ଫଳକରେ ନାମ ନ ରଖିବା ରାଜ୍ୟ ସଭା ପ୍ରତି ଅପମାନ: ଦେବାଶିଷ

କଟକ,୨୪।୧(ଶିଳ୍ପା ପ୍ରିୟଦର୍ଶିନୀ): ନେତାଜୀ ଜୟନ୍ତୀ ଅବସରରେ ଓଡ଼ିଆ ବଜାରସ୍ଥିତ ନେତାଜୀ ସଂଗ୍ରହାଳୟ ପରିସରରେ ପୋଷ୍ଟାଲ ଗ୍ୟାଲେରି ଓ ନିକଟରେ ଥିବା ସଂସ୍କୃତି ଭବନକୁ ଉପରାଷ୍ଟ୍ରପତି ଉଦ୍‌ଘାଟନ କରିଥିଲେ। ଉକ୍ତ ସ୍ଥାନରେ ନାମ ଫଳକକୁ ସ୍ଥାନିତ କରାଯାଇଥିଲା। ହେଲେ ଏଥିରେ ସ୍ଥାନୀୟ ରାଜ୍ୟ ସଭା ସଦସ୍ୟ ଦେବାଶିଷ ସାମନ୍ତରାୟଙ୍କ ନାମ ନ ଥିବା ଦେଖିବାକୁ ମିଳିଛି। ଦେବାଶିଷ ଉପସ୍ଥିତ ନ ଥିବାବେଳେ ଜଣେ ରାଜ୍ୟ ସଭା ସଦସ୍ୟ ଭାବେ କାହିଁକି ତାଙ୍କ ନାମ ଉଲ୍ଲେଖ କରାଗଲା ନାହିଁ ସେ ନେଇ ନାନା ପ୍ରଶ୍ନ ଉପୁଜିଛି। ଏ ସମ୍ପର୍କରେ ଦେବାଶିଷ ସାମନ୍ତରାୟ କହିଛନ୍ତି, ଭୁଲଟା କେଉଁଠି ହେଇଛି ତାହା ଜାଣି ହେଉନି। ଉପରାଷ୍ଟ୍ରପତି ହେଉଛନ୍ତି ରାଜ୍ୟ ସଭାର ଅଧ୍ୟକ୍ଷ ଏବଂ ମୁଁ ଜଣେ ତାଙ୍କର ସଦସ୍ୟ। ଏଭଳି ପଦକ୍ଷେପ ଉପରାଷ୍ଟ୍ରପତିଙ୍କ ପ୍ରତି ଅସମ୍ମାନ କରାଯାଇଛି। ସଂସ୍କୃତି ବିଭାଗ ଏଭଳି କାର୍ଯ୍ୟ କରିଛି ଏବଂ ଏଥିପାଇଁ ମୁଁ ସଚିବଙ୍କୁ ଚିଠି ମଧ୍ୟ ଲେଖିବି। ଜିଲା ପ୍ରଶାସନ ମଧ୍ୟ ଦୋଷ ମାନୁନାହାନ୍ତି। ଅନ୍ୟ ବିଧାୟକଙ୍କ ନାମ ରହିଛି ହେଲେ ମୋ ନାମ ରହିବା କେବଳ ଜାଣତରେ ଏଭଳି କରାଯାଇଛି। ହୁଏତ ଅଭିଜ୍ଞ ଅଧିକାରୀମାନେ ଏଭଳି କରିଥିବେ ବୋଲି ସାମନ୍ତରାୟ କହିଛନ୍ତି। ବିଧାୟିକା ସୋଫିଆ ଦେବାଶିଷଙ୍କ ସପକ୍ଷରେ ବାହାରି କହିଛନ୍ତି, ସେ ଜଣେ ଲୋକପ୍ରତିନିଧି ଏବଂ ରାଜ୍ୟ ସଭାର ସଦସ୍ୟ । ତାଙ୍କର ନାମ ରହିବା ନିହାତି ଜରୁରୀ। ହେଲେ ତ୍ରୁଟି କେଉଁଠି ରହିଛି ତାହାର ତଦନ୍ତ ଓ ତର୍ଜମା କରାଯାଉ। ମେୟର ସୁବାସ ସିଂ କହିଛନ୍ତି, ଫଳକରେ ନାମ ରହିବା ଜରୁରୀ ଥିଲା। ସେ ଜଣେ ଲୋକ ପ୍ରତିନିଧି ଏବଂ ବିଧାୟକ ମଧ୍ୟ ଥିଲେ। ହେଲେ ପ୍ରଶାସନ ଏଭଳି କାହିଁକି କରିଛି ସେ ନେଇ ଉତ୍ତର ଦେଉ ବୋଲି ସିଂ କହିଛନ୍ତି। ଅନ୍ୟପଟେ କଟକ ଜିଲା ଭାଜପା ସଭାପତି ସୁକାନ୍ତ ବିଶ୍ୱାଳ କହିଛନ୍ତି, ପ୍ରଶାସନ କ’ଣ ନିଷ୍ପତ୍ତି ନେଇଛି ତାହା ଜାଣିନି। ହେଲେ ସାମ୍ବିଧାନିକ ପ୍ରକିୟା ଅନୁଯାୟୀ ତାଙ୍କ ନାମ ରହିବା ଜରୁରୀ ଥିଲା। ମୁଁ ଜଣେ କର୍ମୀ ଭାବେ ଏଠାରେ ପ୍ରବେଶ କରି ପାରିନାହିଁ। ବହୁ ଅବ୍ୟବସ୍ଥା କରାଯାଇଛି ବୋଲି ବିଶ୍ୱାଳ କହିଛନ୍ତି। ସୂଚନାଥାଉକି, ନେତାଜୀ ଜୟନ୍ତୀ ଅବସରରେ ନେତାଜୀ ସଂଗ୍ରହାଳୟରେ ପୋଷ୍ଟାଲ ଗ୍ୟାଲେରି ଓ ସଂସ୍କୃତି ଭବନ ଉଦ୍‌ଘାଟନ କରାଯାଇଥିଲା। ଏଠାରେ ଥିବା ଫଳକରେ ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ, ରାଜ୍ୟପାଳ ହରିବାବୁ କମ୍ଭମ୍‌ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କଟକ ଏମ୍‌ପି ଭର୍ତ୍ତୃହରି ମହତାବ, ବିଧାୟିକା ସୋଫିଆ ଫିର୍ଦ୍ଦୋସ, ବିଧାୟକ ସୌଭିକ୍‌ ବିଶ୍ୱାଳ, ଇଂ. ପ୍ରକାଶ ଚନ୍ଦ୍ର ସେଠୀଙ୍କ ନାମ ଉଲ୍ଲେଖ କରାଯାଇଛି।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

କର୍ତ୍ତବ୍ୟ ପଥରେ ଗଡ଼ିଲା ଓଡ଼ିଶାର ପ୍ରଜ୍ଞାପନ ମେଢ଼: ଛିଡ଼ା ହୋଇ ତାଳିମାରିଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୨୬।୧: ସାଧାରଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀ କର୍ତ୍ତବ୍ୟ ପଥରେ ଭବ୍ୟ ପରେଡ୍‌ର ଆୟୋଜନ କରାଯାଇଛି। ଏଥିରେ ଭାଗ ନେଇଛନ୍ତି ୟୁରୋପୀୟ ୟୁନିଅନ କଣ୍ଟିଜେଣ୍ଟ। ଶକ୍ତି, ଶୌର୍ଯ୍ୟ ଓ…

ପାଟଣାରେ ୭୭ତମ ସାଧାରଣତନ୍ତ୍ର ଦିବସ: ତ୍ରିରଙ୍ଗା ଉତ୍ତୋଳନ କରି ବିଧାୟକ କହିଲେ ସ୍ବାଧୀନତା ସଂଗ୍ରାମୀଙ୍କୁ…

ପାଟଣା,୨୬ା୧(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସ ସୋମବାର ପାଟଣା ଷ୍ଟାଡିୟମରେ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପାଟଣା…

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଦିଆଗଲା ୨୧ ତୋପ ସଲାମୀ

ନୂଆଦିଲ୍ଲୀ,୨୬।୧: ଆଜି ସାରା ଦେଶରେ ୭୭ତମ ଗଣତନ୍ତ୍ର ଦିବସ ପାଳନ କରାଯାଉଛି। ଏହି ଅବସରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। କର୍ତ୍ତବ୍ୟ ପଥଠାରେ ମଧ୍ୟ ଗଣତନ୍ତ୍ର ଦିବସ…

ଅସ୍ତିତ୍ୱ ହରାଇଛି କାଞ୍ଜିଆହୁଦା, ସହର ରାସ୍ତା ପାଲଟିଛି ଗୁହାଳ

ପଟ୍ଟାମୁଣ୍ଡାଇ,୨୬ା୧(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ସହରରେ କାଞ୍ଜିଆହୁଦା ଯୋଜନା ପ୍ରହସନରେ ପରିଣତ ହୋଇଛି। ଦିନ ହେଉ କି ରାତି ସହରର ରାସ୍ତାଗୁଡ଼ିକ କାଞ୍ଜିଆହୁଦା ପାଲଟିଛି। ବିଭିନ୍ନ…

ଜଙ୍ଗଲ କିସମ ଜମି ପାକ୍ସରେ ଚାଷୀ ପଞ୍ଜୀକରଣରେ ବାଧକ, ସ୍ବଳ୍ପ ମୂଲ୍ୟରେ ଧାନ କିଣି ମାଲାମାଲ ଦଲାଲ ହେଉଛନ୍ତି

ମହାକାଳପଡ଼ା, ୨୬ା୧ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବତିଘର ଖରିନାସି, ଜମ୍ବୁ, ରାମନଗର, ସୁନିତି ପଞ୍ଚାୟତ ସମେତ ଅନ୍ୟ ଅଞ୍ଚଳରୁ କେତେଜଣ ଧାନ…

କୋରାପୁଟରେ ଉଡ଼ିଲା ତ୍ରିରଙ୍ଗା, ଉପମୁଖ୍ୟମନ୍ତ୍ରୀ କହିଲେ ଭାରତ ଗଠନ ନେଇ ଜାତୀୟ ପତାକା ତଳେ ସମସ୍ତ…

କୋରାପୁଟ,୨୬ା୧(ଅମିତାଭ ବେହେରା): ସୋମବାର କୋରାପୁଟ ପୋଲିସ ପଡ଼ିଆଠାରେ ଆୟୋଜିତ ଜିଲାସ୍ତରୀୟ ପରେଡରେ ମୁଖ୍ୟ ଅତିଥିଭାବେ ରାଜ୍ୟ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଯୋଗ ଦେଇ ଜାତୀୟ ପତାକା…

ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କୁ ମିଳିଲା ଅଶୋକ ଚକ୍ର ସମ୍ମାନ

ନୂଆଦିଲ୍ଲୀ,୨୬ା୧:  ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର (ଆଇଏସ୍‌ଏସ୍‌)କୁ ପ୍ରଥମ ଭାରତୀୟ ଭାବେ ଯାତ୍ରା କରି ଇତିହାସ ରଚିଥିବା ଶୁଭାଂଶୁ ଶୁକ୍ଳାଙ୍କୁ ଦେଶର ସର୍ବୋଚ୍ଚ ଶାନ୍ତିକାଳୀନ ବୀରତ୍ୱ ପୁରସ୍କାର ପ୍ରଦାନ…

ପୁଣି ଏକ ବିମାନ ଦୁର୍ଘଟଣାଗ୍ରସ୍ତ: ଟେକ୍‌ଅଫ୍‌ବେଳେ ଘଟିଲା ଅଘଟଣ, ବିମାନରେ ଥିଲେ…

ଓ୍ବାଶିଂଟନ୍‌,୨୬।୧: ଆମେରିକାର ମେନ ରାଜ୍ୟର ବାଙ୍ଗୋର୍‌ ଅନ୍ତର୍ଜାତୀୟ ବିମାନବନ୍ଦରରେ ଉଡ଼ାଣ ସମୟରେ ଏକ ବଡ଼ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫେଡେରାଲ ଏଭିଏସନ ଆଡମିନିଷ୍ଟ୍ରେସନ (FAA) ଅନୁଯାୟୀ, ବମ୍ବାର୍ଡିୟର୍‌…

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri