Posted inଖେଳ

ଶୋଏବ ନୁହନ୍ତି, ଏହି କ୍ରିକେଟର କ୍ରିକେଟ ଇତିହାସର ସବୁଠାରୁ ଦ୍ରୁତ ବୋଲର; ବୋଲିଂ ଯୋଗୁ ଭାଙ୍ଗୁଥିଲା ଆଙ୍ଗୁଠି

ନୂଆଦିଲ୍ଲୀ,୯।୧: ପାକିସ୍ତାନର ପୂର୍ବ ଦ୍ରୁତ ବୋଲର୍‌ ଶୋଏବ ଅଖତରଙ୍କୁ ବିଶ୍ୱର ସବୁଠାରୁ ଦ୍ରୁତ ବୋଲର ଭାବେ ଗଣାଯାଏ। ୨୦୦୩ରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ମ୍ୟାଚ୍‌ରେ ସେ ୧୬୧.୩ କିମି ବେଗରେ ବଲ୍‌ ଫିଙ୍ଗିଥିଲେ। ଏହାକୁ ନେଇ ସେତେବେଳେ ବେଶ ଚର୍ଚ୍ଚା ହୋଇଥିଲା। ଆଧିକାରିକ ଭାବେ ଉକ୍ତ ବଲ୍‌କୁ କ୍ରିକେଟ ଇତିହାସର ସବୁଠାରୁ ଦ୍ରୁତ ବଲ୍‌ ଭାବେ ଗଣାଯାଉଛି। ହେଲେ ଏଭଳି ଏକ ସମୟ ଥିଲା ଯେତେବେଳେ ‘ସ୍ପିଡ୍‌ ଗନ୍‌’ ନଥିଲା। ଫଳରେ ବଲ୍‌ର ଗତି ରେକର୍ଡ କରାଯାଇପାରୁ ନ ଥିଲା। ଏହି ସମୟରେ ଏଭଳି ଏକ ବୋଲର ଥିଲେ ଯାହାଙ୍କ ବୋଲିଂର ସ୍ମୃତି ଆଜିବି ଅନେକଙ୍କ ମନରେ ରହିଛି। ସେ ହେଲେ ଚାଲର୍‌ସ କୋର୍ଟରାଇଟ୍‌। ଶନିବାର ତାଙ୍କ ଜନ୍ମଦିନ ଉପଲକ୍ଷେ ଆସନ୍ତୁ ତାଙ୍କ ବିଷୟରେ ଜାଣିବା କିଛି ସ୍ମରଣୀୟ କଥା।

୧୮୭୧ ଆଜିର ଦିନରେ ଇଂଲଣ୍ଡରେ ଜନ୍ମଗ୍ରହଣ କରିଥିଲେ ଚାଲର୍‌ସ। ତାଙ୍କ ସମୟରେ ଇସେକ୍ସ, ଫ୍ରି ଫୋରଷ୍ଟେର ପାଇଁ ସେ ଖେଳୁଥିଲେ। ସେତେବେଳେ ସବୁଠାରୁ ଦ୍ରୁତ ବୋଲର ଭାବେ ବିବେଚନା କରାଯାଉଥିଲା। ବ୍ୟାଟ୍ସମ୍ୟାନଙ୍କୁ ବୋଲ୍ଡ କରିବାରେ ଖୁସି ଅନୁଭବ କରୁଥିଲେ ସେ। ଅଧିକାଂଶ ଥର ତାହାହିଁ ହୋଇଥିଲା। ୧୮୮୫ରୁ ୧୮୯୮ ପର୍ଯ୍ୟନ୍ତ ଖେଳା ଯାଇଥିବା ପ୍ରଥମ ଶ୍ରେଣୀ କ୍ରିକେଟରେ ସେ ମୋଟ ୨୯୭ ଉଇକେଟ ନେଇଥିବା ବେଳେ ୨୦୧ଜଣଙ୍କୁ କେବଳ ବୋଲ୍ଡ କରିଥିଲେ। ଏହାପରେ ୧୯୦୭ ପର୍ଯ୍ୟନ୍ତ ୧୭୦ ମ୍ୟାଚ୍‌ ଖେଳି ୪୮୯ଟି ଉଇକେଟ ନେଇଥିଲେ। ଗୋଟିଏ ପାଳିରେ ୫୭ ରନ୍‌ ଦେଇ ୮ ଉଇକେଟ ନେବା ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ।

ଏକଦା ସେନାର ଏକ ଟିମ୍‌ ସହ ଖେଳୁଥିବା ବେଳେ ବାରମ୍ବାର ଜଣେ ବ୍ୟାଟ୍ସମ୍ୟାନ୍‌ ବାମ ଗୋଡ଼ର ଆଙ୍ଗୁଠି ଆଗକୁ ବଢ଼ାଇ ଖେଳୁଥିଲେ। ଏହା କୋର୍ଟରାଇଟ୍‌ଙ୍କୁ ଅଡୁଆରେ ପକାଉଥିଲା। ଏହାପରେ ସେ ନିଜର ସମସ୍ତ ଶକ୍ତି ସହ ୟର୍କର ଫିଙ୍ଗିଥିଲେ। ଫଳରେ ବ୍ୟାଟ୍ସମ୍ୟାନ୍‌ଜଣଙ୍କ ବୋଲ୍ଡ ହୋଇଯାଇଥିଲେ। ଏପରିକି ତାଙ୍କର ଗୋଡର ଏକ ଆଙ୍ଗୁଠି ଭାଙ୍ଗି ଯାଇଥିଲା।

ମୃତ୍ୟୁ ପୂର୍ବରୁ ସେ ଦେଇଥିବା ଏକ ସାକ୍ଷାତକାରରେ ଏକ ମଜାଦାର କଥା କହିଥିଲେ। ତାଙ୍କର ଏକ ଦ୍ରୁତ ବଲ୍‌ ପଡ଼ିଆରେ ବାଉନ୍ସ ହେବା ପରେ ଉଇକେଟକିପରଙ୍କ ଉପର ଦେଇ ବାଉଣ୍ଡ୍ରି ବାହାରକୁ ଯାଇଥିଲା। କ୍ରିକେଟ ଇତିହାସରେ ପ୍ରଥମ ଥର ପାଇଁ ବଲ୍‌ରେ(ବାଏ) ପାଇଁ ୬ ରନ୍‌ ମିଳିଥିଲା। ବିନା ବ୍ୟାଟ୍‌ରେ ପଡ଼ିଆ ବାହାରକୁ ଯିବା ଦୃଶ୍ୟ ପ୍ରଥମ ଆଉ ଶେଷ ହୋଇ ରହିଛି।
ତେବେ ଚାଲର୍‌ସଙ୍କ କ୍ୟାରିୟର ଦୁର୍ଭାଗ୍ୟପୂର୍ଣ୍ଣ ମଧ୍ୟ ଥିଲା। ତାଙ୍କର ବଲ୍‌ର ଗତି ରେକର୍ଡ ହୋଇ ନ ଥିବା ବେଳେ କେବେ ହେଲେ ଅନ୍ତରାଷ୍ଟ୍ରୀୟ କ୍ରିକେଟ ଖେଳିପାରିନାହାନ୍ତି ସେ। ଏହା ଆଜିବି ବଡ଼ ପ୍ରଶ୍ନ ହୋଇ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri