Posted inଫୁରସତ

ସ୍ତ୍ରୀ କି ଗର୍ଲଫ୍ରେଣ୍ଡ ନୁହେଁ, କଣ୍ଢେଇ ସହିତ ରହିବାକୁ ପସନ୍ଦ କରନ୍ତି ଏହି ଲୋକ, ଜାଣିଲେ ଆଶ୍ଚର୍ଯ୍ୟ ହେବେ…

ଜାପାନ ବିଶ୍ୱରେ ପ୍ରଯୁକ୍ତିବିଦ୍ୟା ଦୃଷ୍ଟିରୁ ସବୁଠାରୁ ଦ୍ରୁତ ଅଭିବୃଦ୍ଧିଶୀଳ ଦେଶ ଭାବରେ ଜଣାଶୁଣା। ଯେଉଁ ଦେଶକୁ ବୁଲେଟ ଟ୍ରେନର ଜନକ କୁହାଯାଏ। ହେଲେ ପ୍ରାୟତଃ ପରିସ୍ଥିତି ଯେପରି ଦେଖାଯାଏ, ତାହା ସେପରି ହୋଇନଥାଏ। କଥାରେ ଅଛି ‘ଚମକୁଥିବା ସବୁକିଛି ସୁନା ନୁହେଁ’। କିନ୍ତୁ ଭାବନାତ୍ମକ ଭାବରେ ଜାପାନ ବହୁତ ସଂଘର୍ଷ କରୁଛି। ଜାପାନରେ ଅନେକ ଲୋକ ଏକାକୀତାର ଶିକାର ହୋଉଛନ୍ତି। ଜାପାନରେ ବୟସ୍କ ଲୋକଙ୍କ ସଂଖ୍ୟା ବହୁତ ବୃଦ୍ଧି ପାଉଛି। ଏଠାରେ ଏପରି ଏକ ସ୍ଥାନ ଅଛି ଯେଉଁଠାରେ ଲୋକମାନେ ନିଜ ସ୍ତ୍ରୀ କିମ୍ବା ପ୍ରେମିକାଙ୍କ ସହିତ ରୁହନ୍ତି ନାହିଁ ବରଂ କଣ୍ଢେଇ ସହିତ ରୁହନ୍ତି। କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।

ଜାପାନ ହୁଏତ ବିଶ୍ୱର ସବୁଠାରୁ ବିକଶିତ ଦେଶମାନଙ୍କ ମଧ୍ୟରେ ସାମିଲ ହୋଇପାରେ। କିନ୍ତୁ ଏହି ଦେଶରେ ଏକାକୀତା ସମସ୍ୟା ବୃଦ୍ଧି ପାଉଛି। ଜାପାନରେ ସାମାଜିକ ବିଚ୍ଛିନ୍ନତାର ସାମାଜିକ ସମସ୍ୟା ବହୁ ବର୍ଷ ଧରି ଦେଖାଯାଉଛି। ଏହାକୁ ହିକିକୋମୋରି କୁହାଯାଏ। ଏଥିରେ ଲୋକମାନେ ଅନ୍ୟମାନଙ୍କଠାରୁ ଏବଂ ସମାଜଠାରୁ ପୃଥକ ଭାବରେ ରୁହନ୍ତି।

ଏକାକୀତା ଏତେ ଅଧିକ ଯେ ଲୋକଙ୍କ ପାଖରେ କଥା ହେବା ପାଇଁ ଲୋକ ନାହାନ୍ତି ଏବଂ ଏହି କାରଣରୁ ଜାପାନର ଲୋକମାନେ କଣ୍ଢେଇ ସହିତ ସମୟ କାଟୁଛନ୍ତି। କଣ୍ଢେଇ ସହିତ ବୁଲିବାକୁ ଯାଉଛନ୍ତି। ପାର୍କରେ ବସି ଆଇସକ୍ରିମ ଖାଉଛନ୍ତି। ଜାପାନରେ ଅନେକ ଲୋକ ଜୀବନସାରା ଅବିବାହିତ ରହି ସାରା ଜୀବନ କଣ୍ଢେଇ ସହିତ ବିତାଇ ଦିଅନ୍ତି।

ଜାପାନରେ ଏକ ନଗୋରୋ ଗାଁ ଅଛି। ଯେଉଁଠାରେ ଲୋକଙ୍କ ସଂଖ୍ୟା ୩୦୦ ରୁ ହ୍ରାସ ପାଇ ମାତ୍ର ୨୭ରେ ପହଞ୍ଚିଲାଣି। ଆଉ ଏବେ ପରିସ୍ଥିତି ଏପରି ଯେ ଏହି ଗାଁରେ ଲୋକ କମ୍‌ ଏବଂ କଣ୍ଢେଇ ଅଧିକ। ଏହି ଗାଁରେ ପ୍ରାୟ ୩୦୦ କଣ୍ଢେଇ ଅଛି। ଏହା ବ୍ୟତୀତ ଆଉ ଗୋଟିଏ ସ୍ଥାନ ଅଛି। ଯାହାର ନାମ ‘ଦି ହେମଲେଟ ଅଫ ଇଚିନାନୋ କ୍ୟୋଟୋ ନିକଟରେ ଅବସ୍ଥିତ ଏହି ଗାଁର ଲୋକଙ୍କ ସଂଖ୍ୟା ଏବେ ମାତ୍ର ୬୦କୁ ହ୍ରାସ ପାଇଛି। ଏଠାରେ ରହୁଥିବା ଲୋକମାନେ ଏକାକୀତା ଦୂର କରିବା ପାଇଁ କପା ଭର୍ତ୍ତି କଣ୍ଢେଇ ସହିତ ରୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ଭଞ୍ଜନଗରରେ ପରିବେଶ ଆଇନ୍ ସଚେତନତା ଶିବିର, ସାମିଲ ହେଲେ….

ଭଞ୍ଜନଗର,୩୧/୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ ହଲ୍‌ରେ ବୁଧବାର “Protect Today, Secure Tomorrow” ଶୀର୍ଷକ ଅଧୀନରେ ଏକ ପରିବେଶ...

ଭିଜିଲାନ୍ସ ଜାଲରେ ଛେଣ୍ଡିପଦା ଅତିରିକ୍ତ ତହସିଲଦାର, ୯ ହଜାର ଟଙ୍କା ପାଇଁ…

ଅନୁଗୋଳ,୩୧ା୧୨: ଜମି ମ୍ୟୁଟେସନ କେସ୍‌ ପାଇଁ ଲାଞ୍ଚ ନେବା ଅତିରିକ୍ତ ତହସିଲଦାରଙ୍କୁ ମହଙ୍ଗା ପଡ଼ିଛି। ବୁଧବାର ଅନୁଗୋଳ ଜିଲା ଛେଣ୍ଡିପଦା ତହସିଲର ଅତିରିକ୍ତ ତହସିଲଦାର ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri