ଚକିତ ନୁହେଁ, ଚିନ୍ତିତ

ଅନୁଗୋଳ ଅଫିସ, ୨୨।୪:  ରାଜ୍ୟରେ କରୋନା ଯେପରି କାୟା ମେଲାଇ ଚାଲିଛି, ତହିଁରେ ମାଟ୍ରିକ ପରୀକ୍ଷା କରିବା ସମ୍ଭବ ନୁହେଁ। ଏହା ଉପଲବ୍ଧି କରିବା ପରେ ଆସନ୍ତା ମେ’ ୩ ତାରିଖରୁ ହେବାକୁ ଥିବା ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ସରକାର ପ୍ରଥମେ ସ୍ଥଗିତ ରଖିଲେ। ଜୁନ୍‌ ପ୍ରଥମ ସପ୍ତାହରେ ସ୍ଥିତି ସମୀକ୍ଷା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଗତ ୧୫ ତାରିଖରେ କହିଥିଲେ। ଏଥିରୁ ମାଟ୍ରିକ ପରୀକ୍ଷାକୁ ନେଇ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ସିବିଏସ୍‌ଇ ଓ ଆଇସିଏସ୍‌ଇ ବୋର୍ଡ ଠାରୁ ଯେ ଭିନ୍ନ ନୁହେଁ, ତାହା ଜଣାପଡ଼ୁଥିଲା। ହେଲେ ସ୍ଥଗିତ ଘୋଷଣାର ମାତ୍ର ୫ ଦିନ ପରେ ବୁଧବାର ମାଟ୍ରିକ ପରୀକ୍ଷା ବାତିଲ ନେଇ ସରକାରଙ୍କ ନିଷ୍ପତ୍ତି ଛାତ୍ରୀଛାତ୍ର, ଅଭିଭାବକ ଓ ଶିକ୍ଷାବିତ୍‌ଙ୍କୁ ଚକିତ କରିନାହିଁ। ହେଲେ କେଉଁ ମାନଦଣ୍ଡରେ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଛାତ୍ରୀଛାତ୍ରଙ୍କୁ ମାର୍କ ପ୍ରଦାନ କରାଯିବ ତାହାକୁ ନେଇ ସମସ୍ତେ ଚିନ୍ତାରେ ପଡ଼ିଛନ୍ତି।
କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ୁଥିବାରୁ ସିବିଏସ୍‌ଇ ଓ ଆଇସିଏସ୍‌ଇ ବୋର୍ଡ କର୍ତ୍ତୃପକ୍ଷ ଦଶମ ଶ୍ରେଣୀ ପରୀକ୍ଷା ବାତିଲ ନେଇ ପୂର୍ବରୁ ଘୋଷଣା କରିଥିଲେ। ଏହା ପରେ ସମସ୍ତଙ୍କ ନଜର ଥିଲା ରାଜ୍ୟ ସରକାରଙ୍କ ଉପରେ। ମାଟ୍ରିକ ପରୀକ୍ଷାକୁ ସ୍ଥଗିତ ରଖିଥିବା ସରକାର କେଉଁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବେ ସେ ନେଇ ନାନା ଆଲୋଚନା, ପର୍ଯ୍ୟାଲୋଚନା ଚାଲିଥିଲା। ରାଜ୍ୟର ୬ ଲକ୍ଷରୁ ଊର୍ଦ୍ଧ୍ୱ ଦଶମ ଶ୍ରେଣୀ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ଅନୁଗୋଳ ଜିଲାରୁ ୧୮ ହଜାର ୯୯୬ ଜଣ ଚଳିତବର୍ଷ ମାଟ୍ରିକ ପରୀକ୍ଷା ଦେବାକୁ ପ୍ରସ୍ତୁତି ଶେଷ କରିଥିଲେ। ଏଥିପାଇଁ ୯୪ଟି କେନ୍ଦ୍ର କରାଯିବାକୁ ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ବୋର୍ଡକୁ ପ୍ରସ୍ତାବ ଦିଆଯାଇଥିଲା। ପ୍ରଶ୍ନପତ୍ର ରଖିବାକୁ ୮ଟି ବ୍ଲକରେ ୮ଟି ନୋଡାଲ ସେଣ୍ଟର ଚିହ୍ନଟ ମଧ୍ୟ କରାଯାଇଥିଲା। କିନ୍ତୁ ପରୀକ୍ଷା ବାତିଲ ହୋଇଯାଇଥିବାରୁ ସେସବୁ ପ୍ରସ୍ତୁତିରେ ରୋକ୍‌ ଲାଗିଛି। ଏ ନେଇ ଜିଲା ଶିକ୍ଷା କାର୍ଯ୍ୟାଳୟ ମଧ୍ୟ ନୀରବ ହୋଇଯାଇଛି। ସରକାର ତାଙ୍କ ନିଷ୍ପତ୍ତି ଜଣାଇ ଦେଇଥିବାରୁ ପରୀକ୍ଷା ଆଉ ହେବ ନାହିଁ ବୋଲି ଛାତ୍ରୀଛାତ୍ର, ଅଭିଭାବକମାନେ ଜାଣିସାରିଛନ୍ତି। ହେଲେ ବୋର୍ଡ ପକ୍ଷରୁ ପିଲାଙ୍କ ଦକ୍ଷତା ଅନୁଯାୟୀ କିପରି ମାର୍କ ଦିଆଯିବ ତାହାକୁ ନେଇ ସେମାନେ ଆଶଙ୍କା ମଧ୍ୟରେ ଥିବାବେଳେ ଶିକ୍ଷାବିତ୍‌ମାନେ ମଧ୍ୟ ଏପରି ନିୟମ ପୂର୍ବରୁ ନ ଥିବା କହିଛନ୍ତି। ସେମାନଙ୍କ କହିବା ଅନୁଯାୟୀ, କୌଣସି ଅସୁବିଧାଜନକ ପରିସ୍ଥିତିରେ ପରୀକ୍ଷାର୍ଥୀଙ୍କୁ ଗ୍ରେସ୍‌ ମାର୍କ ଦିଆଯିବା ବ୍ୟବସ୍ଥା ରହିଛି। କିନ୍ତୁ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ନିର୍ଦ୍ଧାରଣ କରୁଥିବା ଏହି ଗୁରୁତ୍ୱପୂର୍ଣ୍ଣ ବୋର୍ଡ ପରୀକ୍ଷା କରା ନ ଯାଇ କିପରି ଏତେ ସଂଖ୍ୟକ ଛାତ୍ରୀଛାତ୍ରଙ୍କୁ ଦକ୍ଷତା ଅନୁଯାୟୀ ମାର୍କ ଦିଆଯିବ ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହାଛଡ଼ା ନମ୍ବରକୁ ନେଇ ଯେଉଁ ଛାତ୍ରୀଛାତ୍ରମାନେ ସନ୍ତୁଷ୍ଟ ନ ହେବେ, ସେମାନେ ପରବର୍ତ୍ତୀ ସମୟରେ ପରୀକ୍ଷା ଦେବେ ବୋଲି କୁହାଯିବା ଆଉ ଏକ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିବ ବୋଲି ଶିକ୍ଷାବିତ୍‌ମାନେ ପ୍ରକାଶ କରିଛନ୍ତି।

ମେଧାବୀଙ୍କ ଭବିଷ୍ୟତକୁ ଶକ୍ତ ଧକ୍କା
ଆଗୁଆ ହେଉ କି ବିଳମ୍ବରେ, ପରୀକ୍ଷା କରାଯାଇଥିଲେ ପିଲାମାନଙ୍କ ଦକ୍ଷତା ସମ୍ପର୍କରେ ସମସ୍ତେ ଜାଣି ପାରିଥାନ୍ତେ। କିନ୍ତୁ ବିନା ପରୀକ୍ଷାରେ ମାର୍କ ଦିଆଯିବା ଆଗାମୀ ଦିନରେ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିବ। ଏହା ମେଧାବୀମାନଙ୍କ ଭବିଷ୍ୟତକୁ ଶକ୍ତ ଧକ୍କା ଦେଇଛି।
-ଅନନ୍ତ ଚରଣ ପ୍ରଧାନ, ଶିକ୍ଷାବିତ୍‌, ଅନୁଗୋଳ

ସ୍ଥିତି ଦେଖି ପରୀକ୍ଷା କରିବାର ଥିଲା
ବର୍ତ୍ତମାନ ବଢ଼ୁଥିବା କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିବା ପରେ ମାଟ୍ରିକ ପରୀକ୍ଷା କରାଯାଇଥିଲେ ଭଲ ହୋଇଥାନ୍ତା। ବାତିଲ ଘୋଷଣା ନ କରି ସରକାର ଆଉ କିଛି ଦିନ ଅପେକ୍ଷା କରିଥିଲେ ଛାତ୍ରୀଛାତ୍ରମାନଙ୍କ ଉପଯୁକ୍ତ ଦକ୍ଷତା ଜଣାପଡ଼ିଥାନ୍ତା।
-ପ୍ରଦ୍ୟୁମ୍ନ ବେହେରା, ଅଭିଭାବକ, ଅନୁଗୋଳ

କେଉଁ ଆଧାରରେ ମାର୍କ ଦିଆଯିବ
ଠିକ୍‌ ଭାବେ ପାଠପଢ଼ା ହୋଇ ନ ଥିଲେ ମଧ୍ୟ ପିଲାମାନେ ସେମାନଙ୍କ ପରିଶ୍ରମ ଅନୁଯାୟୀ ପରୀକ୍ଷା ଦେଇ ନମ୍ବର ପାଇପାରିଥାନ୍ତେ। କିନ୍ତୁ ମହାମାରୀକୁ ଦେଖି ସରକାରଙ୍କ ନିଷ୍ପତ୍ତି ମନ୍ଦ ନୁହେଁ। ତଥାପି କେଉଁ ଆଧାରରେ ମୂଲ୍ୟାୟନ ହେବ ତାହା ଚିନ୍ତାର ବିଷୟ।
-ହାଡ଼ିବନ୍ଧୁ ପ୍ରଧାନ, ଅଭିଭାବକ, ଅନୁଗୋଳ

ବୋର୍ଡ ଅନ୍ଧାରରେ ବାଡ଼ି ବୁଲାଇବ
ପରୀକ୍ଷା ବାତିଲ ଦ୍ୱାରା ପାଠରେ ପଛୁଆ ଥିବା ପିଲାମାନେ ଉତ୍ସାହିତ ହୋଇଛନ୍ତି। କରୋନା ଗାଇଡ୍‌ଲାଇନ୍‌ ପାଳନ କରି ନିଟ୍‌ ଭଳି ସଂକ୍ଷିପ୍ତ ପ୍ରଶ୍ନ ଦ୍ୱାରା ଦିନିକିଆ ପରୀକ୍ଷା କରାଯାଉ। ନଚେତ୍‌ ମାର୍କ ଦେଲାବେଳେ ବୋର୍ଡ ଅନ୍ଧାରରେ ବାଡ଼ି ବୁଲାଇବା ସାର ହେବ।
-କିଶୋର ଚନ୍ଦ୍ର କର, ପ୍ରଧାନ ଶିକ୍ଷକ, ଜଗନ୍ନାଥ ହାଇସ୍କୁଲ, ତାଳଚେର

ଘରୋଇ-ସରକାରୀ ଫଳ ବ୍ୟବଧାନ ବଢ଼ିବ
ସରକାର ଯଥାର୍ଥ ନିଷ୍ପତ୍ତି ନେଇଛନ୍ତି। ତଥାପି ମେଧାବୀ ଛାତ୍ରୀଛାତ୍ରଙ୍କ ମନସ୍ତତ୍ତ୍ବ ବହୁଳ ଭାବେ ପ୍ରଭାବିତ ହେବ। ବୋର୍ଡ କର୍ତ୍ତୃପକ୍ଷ ଯଥାର୍ଥ ମୂଲ୍ୟାୟନ ନ କଲେ ସରକାରୀ ଓ ଘରୋଇ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ମାର୍କରେ ଅଧିକ ବ୍ୟବଧାନ ପରିଲକ୍ଷିତ ହେବ।
-ତ୍ରିପୁରାରୀ ନାଥ, ଶିକ୍ଷାବିତ୍‌, ଅନୁଗୋଳ

ନାମ ଲେଖାରେ ସମସ୍ୟା ହେବ
ସିବିଏସ୍‌ଇ ଓ ଆଇସିଏସ୍‌ଇ ଭଳି ଆମ ବୋର୍ଡର ପ୍ରସ୍ତୁତି ନାହିଁ। ଫଳରେ ପରୀକ୍ଷାଫଳ ପ୍ରକାଶରେ ସମସ୍ୟା ହେବ। କଲେଜରେ ନାମ ଲେଖାବେଳେ ଅଡ଼ୁଆ ପରିସ୍ଥିତି ଉପୁଜିବ। ରେଗୁଲାର ଓ ଏକ୍ସ-ରେଗୁଲାରଙ୍କ କେମିତି ମୂଲ୍ୟାୟନ ହେବ ତାହା ଜଣାପଡ଼ୁନି।
-ତରଣୀସେନ ସାହୁ, ଜିଲା ସମ୍ପାଦକ, ଓଷ୍ଟା

ମେଧାବୀଙ୍କୁ ଭୁଲ୍‌ ରାସ୍ତାରେ ନେବ
ସିବିଏସ୍‌ଇକୁ ଅନୁସରଣ କରି ଏହା କରାଯାଇଛି। ସିବିଏସ୍‌ଇରେ ତ୍ରୈମାସିକ ଓ ଷାଣ୍ମାସିକ ପରୀକ୍ଷା ସହ ନବମ ଶ୍ରେଣୀ ପରୀକ୍ଷା ନମ୍ବର ଦଶମ ଶ୍ରେଣୀ ପରୀକ୍ଷା ଫଳରେ ଯୋଗ କରିବାର ପଦ୍ଧତି ଅଛି, ଯାହାକୁ ଆମ ବୋର୍ଡ ଏଯାଏ ଆପଣାଇ ନାହିଁ। ତେଣୁ ମୂଲ୍ୟାଙ୍କନ ମେଧାବୀଙ୍କୁ ଭୁଲ୍‌ ରାସ୍ତାରେ ନେବ।

-ନରେନ୍ଦ୍ର କୁମାର ପାଇକରାୟ, ଶିକ୍ଷାବିତ୍‌, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ଖୁବଶୀଘ୍ର BSNL ବନ୍ଦ କରିଦେବ ଏହି ସର୍ଭିସ, ଲକ୍ଷଲକ୍ଷ ୟୁଜର୍ସଙ୍କ ଉପରେ ପଡିବ ପ୍ରଭାବ

ନୂଆଦିଲ୍ଲୀ,୨୬।୧୨: ଦେଶର ସରକାରୀ ଟେଲିକମ କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଏହାର 3G ସେବା ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଆଗାମୀ କିଛି...

ସ୍କୁଲ୍‌ ପିଲାଙ୍କ ପାଇଁ ଖୁସିଖବର: ଏଣିକି ଆଉ ଦେବାକୁ ପଡିବନି ବସ୍‌ ଭଡ଼ା

ଭୁବନେଶ୍ୱର,୨୬।୧୨: ରାଜ୍ୟରେ ସ୍କୁଲ ପିଲାଙ୍କ ପାଇଁ ଆରମ୍ଭ ହେବ ମାଗଣା ବସ୍‌ ସେବା। ମୁଖ୍ୟମନ୍ତ୍ରୀ ବସ ସେବା ଯୋଜନାରେ ପିଲାଙ୍କୁ ମାଗଣା ବସ ସେବା ଯୋଗାଇ...

ମାତ୍ର ୫୬ ବଲରେ କମାଲ୍‌ କରିଦେଲେ ରିଙ୍କୁ ସିଂ: ଟି-୨୦ ବିଶ୍ୱକପ୍‌ ପୂର୍ବରୁ…

ନୂଆଦିଲ୍ଲୀ,୨୬।୧୨: ବିଜୟ ହଜାରେ ଟ୍ରଫିରେ ଚଣ୍ଡିଗଡ଼ ବିପକ୍ଷରେ ଉତ୍ତର ପ୍ରଦେଶର ଅଧିନାୟକ ରିଙ୍କୁ ସିଂହ ଏକ ଚମତ୍କାର ଶତକ ହାସଲ କରିଥିଲେ। ଏହା ପୂର୍ବରୁ, ୟୁପି...

୨୦୨୬ରେ ତୁଳା ରାଶିରେ ଶନିଙ୍କ ଗୋଚରରେ ହେବ ଧନହାନୀ, ସିଂହ ରାଶି ପାଇବେ ଚାକିରି, ମିଳିବ ବଡ଼ ପଦବୀ!

୨୦୨୬ ତୁଳା ରାଶି ପାଇଁ ସନ୍ତୁଳିତ, ବିଚକ୍ଷଣ ଏବଂ ଜ୍ଞାନୀ ନିଷ୍ପତ୍ତିର ବର୍ଷ ହେବ। ଏହି ବର୍ଷ ଆପଣଙ୍କୁ ଶିଖାଇବ ଯେ ସବୁବେଳେ ଶୀଘ୍ର ନିଷ୍ପତ୍ତି...

ଫେଲ ମାରିଲା ‘ମେଡ ଇନ ଚାଇନା’! ଥାଇଲ୍ୟାଣ୍ଡ ବିରୋଧରେ ପ୍ରୟୋଗ ସମୟରେ ଫାଟିଲା ରକେଟ ସିଷ୍ଟମ, ୮ ସେନା ମୃତ

ବ୍ୟାଙ୍କକ,୨୬।୧୨: ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିର ଚାଇନାର JF-17 ଥଣ୍ଡର ଲଢୁଆ ବିମାନ ଲିବିଆକୁ ବିକ୍ରି କରିଥାଇପାରନ୍ତି, କିନ୍ତୁ ବାସ୍ତବତା ହେଉଛି ଚାଇନା ଅସ୍ତ୍ରଶସ୍ତ୍ରର...

ପ୍ରତି ମାସରେ ମହିଳାଙ୍କୁ ମିଳିବ ୧୦୦୦ଟଙ୍କା, ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍ଲୀ,୨୬।୧୨: ଆର୍ଥିକ ଦୃଷ୍ଟିରୁ ଦୁର୍ୱଳ ଏବଂ ବେକାର ମହିଳାମାନଙ୍କୁ ସୁରକ୍ଷିତ ଜୀବନ ପ୍ରଦାନ କରିବା ପାଇଁ, କେରଳ ସରକାର ସ୍ତ୍ରୀ ସୁରକ୍ଷା ଯୋଜନା ଆରମ୍ଭ କରିଛନ୍ତି।...

ଓମ୍‌ସା ଆନ୍ଦୋଳନ: ଘଣ୍ଟାଏ ବନ୍ଦ ରହିବ ରୋଗୀ ସେବା

ଛତ୍ରପୁର,୨୬ା୧୨(ଦିଲୀପ ସାମଲ): ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ପାଖାପାଖି ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି। ଖାଲି ପଡିଥିବା ପଦବୀ ପୂରଣ ସହ ଡାକ୍ତରଙ୍କ...

୯ ଦିନ ହେବ ନିଖୋଜ ଥିଲେ ସ୍କୁଲ ପିଅନ: ଆଜି ମିଳିଲା…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କର୍ଲାପାଟ ଥାନା ନିକଟରେ ଥିବା ଏକ ପୋଖରୀରୁ ଶୁକ୍ରବାର ଜଣେ ପିଅନଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ପିଅନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri