ତାଲିକାରେ ନାହିଁ ଅନେକ ନାମ

ଯାଜପୁର ଅଫିସ,୧୨।୬: ରାଜ୍ୟରେ ନକଲି ବିଇଡି/ସିଟି ଡିଗ୍ରୀଧାରୀ ଏବଂ ଆଦିବାସୀ ପ୍ରମାଣପତ୍ରରେ ଚଞ୍ଚକତା କରି ନିଯୁକ୍ତି ପାଇଥିବା ଶିକ୍ଷୟିତ୍ରୀ, ଶିକ୍ଷକ ଧୀରେ ଧୀରେ ଚିହ୍ନଟ ହେଉଛନ୍ତି। ଅଦ୍ୟାବଧି ୨୫ ଶିକ୍ଷା ଜିଲାରେ ୪୯୮ଜଣ ନକଲି ଶିକ୍ଷକ ଧରାପଡ଼ିଲେଣି। ଏହି ସଂଖ୍ୟା ଆହୁରି କାହିଁ କେତେ ଅଧିକ ବୋଲି ଅଭିଯୋଗ ହେଉଛି। ଏପରି କି କେତେଜଣ ରାଜନୈତିକ ଛତ୍ରଛାୟାରେ ରହି ସେମାନଙ୍କ ନାମକୁ ଶିକ୍ଷା ବିଭାଗ ତରଫରୁ ହୋଇଥିବା ନକଲି ଶିକ୍ଷକ ତାଲିକାରୁ କାଟି ଦେଇଥିବା ଅଭିଯୋଗ ହେଉଛି। ବିଡ଼ମ୍ବନା ଯେ ଏହି ନକଲି ଶିକ୍ଷକମାନେ ସମସ୍ତ ସରକାରୀ ସୁବିଧା ସୁଯୋଗ ହାସଲ କରିଚାଲିଥିବାବେଳେ ଅତି ପରିଶ୍ରମ କରି ପାଠ ପଢିଥିବା ବିଇଡି/ସିଟି ଡିଗ୍ରୀଧାରୀ ନିଯୁକ୍ତି ସୁଯୋଗରୁ ବଞ୍ଚିତ ହୋଇ ବେକାର ବସିଛନ୍ତି। ଏହାସହ ପ୍ରକୃତ ଆଦିବାସୀ ଓ ଦଳିତ ଶ୍ରେଣୀର ଶିକ୍ଷିତ ଯୁବତୀଯୁବକ ସେମାନଙ୍କ ଅଧିକାର ପାଇବାରୁ ବଞ୍ଚିତ ହେଉଛନ୍ତି। ଚିହ୍ନଟ ହୋଇଥିବା ୪୯୮ ନକଲି ଶିକ୍ଷକଙ୍କ ସମସ୍ତ ପ୍ରମାଣପତ୍ର ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ଜିଲା ଶିକ୍ଷା ଅଧିକାରୀ (ଡିଇଓ), ଜିଲା ପ୍ରକଳ୍ପ ଅଧିକାରୀ (ଡିପିଓ) ଓ ବ୍ଲକ ଶିକ୍ଷାଧିକାରୀ(ବିଇଓ)ମାନଙ୍କୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ(ଡିଇଇ)ର ଯୁଗ୍ମ ନିର୍ଦ୍ଦେଶକ ଗୌରୀରାଣୀ ନାୟକ ନିର୍ଦ୍ଦେଶ ଦେଇଛନ୍ତି। ୨୫ ଜିଲାପାଳଙ୍କୁ ମଧ୍ୟ ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି। ଉକ୍ତ ନିର୍ଦ୍ଦେଶରେ ତାଲିକା ବାହାରେ ରହିଥିବା ଅଭିଯୁକ୍ତ ଶିକ୍ଷକଙ୍କ ସଂକ୍ରାନ୍ତରେ ମଧ୍ୟ ସମସ୍ତ ସୂଚନା ଦେବାକୁ ଦର୍ଶାଯାଇଛି। ତେବେ ଗତ ୫ ବର୍ଷ ମଧ୍ୟରେ ପ୍ରାୟ ୧୦୦ ଥର ଡିଇଓମାନଙ୍କୁ କାର୍ଯ୍ୟରତ ନକଲି ଶିକ୍ଷକଙ୍କ ବାବଦରେ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। କିନ୍ତୁ ରାଜନୈତିକ ଚାପରେ କିମ୍ବା ନକଲି ଶିକ୍ଷକଙ୍କ ସହ ଭିତିରି ବୁଝାମଣା କରି ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକୁ ଫାଇଲ ଭିତରେ ଚାପି ଦିଆଯାଉଥିବା କୁହାଯାଉଛି।
୨୦୧୫ରେ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପତ୍ରସଂଖ୍ୟା ୨୦୭୧୦/ ୩୦ା୧୧ା୨୦୧୫ରେ ରାଜ୍ୟରେ କାର୍ଯ୍ୟରତ ନକଲି ପ୍ରମାଣପତ୍ର ଦାଖଲ କରି ଶିକ୍ଷକତା କରୁଥିବା ବ୍ୟକ୍ତିଙ୍କ ସବିଶେଷ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ନକଲି ଶିକ୍ଷକ ଚିହ୍ନଟ ଚାଲିଥିବାବେଳେ କାର୍ଯ୍ୟାନୁଷ୍ଠାନ ନୈରାଶ୍ୟଜନକ ରହିଛି। ଡିଇଓମାନେ ବିଭିନ୍ନ ଆଳ ଦେଖାଇ ‘ତଦନ୍ତ ଚାଲିଥିବା’ ଉତ୍ତର ଦେଇଆସୁଛନ୍ତି। ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟର ଯୁଗ୍ମ ସଚିବ ନାୟକ ତାଙ୍କ ନିର୍ଦ୍ଦେଶନାମାରେ ଏଥର ବି ଅନୁରୂପ ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୁକ୍ତ ନକଲି ଶିକ୍ଷକଙ୍କ ସମସ୍ତ ପ୍ରମାଣପତ୍ର ଯାଞ୍ଚ କରି ଓସିଏସ୍‌(ସିସିଏ) ଆଇନ-୧୯୬୨ର ଧାରା ୧୫ ଅନୁଯାୟୀ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସ୍ଥାନୀୟ ଥାନାରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ୪୯୮ ନକଲି ଶିକ୍ଷକଙ୍କ କ୍ଷେତ୍ରରେ ମାତ୍ର ୫୯ ମାମଲାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ସୂଚନା ମିଳିଛି।
ତଥ୍ୟ ଅନୁସାରେ ବଲାଙ୍ଗୀର ଜିଲାର ୧୬୩, ଗଞ୍ଜାମର ୯୬, ଭଦ୍ରକର ୫୪, ଖୋର୍ଦ୍ଧାର ୩୬, ସୁନ୍ଦରଗଡ଼ର ୧୫, କଳାହାଣ୍ଡିର ୧୩, ରାୟଗଡ଼ାର ୧୨, ମୟୂରଭଞ୍ଜର ୧୨, କୋରାପୁଟର ୧୨, ଯାଜପୁରର ୧୦, ଗଜପତିର ୧୦, ଝାରସୁଗୁଡ଼ାର ୮, ମାଲକାନଗିରିର ୮, ନୟାଗଡ଼ର ୭, କନ୍ଧମାଳର ୭, ବାଲେଶ୍ୱରର ୭, ନବରଙ୍ଗପୁରର ୬, ଢେଙ୍କାନାଳର ୫, କଟକର ୪, କେନ୍ଦ୍ରାପଡ଼ାର ୪, ଜଗତ୍‌ସିଂହପୁରର ୪, ପୁରୀର ୩ ଏବଂ ନୂଆପଡ଼ା ଓ ସମ୍ବଲପୁର ଜିଲାର ଜଣେ ଲେଖାଏ ନକଲି ଶିକ୍ଷକଙ୍କ ନାମ ତାଲିକାରେ ରହିଛି। ଅନ୍ୟପକ୍ଷରେ ସମସ୍ତ ପ୍ରମାଣପତ୍ର ସହ କେତେଜଣ ନକଲି ଶିକ୍ଷକଙ୍କ ନାମରେ ଅଞ୍ଚଳବାସୀ ଅଭିଯୋଗ କରିଥିଲେ ହେଁ ସେମାନଙ୍କ ନାମ ତାଲିକାରେ ସ୍ଥାନ ପାଇନାହିଁ। ଏଠାରେ ଯାଜପୁର ଜିଲା କୋରେଇ ବ୍ଲକକୁ ଉଦାହରଣ ଭାବେ ନିଆଯାଇପାରେ। ଏହି ବ୍ଲକରେ ୫୦ରୁ ଊର୍ଦ୍ଧ୍ୱ ଶିକ୍ଷକ ନକଲି ପ୍ରମାଣପତ୍ର ଦାଖଲ କରିଥିବା ଅଭିଯୋଗ ହେଉଛି। ଏହି ବ୍ଲକର ବ୍ୟାସନଗର ତହସିଲ ଅଧୀନ ଅସନଝର ମୌଜାର ଜଣେ ଶିକ୍ଷକ କେନ୍ଦୁଝର ଜିଲା ଘସିପୁରା ତହସିଲ ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ମଧୁକେଶରୀ ମୌଜାରେ ୨ ଡେସିମିଲ ବିଶିଷ୍ଟ ଘରବାଡ଼ି ଜମି ନେଇ ପଟ୍ଟାରେ ଶବର ଜାତି ଦର୍ଶାଇଛନ୍ତି। ସେହି ଜମି ପଟ୍ଟା ବଳରେ ଆଦିବାସୀ ପ୍ରମାଣପତ୍ର ହାସଲ କରି ଗଜପତି ଜିଲାର ଆର.ଉଦୟଗିରି ବ୍ଲକର ଏକ ସ୍କୁଲରେ ଶିକ୍ଷକତା କରୁଥିବା ଅନେକ ଥର ଅଭିଯୋଗ ହେଉଛି। ଉକ୍ତ ଶିକ୍ଷକଙ୍କ ଉପରେ ଜଣେ ପ୍ରଭାବଶାଳୀ ରାଜନେତାଙ୍କ ଆଶୀର୍ବାଦ ରହିଥିବାରୁ ବିଭାଗୀୟ ତାଲିକାରୁ ତାଙ୍କ ନାମ କଟାଯାଇଥିବା ଚର୍ଚ୍ଚା ହେଉଛି। ଏନେଇ ଗଜପତି ଜିଲା ଶିକ୍ଷାଧିକାରୀ ପ୍ରଦ୍ୟୁଷ କୁମାର ନାୟକଙ୍କୁ ପଚାରିଲେ, ତଦନ୍ତ ଚାଲିଥିବା ସେ କହୁଛନ୍ତି। ସେହିପରି ସମ୍ବଲପୁର ଜିଲାର ବୁର୍ଲା ଏବଂ ରେଢାଖୋଲ ଅଞ୍ଚଳର ୨ ଶିକ୍ଷକଙ୍କ ପ୍ରମାଣପତ୍ର ତଦନ୍ତ କରିବାକୁ ଗତ ମେ ୬ରେ ଡିଇଇର ଯୁଗ୍ମ ନିର୍ଦ୍ଦେଶକ ସମ୍ବଲପୁର ଡିଇଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏହି ତାଲିକାରେ ସେହି ୨ ଜଣଙ୍କ ନାମ ନାହିଁ। ଏଥିରୁ ନକଲି ଶିକ୍ଷକ ତଦନ୍ତ କିପିରି ଚାଲିଛି ତାହା ସ୍ପଷ୍ଟ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri