ଫଳକରେ ନାମ ନ ରଖିବା ରାଜ୍ୟ ସଭା ପ୍ରତି ଅପମାନ: ଦେବାଶିଷ

କଟକ,୨୪।୧(ଶିଳ୍ପା ପ୍ରିୟଦର୍ଶିନୀ): ନେତାଜୀ ଜୟନ୍ତୀ ଅବସରରେ ଓଡ଼ିଆ ବଜାରସ୍ଥିତ ନେତାଜୀ ସଂଗ୍ରହାଳୟ ପରିସରରେ ପୋଷ୍ଟାଲ ଗ୍ୟାଲେରି ଓ ନିକଟରେ ଥିବା ସଂସ୍କୃତି ଭବନକୁ ଉପରାଷ୍ଟ୍ରପତି ଉଦ୍‌ଘାଟନ କରିଥିଲେ। ଉକ୍ତ ସ୍ଥାନରେ ନାମ ଫଳକକୁ ସ୍ଥାନିତ କରାଯାଇଥିଲା। ହେଲେ ଏଥିରେ ସ୍ଥାନୀୟ ରାଜ୍ୟ ସଭା ସଦସ୍ୟ ଦେବାଶିଷ ସାମନ୍ତରାୟଙ୍କ ନାମ ନ ଥିବା ଦେଖିବାକୁ ମିଳିଛି। ଦେବାଶିଷ ଉପସ୍ଥିତ ନ ଥିବାବେଳେ ଜଣେ ରାଜ୍ୟ ସଭା ସଦସ୍ୟ ଭାବେ କାହିଁକି ତାଙ୍କ ନାମ ଉଲ୍ଲେଖ କରାଗଲା ନାହିଁ ସେ ନେଇ ନାନା ପ୍ରଶ୍ନ ଉପୁଜିଛି। ଏ ସମ୍ପର୍କରେ ଦେବାଶିଷ ସାମନ୍ତରାୟ କହିଛନ୍ତି, ଭୁଲଟା କେଉଁଠି ହେଇଛି ତାହା ଜାଣି ହେଉନି। ଉପରାଷ୍ଟ୍ରପତି ହେଉଛନ୍ତି ରାଜ୍ୟ ସଭାର ଅଧ୍ୟକ୍ଷ ଏବଂ ମୁଁ ଜଣେ ତାଙ୍କର ସଦସ୍ୟ। ଏଭଳି ପଦକ୍ଷେପ ଉପରାଷ୍ଟ୍ରପତିଙ୍କ ପ୍ରତି ଅସମ୍ମାନ କରାଯାଇଛି। ସଂସ୍କୃତି ବିଭାଗ ଏଭଳି କାର୍ଯ୍ୟ କରିଛି ଏବଂ ଏଥିପାଇଁ ମୁଁ ସଚିବଙ୍କୁ ଚିଠି ମଧ୍ୟ ଲେଖିବି। ଜିଲା ପ୍ରଶାସନ ମଧ୍ୟ ଦୋଷ ମାନୁନାହାନ୍ତି। ଅନ୍ୟ ବିଧାୟକଙ୍କ ନାମ ରହିଛି ହେଲେ ମୋ ନାମ ରହିବା କେବଳ ଜାଣତରେ ଏଭଳି କରାଯାଇଛି। ହୁଏତ ଅଭିଜ୍ଞ ଅଧିକାରୀମାନେ ଏଭଳି କରିଥିବେ ବୋଲି ସାମନ୍ତରାୟ କହିଛନ୍ତି। ବିଧାୟିକା ସୋଫିଆ ଦେବାଶିଷଙ୍କ ସପକ୍ଷରେ ବାହାରି କହିଛନ୍ତି, ସେ ଜଣେ ଲୋକପ୍ରତିନିଧି ଏବଂ ରାଜ୍ୟ ସଭାର ସଦସ୍ୟ । ତାଙ୍କର ନାମ ରହିବା ନିହାତି ଜରୁରୀ। ହେଲେ ତ୍ରୁଟି କେଉଁଠି ରହିଛି ତାହାର ତଦନ୍ତ ଓ ତର୍ଜମା କରାଯାଉ। ମେୟର ସୁବାସ ସିଂ କହିଛନ୍ତି, ଫଳକରେ ନାମ ରହିବା ଜରୁରୀ ଥିଲା। ସେ ଜଣେ ଲୋକ ପ୍ରତିନିଧି ଏବଂ ବିଧାୟକ ମଧ୍ୟ ଥିଲେ। ହେଲେ ପ୍ରଶାସନ ଏଭଳି କାହିଁକି କରିଛି ସେ ନେଇ ଉତ୍ତର ଦେଉ ବୋଲି ସିଂ କହିଛନ୍ତି। ଅନ୍ୟପଟେ କଟକ ଜିଲା ଭାଜପା ସଭାପତି ସୁକାନ୍ତ ବିଶ୍ୱାଳ କହିଛନ୍ତି, ପ୍ରଶାସନ କ’ଣ ନିଷ୍ପତ୍ତି ନେଇଛି ତାହା ଜାଣିନି। ହେଲେ ସାମ୍ବିଧାନିକ ପ୍ରକିୟା ଅନୁଯାୟୀ ତାଙ୍କ ନାମ ରହିବା ଜରୁରୀ ଥିଲା। ମୁଁ ଜଣେ କର୍ମୀ ଭାବେ ଏଠାରେ ପ୍ରବେଶ କରି ପାରିନାହିଁ। ବହୁ ଅବ୍ୟବସ୍ଥା କରାଯାଇଛି ବୋଲି ବିଶ୍ୱାଳ କହିଛନ୍ତି। ସୂଚନାଥାଉକି, ନେତାଜୀ ଜୟନ୍ତୀ ଅବସରରେ ନେତାଜୀ ସଂଗ୍ରହାଳୟରେ ପୋଷ୍ଟାଲ ଗ୍ୟାଲେରି ଓ ସଂସ୍କୃତି ଭବନ ଉଦ୍‌ଘାଟନ କରାଯାଇଥିଲା। ଏଠାରେ ଥିବା ଫଳକରେ ଉପରାଷ୍ଟ୍ରପତି ସି.ପି. ରାଧାକ୍ରିଷ୍ଣନ, ରାଜ୍ୟପାଳ ହରିବାବୁ କମ୍ଭମ୍‌ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କଟକ ଏମ୍‌ପି ଭର୍ତ୍ତୃହରି ମହତାବ, ବିଧାୟିକା ସୋଫିଆ ଫିର୍ଦ୍ଦୋସ, ବିଧାୟକ ସୌଭିକ୍‌ ବିଶ୍ୱାଳ, ଇଂ. ପ୍ରକାଶ ଚନ୍ଦ୍ର ସେଠୀଙ୍କ ନାମ ଉଲ୍ଲେଖ କରାଯାଇଛି।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଚାଲାଣ ବେଳେ ଧରାପଡ଼ିଲା ୧୧୪୦ କେଜି ଗଞ୍ଜେଇ

ତୁମୁଡିବନ୍ଧ,୧୯ା୯(ଦୀପକ କୁମାର ପରାସେଠ): ଏକ ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣକୁ ପଣ୍ଡ କରିଛି କନ୍ଧମାଳ ଜିଲା ତୁମୁଡିବନ୍ଧ ପୋଲିସ। ଚୋରା ଚାଲାଣ ହେବାକୁ ଥିବା ଗଞ୍ଜେଇ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ପ୍ରଶ୍ନପତ୍ର ଲିକ୍‌: ସାଇବର ଥାନାରେ ମାମଲା, ତଦନ୍ତ ପାଇଁ ଗଠନ ହେଲା କମିଟି

କୋରାପୁଟ,୧୯(ଅମିତାଭ ବେହେରା): ବିକ୍ରମ ଦେବ ବିଶ୍ୱବିଦ୍ୟାଳୟର ଇଂଲିଶ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଅଭିଯୋଗକୁ ନେଇ ଚର୍ଚ୍ଚା ଏବେ ଜୋର ଧରିଛି। ଘଟଣାର ଗମ୍ଭିରତା ଦୃଷ୍ଟିରୁ ବିଶ୍ୱବିଦ୍ୟାଳୟ…

ଧରାପଡ଼ିଲେ ନକଲି ଏମ୍‌ଭିଆଇ

ଫୁଲବାଣୀ,୧୯ା୯(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ସାରଙ୍ଗଡ ଥାନା ପୋଲିସ ଜଣେ ନକଲି ମୋଟର ଯାନ ନିରୀକ୍ଷକ(ଏମ୍‌ଭିଆଇ)ଙ୍କୁ ଗିରଫ କରିଛି। ସେ ହେଲେ ଚକାପାଦ ଥାନା ଅନ୍ତର୍ଗତ…

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ଆରମ୍ଭ ହେଲା ଏସିଆନ ଗେମ୍ସ, ମନୁ ଭାକର, ପବନ ଶେରାଓ୍ବତ ନେଲେ ଭାରତର ନେତୃତ୍ୱ

ନାଗୋୟା,୧୯ା୯: ଦିନକର ସାଙ୍ଗଠନିକ ସ୍ଥାନୀୟ ମିଜୁହୋ ପାର୍କ ଆଥଲେଟିକ୍‌ ଷ୍ଟାଡିୟମରେ ରଙ୍ଗାରଙ୍ଗ ହାଇଟେକ୍‌ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ସହ ୨୦ତମ ଏସିଆନ ଗେମ୍ସ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି।…

ଡେଭିିସ କପ୍‌ରେ ଭାରତକୁ ହରାଇଲା କୋରିଆ

ସିଓଲ, ୧୯ା୯: ଏସିଆର ପ୍ରଥମ ଦେଶ ଭାବେ ଡେଭିସ କପ୍‌ ଫାଇନାଲ-୮ରେ ପ୍ରବେଶ ପାଇଁ ମିଳିଥିବା ଏକ ଐତିହାସିକ ସୁଯୋଗକୁ ହରାଇଛି ଭାରତ। ଅନୁଷ୍ଠିତ କ୍ୱାଲିଫାୟର-୨ରେ କୋରିଆ…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?