କାମରେ ଲାଗୁନି ସମ୍ପଦ କେନ୍ଦ୍ର

ଯାଜପୁର ରୋଡ୍‌, ୩।୭ (ଡି.ଏନ.ଏ.): ଯାଜପୁର ଜିଲା ବ୍ୟାସନଗର ପୌର ପାଳିକାର ସମ୍ପଦ କେନ୍ଦ୍ର (ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର) କାମରେ ଲାଗୁନାହଁି। ସହରରୁ ସଂଗୃହିତ ବର୍ଜ୍ୟବସ୍ତୁ ବ୍ୟାସ ସରୋବର ନିକଟସ୍ଥ ରେଲୱେ ଲାଇନ କଡ଼ ଏବଂ ବନୀକରଣ ଅଞ୍ଚଳରେ ପାହାଡ ଭଳି ଗଦା ହୋଇଛି। ଫଳରେ ପର୍ଯ୍ୟଟନସ୍ଥଳୀ ବ୍ୟାସ ସରୋବର ଅଞ୍ଚଳ ପରିସର ଦେଇ ଚଳାଚଳ କରୁଥିବା ଲୋକଙ୍କ ନାକ ଫାଟି ପଡୁଛି। ଏଥିରେ ପୌରପାଳିକା କର୍ତ୍ତୃପକ୍ଷ କେବଳ ପରିମଳ ସେବାରେ ବ୍ୟତିକ୍ରମ କରୁନାହାନ୍ତି, ବରଂ ଆପରାଧିକ କାର୍ଯ୍ୟ କରୁଛନ୍ତି ବୋଲି ମତପ୍ରକାଶ ପାଇଛି।
ପରିଷ୍କାର ପରିଚ୍ଛନ୍ନତା ସ୍ବାୟତ୍ତ ଶାସନ ସଂସ୍ଥାର ପ୍ରାଥମିକ ଓ ମୌଳିକ ଦାୟିତ୍ୱ ବୋଲି ନଗର ବିଜ୍ଞାନ ପାଠ କହୁଛି। କିନ୍ତୁ ଏହା ବ୍ୟାସନଗର କ୍ଷେତ୍ରରେ ମୂଲ୍ୟହୀନ ହୋଇଛି। ପୌରସଂସ୍ଥା ଦ୍ୱାରା ନିଯୁକ୍ତ ଏକ ଘରୋଇ ଠିକାସଂସ୍ଥା ପରିମଳ ଦାୟିତ୍ୱ ନିର୍ବାହରେ ଦିଗହରା ହୋଇଛି। ଏହି ଠିକାସଂସ୍ଥାକୁ ମାସିକ ପ୍ରାୟ ୨୦ ରୁ ୨୫ ଲକ୍ଷ ଟଙ୍କା ପ୍ରଦାନ କରାଯାଉଛି। ହେଲେ ଆବଶ୍ୟକ ଶ୍ରମିକ ନିୟୋଜନ କରାଯାଉ ନ ଥିବାରୁ ସହର ପରିମଳ ବିପର୍ଯ୍ୟସ୍ତ ହେଉଥିବା ଅଭିଯୋଗ ହୋଇଆସୁଛି। ଏତେ ବିପୁଳ ଅର୍ଥ ଖର୍ଚ୍ଚ ହେଉଥିଲେ ହେଁ ସହରର ବିଭିନ୍ନ ଅଞ୍ଚଳ ଦୁର୍ଗନ୍ଧରେ କମ୍ପୁଛି, ଯାହାକି ବ୍ୟାସ ସରୋବର ରାସ୍ତାରେ କୁଢ଼ କୁଢ ଆବର୍ଜନା ଜମା ହୋଇଥିବା ଦେଖିବାକୁ ମିଳୁଛି। ଏହି ସମସ୍ୟାର ସମାଧାନ ପାଇଁ ନିବେଦନ କରି ସହରବାସୀ ନୟାନ୍ତ ହୋଇ ସାରିଛନ୍ତି। କର୍ତ୍ତୃପକ୍ଷ କର୍ଣ୍ଣପାତ କରୁ ନ ଥିବାବେଳେ ପରିବେଶକୁ ସଜାଡ଼ିବାକୁ କାଉନସିଲରମାନଙ୍କ ଭୂମିକା ମଧ୍ୟ କିଛି ରହୁନାହିଁ। ପରିସ୍ଥିତି ଏପରି ହୋଇଛି ଯେ, ସହରର ସବୁଆଡ଼େ ଗଦା ଗଦା ମଇଳା ଆବର୍ଜନା। ମଶାମରା ତେଲ ଆବଶ୍ୟକ ଅନୁଯାୟୀ ବ୍ୟବହାର ହେଉନାହିଁ। ଫଳରେ ସହରରେ ମଶାମାଛିଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି। ୨୦୨୦ରେ ବ୍ୟାସ ସରୋବର ନିକଟରେ ସମ୍ପଦ କେନ୍ଦ୍ର ନିର୍ମାଣ କରାଯାଇ ବର୍ଜ୍ୟବସ୍ତୁ ପରିଚାଳନା କରାଯାଉଛି। କିନ୍ତୁ ସମ୍ପଦ କେନ୍ଦ୍ର ପରିସରର ମଇଳା ଆବର୍ଜନା ଗଦା କରିବା ପରିବର୍ତ୍ତେ ବାହାରେ ଏହାକୁ ଠୁଳ କରାଯାଉଛି। ଯଦ୍ୱାରା ଆଖପାଖ ଅଞ୍ଚଳ ପ୍ରଦୂଷିତ ହେଉଥିବା ସହ ଟ୍ରେନରେ ଯାଉଥିବା ଲୋକଙ୍କ ମଧ୍ୟରେ ନକାରାମତ୍କ ଭାବନା ସୃଷ୍ଟି କରୁଛି। ଏଥିରେ ଉଭୟ ପ୍ରାଣୀ ଓ ଉଦ୍ଭିଦ ପ୍ରଭାବିତ ହେଉଛନ୍ତି। ସନ୍ତସନ୍ତିଆ ଜାଗା, ପଚାଶଢ଼ା ଓ ଅଳିଆ ଆବର୍ଜନା ମଶାଙ୍କ ଲାଗି ଭୂସ୍ବର୍ଗ ହୋଇଛି। ପ୍ଲାଷ୍ଟିକ ଜାଗାରେ ଥିବା ଦୂଷିତ ପାଣିରେ ଏଡିସ ମଶା ସଂଖ୍ୟା ବୃଦ୍ଧି ହୋଇଥାଏ। ତେଣୁ ସହରବାସୀଙ୍କ ଡେଙ୍ଗୁ ଜ୍ୱରରେ ପୀଡ଼ିତ ହେବା ଆଶଙ୍କା ବଢ଼ିଯାଉଛି। ଏଭଳିସ୍ଥଳେ ପ୍ରଶାସନ ଜାଣିଶୁଣି ଚୁପ୍‌ ହୋଇ ବସି ରହି ସହରବାସୀଙ୍କ ଜୀବନ ପ୍ରତି ଖେଳ ଖେଳୁଛି। ସେହିପରି ପାଥୋଲାବ୍‌ଗୁଡ଼ିକରେ ବ୍ୟବହୃତ ଛୁଞ୍ଚି, ସାଲାଇନ, ଗ୍ଲୋବ୍ସ ଆଦି ଏଠାରେ ଫିଙ୍ଗି ଦିଆଯାଉଛି। ମନମୁଖି ଭାବେ ବର୍ଜ୍ୟବସ୍ତୁ ପରିଚାଳନା କରାଯାଉଥିବାରୁ ରୋଗ ସଂକ୍ରମଣର ଯଥେଷ୍ଟ ଆଶଙ୍କା ରହୁଛି। ଏ ସଂକ୍ରାନ୍ତରେ ବ୍ୟାସନଗର ପୌର ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତଙ୍କୁ ପଚାରିବାରେ ସେ କହିଛନ୍ତି, ସମ୍ପଦ କେନ୍ଦ୍ର ବାହାରେ ମଇଳା ଆବର୍ଜନା ଗଦା ହେଉଥିବା ନେଇ ସେ ତଦନ୍ତ କରିବେ। ଏହାର ଖୁବଶୀଘ୍ର ସମାଧାନ ବାଟ ବାହାର କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିନା ଦୋଷରେ ଜେଲ କାଟିଲେ ବାପପୁଅ

ବାରିପଦା ଅଫିସ/ ରାଇରଙ୍ଗପୁର, ୨୯।୭(ଡି.ଏନ୍‌.ଏ.) ମୟୂରଭଞ୍ଜ ଜିଲା ବାଦାମପାହାଡ ଥାନା ପୋଲିସ ୩ ମାସ ତଳେ ମୃତ ଘୋଷଣା କରିଥିବା ରାଇମଣି ନାଏକ ନାମ୍ନୀ ଜଣେ...

କ୍ରିକେଟ ଖେଳରେ ଛୁରାମାଡ଼, ଯୁବକଙ୍କ ଜୀବନଗଲା

ଚୌଦ୍ୱାର,୨ା୪(ଡି.ଏନ୍‌.ଏ.): ଝିମିଟି ଖେଳରୁ ମହାଭାରତ ପରି କ୍ରିକେଟ ଖେଳରୁ ଛୁରାମାଡ଼ ଓ ବ୍ୟାଟ୍‌ରେ ଆକ୍ରମଣ କରିବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏଭଳି ଘଟଣା ଦେଖିବାକୁ...

ଅଯୋଧ୍ୟା ପଠାଗଲା ସମଲେଇ ପୀଠର ମାଟି, ଜଳ

ସମ୍ବଲପୁର, ୨୫ା୭(ବ୍ୟୁରୋ): ଅଗଷ୍ଟ ୫ ତାରିଖରେ ଅଯୋଧ୍ୟାଠାରେ ରାମ ମନ୍ଦିର ନିର୍ମାଣ ଲାଗି ଭୂମି ପୂଜା ହେବ। ତେଣୁ ସମଗ୍ର ଦେଶର ବିଭିନ୍ନ ପ୍ରାନ୍ତରୁ ପବିତ୍ର...

ବାଲିଗୁଡାର ପୂର୍ବତନ ବିଧାୟକ ସାହୁରା ମଲ୍ଲିକଙ୍କ ପରଲୋକ

ବାଲିଗୁଡା,୧୬ା୮(ଡି.ଏନ.ଏ.)- କନ୍ଧମାଳ ଜିଲା ବାଲିଗୁଡାର ପୂର୍ବତନ କଂଗ୍ରେସ ବିଧାୟକ ସାହୁରା ମଲ୍ଲିକଙ୍କ ଶୁକ୍ରବାର ୮୫ ବର୍ଷରେ ପରଲୋକ ଘଟିଛି। କିଛିଦିନ ଧରି ସେ ଅସୁସ୍ଥ ଥିଲେ।...

ଗରିବ ହିତାଧିକାରୀଙ୍କ ପିଡ଼ିଏସ ଚାଉଳ ବାଟମାରଣା ଅଭିଯୋଗ

କୋକସରା,୨୨/୦୫(ଡି.ଏନ.ଏ): ଗରିବ ସୀମାରେଖା ତଳେ ରହୁଥିବା ହିତାଧିକାରୀଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଯୋଜନାରେ ପିଡିଏସ ଚାଉଳ ଯୋଗାଣ କରୁଥିବା ବେଳେ ଗରିବଙ୍କ...

ଘର ତାଲା ଭାଙ୍ଗି ନେଇ ୫ ଭରିରୁ ଊର୍ଦ୍ଧ୍ୱ ସୁନା ଅଳଙ୍କାର

ପାରଳାଖେମୁଣ୍ଡି,୩ା୩(ଡି.ଏନ୍‌.ଏ.): ପାରଳାଖେମୁଣ୍ଡି ସହରର ଚନ୍ଦ୍ରଶେଖର ପଣ୍ଡା ସାହି କୃଷ୍ଣଚନ୍ଦ୍ର ଗନ୍ତାୟତଙ୍କ ଘର ତାଲା ଭାଙ୍ଗି ସୁନା ରୁପା, ଟିଭି ଚୋରି ହୋଇଥିବା ଶୁକ୍ରବାର ଅଭିଯୋଗ କରିଛନ୍ତି।...

ଜ୍ବଳନ୍ତା ଟ୍ରାନ୍ସଫର୍ମରରୁ ଯୁବକଙ୍କୁ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ବରଗଡ଼ ଅଫିସ,୧୫।୫: ବରଗଡ଼ ଜିଲା ଭଟଲି ବ୍ଲକ ମୁରୁମକେଲ ଗ୍ରାମରେ ଶନିବାର ଜ୍ବଳନ୍ତା ବିଦ୍ୟୁତ୍‌ ଟ୍ରାନ୍ସଫର୍ମରରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଜଣେ ଯୁବକଙ୍କୁ ଭଟଲି ଅଗ୍ନିଶମ ବିଭାଗ...

ବସ୍‌ ଧକ୍କାରେ ବାଇକ୍‌ ଚାଳକ ମୃତ

ଖଲ୍ଲିକୋଟ,୨ା୨(ଡି.ଏନ.ଏ.): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅଧୀନ କେଶପୁର ଛକ ନିକଟରେ ଗୁରୁବାର ଏକ ଘରୋଇ ଯାତ୍ରୀବାହୀ ମିନିବସଥ ଧକ୍କାରେ ଜଣେ ବାଇକ୍‌ ଚାଳକଙ୍କ ମୃତ୍ୟୁ...

Advertisement
Archives

Model This Week