ରହି ହେଉନି

ଭୁବନେଶ୍ୱର, ୨।୧୨ (ବନ୍ଦନା ସେଠୀ): ଦିନକୁ ଦିନ ଅସହ୍ୟ ହେଉଛି ଆବର୍ଜନା ଦୁର୍ଗନ୍ଧ। ବିଗିଡି ଯାଉଛି ସ୍ମାର୍ଟସିଟିର ଜୀବନ। ସୈନିକ ସ୍କୁଲ ନିକଟରେ ଥିବା ବିଏମ୍‌ସିର ଅସ୍ଥାୟୀ ଡମ୍ପିଂୟାର୍ଡ ବା ଟେମ୍ପୋରାରି ଟ୍ରାଞ୍ଜିଟ୍‌ ଷ୍ଟେଶନ (ଟିଟିଏସ୍‌)ରୁ ବାହାରୁଥିବା ଏହି ଦୁର୍ଗନ୍ଧ ଏବେ ସାରା ସହରକୁ ବ୍ୟାପୁଥିବାବେଳେ ନାନାଦି ରୋଗର କାରଣ ସାଜିଛି। ଟିଟିଏସ୍‌ ପାର୍ଶ୍ୱବର୍ତ୍ତୀ ଜନବସତିରେ ଘରେ ଘରେ ଜ୍ୱର, ବାନ୍ତି, ଚର୍ମ ରୋଗ ଦେଖିବାକୁ ମିଳୁଛି। ଏପରିକି ଏସବୁ ଅଞ୍ଚଳରୁ ବିଭିନ୍ନ ସଂକ୍ରାମକ ରୋଗ ରାଜଧାନୀର ଅନ୍ୟ ଅଞ୍ଚଳକୁ ମାଡ଼ୁଥିବାରୁ ଚିନ୍ତା ବଢ଼ିଛି। ବିଶେଷକରି ସ୍ଥାନୀୟ ଲୋକଙ୍କ ଦୁର୍ଦ୍ଦଶା ସବୁଠୁ ବଳିଯାଇଛି। ଦିନବେଳା ଯାହା ଯେମିତି ବିତି ଯାଉଛି, ମାତ୍ର ସନ୍ଧ୍ୟା ପରଠାରୁ ସ୍ଥିତି ସଙ୍ଗିନ ହୋଇ ପଡୁଛି। କାରଣ ପ୍ରତିଦିନ ଦିନବେଳା କେମିକାଲ ସ୍ପ୍ରେ କରାଯାଉଛି। ସଫେଇ କର୍ମଚାରୀମାନେ ହାତରେ ବର୍ଜ୍ୟ ପୃଥକୀକରଣ ଏବଂ ଅନ୍ୟ କାମ କରୁଛନ୍ତି। କିନ୍ତୁ ସନ୍ଧ୍ୟା ପରଠାରୁ ଟେରେକ୍ସ ମେଶିନ୍‌ରେ ବର୍ଜ୍ୟ ପ୍ରକ୍ରିୟାକରଣ ଆରମ୍ଭ ହେବାକ୍ଷଣି ଦୁର୍ଗନ୍ଧ ତୀବ୍ର ହେଉଛି। ଦୁର୍ଗନ୍ଧରେ ଆଉ ରହି ହେଉନି। ପେଟକୁ ଭାତ ଯାଉନି କି ଶାନ୍ତିରେ ଶୋଇ ହେଉନି। ପୂର୍ବରୁ ଅସ୍ବାସ୍ଥ୍ୟକର ପରିବେଶ ସହ ଦୁର୍ଗନ୍ଧ ଯୋଗୁ ଟିଟିଏସ୍‌ ନିକଟ ଧୀରିକୁଟି ବସ୍ତି, ମହାବୀର ବସ୍ତି, ପାତ୍ରସାହି ବସ୍ତି ଆଦି ଅଞ୍ଚଳରେ ଚର୍ମରୋଗ ବ୍ୟାପିଥିଲା। ଏବେ ସମ୍ପୃକ୍ତ ଅଞ୍ଚଳରେ ଘରେ ଘରେ ଝାଡ଼ା, ବାନ୍ତି ଏବଂ ଜ୍ୱର ଲାଗି ରହୁଛି। ପିଲାଠାରୁ ବୟସ୍କ ସମସ୍ତେ ଆକ୍ରାନ୍ତ ହେଉଛନ୍ତି। ସେହିପରି ରଙ୍ଗମାଟିଆ, ଆଚାର୍ଯ୍ୟବିହାର, ଭିଏସ୍‌ଏସ୍‌ ନଗର, ମଞ୍ଚେଶ୍ୱର ଶିଳ୍ପାଞ୍ଚଳ, ରସୁଲଗଡ଼ ସମେତ ସହରର ବିଭିନ୍ନ ଅଞ୍ଚଳକୁ ଦୁର୍ଗନ୍ଧ ଯାଉଥିବାରୁ ଲୋକଙ୍କ ମନରେ ରୋଗ ଭୟ ଘାରିଲାଣି। ଏନେଇ ବାରମ୍ବାର ଅଭିଯୋଗ ସତ୍ତ୍ୱେ କିଛି ସୁଫଳ ମିଳୁ ନ ଥିବା ସ୍ଥାନୀୟ ଲୋକେ କହୁଛନ୍ତି। ଓଲଟା ବିଏମ୍‌ସି କର୍ତ୍ତୃପକ୍ଷ ସେମାନଙ୍କୁ ନାଲି ଆଖି ଦେଖାଉଥିବା ସେମାନେ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟର ସର୍ବୋଚ୍ଚ ଶିବ ପ୍ରତିମୂର୍ତ୍ତି: ବେଲେଶ୍ୱର ପୀଠରେ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁ…

ଭଞ୍ଜନଗର,୧୫ା୨(ବାବୁଲା ପ୍ରଧାନ): ଆଜି ହେଉଛି ମହାଶିବରାତ୍ରି ପର୍ବ। ତେଣୁ ରବିବାର ଭଞ୍ଜନଗର ଅଞ୍ଚଳର ସମସ୍ତ ଶୈବ ପୀଠରେ ଭଗବାନ ଶିବଠାକୁରଙ୍କ ଦର୍ଶନ ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ…

Mahashivratri 2026: ଜାଗରରେ ମଙ୍ଗଳଙ୍କ ମହାପରିବର୍ତ୍ତନ, ଏହି ୩ରାଶିର ବାଜିବ ଲଟେରୀ!

ମହାଶିବରାତ୍ରି ପର୍ୱକୁ ଭଗବାନ ଶିବଙ୍କ ପୂଜା ଏବଂ ଭକ୍ତିର ସର୍ୱୋତ୍ତମ ଉତ୍ସବ ଭାବରେ ବିବେଚନା କରାଯାଏ। ଏହି ବର୍ଷ ମହାଶିବରାତ୍ରିକୁ ବହୁତ ସ୍ୱତନ୍ତ୍ର ଭାବରେ ବିବେଚନା କରାଯାଏ…

ମା’ କାଳୀଙ୍କ ପାଦତଳେ କାହିଁକି ଶୋଇଥିଲେ ଭଗବାନ ଶିବ, ଜାଣନ୍ତୁ ଆକର୍ଷଣୀୟ କାହାଣୀ…

ଆଜି ହେଉଛି ପବିତ୍ର ମହାଶିବରାତ୍ରି। ଏହି ଦିନରେ ଭଗବାନ ଶିବଙ୍କୁ ପୂଜା ଏବଂ ଉପବାସ କରାଯାଏ। ଏହି ଦିନରେ ଉପବାସ ଏବଂ ପୂଜା କରିବା ଦ୍ୱାରା ଆନନ୍ଦ…

India vs Pakistan: ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ ସବୁଠୁ ବଡ଼ ଭବିଷ୍ୟବାଣୀ! ଜିତିବ ଏହି ଟିମ୍‌ …

କଲମ୍ୱୋ,୧୫ା୨: ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ୍‌ ୨୦୨୬ର ସବୁଠୁ ହାଇ ଭୋଲଟେଜ୍ ମୁକାବିଲା ଆସନ୍ତାକାଲି ଖେଳାଯିବ । ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀଙ୍କ ମଧ୍ୟରେ ଘମାଘୋଟ୍‌ ଲଢେଇ ହେବାକୁ ଯାଉଛି…

ମହାଶିବରାତ୍ରିକୁ ନେଇ ଚଳଚଞ୍ଚଳ ଭୋଗରାଇ: ଭକ୍ତଙ୍କ ପ୍ରବଳ ଗହଳି, ଭୋର ୪.୩୦ରେ ଉଠିବ ମହାଦୀପ

ଭୋଗରାଇ, ୧୫।୨(ପ୍ରଦୀପ ଦାସ): ଆଜି ହେଉଛି ପବିତ୍ର ମହାଶିବରାତ୍ରି। ସମସ୍ତ ଶୈବପୀଠ ହୋଇଛି ଭକ୍ତମୟ। ସବୁଠି ଓଁ ନମଃ ଶିବାୟରେ ପ୍ରକମ୍ପିତ ହେଉଛି ମନ୍ଦିର l ଏଭଳି…

ମହାଦେବଙ୍କୁ ଆରାଧନା ପାଇଁ ଲାଗିଛି ଲମ୍ବା ଧାଡ଼ି, ସବୁଠି ଶୁଭୁଛି ଓମ୍‌ ନଃ ଶିବାୟ

ବଲାଙ୍ଗୀର,୧୫ା୨(ସୁନିଲ କୁମାର ମହାନ୍ତି): ପବିତ୍ର ମହାଶିବରାତ୍ରି ଅବସରରେ ବଲାଙ୍ଗୀର ଜିଲାର ସମସ୍ତ ଶୈବପୀଠ ରବିବାର ଚଳଚଞ୍ଚଳ ହୋଇଉଠିଛି। ସବୁଠି ଓଁ ନମଃ ଶିବାୟ ଶୁଣିବାକୁ ମିଳୁଛି ।…

ଆଜି ଜାଗର: ପ୍ରଭୁ ଲିଙ୍ଗରାଜଙ୍କ ପୀଠରେ ରାତି ୧୦ଟାରେ ଉଠିବ ମହାଦୀପ

ପୁରୁଣା ଭୁବନେଶ୍ୱର,୧୫ା୨(ସୁବାସ ଚନ୍ଦ୍ର ପ୍ରଧାନ): ରବିବାର ମହାଶିବରାତ୍ରି ଓ ଜାଗର ଯାତ୍ରା। ଏନେଇ ଏକାମ୍ର କ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ପୀଠ ଚଳଚଞ୍ଚଳ ହୋଇଉଠିଛି। ମନ୍ଦିର…

ଅଙ୍କରେ ସାରିଦେଲେ

ଭୁବନେଶ୍ୱର, ୧୫।୨(ସୁନିତ୍‌ ମିଶ୍ର): ୨୦୨୪ ନିର୍ୱାଚନ ପରଠାରୁ ଅନେକ ବିଷୟକୁ ନେଇ ନାନା ପ୍ରକାର ରାଜନୈତିକ ଚର୍ଚ୍ଚା ଜାରି ରହିଛି। ବିଜେଡିର ଭବିଷ୍ୟତ କ’ଣ ହେବ, ବିରୋଧୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri