ଦିନ ହେବ ଯୁବକଙ୍କ ପତ୍ତା ମିଳୁନି

ଭୁବନେଶ୍ୱର, ୨୦।୧୧ (ବ୍ୟୁରୋ) : ନୟାପଲ୍ଲୀ ଥାନା ଅନ୍ତର୍ଗତ ବେହେରା ସାହିରୁ ଜଣେ ଯୁବକ ରହସ୍ୟଜନକ ଭାବେ ନିଖୋଜ ହୋଇଯାଇଛନ୍ତି। ସେ ହେଲେ କେନ୍ଦ୍ରାପଡ଼ା ଜିଲା...

ଜିଆର୍‌ଏସ୍‌ଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଭୁବନେଶ୍ୱର,୨୫ା୪(ବ୍ୟୁରୋ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜିଆର୍‌ଏସ୍‌ଙ୍କ ଘରେ ସୋମବାର ଭିଜିଲାନ୍ସ ଚଢ଼ାଉ ହୋଇଛି। ଭୁବନେଶ୍ୱର କଳାରାହାଙ୍ଗ ପଞ୍ଚାୟତର ଜିଆରଏସ୍‌ ବାବୁଲି ଚରଣ ପଢ଼ିହାରୀଙ୍କ...

Advertisement
Archives

Model This Week