ଟିକସ ଦେଉନାହାନ୍ତି ବଡ଼ବଡ଼ିଆ

ଭୁବନେଶ୍ୱର,୧୫।୩(ବ୍ୟୁରୋ): ଚଳିତ ଆର୍ଥିକ ବର୍ଷ ସରିବାକୁ ହାତରେ ଆଉ ଦିନ କେଇଟା ବାକି ରହିଛି। ହେଲେ ଏ ଯାଏ ଧାର୍ଯ୍ୟ ହୋଇଥିବା ଟିକସ ଆଦାୟ ହୋଇ ପାରିଲା ନାହିଁ। ସ୍ଥିତି ଯେପରି ରହିଛି ସେଥିରେ ବିଏମ୍‌ସି ଯେ ନିଜର ଲକ୍ଷ୍ୟ ପୂରଣ କରି ପାରିବ ତାହା ମଧ୍ୟ ଜଣାପଡୁ ନାହିଁ। ଏପରିସ୍ଥିତିରେ କେମିତି ଧାର୍ଯ୍ୟ ଟିକସର ଆଖପାଖରେ ପହଞ୍ଚତ୍ ହେବ ସେ ନେଇ ତତ୍ପରତା ଆରମ୍ଭ ହୋଇଯାଇଛି। ବର୍ଷ ତମାମ ଅଧିକାରୀଙ୍କର ରାଜସ୍ବ ଆଦାୟ ପ୍ରତି ଆନ୍ତରିକତା ଦେଖିବାକୁ ମିଳୁ ନ ଥିଲା। ଏବେ ହାତରେ ଆଉ ୧୦/୧୫ଦିନ ଥିବାବେଳେ ଓ୍ବାର୍ଡ ଅଫିସରଙ୍କୁ ତନାଘନା କରିବା ସହ ଯଥାଶୀଘ୍ର ଟିକସ ଆଦାୟ ସାରିବାକୁ ତାଗିଦା କରାଯାଉଛି। ପ୍ରତି ସପ୍ତାହରେ ବୈଠକ କରି କେତେ ରାଜସ୍ବ ଆଦାୟ ହେଲା ତାହାର ହିସାବ ମଧ୍ୟ ନିଆଯାଉଛି। ଏପରିସ୍ଥିତିରେ ପୂର୍ବରୁ ହୋଲ୍ଡିଂ ଟିକସ ବାବଦକୁ ୧୨୦କୋଟି ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବାବେଳେ ଏବେ ୮୦ କୋଟି ୧୫ ଲକ୍ଷ ୬୪ହଜାର ୨୧୮.୯୬ ଟଙ୍କାକୁ ଖସାଇ ଦିଆଯାଇଛି। ସେହିପରି ଟିକସ ଆଦାୟରେ ସବୁଠାରୁ ବଡ ବାଧକ ସାଜୁଛନ୍ତି ବଡବଡିଆ। ବଡ଼ବଡ଼ କମ୍ପାନୀ, ଅନୁଷ୍ଠାନ ସମେତ ସେସୁ, ଓୟୁଏଟି, ରେଲ୍‌ଓ୍ବେ, ପିଡବ୍ଲ୍ୟୁଡି ଓ ଅନ୍ୟାନ୍ୟ ସରକାରୀ ସଂସ୍ଥା ମଧ୍ୟ ଟିକସ ଖିଲାପ କରୁଥିବା ସୂଚନା ମିଳିଛି।
ଚଳିତ ଆର୍ଥତ୍କ ବର୍ଷରେ ବିଏମ୍‌ସି ମୋଟ୍‌ ୨୭୭ କୋଟି ଟଙ୍କାର ରାଜସ୍ବ ଆଦାୟ ଲକ୍ଷ୍ୟ ରଖିଥିଲା। ସେଥି ମଧ୍ୟରେ ୧୨୦ କୋଟି ହୋଲ୍ଡିଂ ଟିକସ ଥିବାବେଳେ ୧୫୦ କୋଟି ଅନ୍ୟାନ୍ୟ ଟିକସ ରହିଥିଲା। ତେବେ ମାର୍ଚ୍ଚ ୧୪ ସୁଦ୍ଧା ୧୨୦କୋଟିର ଅଧା ଅର୍ଥାତ୍‌ ୬୦ କୋଟି ଟଙ୍କା ମଧ୍ୟ ଆଦାୟ କରିବାରେ ବିଏମ୍‌ସି ବିଫଳ ହୋଇଛି। ଅପରପକ୍ଷେ କିପରି ଟିକସ ଆଦାୟ କରାଯିବ, କେଉଁମାନେ ଟିକସ ଦେଉ ନାହାନ୍ତି, ତାହାର ତାଲିକା କରି ସେମାନଙ୍କୁ ଓପିଡିଆର୍‌ (ଓଡ଼ିଶା ପବ୍ଲିକ୍‌ ଡିମାଣ୍ଡ ରିକଭରି) ନୋଟିସ୍‌ ଜାରି କରାଯାଉଛି। ସୂଚନା ଅନୁଯାୟୀ, ବିଏମ୍‌ସିର ଉତ୍ତର ଜୋନ୍‌ରେ ପ୍ରାୟ ୫୫ଜଣଙ୍କୁ ଓପିଡିଆର୍‌ ନୋଟିସ୍‌ କରାଯାଇଛି। ନୋଟିସ୍‌ ପାଇବା ପରେ ସେମାନଙ୍କ ମଧ୍ୟରୁ ପ୍ରାୟ ୨୫ଜଣ ଟିକସ ପ୍ରଦାନ କରିଥିବାବେଳେ ବାକି ଖିଲାପକାରୀଙ୍କ ନାମରେ ଓପିଡିଆର କେସ୍‌ କରାଯାଇଛି। ଦକ୍ଷିଣ ପଶ୍ଚିମ ଜୋନ୍‌ରେ ପ୍ରାୟ ୧୦୦ଜଣ ଖିଲାପକାରୀଙ୍କ ନାମରେ ଓପିଡିଆର ନୋଟିସ୍‌ ଜାରି କରାଯାଇଛି। ଏମାନଙ୍କ ପାଖରେ ୧୦ହଜାର ଟଙ୍କାରୁ ଆରମ୍ଭ କରି ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରାଜସ୍ବ ବକେୟା ରହିଛି। ସେହିପରି ଦକ୍ଷିଣ ପୂର୍ବ ଜୋନ୍‌ରେ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଖିଲାପକାରୀଙ୍କ ନାମରେ ନୋଟିସ୍‌ ଜାରି କରାଯାଇଛି। ନୋଟିସ୍‌ ଜାରି ହେବାର ୩୦ଦିନ ମଧ୍ୟରେ ସମ୍ପୃକ୍ତ ବ୍ୟକ୍ତି ବା ଅନୁଷ୍ଠାନ ସମ୍ପୂର୍ଣ୍ଣ ବକେୟା କିମ୍ବା ଏହାର କିଛି ଅଂଶ ଦେବା ସହ ଯଥାଶୀଘ୍ର ସମ୍ପୂର୍ଣ୍ଣ ଟଙ୍କା ପଇଠ କରିବା ନେଇ ଅଣ୍ଡରଟେକିଂ ଦେଲେ ସେମାନଙ୍କ ନାମରେ ଓପିଡିଆର୍‌ କେସ୍‌ ହେବ ନାହିଁ। ତେବେ ଯେଉଁମାନେ ୩୦ ଦିନ ମଧ୍ୟରେ କୌଣସି ଦେୟ ପଇଠ କରିବେ ନାହିଁ, ସେମାନଙ୍କ ନାମରେ କେସ୍‌ ରୁଜୁ କରାଯିବ।
ଅପରପକ୍ଷରେ ଖିଲାପକାରୀଙ୍କ ସହ ଓ୍ବାର୍ଡ ଅଫିସରଙ୍କୁ ମଧ୍ୟ ତାଗିଦ କରାଯାଉଛି। ଯେଉଁ ଓ୍ବାର୍ଡ ଅଫିସରମାନେ ଠିକ୍‌ଭାବେ କାର୍ଯ୍ୟ କରୁନାହାନ୍ତି ସେମାନଙ୍କୁ କଡା ଚେତାବନୀ ଦିଆଯାଉଛି। ଇତିମଧ୍ୟରେ ୨ରୁ ଅଧିକ ଓ୍ବାର୍ଡ ଅଫିସରଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି। ସେହିପରି ଓ୍ବାର୍ଡ ଅଫିସରମାନେ ରାଜସ୍ବ ଆଦାୟରେ ଢିଲା କଲେ, ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କମିଶନର ଶୁଣାଇ ଦେଇଛନ୍ତି। ଏ ସମ୍ପର୍କରେ ବିଏମ୍‌ସି ଅତିରିକ୍ତ କମିଶନର-୨ ଶୁଭେନ୍ଦୁ ସାହୁ କହିଛନ୍ତି, ସୁପ୍ରିମକୋର୍ଟ ବର୍ଦ୍ଧିତ ହୋଲ୍ଡିଂ ଟିକସକୁ ରଦ୍ଦ କରିଦେବା ପରେ ରାଜସ୍ବ ଆଦାୟର ଲକ୍ଷ୍ୟ ୨୭୭ କୋଟିରୁ କମାଇ ଦିଆଯାଇଛି। ସେହିପରି ଧାର୍ଯ୍ୟ ଲକ୍ଷ୍ୟଠାରୁ ଆମେ କିଛିମାତ୍ରାରେ ଦୂରରେ ଥିଲେ ବି ଗତବର୍ଷ ଅପେକ୍ଷା ଭଲ ଆଦାୟ କରାଯାଇଛି। ହାତରେ ଆହୁରି ୧୦ରୁ ଅଧିକ ଦିନ ରହିଥିବାବେଳେ ଲକ୍ଷ୍ୟ ପୂରଣ ପାଇଁ ଜୋର୍‌ଦାର ପ୍ରୟାସ କରାଯାଉଛି ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ ହେବ ରୁଷିଆ-ୟୁକ୍ରେନ ଯୁଦ୍ଧ! ୩ ଘଣ୍ଟା ଚାଲିଲା ଟ୍ରମ୍ପ-ଜେଲେନସ୍କି ସାକ୍ଷାତ, ଜାଣନ୍ତୁ କ’ଣ କହିଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୯।୧୨:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହି ବୈଠକ ୟୁକ୍ରେନ-ରୁଷିଆ ଯୁଦ୍ଧର ଅନ୍ତ ପାଇଁ...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

କଂସ ବ୍ୟସ୍ତବିବ୍ରତ, ଆଜି ରଙ୍ଗସଭା

ମଥୁରାନଗରୀ/ଗୋପପୁର,୨୯ା୧୨ (ପ୍ରେମାନନ୍ଦ ଖମାରୀ:ରବିବାର ଥିଲା ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ପଞ୍ଚମ ଦିବସ। ଉଭୟ ମଥୁରାନଗରୀ ଏବଂ ଗୋପପୁର ଦୃଶ୍ୟାଭିନୟ ଚିତ୍ତାକର୍ଷକ ଥିଲା।...

ଫ୍ରେଞ୍ଚ ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କ ପରଲୋକ

ପ୍ୟାରିସ୍‌,୨୯ା୧୨:୫୦ ଦଶକରେ ଫ୍ରେଞ୍ଚ୍‌ ସିନେମାରେ ବିପ୍ଳବ ଆଣିବା ସହ ଯୌନ ଉଦାରତାର ପ୍ରତୀକ ପାଲଟିଥିବା ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୯୧ ବର୍ଷ...

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ଖୋଲିଲା ଶିଖରଚଣ୍ଡୀ

ଭୁବନେଶ୍ୱର,୨୯ା୧୨: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଖୋଲିଲା ଶିଖରଚଣ୍ଡୀ ପୀଠ। ପାହାଡ଼ରୁ ଦନ୍ତା ବିଦା ହେବା ପରେ ଖୋଲିଛି ଶିଖରଚଣ୍ଡୀ ପୀଠ। ମା’ଙ୍କ ଦର୍ଶନ ସହ...

ପର କରିଦେଲେ ପୁଅ: ଅର୍ଦ୍ଧନିର୍ମିତ ଘରେ ଦୟନୀୟ ଜୀବନ କାଟୁଛନ୍ତି ବୃଦ୍ଧ ଦମ୍ପତି

ଲୋଇସିଂହା,୨୯ା୧୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ୍‌ ହୀରାପୁର ପଞ୍ଚାୟତ ଅଧୀନ ପନେସରା ଗ୍ରାମର ବୃଦ୍ଧ ଦମ୍ପତି ବିଜୁଳି ନାଏକ(୬୫), ସ୍ବାମୀ ସୁରଭି ନାଏକ(୭୦) ବେସାହାରା ହୋଇ...

ଟାଟା-ଏର୍ନାକୁଲମ୍‌ ଏକ୍ସପ୍ରେସ୍‌ରେ ହଠାତ୍‌ ଲାଗିଲା ନିଆଁ: ଜଳିଗଲା ୨ ବଗି

ଅମରାବତୀ,୨୯ା୧୨: ସୋମବାର ଆନ୍ଧ୍ରପ୍ରଦେଶର ୟେଲାମାଞ୍ଚିଲିରେ ଏକ ବଡ଼ ରେଳ ଦୁର୍ଘଟଣା ଘଟିଛି। ଟାଟା-ଏର୍ନାକୁଲମ ଏକ୍ସପ୍ରେସ୍‌ର B1 ଏବଂ M2 ବଗିରେ ହଠାତ୍‌ ନିଆଁ ଲାଗିଗଲା। ଅଗ୍ନିକାଣ୍ଡ...

ହନିମୁନ୍‌ ଅଧାରୁ ଫେରି ଆତ୍ମହତ୍ୟା କଲେ ନବଦମ୍ପତି: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

ବେଙ୍ଗାଲୁରୁ,୨୯ା୧୨:ବେଙ୍ଗାଲୁରୁର ଏକ ନବଦମ୍ପତି ପରସ୍ପରଠାରୁ ୧,୦୦୦ କି.ମି. ଦୂରରେ ଆତ୍ମହତ୍ୟା କରିଛନ୍ତି। ଗତ ଅକ୍ଟୋବର ୨୯ରେ ସୂରଜ ଶିବାନ୍ନା(୩୬) ବେଙ୍ଗାଲୁରୁରେ ଗାନ୍‌ଭିଙ୍କୁ ବିବାହ କରିଥିଲେ। ଗତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri