ବଟୁଆ ଖୋଲୁନାହାନ୍ତି

ଜଳବାୟୁ ପରିବର୍ତ୍ତନ ଯୋଗୁ ବିଶ୍ୱରେ ବାତ୍ୟା, ବନ୍ୟା, ମରୁଡ଼ି, ବନାଗ୍ନି, ହିମ ଓ ଭୂସ୍ଖଳନ ଏବଂ ସମୁଦ୍ର ଜଳପତ୍ତନ ବୃଦ୍ଧି ଘଟି ବ୍ୟାପକ ଧନଜୀବନ କ୍ଷତି ହେଉଛି। ଏହାସହ ଜଳବାୟୁଜନିତ ଶରଣାର୍ଥୀଙ୍କ ସଂଖ୍ୟା ବଢ଼ି ପାଶ୍ଚାତ୍ୟରେ ସାମାଜିକ ଓ ଅର୍ଥନୈତିକ ସ୍ଥିତିକୁ ପ୍ରଭାବିତ କରୁଛି। ଜଳବାୟୁ ପରିବର୍ତ୍ତନର ଏସବୁ ନକାରାତ୍ମକ ପ୍ରଭାବକୁ ରୋକିବା ପାଇଁ ପ୍ରତିବର୍ଷ ଭଳି ଏଥର ଇଜିପ୍ଟର ଶର୍ମ-ଏଲ୍‌-ଶେଖ୍‌ରେ ଶତାଧିକ ବିଶ୍ୱନେତାଙ୍କ ଉପସ୍ଥିତିରେ ଜାତିସଂଘ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ କପ୍‌୨୭ ଅନୁଷ୍ଠିତ ହେଉଛି। ସମ୍ମିଳନୀ ପ୍ରାରମ୍ଭରୁ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ ଜଳବାୟୁଜନିତ କ୍ଷୟକ୍ଷତି ଉପରେ ଚିନ୍ତା ପ୍ରକଟ କରି ଆଗୁଆ ସତର୍କ ସୂଚନାର ଆବଶ୍ୟକତାକୁ ଗୁରୁତ୍ୱ ଦେଇଛନ୍ତି। ବିଶ୍ୱ ଜନସଂଖ୍ୟାର ଅଧା ଏବେ ଜଳବାୟୁଜନିତ ବିପଦ ବଳୟରେ ଅଛନ୍ତି ବୋଲି ଗୁଟେରସ କହିଛନ୍ତି। ବିଶ୍ୱ ପାଣିପାଗ ସଂଗଠନ(ଡବ୍ଲ୍ୟୁଏମ୍‌ଓ) ଓ ଏହାର ବୈଷୟିକ ସହଯୋଗୀଙ୍କ ଦ୍ୱାରା ପ୍ରସ୍ତୁତ ଏକ ପାଞ୍ଚବର୍ଷିଆ(୨୦୨୩ରୁ ୨୦୨୭) ଯୋଜନାରେ ସତର୍କ ସୂଚନାର ଭିତ୍ତିଭୂମି ଓ କ୍ଷମତା ବୃଦ୍ଧିରେ ୩.୧ ବିଲିୟନ ଆମେରିକୀୟ ଡଲାର ବ୍ୟୟ କରାଯିବ ବୋଲି ଗୁଟେରସ କହିଛନ୍ତି। ବାସ୍ତବରେ ଅଧିକାଂଶ ବିକାଶଶୀଳ କିମ୍ବା ଦ୍ୱୀପ ଦେଶରେ ପ୍ରାକୃତିକ ବିପର୍ଯ୍ୟୟ ସତର୍କ ସୂଚନା ବ୍ୟବସ୍ଥା ଖୁବ୍‌ କମ୍‌ କିମ୍ବା ଆଦୌ ନାହିଁ । ଏହା ହୋଇପାରିଲେ ନିଶ୍ଚିତ ଭାବେ ୩୦% କ୍ଷୟକ୍ଷତି ହ୍ରାସ କରାଯାଇପାରିବ ବୋଲି ଡବ୍ଲ୍ୟୁଏମ୍‌ଓ ମହାସଚିବ ପେଟେରି ଟାଲାସ କହିଛନ୍ତି। ବିକାଶଶୀଳ ଦେଶଗୁଡ଼ିକରେ ପୂର୍ବ ସତର୍କ ସୂଚନା ପ୍ରଦାନରେ ୮୦୦ ନିୟୁତ ଡଲାର ବିନିଯୋଗ ହୋଇପାରିଲେ ବର୍ଷକୁ ୩ରୁ ୧୬ ବିଲିୟନ ଡଲାର କ୍ଷତିକୁ ରୋକାଯାଇପାରିବ। ଟାଲାସଙ୍କ ମନ୍ତବ୍ୟ ଏବକାର ସ୍ଥିତିରେ ମହତ୍ତ୍ୱପୂର୍ଣ୍ଣ। କାରଣ ଡବ୍ଲ୍ୟୁଏମ୍‌ଓର ବିପର୍ଯ୍ୟୟ ପରିସଂଖ୍ୟାନ ଅନୁଯାୟୀ, ବିଗତ ୫୦ ବର୍ଷ( ୧୯୭୦ରୁ ୨୦୧୯) ପର୍ଯ୍ୟନ୍ତ ପାଣିପାଗ, ଜଳବାୟୁ କିମ୍ବା ଜଳ ସମ୍ପର୍କିତ ବିପର୍ଯ୍ୟୟ ପ୍ରାୟ ପ୍ରତିଦିନ ସଂଘଠିତ ହେଉଛି ଏବଂ ଦୈନିକ ହାରାହାରି ୧୧୫ ଜଣଙ୍କ ଜୀବନ ଯାଉଛି। ଏଥିସହ ଏହି ପଚାଶ ବର୍ଷ ଅବଧି ଭିତରେ ଦୈନିକ ହାରାହାରି ୨୦୨ ମିଲିୟନ ଆମେରିକୀୟ ଡଲାର କ୍ଷତି ଘଟିଛି।
ଜଳବାୟୁ ପରିବର୍ତ୍ତନର ଘାତକ ପ୍ରଭାବକୁ ମୁକାବିଲା କରିବା ମୂଳରେ ରହିଛି ଅର୍ଥ। ତେବେ ଏ କ୍ଷେତ୍ରରେ ବିକାଶଶୀଳ ଓ ଗରିବ ଦେଶଗୁଡ଼ିକ ପାଇଁ ଅର୍ଥ କେଉଁଠୁ ଓ କେତେ ଆସିବ ତାହା ହିଁ ପ୍ରଶ୍ନ। ଜଳବାୟୁ ପ୍ରଭାବକୁ ରୋକିିବା ସକାଶେ ଧନୀ ଓ ବିକଶିତ ଦେଶଗୁଡ଼ିକ ୨୦୨୦ ପରେ ପ୍ରତିବର୍ଷ ୧୦୦ ବିଲିୟନ ଆମେରିକୀୟ ଡଲାର ଯୋଗାଡ଼ କରିବାରେ ବିଫଳ ହୋଇଛନ୍ତି ବୋଲି କ୍ଲାଇମେଟ୍‌ ଫାଇନାନ୍ସ ଡେଲିଭରି ପ୍ଲାନ୍‌ ପ୍ରୋଗ୍ରେସ ରିପୋର୍ଟ ଦର୍ଶାଇବା ପରେ ଏଭଳି ପ୍ରଶ୍ନ ଉଠିବା ସ୍ବାଭାବିକ। ଉଲ୍ଲେଖଯୋଗ୍ୟ, ୨୦୦୯ରେ ଅର୍ଥ ସଂଗ୍ରହ କରିବା ନିଷ୍ପତ୍ତି ନିଆଯିବା ପରଠାରୁୁ ୧୧ ବର୍ଷ ଲାଗିଯାଇଥିଲା ପ୍ରଥମ ୧୦୦ ବିଲିୟନ ଡଲାର ସଂଗ୍ରହ କରିବାକୁ। ଅଭିଯୋଗ ବି ଉଠୁଛି, ଅତ୍ୟଧିକ ସବୁଜ ବାଷ୍ପ ନିର୍ଗମନ ଅନୁପାତରେ ଧନୀ ଦେଶଗୁଡ଼ିକର ଆର୍ଥିକ ଯୋଗଦାନ ଯେଭଳି ରହିବା ଦରକାର ତାହା ହେଉନାହିଁ। ଆମେରିକାର କାର୍ବନ ନିର୍ଗମନକୁ ଲକ୍ଷ୍ୟ କଲେ ୧୦୦ ବିଲିୟନ ଡଲାରରେ ଏହାର ଯୋଗଦାନ ୪୦ ବିଲିୟନ ଡଲାର ରହିବା କଥା, କିନ୍ତୁ ଅଦ୍ୟାବଧି ଏହା ୮ ବିଲିୟନରୁ ସାମାନ୍ୟ କମ୍‌ ରହିଛି। ଆମେରିକା ଭଳି କାନାଡ଼ା, ଅଷ୍ଟ୍ରେଲିଆ ଓ ଚାଇନା ମଧ୍ୟ ଏ କ୍ଷେତ୍ରରେ ପଛରେ ରହିଛନ୍ତି। ବାସ୍ତବତା ହେଉଛି, ସତର୍କ ସୂଚନା ବ୍ୟବସ୍ଥା ଲାଗି କରାଯାଇଥିବା ଯୋଜନା ଏବଂ ଆର୍ଥିକ ଅଟକଳ ସହ ଜଳବାୟୁ ମୁକାବିଲାର ଅହୁରି ଅନେକ ଦିଗରେ ଅଧିକ ସବୁଜ ନିବେଶର ଆବଶ୍ୟକତା ରହିଛି। ହେଲେ ସବୁବେଳେ ଏହାର ଅଭାବ ଦେଖାଯାଇଛି । ଏସବୁ ଦୃଷ୍ଟିରୁ ଅର୍ଥ ଯୋଗାଡ଼ ଓ ଆର୍ଥିକ ସହାୟତା ଆଉ ବିଲିୟନରେ ସୀମିତ ନ ରହି ଟ୍ରିଲିୟନରେ ହେବା ଦରକାର। କିନ୍ତୁ ବାସ୍ତବ ସ୍ଥିତିକୁ ଦେଖିଲେ କୌଣସି ଧନୀଦେଶ ତାଙ୍କର ବଟୁଆ ଖୋଲୁନାହାନ୍ତି, ଯାହାଫଳରେ ସର୍ବନିମ୍ନ ଆବଶ୍ୟକ ଅର୍ଥ ମଧ୍ୟ ମିଳିପାରୁନାହିଁ। ଏହା ବ୍ୟତୀତ ଧନୀ ଓ ଶକ୍ତିଶାଳୀ ଦେଶଗୁଡ଼ିକୁ ଦୋଷ ଦେବାର କ୍ଷମତା ମଧ୍ୟ କୌଣସି ସଂସ୍ଥା ବା ଗୋଷ୍ଠୀର ରହୁନାହିଁ ବୋଲି ଭବିଷ୍ୟତ ଅନ୍ଧକାରମୟ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

ପେନ୍‌ସନ୍‌ଭୋଗୀଙ୍କ ଆଶଙ୍କା

ଏବେ ସାମାଜିକ ଗଣମାଧ୍ୟମରେ ଗୋଟିଏ ବାର୍ତ୍ତା ପ୍ରଚାରିତ ହେଉଛି ଯେ ଆଗାମୀ ଅଷ୍ଟମ ଦରମା ଆୟୁକ୍ତଙ୍କ ସୁପାରିସରେ ପେନ୍‌ସନଭୋଗୀଙ୍କ ପେନ୍‌ସନ୍‌ ପରିମାଣ ପୁନଃ ନିର୍ଦ୍ଧାରିତ ହେବନାହିଁ।...

ନୀରବ ଘାତକ

ବାୟୁ ପ୍ରଦୂଷଣ କୋଭିଡ୍‌ ପରବର୍ତ୍ତୀ କାଳରେ ଭାରତର ସବୁଠାରୁ ଗମ୍ଭୀର ଜନସ୍ବାସ୍ଥ୍ୟ ସଙ୍କଟ ବୋଲି ଜଣାପଡ଼ିଛି। ଚିକିତ୍ସା ବିଶେଷଜ୍ଞମାନେ ସତର୍କ କରାଇଛନ୍ତି ଯେ, ଜରୁରୀ ଓ...

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri