ହଟାଯାଉନି ବ୍ୟାନର, ହୋର୍ଡିଂ

ଖୋର୍ଦ୍ଧା ଅଫିସ,୨୧ା୧: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୌଣସି ଜନକଲ୍ୟାଣ ଯୋଜନା ସମ୍ପର୍କରେ ପ୍ରଚାର କରାଯାଇପାରିବ ନାହିଁ। ବିଭିନ୍ନ ସ୍ଥାନରେ ଲାଗିଥିବା ଦଳୀୟ ନେତା, ମନ୍ତ୍ରୀଙ୍କ ପୋଷ୍ଟର, ବ୍ୟାନର ହଟାଇବାକୁ ନିର୍ଦ୍ଦେଶ ରହିଛି। ୱାର୍ଡମେମ୍ବର, ସମିତି ସଭ୍ୟ, ସରପଞ୍ଚ ପ୍ରାର୍ଥୀମାନେ ଦଳୀୟ ଚିହ୍ନ ବ୍ୟବହାର କରିପାରିବେ ନାହିଁ। ତେବେ ଖୋର୍ଦ୍ଧା ଜିଲାରେ ଆଦର୍ଶ ଆଚରଣ ବିଧିର ଉଲ୍ଲଂଘନ ହେଉଛି। ସହରଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ସବୁଠି ଦଳୀୟ ନେତା, ବିଧାୟକଙ୍କ ହୋର୍ଡିଂ, ପୋଷ୍ଟର, ବ୍ୟାନର ଛାଇଯାଇଛି। ଅନେକ ସ୍ଥାନରେ ସରକାରୀ କାର୍ଯ୍ୟାଳୟ ଆଗରେ ରାଜନୈତିକ ଦଳଗୁଡ଼ିକର ହୋର୍ଡିଂ ଲାଗିଛି। ଖୋର୍ଦ୍ଧା ପୌରାଞ୍ଚଳ ଟ୍ରାଫିକ ଛକଠାରୁ ନୂଆବସ୍‌ଷ୍ଟାଣ୍ଡ ପର୍ଯ୍ୟନ୍ତ ଲାଗିଥିବା ପୋଷ୍ଟର ହଟାଇ ଦିଆଯାଇଛି। ମାତ୍ର ବିଭିନ୍ନ ଛକ ଓ ଜନଗହଳି ସ୍ଥାନରେ ଏବେ ବି ହୋର୍ଡିଂ ଲାଗିଛି। ବ୍ଲକ କାର୍ଯ୍ୟାଳୟ ଆଗରେ ଏକ ନିର୍ଦ୍ଦିଷ୍ଟ ଦଳର ନେତାଙ୍କ ହୋର୍ଡିଂ ଲାଗିଥିଲା। ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଚାଲିଥିବାବେଳେ ଖୋର୍ଦ୍ଧା ବିଡିଓଙ୍କ କାର୍ଯ୍ୟାଳୟ ନିକଟରେ ହୋର୍ଡିଂ ଲାଗିଥିବା ନେଇ ଅଭିଯୋଗ ଆସିବା ପରେ ତରବରିଆ ଭାବେ ଏହାକୁ ହଟାଯାଇଛି। ଆଦର୍ଶ ଆଚରଣ ବିଧି କାହା ସ୍ବାର୍ଥରେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଖୋର୍ଦ୍ଧା ଉପଜିଲାପାଳ ଆଇ. ଗୌରବ ଶିବାଜୀ କହିଛନ୍ତି, ସବୁ ସ୍ଥାନରୁ ନେତା, ମନ୍ତ୍ରୀଙ୍କ ହୋର୍ଡିଂ, ବ୍ୟାନର ଓ ପୋଷ୍ଟର ହଟାଯିବା ପ୍ରକ୍ରିୟା ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଲକାନଗିରି ଜିଲା ଗସ୍ତକରି ଲୋକଙ୍କ ସମସ୍ୟା ବୁଝିଲେ ଏମ୍‌ପି

କୋରୁକୋଣ୍ଡା,୧୭।୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦକୁ ଏମ୍‌ପି ରମେଶ ଚନ୍ଦ୍ର ମାଝି ଶୁକ୍ରବାର ଗ୍ରସ୍ତ କରିଛନ୍ତି। ଏହି ଅବସରରେ ସେ ବାଲିମେଳା ନଗର...

ହାତୀଛୁଆର ଗଳିତ ମୃତଦେହ ଉଦ୍ଧାର ଘଟଣା: ଗୁଆଲି ଫରେଷ୍ଟର, ଫରେଷ୍ଟଗାର୍ଡ ନିଲମ୍ବିତ

କେନ୍ଦୁଝର,୧୧ା୭ (ସ୍ବ.ପ୍ର.)-କେନ୍ଦୁଝର ଜିଲା ବଡବିଲ ରେଞ୍ଜ ଗୁଆଲି ସେକ୍ସନ ସିଦ୍ଧମଠ ସଂରକ୍ଷିତ ଜଙ୍ଗଲ ଚୋରମାଲଦା ନିକଟରୁ ଏକ ୪ ବର୍ଷର ହାତୀଛୁଆର ଗଳିତ ମୃତଦେହ ଉଦ୍ଧାର...

ଓମ୍‌ଫେଡ୍‌ ଗୋଖାଦ୍ୟ ଦୁର୍ନୀତି: ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କଟକ ଅଫିସ,୨୪।୧: ଓମ୍‌ଫେଡ୍‌ ଗୋଖାଦ୍ୟ ଦୁର୍ନୀତିର ସିବିଆଇ ତଦନ୍ତ କରାଯିବାକୁ ହାଇକୋର୍ଟ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୋଗକାରୀଙ୍କ ଅର୍ଜିକୁ ଏତଲା ଭାବେ ଗ୍ରହଣ କରି ତଦନ୍ତ...

ଭବାନୀପାଟଣା ଟାଉନ୍‌ ଥାନା ଅଧିକାରୀ ଭାବେ କାର୍ଯ୍ୟରେ ଯୋଗଦେଲେ ବାସୁଦେବ ଛତ୍ରିଆ

ଭବାନୀପାଟଣା,୩୧।୮(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ଟାଉନ୍‌ ଥାନା ଅଧିକାରୀ ଭାବେ ବାସୁଦେବ ଛତ୍ରିଆ ଗତ ଶୁକ୍ରବାର ଦିନ କାର୍ଯ୍ୟରେ ଯୋଗ ଦେଇଛନ୍ତି। ପୂର୍ବରୁ ଥିବା ଆଇଆଇସି...

ଯାତନା ଭୋଗୁଛନ୍ତି ଯାତ୍ରୀ

ବଇଣ୍ଡା,୭ା୧୦: କରୋନାକୁ ଆଳ କରି ଯାତ୍ରୀ ପରିବହନରେ ଅବହେଳା କରୁଛି ରେଳବାଇ। ପୂର୍ବାପେକ୍ଷା କମ୍‌ ଟ୍ରେନ୍‌ ଚଳାଯାଉଥିବା ବେଳେ ଅନେକର ରହଣିସ୍ଥଳରେ ପରିବର୍ତ୍ତନ କରାଯାଇଛି। ଫଳରେ ରାଜ୍ୟ...

ଟ୍ରକ୍‌ ପଛରେ ପିଟି ହେଲା କାର୍‌, ୪ ଜଣଙ୍କ ଜୀବନ ଗଲା

ଖୋର୍ଦ୍ଧା ଅଫିସ,୧ା୧୨: ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ବଡ଼ପୋଖରୀଆ ନିକଟରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ଏନ୍‌ଏଚ୍‌-୧୬ରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌...

ହତ୍ୟା ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ଆସିକା,୩୦।୧୧(ଡି.ଏନ.ଏ.): ଗଞ୍ଜାମ ଜିଲା ଆସିକା ଅତିରିକ୍ତ ଜିଲାଜଜ୍‌ ଚୌଧୁରୀ ପ୍ରବୀର କୁମାର ବୁଧବାର ଏକ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ...

ନିଜ ଗ୍ରାମ ଧୂଲୁଣ୍ଡାରୁ ପ୍ରଚାର ଆରମ୍ଭ

ଝାରସୁଗୁଡା ଅଫିସ, ୧୬।୫: ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ଆସନ୍ତା ୩୧ରେ ଅନୁଷ୍ଠିତ ହେବ। ଏନେଇ ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥତ୍ନୀପ୍ରାର୍ଥୀ ରଣନୀତି ପ୍ରସ୍ତୁତକରି...

Advertisement
Archives

Model This Week