ମେଳଖାଉନି ତଥ୍ୟ, ଅଡୁଆରେ ପୋଲିସ

ଭୁବନେଶ୍ୱର, ୨୪ା୩(ବ୍ୟୁରୋ): ରାଜଧାନୀରେ ମହିଳାଙ୍କୁ ଗଣବଳାତ୍କାର ଘଟଣାରେ ମଙ୍ଗଳବାର କୋର୍ଟରେ ସିଆର୍‌ପିସିର ୧୬୪ ଧାରା ଅନୁଯାୟୀ ପୀଡ଼ିିତାଙ୍କ ଭାଇ, ଭଉଣୀ ଓ ଭିଣୋଇଙ୍କ ବୟାନ ରେକର୍ଡ ହୋଇଛି। ସମ୍ପର୍କୀୟମାନେ କହିଛନ୍ତି ଯେ, ପୀଡ଼ିତା ସିଜୋଫ୍ରେନିଆ ରୋଗରେ ଆକ୍ରାନ୍ତ। ସେଥିପାଇଁ ସେ ମାନସିକ ରୋଗ ବିଶେଷଜ୍ଞଙ୍କ ଚିକିତ୍ସାଧୀନ ଥିଲେ। ଅଭିଯୋଗ କରିଥିବା ପୀଡ଼ିିତା ଘଟଣାଦିନ ଡାକ୍ତରଙ୍କ ନିକଟକୁ ଯାଇଥିଲେ। ଡାକ୍ତର ଇଞ୍ଜେକଶନ ଦେବା ପରେ ୧୨ ଘଣ୍ଟା ଅଚେତ ହୋଇପଡ଼ିଥିଲେ। ପୁଣି ୨୪ ଘଣ୍ଟା ଶଯ୍ୟାଶାୟୀ ଥିଲେ। ଅର୍ଥାତ ଅଭିଯୋଗ ଦିନ ପୀଡ଼ିିତା ବାପଘରେ ଥିଲେ ବୋଲି ସମ୍ପର୍କୀୟମାନେ ସେମାନଙ୍କ ବୟାନରେ କହିଛନ୍ତି। ସୋମବାର କୋର୍ଟରେ ପୀଡ଼ିିତାଙ୍କ ବୟାନ ରେକର୍ଡ ହୋଇଥିବାବେଳେ ତାଙ୍କ ଅଭିଯୋଗ ଲେଖିଥିବା ଯୁବକଙ୍କର ବୁଧବାର ଲକ୍ଷ୍ମୀସାଗର ଥାନାରେ ବୟାନ ରେକର୍ଡ କରାଯିବ ବୋଲି ସୂଚନା ମିଳିଛି।
ଅନ୍ୟପକ୍ଷରେ, ପୀଡ଼ିିତା ରହୁଥିବା ବାପଘର ଓ ଘଟଣା ଘଟିଥିବା ଅଞ୍ଚଳର ସିସିଟିଭି ଫୁଟେଜ ପାଇଛି ପୋଲିସ। ଫୁଟେଜରେ ଘଟଣା ଦିନ ପୀଡ଼ିିତାଙ୍କର ଭିଜୁଆଲ ଦେଖିବାକୁ ମିଳୁନାହିଁ। ସେହିପରି ପୀଡ଼ିିତା ଓ ତାଙ୍କ ସମ୍ପର୍କୀୟଙ୍କ ବୟାନ ମଧ୍ୟରେ ମେଳତାଳ ନାହିଁ। ଫଳରେ ପୋଲିସ ଅଡୁଆରେ ପଡ଼ିିବା ସହ ସତ୍ୟତା ଖୋଜିବାକୁ ଅଧିକ ତଦନ୍ତ ଚଳାଇଛି। ସେହିପରି ଏହି ଘଟଣାରେ ପୀଡ଼ିତାଙ୍କ କହିବା ମୁତାବକ ଲକ୍ଷ୍ମୀସାଗର ଥାନା ପୋଲିସ ବାପି ପାଣିଗ୍ରାହୀ ନାମକ ଯୁବକଙ୍କୁ ତଦନ୍ତ ପରିସରଭୁକ୍ତ କରିଛି। ସେ କୁଆଡ଼େ ପୀଡ଼ିିତାଙ୍କ ଅଭିଯୋଗପତ୍ର ପ୍ରସ୍ତୁତ କରିଥିଲେ। ସେହିପରି ବାପିଙ୍କ ପ୍ରରୋଚନାରେ ପୀଡ଼ିିତାଜଣକ ଏହି ଅଭିଯୋଗ ଆଣିଥିବା କୁହାଯାଉଛି। ତେବେ କାହିଁକି ଓ କେଉଁ ପରିସ୍ଥିତିରେ ବାପି ପୀଡ଼ିତାଙ୍କୁ ଅଭିଯୋଗ କରିବାକୁ କହିଥିଲେ, ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି ପୋଲିସ କହିଛି। ବାପି ଜନୈକ ରାଜନୈତିକ ବ୍ୟକ୍ତିଙ୍କ ଅତି ଘନିଷ୍ଠ ବୋଲି ଶୁଣିବାକୁ ମିଳୁଛି।
ପୀଡ଼ିିତାଙ୍କ ଅଭିଯୋଗ ଅନୁସାରେ, ଗତ ଫେବୃୟାରୀ ୨୬ ତାରିଖ ସନ୍ଧ୍ୟାରେ ସେ ବାପଘର ବୁଦ୍ଧେଶ୍ୱରୀ କଲୋନୀ ଅଞ୍ଚଳରୁ ଶାଶୁଘର ହଳଦୀପଡ଼ିିଆ ବସ୍ତି ଅଞ୍ଚଳକୁ ଚାଲି ଚାଲି ଫେରୁଥିଲେ। ଏହି ସମୟରେ ବାଟରେ ୪ଜଣ ବ୍ୟକ୍ତି ତାଙ୍କୁ ଅପହରଣ କରିନେଇ ବିଭିନ୍ନ ସ୍ଥାନରେ ବଳାତ୍କାର କରିଥିଲେ। ଏନେଇ ସେ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କିଛି ଶୁଣି ନ ଥିଲା। ପରେ ପୁଣି ୩ଜଣ ବ୍ୟକ୍ତି ତାଙ୍କୁ ବଳାତ୍କାର କରିବାରୁ ସେ ପୁନର୍ବାର ଅଭିଯୋଗ କରିବାକୁ ଥାନାକୁ ଯାଇଥିଲେ ମଧ୍ୟ ପୋଲିସ ସମାନ ଆଚରଣ କରିଥିଲା। ଶେଷରେ ପୀଡ଼ିିତା ଜଣକ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଏ ନେଇ ଅଭିଯୋଗ ଜଣାଇଥିଲେ। ପୋଲିସ କମିଶନରଙ୍କ ନିର୍ଦ୍ଦେଶକ୍ରମେ ଲକ୍ଷ୍ମୀସାଗର ଥାନା ପୋଲିସ ଏକ କେସ୍‌ (ନଂ. ୧୦୦/୨୧) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୋଲିସ ଗତ ଶନିବାର ଥାନାରେ ପୀଡ଼ିିତାଙ୍କ ବୟାନ ରେକର୍ଡ କରିବା ସହ ଡାକ୍ତରୀ ମାଇନା କରାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷାବିତ୍‌ ବିମଳ ଷଡ଼ଙ୍ଗୀଙ୍କ ପରଲୋକ

ଖୋର୍ଦ୍ଧା,୧୮।୯(ପ୍ରଭାତ ପାଣିଗ୍ରାହୀ): ଉତ୍କଳ ସମ୍ମିଳନୀର ରାଜ୍ୟ ଉପସଭାପତି ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ତଥା ଶିକ୍ଷାବିତ, ଖବରକାଗଜର ବିଶିଷ୍ଟ ସଂଗ୍ରାହକ ଭାବେ ପରିଚିତ ଖୋର୍ଦ୍ଧା ନିବାସୀ ବିମଳ ଷଡଙ୍ଗୀ(୭୫)…

ଓରାଙ୍ଗଉଟାନଙ୍କୁ ନେଇ ଆସିଲା ବଡ଼ ଅପଡେଟ୍‌, ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୧୮।୯: ଉଦ୍ଧାର ହୋଇଥିବା ଓରାଙ୍ଗଉଟାନଙ୍କୁ ନେଇ ଜଙ୍ଗଲ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ଶୁକ୍ରବାର ଏକ ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି ଯେ, ଓରାଙ୍ଗଉଟାନଙ୍କ ସମ୍ପର୍କରେ…

ଜାରି ହେଲା ପୌର ନିର୍ବାଚନ ସଂଶୋଧିତ ସମୟସୂଚୀ, ଆସନ୍ତା ୨୪ସୁଦ୍ଧା…

ଭୁବନେଶ୍ୱର,୧୮।୯: ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ପକ୍ଷରୁ ଶୁକ୍ରବାର ପୌର ନିର୍ବାଚନ ନେଇ ୱାର୍ଡ ସୀମା ନିର୍ଦ୍ଧାରଣ ପାଇଁ ସଂଶୋଧିତ ସମୟସୂଚୀ ଜାରି କରାଯାଇଛି।…

ବାଡ଼ିକୁ ଗାଈ ଆଣିବା ପାଇଁ ଯାଇଥିଲେ ପୀତାମ୍ବର, ବଜ୍ରପାତ ହେବାରୁ…

ମହାକାଳପଡ଼ା,୧୮ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପେଟଛେଲା ପଞ୍ଚାୟତ ସ୍ଥାନୀୟ କେନ୍ତିଆ ଗ୍ରାମର ପୀତାମ୍ବର ରାଉତ(୬୦) ନିଜ ବାଡ଼ିକୁ ଗାଈ ଆଣିବାକୁ ଯାଇ ବଜ୍ରପାତର…

ନକଲି ଫେସ୍‌ବୁକ୍‌ ଆଇଡିରେ ଠକି ନେଇଥିଲେ ୨୫ ଲକ୍ଷ ଟଙ୍କା, ୩ ଭଉଣୀଭାଇଙ୍କୁ ବାନ୍ଧିଲା ସାଇବର ପୋଲିସ

ସମ୍ବଲପୁର,୧୮ା୯(ପ୍ରମୋଦ ବହିଦାର): ଫେସ୍‌ବୁକରେ ନକଲି ଆଇଡି ଖୋଲି ଟଙ୍କାକୁ ଦ୍ୱିଗୁଣ କରିଦେବାର ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଦୁଇ ଭଉଣୀଙ୍କ ସହ ଭାଇଙ୍କୁ ଗିରଫ…

ବାଇକ୍‌ରେ ଯାଉଥିବାବେଳେ ଯୁବକଙ୍କ ଉପରେ ଭାଙ୍ଗିପଡ଼ିଲା ଗଛ ଡାଳ, ପେଟରେ ଗଳିଯିବାରୁ…

କେନ୍ଦ୍ରାପଡ଼ା,୧୮ା୯(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ବ୍ଲକ ସଦର ଥାନା ଅନ୍ତର୍ଗତ ଗଣ୍ଡାକିଆ ରାସ୍ତାରେ ଶୁକ୍ରବାର ଏକ ଅଘଟଣ ଘଟିଛି।ଏହି ରାସ୍ତାର କଂସାରଠାରେ ଗଛଡାଳ ବାଇକ୍‌ ଉପରେ ପଡ଼ିବା ସହ…

ଗୋଟିଏ ରୁମ୍‌ରେ ଯୁବତୀଙ୍କ ସହ ରାତି କାଟିଲେ ଫାଣ୍ଡି ଅଧିକାରୀ, ଗ୍ରାମବାସୀ ଦେଖିବା ପରେ ବାହାରୁ ତାଲା ପକାଇ…

ଉମରକୋଟ,୧୮।୯(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ସିଂସାରି ଫାଣ୍ଡି ଅଧିକାରୀ ଫାଣ୍ଡି ପରିସରରେ ଥିବା ଏକ ରୁମ୍‌ରେ ଜଣେ ଯୁବତୀଙ୍କ ସହ ବୁଧବାର ରାତିରେ…

ଘରେ ବାହାର ପଟୁ ତାଲା ପକାଇ ୫ ଛେଳି ଚୋରି, ୨ ଜଣଙ୍କୁ ଧରି…

ପାଟଣା,୧୮ା୯(ବୀରକିଶୋର ଦାଶ): କିଛିଦିନ ହେବ ପାଟଣା, ଘଟଗାଁ, ତୁରୁମୁଙ୍ଗା ଥାନା ଅଞ୍ଚଳର ପାଟଣା ଓ ସାହାରପଡ଼ା ବ୍ଲକ ଅଞ୍ଚଳରେ ଛେଳି ଚୋରି ବୃଦ୍ଧି ପାଇଛି। ବହୁ ସଂଖ୍ୟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?