କୃଷକ ରେଜିଷ୍ଟ୍ରି: ବିତର୍କ ହେଉ

ଡିସେମ୍ବର ୨୮ ତାରିଖ ୨୦୨୪ରେ ଓଡ଼ିଶାର ପ୍ରମୁଖ ଖବରକାଗଜମାନଙ୍କରେ ବିଜ୍ଞାପନ ପ୍ରକାଶ ପାଇଛି ଯେ ଜାନୁଆରୀ ୧ତାରିଖରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ କୃଷକ ରେଜିଷ୍ଟ୍ରି କାର୍ଯ୍ୟ ଆରମ୍ଭ ହେବ। ସେଥିପାଇଁ ପଞ୍ଚାୟତସ୍ତରୀୟ କ୍ୟାମ୍ପକୁ କୃଷକମାନେ ଆଧାର କାର୍ଡ, ଭୂଲେଖ ପଟ୍ଟା, ଆଧାର ସଂଯୁକ୍ତ ମୋବାଇଲ, ଭୂଲେଖରେ ଥିବା ମୃତ ଜମିଧାରୀଙ୍କ ମୃତ୍ୟୁ ପ୍ରମାଣପତ୍ର ଓ ଉତ୍ତରାଧିକାରୀ ପ୍ରମାଣପତ୍ର ଧରି ଆସିବେ, ରେକର୍ଡ ସଂଶୋଧନ ପରେ କୃଷକ ପୋର୍ଟାଲରେ କୃଷକର ନାମ ପଞ୍ଜୀକୃତ ହେବ। ଏହି ଅଳ୍ପଦିନ ପୂର୍ବରୁ ଖବର ପ୍ରକାଶ ପାଇଥିଲା ରାଜ୍ୟ ସରକାର କୃଷକ ଗଣନା କରି କୃଷକ ଚିହ୍ନଟ କରିବେ, ଯାହାଫଳରେ ସରକାର କୃଷକମାନଙ୍କୁ ଦେଉଥିବା ବିଭିନ୍ନ ସାହାଯ୍ୟ ସୁଯୋଗ ପ୍ରକୃତ କୃଷକମାନେ ପାଇବେ, ସାହାଯ୍ୟ ବାଟମାରଣା ହେବ ନାହିଁ। ଅଣ କୃଷକମାନେ ପାଇବେ ନାହିଁ। ଏଇଠି ପ୍ରଶ୍ନ ଉଠୁଛି କୃଷକ କହିଲେ କିଏ? କ’ଣ ଯାହା ନାମରେ ଜମି ଅଛି, ସେ କ’ଣ କେବଳ କୃଷକ? ସେ ଯଦି ଚାଷ ନିଜେ ନ କରି ଅନ୍ୟ ବ୍ୟବସାୟ ଅବା ବୃତ୍ତି କରି ରୋଜଗାର କରୁଥିବ ଏଣେ ନିଜ ଜମିକୁ ଭାଗ ଦେଇଥିବ ତାହା ହେଲେ ବି ସେ କୃଷକ ହୋଇ ସମସ୍ତ ସାହାଯ୍ୟ ପାଇବ ଆଉ ପ୍ରକୃତରେ ଯେଉଁ ଲୋକ ଭାଗଚାଷ କରୁଛି ସେ କୃଷକ ପଦବାଚ୍ୟ ହେବ ନାହିଁ ନା କୋଣସି ସାହାଯ୍ୟ ପାଇବ ନାହିଁ?
ସରକାରଙ୍କ ବିଜ୍ଞାପନରୁ ଏହା ସ୍ପଷ୍ଟ ଯେ କେବଳ ଯାହା ନାମରେ ଜମି ଅଛି ସେ କୃଷକ ରୂପେ ନାମ ରେଜିଷ୍ଟ୍ରି କରିପାରିବ ଭାଗଚାଷୀଙ୍କ କଥା କିଛି ଉଲ୍ଲେଖ ନାହିଁ। ପ୍ରକୃତ କ୍ଷେତ୍ରରେ ଯଦି ଦେଖାଯାଏ ଅନେକ ଜମିଥିବା ଲୋକେ ବିଭିନ୍ନ ବୃତ୍ତିରେ ନିଯୁକ୍ତି ହୋଇଛନ୍ତି ଅବା ବାଣିଜ୍ୟ ବ୍ୟବସାୟ କରି ଅଧିକ ଆୟ କରୁଥିବାରୁ ଚାଷ ନିଜେ ନ କରି ଅନ୍ୟକୁ ମୌଖିକ ଭାବରେ ଭାଗ ଦେଇଛନ୍ତି। ଆମ ରାଜ୍ୟର ଭୂସଂସ୍କାର ଆଇନ ଅନୁସାରେ ଜମି କେବଳ ସୈନ୍ୟବାହିନୀରେ କାମ କରୁଥିବା ଲୋକ, ଅକର୍ମଣ୍ୟ ବୃଦ୍ଧାବୃଦ୍ଧା, ମଠ, ଠାକୁରବାଡି ଆଦି ଟ୍ରଷ୍ଟ ଆଇନ ଅନୁଯାୟୀ ଜମି ଭାଗରେ ଦେଇପାରିବେ। ଅନ୍ୟମାନେ ଜମି ଭାଗ ଦେଇପାରିବେ ନାହିଁ କି ନେଇ ପାରିବେ ନାହଁ। କିନ୍ତୁ ମୌଖିକ ଭାବେ ଏବେ ଅନୂ୍ୟନ ୪୦ ଭାଗ ଜମି ଭାଗରେ ଚାଷ ହେଉଛି। ଭାଗଚାଷୀ ନାମରେ କୈାଣସି ଜମି ରେକର୍ଡ ନ ଥିବାରୁ ସେ ଋଣ ପାଇ ପାରୁନାହିଁ, ଫସଲବୀମା କରିପାରୁ ନାହିଁ, ବନ୍ୟା, ବାତ୍ୟା, ବର୍ଷା ଆଦି ପ୍ରାକୃତିକ ବିପର୍ଯ୍ୟୟରେ ଫସଲ ନଷ୍ଟ ହେଲେ ସରକାରୀ ସାହାଯ୍ୟ ପାଉନାହିଁ, ମଣ୍ଡିରେ ଫସଲ ବିକ୍ରି କରିବାକୁ ଟୋକନ ପାଉନି। ଏହି ସମସ୍ୟା ବର୍ଷ ବର୍ଷ ଧରି ଆଲୋଚନା ହେଉଛି। ବିଜେଡି ସରକାର ବାରମ୍ବାର ପ୍ରତିଶ୍ରୁତି ଦେଇଥିଲେ ବି ଭାଗଚାଷୀ ଆଇନ ଆଣିଲେ ନାହିଁ।
ଏବେ ରାଜ୍ୟରେ ଗତ ଛ’ମାସ ତଳେ ଶାସନ ଭାର ନେଇଥିବା ଭାଜପା ସରକାର ଦେଇଥିବା କୃଷକ ରେଜିଷ୍ଟ୍ରି ବିଜ୍ଞାପନରୁ ସ୍ପଷ୍ଟ ଯେ ଯେଉଁମାନଙ୍କ ନାମରେ ଜମି ଅଛି ଯଦି ସେ ଚାଷ ନିଜେ ନ କରି ଭାଗ ଦେଉଛି ସେ କୃଷକ ଭାବେ ଗଣା ହେବ ଅଥଚ ଭାଗଚାଷୀ କୃଷକ ଭାବେ ଗଣା ହେବନାହିଁ। ଯେଉଁମାନେ ଭାଗଚାଷ କରୁଛନ୍ତି ମୁଖ୍ୟତଃ ସେମାନେ ଭୂମିହୀନ ଗରିବ ଲୋକ। ସେମାନଙ୍କ ଘରୁ କେହି ସରକାରୀ କିମ୍ବା ବେସରକାରୀ ଚାକିରି କରି ନ ଥାନ୍ତି। ଅଧିକାଂଶ କ୍ଷେତ୍ରରେ ସେମାନଙ୍କର ମହିଳାମାନେ ବି କ୍ଷେତରେ କାମ କରନ୍ତି। ସେମାନେ ରୋଜଗାରର ଅନ୍ୟ ପନ୍ଥା ନ ପାଇ ଭାଗଚାଷ କରନ୍ତି। ସେମାନଙ୍କ ନାମରେ ଜମି ପଟ୍ଟା ନ ଥିବାରୁ ଏବଂ ଭାଗଚାଷ ଅଧିକାର ପତ୍ର ନ ଥିବାରୁ ବ୍ୟାଙ୍କ ଋଣ ପାଇପାରନ୍ତି ନାହିଁ। ଆଜିକାଲି ଉତ୍ପାଦନ ବୃଦ୍ଧି କରିବାକୁ ହେଲେ ଆଧୁନିକ ପ୍ରଣାଳୀରେ ଚାଷ କରିବାକୁ ହେବ। ସେଥିପାଇଁ ଅଧିକ ପୁଞ୍ଜି ଆବଶ୍ୟକ। ଗରିବ ଭାଗଚାଷୀ ପାଖରେ ପୁଞ୍ଜି ନ ଥିବାରୁ ଏବଂ ବ୍ୟାଙ୍କ ଋଣ ଦେଉ ନ ଥିବାରୁ ବାଧ୍ୟ ହୋଇ ଗାଁ ମହାଜନ, ସ୍ବୟଂ ସହାୟକ ମହିଳା ଗୋଷ୍ଠୀ, ମାଇକ୍ରୋ ଫାଇନାନ୍ସ, ସାର ବ୍ୟବସାୟୀ, କୃଷିଜାତ ଦ୍ରବ୍ୟ କାରବାର କରୁଥିବା ବ୍ୟବସାୟୀଙ୍କଠାରୁ ବହୁତ ଅଧିକ ସୁଧରେ ଋଣ ଆଣନ୍ତି। ଯାହା ଉତ୍ପାଦନ ହୁଏ ସେଥିରୁ ଜମିମାଲିକକୁ ଭାଗ ଦେବା ପରେ ଯାହା ରହେ ଲାଭ ମିଳେ ନାମକୁମାତ୍ର। ତେଣୁ ସେ ଆବଶ୍ୟକ ପୁଞ୍ଜି ନିବେଶ ନ କରି କମ୍‌ ନିବେଶ କରେ, ଯାହାଫଳରେ ଉତ୍ପାଦନ କମ୍‌ ହୁଏ। ଏହା ରାଜ୍ୟର କ୍ଷତି। ମୋଟ ଚାଷୀମାନଙ୍କ ମଧ୍ୟରୁ ପ୍ରାୟ ୪୦ ଭାଗ ଚାଷୀ ସେମାନଙ୍କର ଚାଷରୁ ଆୟ ନାମକୁ ମାତ୍ର ହୋଇଥିବାରୁ ଓଡ଼ିଶାରେ ଗୋଟିଏ ଚାଷୀ ପରିବାରର ହାରାହାରି ମାସିକ ଆୟ ମାତ୍ର ୫,୧୧୨ ଟଙ୍କା। ଏହା ଝାଡ଼ଖଣ୍ଡ ପରେ ଦେଶରେ ସର୍ବନିମ୍ନ।
ଉପରୋକ୍ତ ପରିପ୍ରେକ୍ଷୀରେ ଭାଗଚାଷକୁ ଆଇନ ସମ୍ମତ କରିବା ପାଇଁ ବହୁଦିନରୁ ଦାବି ହୋଇ ଆସୁଛି। ନିତି ଆୟୋଗର ଡ. ତାଜମୁଲ ହକଙ୍କ ଅଧ୍ୟକ୍ଷତାରେ ଏକ ଆଦର୍ଶ ଭାଗଚାଷ ଆଇନ ପ୍ରସ୍ତୁତ କରିବାକୁ କମିଟି ଗଠନ ହୋଇଥିଲା। ହକ୍‌ କମିଟି ତାଙ୍କ ରିପୋର୍ଟ ୨୦୧୬ ମାର୍ଚ୍ଚରେ ଉପସ୍ଥାପନ କରିଥିଲେ। ଡ.ହକ ଏକ ମଡେଲ ଲ୍ୟାଣ୍ଡ ଲିଜିଂ ଆକ୍ଟ ପ୍ରସ୍ତୁତ କରିଥିଲେ। ସେହି ମଡେଲ ଆକ୍ଟକୁ ଧରି ସେ ଓଡ଼ିଶା ଆସି ରାଜ୍ୟ ସରକାର , ସ୍ବେଚ୍ଛାସେବୀ ଅନୁଷ୍ଠାନ, ଅର୍ଥନୀତିଜ୍ଞ, ଅବସରପ୍ରାପ୍ତ କାର୍ଯ୍ୟନିର୍ବାହୀ, କୃଷି ବିଶେଷଜ୍ଞଙ୍କ ସହ ଆଲୋଚନା କରିଥିଲେ। ଯାଣ୍ଡେସା ନାମକ ଭୂମି ସମ୍ବନ୍ଧୀୟ ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନର ଆନୁକୂଲ୍ୟରେ ଅନୁଷ୍ଠିତ ଏକ ଆଲୋଚନାଚକ୍ରରେ ଡ. ହକ ଯୋଗଦେଇ ନମୁନା ଭାଗ ଚାଷ ଆଇନ ସମ୍ବନ୍ଧରେ ଆଲୋଚନା କରିଥିଲେ। ଏହି ସ୍ତମ୍ଭକାର ସେହି ଆଲୋଚନାରେ ଯୋଗ ଦେଇ ନମୁନା ଆଇନରେ କେତେକ ସଂଶୋଧନ ପ୍ରସ୍ତାବ ଦେଇଥିଲା। ମୋର ଏକ ପ୍ରସ୍ତାବ ଥିଲା ଭାଗଚାଷୀ ଜମି ମାଲିକକୁ ଉତ୍ପାଦ ଆକାରରେ ନ ଦେଇ ଟଙ୍କା ଆକାରରେ ଦେବ। ମନେପଡୁଛି ୨୦୧୬ରେ ତତ୍‌କାଳୀନ ରାଜସ୍ବ ମନ୍ତ୍ରୀ ଘୋଷଣା କରିଥିଲେ ଯେ ଭାଗଚାଷ ଆଇନ ବିଧାନସଭାରେ ଉପସ୍ଥାପନ ହେବ। କିନ୍ତୁ ତାହା ହେଲା ନାହଁ। ଲୋକେ କହିଲେ ଯେହେତୁ ଅମଲାମାନେ ମୁଖ୍ୟତଃ ଜମି ମାଲିକ, ସେମାନେ ଚାଷ ନ କରି ମୌଖିକ ଭାବରେ ଭାଗ ଦେଉଛନ୍ତି, ସେମାନେ ଭୟ କରୁଛନ୍ତି ଲିଖିତ ଭାବରେ ଭାଗ ଦେଲେ କେତେବେଳେ କାଳେ ଜମିର ମାଲିକାନା ଭାଗଚାଷୀକୁ ଚାଲିଯିବ। କିନ୍ତୁ ନମୁନା ଆଇନରେ ସ୍ପଷ୍ଟ ଉଲ୍ଲେଖ ଥିଲା କୌଣସିମତେ ଜମିର ମାଲିକାନା ଭାଗଚାଷୀ ହାତକୁ ଦିଆଯିବ ନାହିଁ। ଏ ସମ୍ବନ୍ଧୀୟ ବିବାଦ ସିଭିଲ କୋର୍ଟକୁ ନ ଯାଇ ଲ୍ୟାଣ୍ଡ ଟ୍ରିବ୍ୟୁନାଲ ମାଧ୍ୟମରେ ସମାଧାନ ହେବ। କିନ୍ତୁ ବୋଧହୁଏ ବରିଷ୍ଠ ଅମଲାଙ୍କ ପରୋକ୍ଷ ଚାପରେ ଭାଗଚାଷ ବିଲ୍‌ ବିଧାନସଭାରେ ଉପସ୍ଥାପନ ହୋଇ ପାରିଲା ନାହିଁ।
ଭାଗଚାଷୀମାନେ ଆଶା କରୁଥିଲେ ନୂତନ ଭାଜପା ସରକାର ଭାଗଚାଷ ଆଇନ ଆଣିବେ। ଭାଗଚାଷୀଙ୍କ ଭାଗ୍ୟ ଖୋଲିବ। ଭାଗଚାଷୀମାନେ ନାମକୁମାତ୍ର ସୁଧରେ ଚାଷ ପାଇଁ ଋଣ ଆଣିପାରିବେ, ଫସଲ ବୀମା କରିପାରିବେ, ମଣ୍ଡିରେ ଏମ୍‌ଏସ୍‌ପିରେ ଫସଲ ବିକ୍ରିପାରିବେ, ବନ୍ୟା, ବାତ୍ୟା ଆଦି ପ୍ରାକୃତିକ ବିପଦରେ ଫସଲ କ୍ଷତି ହେଲେ ସରକାରୀ ସାହାଯ୍ୟ ପାଇପାରିବେ। ଭାଗଚାଷୀ ସଶକ୍ତ ହେଲେ ଉତ୍ପାଦନ ବୃଦ୍ଧି ପାଇବ। କୃଷି ଉତ୍ପାଦନ ବୃଦ୍ଧି ପାଇ ଅର୍ଥନୀତି ସମୃଦ୍ଧ ହେବ, ରାଜ୍ୟ ଅନେକ କୃଷିଜାତ ଦ୍ରବ୍ୟରେ ଆତ୍ମନିର୍ଭର ହୋଇପାରିବ। ଚାଷୀ ପରିବାରଙ୍କ ମାସିକ ହାରାହାରି ଆୟ ବୃଦ୍ଧି ପାଇବ। କିନ୍ତୁ ରାଜ୍ୟ ସରକାରଙ୍କ କୃଷକ ରେଜିଷ୍ଟ୍ରି ବିଜ୍ଞାପନକୁ ଦେଖିଲେ ନିରାଶ ହେବାକୁ ପଡେ। ଭାଗଚାଷୀ ଆଇନ ନ ଆଣିବା କେବଳ ଭୂମିହୀନ ଭାଗଚାଷୀଙ୍କ ପ୍ରତି ଅନ୍ୟାୟ ନୁହେଁ ସାରା ରାଜ୍ୟର କୃଷି ବିକାଶ ପ୍ରତି ଅବହେଳା। ସରକାର କୃଷକ ଚିହ୍ନଟ ପ୍ରକ୍ରିୟାରେ ଭାଗଚାଷୀଙ୍କ କଥା ଉଲ୍ଲେଖ ନ କରି ଭାଗଚାଷ ଆଇନ ବିଷୟରେ କିଛି ନ କହିବା ଉପରେ ରାଜ୍ୟରେ ବିତର୍କ ହେଉ।
ସୂର୍ଯ୍ୟନଗର, ଭୁବନେଶ୍ବର
ମୋ: ୯୯୩୭୯୫୧୨୬୨


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri