କେବଳ ପୁରୁଷ ନୁହେଁ

ଗୋଟେ ଧାରଣା ରହିଆସିଛି ଯେ, ପୁରୁଷମାନେ ଆକ୍ରମଣକାରୀ ଓ କଠୋର ହୋଇଥିବା ବେଳେ ମହିଳାମାନେ ସର୍ବଦା ପୀଡ଼ିତା। ଯେତେବେଳେ କୌଣସି ମହିଳାଙ୍କୁ ନେଇ ଘରୋଇ ହିଂସା ଦେଖାଦେଇଥାଏ ସେତେବେଳେ କନ୍ୟା ପକ୍ଷ ବରପକ୍ଷ ଉପରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଥାଆନ୍ତି। ଭାରତରେ ଯେହେତୁ ଯୌତୁକ ଆଇନ ୧୯୬୧ ମହିଳାଙ୍କ ସୁରକ୍ଷା ପାଇଁ ବ୍ୟାପକ ଭାବେ ବ୍ୟବହାର ହୋଇଥାଏ, ସେହେତୁ ପୀଡ଼ିତାମାନେ ଏହି ଆଧାରରେ ପୁରୁଷଙ୍କ ପରିବାରକୁ ଅନେକ ସମୟରେ ହଇରାଣ ହରକତରେ ପକାଇଥାଆନ୍ତି। ଅତୀତରେ ଏମିତି ବହୁ ଘଟଣା ଦେଖାଦେଇଛି ଯେଉଁଥିରେ ମହିଳାଙ୍କ ଦୋଷ ଥିଲେ ମଧ୍ୟ ନିର୍ଦ୍ଦୋଷ ସ୍ବାମୀ, ତାଙ୍କ ମାତାପିତା କିମ୍ବା ସମ୍ପର୍କୀୟମାନେ ସହଜରେ ଜେଲ ଯାଇଥାଆନ୍ତି। ଏଭଳି ସ୍ଥଳେ ମହିଳା କମିଶନ ମଧ୍ୟ ନାରୀଙ୍କୁ ସୁରକ୍ଷା ଦେବା ନାମରେ ଅନେକ ପଦକ୍ଷେପ ନେଇଥାଆନ୍ତି। ଫଳରେ ନିରପରାଧ ପୁରୁଷମାନେ ଅନେକାଂଶରେ ନ୍ୟାୟ ପାଇବାରୁ ବଞ୍ଚତ୍ତ ହୋଇଥାଆନ୍ତି। ଗତ ମାସ ୯ ତାରିଖରେ ବେଙ୍ଗାଲୁରୁରେ ସ୍ତ୍ରୀ ଓ ଶ୍ୱଶୁର ଘରର ଲୋକଙ୍କ ନିର୍ଯାତନା ସହି ନ ପାରି ୩୪ ବର୍ଷୀୟ ସଫ୍ଟଓ୍ବେର ଇଞ୍ଜିନିୟର ଅତୁଲ ସୁଭାଷ ଆତ୍ମହତ୍ୟା କରିବା ଘଟଣା ଦେଶର ବିବେକକୁ ଦୋହଲାଇ ଦେଇଛି। ଜଣଙ୍କୁ କେତେ ମାତ୍ରାରେ ବାଧିଲେ ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥାଆନ୍ତି ସୁଭାଷ ସୁଇସାଇଡ୍‌ ନୋଟରେ ଦର୍ଶାଇଥିବା ବିଷୟ ସୋସିଆଲ ମିଡିଆରେ ପ୍ରକାଶ ପାଇବା ପରେ ତାହା ସାର୍ବଜନୀନ ହୋଇଛି। କେବଳ ସୁଭାଷ ନୁହନ୍ତି, ମାସକ ମଧ୍ୟରେ ଗୁଜରାଟର ବୋଟାଡର ସୁରେଶ ସଥାଦିୟାଙ୍କ ଡିସେମ୍ବର ୩୦ ଓ ଡିସେମ୍ବର ୩୧ରେ ଦିଲ୍ଲୀର ଉଡ୍‌ବକ୍ସ କାଫେର ସହପ୍ରତିଷ୍ଠାତା ପୁନିତ ଖୁରାନାଙ୍କ ଆତ୍ମହତ୍ୟା ପୁରୁଷ ନିର୍ଯାତନାର ସମାନ କାହାଣୀ ବଖାଣିଛି।
ସୁଭାଷଙ୍କ ବିଷୟରେ ଗତମାସ ଯେତେବେଳେ ଖବର ପ୍ରସାରଣ ହୋଇଥିଲା ସେତେବେଳେ ତାଙ୍କ ଆତ୍ମହତ୍ୟା ସମଗ୍ର ଦେଶରେ ଏକ ଆବେଗିକ ସ୍ରୋତ ବୁହାଇ ଦେଇଥିଲା। ଚାରିଆଡ଼େ ଆଲୋଚନା ହେଲା ସୁଭାଷଙ୍କ ସ୍ତ୍ରୀ ଓ ଶ୍ୱଶୁର ଘର ଲୋକଙ୍କୁ ଉପଯୁକ୍ତ ଶାସ୍ତି ମିଳିବା ଦରକାର। ଅନୁରୂପ ଭାବେ ସୁରେଶ ଓ ପୁନିତଙ୍କ କଥାରେ ମଧ୍ୟ ସମାନ ପ୍ରକାରର ସମ୍ବେଦନଶୀଳତା ପ୍ରକାଶ ପାଉଛି। ସୁଭାଷଙ୍କ ଭଳି ସଫ୍ଟଓ୍ବେର ଇଞ୍ଜିନିୟର ହୁଅନ୍ତୁ ବା କାଫେର ମାଲିକ ପୁନିତଙ୍କ ପାଖରେ ଅର୍ଥ ଥିଲେ ମଧ୍ୟ ସେମାନେ ଘରୋଇ ହିଂସାର ଶିକାର ହୋଇଛନ୍ତି। ସୁଭାଷ ତାଙ୍କ ଆତ୍ମହତ୍ୟା ନୋଟ୍‌ରେ ନ୍ୟାୟପାଳିକା ଉପରେ ବିଶ୍ୱାସ ହରାଇଥିବା ଦର୍ଶାଇଥିଲେ। କୁହାଯାଇପାରେ ଯେ ସୁଭାଷ, ସୁରେଶ କିମ୍ବା ପୁନିତଙ୍କ ବାସ୍ତବ କାହାଣୀ କ’ଣ ଓ କେଉଁମାନେ ପ୍ରକୃତରେ ଦୋଷୀ ସେହି ବିଷୟରେ ଆମେ ଏଠି ବସି ମନ୍ତବ୍ୟ ଦେବା ଠିକ୍‌ ନୁହେଁ। ହେଲେ ଏହା ଦେଖାଯାଇ ଆସିଛି ଯେ ଅନେକ ଶହ ବର୍ଷ ଧରି ମହିଳାମାନେ ପୁରୁଷଙ୍କ ଦ୍ୱାରା ନିର୍ଯାତିତ ହୋଇ ଆସିଛନ୍ତି। ପୁରୁଷଙ୍କ ସହ ସମକକ୍ଷ କରିବା ଲାଗି ସାମାଜିକ ବ୍ୟବସ୍ଥା ହେଉ ବା ନ୍ୟାୟପାଳିକା ନାରୀମାନଙ୍କ ପ୍ରତି ସକାରାତ୍ମକ ପକ୍ଷପାତ କରିବା ସାଧାରଣରେ ଦେଖାଯାଇଥାଏ। କିନ୍ତୁ ସେହି ସମାନ ନିଃଶ୍ୱାସରେ କୁହାଯିବା ଦରକାର ଯେ ସୁଭାଷଙ୍କ ଭଳି ପୁରୁଷମାନେ ଯଦି ସ୍ତ୍ରୀ କିମ୍ବା ତାଙ୍କ ପରିବାର ଦ୍ୱାରା ଯୌତୁକ ନିର୍ଯାତନା ଆଇନ ଆଳରେ ମାନସିକ ସନ୍ତାପରେ ଦୀର୍ଘଦିନ ସନ୍ତୁଳି ହେଉଥିବେ, ସେମାନଙ୍କ ବିଷୟରେ ଆଇନ ବ୍ୟବସ୍ଥା ସଜାଗ ରହିବା ଦରକାର। ଏଭଳି ସ୍ଥଳେ ନିର୍ଯାତିତ ପୁରୁଷମାନଙ୍କୁ ପ୍ରଥମେ ମନସ୍ତାତ୍ତ୍ୱିକ ସମର୍ଥନ ଦିଆଯାଇ ସେମାନଙ୍କୁ ମାନସିକ ସ୍ତରରେ ସୁସ୍ଥ ରଖାଯିବା ଆବଶ୍ୟକ। ପୁରୁଷଙ୍କ ବିରୋଧରେ ହେଉଥିବା ମିଥ୍ୟା ମାମଲାଗୁଡ଼ିକୁ ଠିକ୍‌ ଭାବେ ତର୍ଜମା କରାଯିବାର ସମୟ ଆସିଲାଣି। ଗୋଟେ ବ୍ୟବସ୍ଥା ଏଭଳି ବିକଶିତ ହେବା ଦରକାର ଯେଉଁଥିରେ, ସିଏ ମହିଳା ହୁଅନ୍ତୁ ବା ପୁରୁଷ କେହି ଅନୁଭବ କରିବା ଉଚିତ ନୁହେଁ ଯେ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ ସ୍ବରକୁ ଚପାଇ ଦିଆଯାଉଛି। ଏ ଦିଗରେ ସଂସ୍କାର ନିତାନ୍ତ ଜରୁରୀ। ତାହା ହେଲେ ଜଣେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବା ପୂର୍ବରୁ ବହୁତ ଦିଗକୁ ଭାବିବେ। ନ୍ୟାୟ ସର୍ବଦା ସ୍ବଚ୍ଛ, ପକ୍ଷପାତିତାବିହୀନ ଓ ଶୀଘ୍ର ମିଳିପାରିଲେ ଅଘଟଣକୁ ରୋକିବା ଅନେକାଂଶରେ ସମ୍ଭବ ହୋଇପାରନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟା ଆସିଲେ ଭୂସ୍ଖଳନ ଭୟ: ୨ ଦିନ ବନ୍ଦ ରହିବ କଳିଙ୍ଗା ଘାଟି

ଜି.ଉଦୟଗିରି,୨୧।୯(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଓ ଗଞ୍ଜାମ ସୀମାନ୍ତବର୍ତ୍ତୀ କଳିଙ୍ଗା ଘାଟି ଦେଇ ବିଜୟୱାଡ଼ା ରାଞ୍ଚିକୁ ସଂଯୋଗ କରୁଥିବା ୧୫୭ ନମ୍ବର ଜାତୀୟ ରାଜପଥ ଏବେ…

ଭଞ୍ଜନଗରରେ ଅଧିକ ବର୍ଷା ଆଶଙ୍କା: ତଳିଆ ଅଞ୍ଚଳବାସୀଙ୍କ ପାଇଁ ସତର୍କ ସୂଚନା ଜାରି

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ): ଭଞ୍ଜନଗର ଜଳଭଣ୍ଡାରରେ ବର୍ତ୍ତମାନ ପ୍ରାୟ ୮୬ ପ୍ରତିଶତ ଜଳ ସଞ୍ଚିତ ଥିବାବେଳେ ଆଗାମୀ ଦିନରେ ଅଧିକ ବର୍ଷାର ସମ୍ଭାବନା ଅଛି । ତେଣୁ ଭଞ୍ଜନଗର…

ସେପ୍ଟେମ୍ବର ୨୩ରେ ଘଟିବ ବିରଳ ଘଟଣା; ଦିନ-ରାତି ୧୨-୧୨ ଘଣ୍ଟା….

ନୂଆଦିଲ୍ଲୀ,୨୧।୯: ଆସନ୍ତା ୨୩ ସେପ୍ଟେମ୍ବରରେ ଆକାଶରେ ଦେଖିବାକୁ ମିଳିବ ଏକ ବିଶେଷ ଭୌଗଳିକ ଘଟଣା । ଏହି ତାରିଖରେ ଦିନ ଓ ରାତିର ସମୟ ପ୍ରାୟ ସମାନ…

ଭଞ୍ଜନଗର ଉପଖଣ୍ଡର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ୪୫୮୬ ନୂଆ ଯୋଡ଼ିହେଲେ, ୩୬୩୪୨ ପଡ଼ିଲେ ବାଦ୍‌

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ):ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ବତନ୍ତ୍ର ସଘନ -୨୦୨୬ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା ପରେ ସୋମବାର ଚୂଡ଼ାନ୍ତ ଭୋଟର…

ବାତ୍ୟାକୁ ନେଇ ବଡ଼ ଅପଡେଟ୍‌ ଦେଲେ ମୁଖ୍ୟ ଶାସନ ସଚିବ: ୧୧ ଜିଲା ହେବ ପ୍ରଭାବିତ

ଭୁବନେଶ୍ୱର,୨୧।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ସୋମବାର ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଅବପାତ ରୂପ…

ସମ୍ଭାବ୍ୟ ବାତ୍ୟା ଭୟ ଭିତରେ ବଡ଼ ସୂଚନା ଦେଲେ IMD ଡିଜି: ୨୨ ତାରିଖ ସନ୍ଧ୍ୟାରୁ…

ଭୁବନେଶ୍ୱର,୨୧।୯:ଗଭୀର ଅବପାତ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ। ଏନେଇ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। IMD ଡିଜିଙ୍କ କହିବାନୁସାରେ, ପୁରୀରୁ ଦକ୍ଷିଣକୁ ଥିବା…

୨୦ ମାସର ଶିଶୁଙ୍କୁ ଘରୁ ଘୋଷାଡ଼ି ନେଲା କୁକୁର: ଆଉ ତା’ପରେ ଘଟିଲା…

ଶିମ୍‌ଲା,୨୧।୯: ହିମାଚଳ ପ୍ରଦେଶର ରାଜଧାନୀ ଶିମ୍‌ଲାର ଶାଙ୍କଲୀ ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ଏଠାରେ ଜଣେ ୨୦ ମାସର ଶିଶୁ କନ୍ୟା ଉପରେ ଦୁଇଟି…

ଯୁବକଙ୍କୁ ମୃତ ଘୋଷଣା କଲେ ଡାକ୍ତର; ଜୀବନ ବଞ୍ଚାଇବାକୁ ମେଡିକାଲରେ ଝଡ଼ାଫୁଙ୍କା କଲେ ଗୁଣିଆ, ତାପରେ…!

ଆନନ୍ଦପୁର,୨୧।୯(ସୁଶାନ୍ତ କୁମାର ସାହୁ ): ପୁଣି ଥରେ ଅନ୍ଧବିଶ୍ୱାସର ମାୟାଜାଲରେ ସଭ୍ୟ ସମାଜ । ବିଜ୍ଞାନ ଏତେ ଆଗେଇ ଯାଇଥିଲେ ମଧ୍ୟ ଆଜି ବି ଲୋକଙ୍କ ମନରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?