ମେଳଖାଉନି ତଥ୍ୟ, ଅଡୁଆରେ ପୋଲିସ

ଭୁବନେଶ୍ୱର, ୨୪ା୩(ବ୍ୟୁରୋ): ରାଜଧାନୀରେ ମହିଳାଙ୍କୁ ଗଣବଳାତ୍କାର ଘଟଣାରେ ମଙ୍ଗଳବାର କୋର୍ଟରେ ସିଆର୍‌ପିସିର ୧୬୪ ଧାରା ଅନୁଯାୟୀ ପୀଡ଼ିିତାଙ୍କ ଭାଇ, ଭଉଣୀ ଓ ଭିଣୋଇଙ୍କ ବୟାନ ରେକର୍ଡ ହୋଇଛି। ସମ୍ପର୍କୀୟମାନେ କହିଛନ୍ତି ଯେ, ପୀଡ଼ିତା ସିଜୋଫ୍ରେନିଆ ରୋଗରେ ଆକ୍ରାନ୍ତ। ସେଥିପାଇଁ ସେ ମାନସିକ ରୋଗ ବିଶେଷଜ୍ଞଙ୍କ ଚିକିତ୍ସାଧୀନ ଥିଲେ। ଅଭିଯୋଗ କରିଥିବା ପୀଡ଼ିିତା ଘଟଣାଦିନ ଡାକ୍ତରଙ୍କ ନିକଟକୁ ଯାଇଥିଲେ। ଡାକ୍ତର ଇଞ୍ଜେକଶନ ଦେବା ପରେ ୧୨ ଘଣ୍ଟା ଅଚେତ ହୋଇପଡ଼ିଥିଲେ। ପୁଣି ୨୪ ଘଣ୍ଟା ଶଯ୍ୟାଶାୟୀ ଥିଲେ। ଅର୍ଥାତ ଅଭିଯୋଗ ଦିନ ପୀଡ଼ିିତା ବାପଘରେ ଥିଲେ ବୋଲି ସମ୍ପର୍କୀୟମାନେ ସେମାନଙ୍କ ବୟାନରେ କହିଛନ୍ତି। ସୋମବାର କୋର୍ଟରେ ପୀଡ଼ିିତାଙ୍କ ବୟାନ ରେକର୍ଡ ହୋଇଥିବାବେଳେ ତାଙ୍କ ଅଭିଯୋଗ ଲେଖିଥିବା ଯୁବକଙ୍କର ବୁଧବାର ଲକ୍ଷ୍ମୀସାଗର ଥାନାରେ ବୟାନ ରେକର୍ଡ କରାଯିବ ବୋଲି ସୂଚନା ମିଳିଛି।
ଅନ୍ୟପକ୍ଷରେ, ପୀଡ଼ିିତା ରହୁଥିବା ବାପଘର ଓ ଘଟଣା ଘଟିଥିବା ଅଞ୍ଚଳର ସିସିଟିଭି ଫୁଟେଜ ପାଇଛି ପୋଲିସ। ଫୁଟେଜରେ ଘଟଣା ଦିନ ପୀଡ଼ିିତାଙ୍କର ଭିଜୁଆଲ ଦେଖିବାକୁ ମିଳୁନାହିଁ। ସେହିପରି ପୀଡ଼ିିତା ଓ ତାଙ୍କ ସମ୍ପର୍କୀୟଙ୍କ ବୟାନ ମଧ୍ୟରେ ମେଳତାଳ ନାହିଁ। ଫଳରେ ପୋଲିସ ଅଡୁଆରେ ପଡ଼ିିବା ସହ ସତ୍ୟତା ଖୋଜିବାକୁ ଅଧିକ ତଦନ୍ତ ଚଳାଇଛି। ସେହିପରି ଏହି ଘଟଣାରେ ପୀଡ଼ିତାଙ୍କ କହିବା ମୁତାବକ ଲକ୍ଷ୍ମୀସାଗର ଥାନା ପୋଲିସ ବାପି ପାଣିଗ୍ରାହୀ ନାମକ ଯୁବକଙ୍କୁ ତଦନ୍ତ ପରିସରଭୁକ୍ତ କରିଛି। ସେ କୁଆଡ଼େ ପୀଡ଼ିିତାଙ୍କ ଅଭିଯୋଗପତ୍ର ପ୍ରସ୍ତୁତ କରିଥିଲେ। ସେହିପରି ବାପିଙ୍କ ପ୍ରରୋଚନାରେ ପୀଡ଼ିିତାଜଣକ ଏହି ଅଭିଯୋଗ ଆଣିଥିବା କୁହାଯାଉଛି। ତେବେ କାହିଁକି ଓ କେଉଁ ପରିସ୍ଥିତିରେ ବାପି ପୀଡ଼ିତାଙ୍କୁ ଅଭିଯୋଗ କରିବାକୁ କହିଥିଲେ, ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି ପୋଲିସ କହିଛି। ବାପି ଜନୈକ ରାଜନୈତିକ ବ୍ୟକ୍ତିଙ୍କ ଅତି ଘନିଷ୍ଠ ବୋଲି ଶୁଣିବାକୁ ମିଳୁଛି।
ପୀଡ଼ିିତାଙ୍କ ଅଭିଯୋଗ ଅନୁସାରେ, ଗତ ଫେବୃୟାରୀ ୨୬ ତାରିଖ ସନ୍ଧ୍ୟାରେ ସେ ବାପଘର ବୁଦ୍ଧେଶ୍ୱରୀ କଲୋନୀ ଅଞ୍ଚଳରୁ ଶାଶୁଘର ହଳଦୀପଡ଼ିିଆ ବସ୍ତି ଅଞ୍ଚଳକୁ ଚାଲି ଚାଲି ଫେରୁଥିଲେ। ଏହି ସମୟରେ ବାଟରେ ୪ଜଣ ବ୍ୟକ୍ତି ତାଙ୍କୁ ଅପହରଣ କରିନେଇ ବିଭିନ୍ନ ସ୍ଥାନରେ ବଳାତ୍କାର କରିଥିଲେ। ଏନେଇ ସେ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କିଛି ଶୁଣି ନ ଥିଲା। ପରେ ପୁଣି ୩ଜଣ ବ୍ୟକ୍ତି ତାଙ୍କୁ ବଳାତ୍କାର କରିବାରୁ ସେ ପୁନର୍ବାର ଅଭିଯୋଗ କରିବାକୁ ଥାନାକୁ ଯାଇଥିଲେ ମଧ୍ୟ ପୋଲିସ ସମାନ ଆଚରଣ କରିଥିଲା। ଶେଷରେ ପୀଡ଼ିିତା ଜଣକ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଏ ନେଇ ଅଭିଯୋଗ ଜଣାଇଥିଲେ। ପୋଲିସ କମିଶନରଙ୍କ ନିର୍ଦ୍ଦେଶକ୍ରମେ ଲକ୍ଷ୍ମୀସାଗର ଥାନା ପୋଲିସ ଏକ କେସ୍‌ (ନଂ. ୧୦୦/୨୧) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୋଲିସ ଗତ ଶନିବାର ଥାନାରେ ପୀଡ଼ିିତାଙ୍କ ବୟାନ ରେକର୍ଡ କରିବା ସହ ଡାକ୍ତରୀ ମାଇନା କରାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗୁଲୁଆଙ୍କ ପାଲଟା ଅଭିଯୋଗ: ‘ମୋତେ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ ବର୍ଷା, ମୁଁ ନୁହେଁ ବରଂ ସେ… 

ଭୁବନେଶ୍ୱର,୨୫।୧୨: ସୋସିଆଲ ମିଡିଆର ଅନ୍ୟତମ ଚର୍ଚ୍ଚିତ ଯୋଡ଼ି ତଥା ୟୁଟ୍ୟୁବର ଆଶିଷ ଦାଶ ଓରଫ ଗୁଲୁଆ-ବର୍ଷାଙ୍କ ପାରିବାରିକ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି।...

ଜାତୀୟ କବାଡ଼ି ପ୍ରତିଯୋଗିତାରେ ଭାଗ ନେବେ ଓଡ଼ିଆ ପୁଅ ଶିବପ୍ରସାଦ

ଗଞ୍ଜାମ,୨୫ା୧୨(ବିଦ୍ୟାଧର ସାହୁ): ଆସନ୍ତା ୬ ତାରିଖରେ ରାଇପୁର ଭିଲାଇ ରାଜକୁମାର କଲେଜରେ ଅନୁଷ୍ଠିତ ହେବ ନ୍ୟାଶନାଲ ଇଭେଣ୍ଟ କବାଡ଼ି। ଏହି ପ୍ରତିଯୋଗିତାରେ ଖେଳିବାକୁ ଓଡ଼ିଶାର ଦୁଇ...

ଶୀତକୁ ନାହିଁ ଖାତିର, ଦାରିଙ୍ଗବାଡ଼ିରେ ବଢୁଛି ପର୍ଯ୍ୟଟକଙ୍କ ଭିଡ଼

ଦାରିଙ୍ଗବାଡ଼ି,୨୫ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ିରେ ପୁଣି ବଢ଼ିଲା ଶୀତର ପ୍ରକୋପ। ବିଭିନ୍ନ ସ୍ଥାନରେ ଘନକୁହୁଡି ସହ ଶୀତ ଦ୍ବିଗୁଣିତ ହୋଇଛି। ଗୁରୁବାର ସକାଳେ...

ଗୁଲୁଆଙ୍କ ଗୁମର ଖୋଲିଦେଲେ ସ୍ତ୍ରୀ: ନୂଆ ନୂଆ ଝିଅଙ୍କୁ ଧରି….

ଭୁବନେଶ୍ୱର,୨୫।୧୨: ଓଡ଼ିଆ କମେଡିଆନ୍‌ ଗୁଲୁଆଙ୍କ ସାଂସାରିକ ଜୀବନରେ ଆସିଛି ଝଡ଼। ଜୀବନ ପ୍ରତି ବିପଦ ଥିବା ଗୁଲୁଆ ଅଭିଯୋଗ କରିବା ପରେ ତାଙ୍କ ସ୍ତ୍ରୀ ତଥା...

ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ ଆଘାତ…ସମୁଦ୍ରରେ ଭାସି ଆସିଲା ମହାପ୍ରଭୁଙ୍କ ବିଗ୍ରହ, ଦୟନୀୟ ଅବସ୍ଥାରେ ଉଦ୍ଧାର

ପୁରୀ ୨୫/୧୨( ଅଜିତ୍ କୁମାର ସାହୁ): ପୁଣି ମହାପ୍ରଭୁଙ୍କୁ ଅପମାନ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ସମୁଦ୍ରରେ ଭାସିଵାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ...

ସର୍ବଭାରତୀୟ ନାଟକ ସମାରୋହ ଉଦ୍‌ଘାଟିତ: ଆଜି ମଞ୍ଚସ୍ଥ ହେବ ‘ମାଗୁଣିର ଶଗଡ଼’

ବଲାଙ୍ଗୀର,୨୫ା୧୨(ସୁନିଲ କୁମାର ମହାନ୍ତି): ସର୍ବଭାରତୀୟ ବହୁଭାଷୀ ନାଟକ ସମାରୋହ ମଠଖାଇ ମହୋତ୍ସବ ଗୁରୁବାର ଉଦ୍‌ଘାଟିତ ହୋଇଛି। ସକାଳେ ବଲାଙ୍ଗୀର ସହର ଉପକଣ୍ଠ ମଠଖାଇ ମନ୍ଦିରରୁ ନାଟ୍ୟ...

ଚିନ୍ତାଜନକ ସ୍ଥିତି! ଦିଲ୍ଲୀକୁ ଟପିଲା ବାଲେଶ୍ବର, ଦେଶର ସବୁଠାରୁ ଅଧିକ ପ୍ରଦୂଷିତ ସହର…

ଭୁବନେଶ୍ବର,୨୫।୧୨: ଗତ କିଛିଦିନ ପୂର୍ବରୁ ଜାତୀୟ ରାଜଧାନୀ ଦିଲ୍ଲୀର ପ୍ରଦୂଷଣ ଚିନ୍ତାଜନକ ଥିଲା । ସ୍ଥିତି ସଙ୍ଗୀନ ହୋଇଥିବା ବେଳେ ସ୍କୁଲ ମଧ୍ୟ ବନ୍ଦ ରଖାଯାଇଥିଲା...

ଓଡ଼ିଶାରେ ଭାଙ୍ଗିଲା ମାଓବାଦୀଙ୍କ ମେରୁଦଣ୍ଡ: ଡିଜିପି

ଫୁଲବାଣୀ,୨୫ା୧୨(ରାକେଶ କୁମାର ରାଉତ): ଟପ୍‌ ମାଓବାଦୀ ନେତା ଗଣେଶଙ୍କ ନିହତକୁ ବଡ଼ ସଫଳତା ବୋଲି କହିଛନ୍ତି ପୋଲିସ ଡିଜି। ଗଣେଶଙ୍କ ନିହତ ପରେ ଓଡ଼ିଶାରେ ମାଓବାଦୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri